ଗନ୍ଧମାର୍ଦ୍ଦନ ପାହାଡରେ ନିଆଁ

ଖପ୍ରାଖୋଲ, ୧୫ା୪(ଡି.ଏନ.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ସମୀପ ଗନ୍ଧମାର୍ଦ୍ଦନ ପାହାଡରେ ନିଆଁ ଲାଗିଛି। ବନ ବିଭାଗ ଓ ଖପ୍ରାଖୋଲ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିବା କାମରେ ଲାଗିଛନ୍ତି। ହରିଶଙ୍କର ମନ୍ଦିର ପାଖ ପାହାଡ ଉପରେ ନିଆଁ ଲାଗିଥିବାରୁ ସ୍ଥାନୀୟ ଅଞ୍ଚଳର ଲୋକେ ଭୟଭୀତ ହୋଇ ପଡିଛନ୍ତି। ନିଆଁ ଲିଭା କାମରେ ସ୍ବେଚ୍ଛାସେବୀମାନେ ମଧ୍ୟ ସହଯୋଗ କରୁଛନ୍ତି। ଗତ ୪ ଦିନ ହେଲା ପାହାଡର ବିଭିନ୍ନ ସ୍ଥାନରେ ନିଆଁ ଲାଗିଥିବା ଜାଣି ଜଙ୍ଗଲ ବିଭାଗର ଫାୟାର ସ୍କ୍ବାଡ ଦିନରାତି ନିଆଁକୁ ଆୟତ୍ତ ପାଇଁ ଲାଗି ପଡିଛନ୍ତି। ହରିଶଙ୍କର ମନ୍ଦିର ନିକଟରେ ଲାଗିଥିବା ନିଆଁକୁ ମଙ୍ଗଳବାର ରାତିରେ ଆୟତ୍ତ କରାଯାଇ ପାରିଥିଲା। ବୁଧବାର ବେହେରାପାଣି ନିକଟରେ ଲାଗିଥିବା ନିଆଁକୁ ବନ ବିଭାଗ ଲିଭାଇବାକୁ ନାକେଦମ ହୋଇଛି। ଜୈବ ବିବିଧତା ଭରା ଏହି ପାହାଡରେ ଦୁର୍ଲଭ ଗୁଳ୍ମଲତା ନିଆଁରେ ପୋଡି ପାଉଁଶ ହେଉଥିବାବେଳେ ମୂଲ୍ୟବାନ ଗଛ, ବିଭିନ୍ନ ଜୀବଯନ୍ତୁ ଜୀବନ ହରାଉଥିବା ଆଶଙ୍କା କରାଯାଉଛି । ଏ ନେଇ ବନ ବିଭାଗ ହରିଶଙ୍କର ରେଞ୍ଜ ଅଧିକାରୀ ଶ୍ରୀବତ୍ସ କୁମୁରାଙ୍କୁ ପଚାରିବାରୁ ଚଳିତ ବର୍ଷ ପାହାଡରେ ନିଆଁ ବହୁତ ଲାଗୁଛି । ବନ ବିଭାଗ କର୍ମଚାରୀଙ୍କ ଫାୟାର ସ୍କ୍ବାଡ ଦିନ ରାତି କାମ କରୁଛନ୍ତି। ହରିଶଙ୍କର ନିକଟରେ ଲାଗିଥିବା ନିଆଁ ସମ୍ପୂର୍ଣ୍ଣ ଆୟତ୍ତ ହୋଇଛି ବୋଲି ସେ କହିଛନ୍ତି। ଚଳିତ ବର୍ଷ କରୋନା କଟକଣା ପାଇଁ ପାହାଡି ତଳି ଅଞ୍ଚଳରେ ସଚେତନତା କରାଯାଇ ପାରି ନ ଥିବାବେଳେ ମହୁଲ ଗୋଟାଇବାବେଳେ ପତ୍ର ପୋଡାଇବା ଓ କେତେକ ଦୁର୍ବୃତ୍ତ ମଧ୍ୟ ଏଭଳି ନିଆଁ ଲଗାଉଥିବାରୁ ପାହାଡରେ ନିଆଁ ଲାଗୁଛି । ଲୋକେ ସଚେତନ ହେଲେ ଏହା ସମ୍ପୂର୍ଣ୍ଣ ବନ୍ଦ ହୋଇପାରିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲଗାଣ ବର୍ଷାରେ ଢେଙ୍କାନାଳ ବେହାଲ

ଢେଙ୍କାନାଳ ଅଫିସ,୨୪ା୧୦-ଢେଙ୍କାନାଳ ଜିଲାରେ ଗତ ଦୁଇଦିନ ଧରି ଲଗାଣବର୍ଷା ଜାରି ରହିଛି। ଫଳରେ ବିଭିନ୍ନ ଅଞ୍ଚଳ ଜଳମୟ ହୋଇପଡିଛି। ବୁଧବାର ଜିଲାରେ ୩୦୪.୩ ମିିଲିମିଟର ବର୍ଷା...

ଜୁଆ ଆଡ୍ଡାରେ ଚଢ଼ାଉ, ୧୪ ଗିରଫ

ହିଞ୍ଜିଳିକାଟୁ,୩୧ା୧୦: ଗଞ୍ଜାମ ଜିଲା ହିଞ୍ଜିଳି ପୋଲିସ ପକ୍ଷରୁ ଶାସନଆମ୍ବଗାଁ ଓ ଶ୍ରଦ୍ଧାପୁର ଗ୍ରାମରେ ଶୁକ୍ରବାର ରାତି ଓ ଶନିବାର ପୂର୍ବାହ୍ନରେ ଜୁଆ ଆଡ୍ଡା ଉପରେ ଚଢ଼ାଉ...

ଡାକ ପାର୍ସଲ କଣ୍ଟେନରରେ ଗୋରୁ ଚାଲାଣ

ସିମୁଳିଆ,୨୧ା୭(ଡି.ଏନ୍‌.ଏ.) : ବାଲେଶ୍ୱର ଜିଲା ସିମୁଳିଆ ଥାନାଠାରୁ ମାତ୍ର ଶହେ ମିଟର ଦୂର ୧୬ ନଂ. ଜାତୀୟ ରାଜପଥରେ ରବିବାର ସକାଳେ ଏକ ଡାକ ପାର୍ସଲ...

ଅସହାୟଙ୍କୁ ଶୁଖିଲା ଖାଦ୍ୟ ପ୍ରଦାନ

ବାଲେଶ୍ୱର ଅଫିସ,୨୮।୪- ସମଗ୍ର ବିଶ୍ୱ କରୋନା ମହାମାରୀରେ କବଳିତ ହୋଇଥିବାବେଳେ ବାଲେଶ୍ୱର ଜିଲାର ପୂର୍ବତନ ଏମ୍‌ପି ତଥା ବିଜୁ ଜନତା ଦଳର ଜିଲାସଭାପତି ଇଂ. ରବୀନ୍ଦ୍ର...

ମନ୍ଦିର ପୂଜକ କରୋନା ଆକ୍ରାନ୍ତ

ଢେଙ୍କାନାଳ ଅଫିସ, ୬।୭:  ଢେଙ୍କାନାଳ ସହରସ୍ଥିତ ଏକ ପ୍ରମୁଖ ମନ୍ଦିରର ଜଣେ ପୂଜକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ରବିବାର ସନ୍ଧ୍ୟାରେ ଏହା ଜଣାପଡ଼ିବା ପରେ ଜିଲା ପ୍ରଶାସନ...

ଦେଢ଼କୋଟିରୁ କୋଭିଡ୍‌ ଯୋଦ୍ଧା ଖାଇଲେ ୯୮.୫ ଲକ୍ଷ

କେନ୍ଦ୍ରାପଡ଼ା ଅଫିସ,୧୬।୧୧: କୋଭିଡ୍‌-୧୯ ପରିଚାଳନା ପାଇଁ କେନ୍ଦ୍ରାପଡ଼ା ଜିଲାପାଳଙ୍କ କାର୍ଯ୍ୟାଳୟରୁ ଏପ୍ରିଲ ୯ରୁ ଅକ୍ଟୋବର ୨୨ ପର୍ଯ୍ୟନ୍ତ ଜିଲା ସ୍ବାସ୍ଥ୍ୟ ଅଧିକାରୀଙ୍କ ନିକଟକୁ ୧,୫୦,୬୪,୧୧୧ଟଙ୍କା ପଠାଯାଇଛି।...

ବିବାହ ଉତ୍ସବ ପାଲଟିଲା ଶୋକାକୁଳ ପରିବେଶ : ପୋଖରୀରେ ବୁଡ଼ି ୨ ନାବାଳିକାଙ୍କ ଜୀବନ ଗଲା

ରୂପ୍‌ସା, ୨୨।୬(ଡି.ଏନ.ଏ.): ବାଲେଶ୍ୱର ଜିଲା ସଦର ବ୍ଲକ ଛାନୁଆ ପଞ୍ଚାୟତ ଅନ୍ତର୍ଗତ ସୋଲପଟା ବଗଚରା ଗ୍ରାମରେ ଶନିବାର ଏକ ବିବାହ ଭୋଜି ଧୁମ୍‌ଧାମ୍‌ରେ ଚାଲିଥିବା ବେଳେ...

ବଡ଼ଦିନକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା

ଦାରିଙ୍ଗବାଡ଼ି,୨୪।୧୨(ଡି.ଏନ୍‌.ଏ.): ବଡ଼ଦିନକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ପାଇଁ...

Play 250+ Trending Games
Archives

Model This Week

Why Dharitri