ଗନ୍ଧମାର୍ଦ୍ଦନକୁ ବନ୍ୟଜନ୍ତୁ ସଂରକ୍ଷିତ ଅଞ୍ଚଳ ପ୍ରସ୍ତାବର ବିରୋଧ

ଖପ୍ରାଖୋଲ, ୧୬ା୬(ଡି.ଏନ.ଏ.):ବଲାଙ୍ଗୀର-ବରଗଡ ସୀମାନ୍ତରେ ଥିବା ଜୈବ ବିବିଧତା ଭରା ଐତିହାସିକ ତଥା ଆଧ୍ୟାମତ୍ିକ ପ୍ରାଣକେନ୍ଦ୍ର ଗନ୍ଧମାର୍ଦ୍ଦନ ପର୍ବତକୁ ବନ୍ୟଜନ୍ତୁ ସଂରକ୍ଷିତ ଅଞ୍ଚଳ ଭାବେ ଘୋଷଣା କରାଯିବ। ବନ୍ୟପ୍ରାଣୀ ମୁଖ୍ୟ ସଂରକ୍ଷକ ଏ ନେଇ ପ୍ରସ୍ତାବ ମାଗିଛନ୍ତି। ଏ ସମ୍ପର୍କରେ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଖପ୍ରାଖୋଲ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହି ନିଷ୍ପତ୍ତିର ପ୍ରତିବାଦ କରି ବନ୍ୟପ୍ରାଣୀ ମୁଖ୍ୟ ସଂରକ୍ଷକଙ୍କ ଉଦ୍ଦେଶ୍ୟରେ ପ୍ରଦତ୍ତ ଏକ ଦାବିପତ୍ର ଖପ୍ରାଖୋଲ ବିଡିଓ ତରଣି ସୁନାଙ୍କୁ ପ୍ରଦାନ କରାଯାଇଛି । ସେହିପରି ହରିଶଙ୍କର ରେଞ୍ଜ ଅଧିକାରୀଙ୍କ ମାଧ୍ୟମରେ ବଲାଙ୍ଗୀର ଡିଏଫଓଙ୍କୁ ମଧ୍ୟ ଦାବିପତ୍ର ପ୍ରଦାନ କରାଯାଇଛି।
ଗନ୍ଧମାର୍ଦ୍ଦନ ପର୍ବତକୁ ବନ୍ୟପ୍ରାଣୀ ସଂରକ୍ଷିତ ଅଞ୍ଚଳ ଘୋଷଣା ପାଇଁ ଓଡିଶା ସରକାରଙ୍କ ବନ୍ୟପ୍ରାଣୀ ମୁଖ୍ୟ ସଂରକ୍ଷକ ବରଗଡ ଏବଂ ବଲାଙ୍ଗୀର ଡିଏଫଓଙ୍କୁ ପ୍ରସ୍ତାବ ଦେଇଥିବା ନେଇ ଏକ ଖବର କାଗଜରେ ଖବର ପ୍ରସାରଣ ହୋଇଥିଲା। ଏହାକୁ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ଖପ୍ରାଖୋଲ ଶାଖାର ଆବାହକ ଗୁପ୍ତେଶ୍ୱର କୁଅଁର, ଆଦିବାସୀ କଲ୍ୟାଣ ସଂଘ ସଭାପତି ବିପ୍ର ବିଶି, ଧରମ ସିଂ ଧରୁଆ, ଭଗବାନ ବେହେରା ପ୍ରମୁଖ ପ୍ରତିବାଦ ଜଣାଇଥିଲେ। ଜୈବ ବିବିଧତା ଭରା ଗନ୍ଧମାର୍ଦ୍ଦନ ପର୍ବତରେ ୩୨ରୁ ଊର୍ଦ୍ଧ୍ୱ ଚିରସ୍ରୋତା ଝରଣା, ୧୮ ହଜାରରୁ ଊର୍ଦ୍ଧ୍ୱ ପ୍ରଜାତିର ଜୀବନରକ୍ଷାକାରୀ ଔଷଧୀୟ ଗୁଳ୍ମଲତା ଥିବା ବେଳେ ପାହାଡର ଉଭୟ ପାର୍ଶ୍ୱରେ ଥିବା ଆଦିବାସୀ ତଥା ଅଧିବାସୀମାନେ ଲଘୁବନଜାତ ଦ୍ରବ୍ୟ ସଂଗ୍ରହ କରି ଜୀବିକା ନିର୍ବାହ କରିଥାନ୍ତି। ସେହିପରି ଶହଶହ ପାରମ୍ପରିକ ବୈଦ୍ୟ ଔଷଧ ସଂଗ୍ରହ କରି ଲୋକଙ୍କ ଜୀବନ ରକ୍ଷା କରିଥାନ୍ତି। ହେଲେ ଏହାକୁ ବନ୍ୟ ପ୍ରାଣୀ ସଂରକ୍ଷିତ ଅଞ୍ଚଳ ଘୋଷଣା କରାଗଲେ ଉଭୟ ପାର୍ଶ୍ୱରେ ଥିବା ୫୦ରୁ ଊର୍ଦ୍ଧ୍ୱ ଗାଁ ପ୍ରଭାବିତ ହୋଇ ବିସ୍ଥାପିତ ହେବା ଆଶଙ୍କା ପ୍ରକାଶ ପାଇଛି । ସେହିପରି ଗନ୍ଧମାର୍ଦ୍ଦନ ପାହାଡରେ ବିଭିନ୍ନ ଧର୍ମୀୟସ୍ଥଳୀ ଥିବା ବେଳେ ଉଭୟ ପାର୍ଶ୍ୱରେ ନୃସିଂହନାଥ ଏବଂ ହରିଶଙ୍କର, କନ୍ଦ୍ରାଭଟା ଭଳି ଧର୍ମକ୍ଷେତ୍ର ରହିଛି । ବରଂ ବନ୍ୟଜନ୍ତୁ ସଂରକ୍ଷିତ ଅଞ୍ଚଳ ଘୋଷଣା ବଦଳରେ ବିଶ୍ୱ ଐତିହ୍ୟସ୍ଥଳ ଘୋଷଣା ସହିତ ଇକୋଟୁରିଜିମ କରାଗଲେ ପର୍ଯ୍ୟଟନ ଶିଳ୍ପର ବିକାଶ ହେବା ସହ ଅଞ୍ଚଳର ଜୈବବିବିଧତା ସୁରକ୍ଷିତ ରହିପାରିବ ବୋଲି ଦାବି କରିଛନ୍ତି। ଏ ନେଇ ହରିଶଙ୍କର ରେଞ୍ଜ ଅଧିକାରୀ ଶ୍ରୀବତ୍ସ କୁମୁରାଙ୍କୁ ପଚାରିବାରୁ ଗନ୍ଧମାର୍ଦ୍ଦନ ପାହାଡକୁ ବନ୍ୟଜନ୍ତୁ ସଂରକ୍ଷିତ ଅଞ୍ଚଳ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୬ମାସ ତଳେ ରିପୋର୍ଟ ଦେବାକୁ ପ୍ରସ୍ତାବ ଆସିଥିଲା। ତେବେ ଏହାକୁ ବିରୋଧ କରି ବିଭିନ୍ନ ସଂଗଠନ ତରଫରୁ ଏକ ଦାବିପତ୍ର ପ୍ରଦାନ କରିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

SPF 30 ନା SPF 50? ସନ୍‌ସ୍କ୍ରିନ୍ କିଣିବା ପୂର୍ବରୁ ଜାଣନ୍ତୁ ଆପଣଙ୍କ ତ୍ୱଚା ପାଇଁ କେଉଁଟି ଭଲ

ଆଜିକାଲିର ସମୟରେ ନାରୀମାନେ ନିଜର ତ୍ୱଚାକୁ ନେଇ ବେଶ ଯତ୍ନବାନ। ଖାସ୍‌ ସେଥିଲାଗି ଖରା, ବର୍ଷା କିମ୍ବା ଶୀତ ଆଦି ଋତୁରେ ସନ୍‌ସ୍କ୍ରିନର ବ୍ୟବହାର ଏବେ ଏକ…

ସମାଲୋଚକଙ୍କୁ ଗଡ଼କରୀଙ୍କ ଖୋଲା ଚ୍ୟାଲେଞ୍ଜ: E-୨୦ ପେଟ୍ରୋଲ୍‌ରେ ଗୋଟିଏ ହେଲେ ଗାଡ଼ି ଖରାପ ହେବାର ପ୍ରମାଣ ଦିଅ… 

ନୂଆଦିଲ୍ଲୀ,୭।୭: ୨୦ ପ୍ରତିଶତ ଏଥାନଲ ମିଶ୍ରିତ ପେଟ୍ରୋଲ (ଇ-୨୦) ବ୍ୟବହାର ଦ୍ୱାରା ଗାଡ଼ିର ମାଇଲେଜ କମିବା ଏବଂ ଇଞ୍ଜିନରେ ସମସ୍ୟା ଦେଖାଦେବା ଭଳି କେତେକ ଅଭିଯୋଗ ଉପରେ…

କୋଚ ପଦ ହରାଇବେ ଗୌତମ ଗମ୍ଭୀର! ଦାୟିତ୍ୱ ନେବେ ଜଣେ ଅଭିଜ୍ଞ ଖେଳାଳି!

ନୂଆଦିଲ୍ଲୀ,୭।୭: ଜିମ୍ବାୱେ ବିପକ୍ଷରେ ଟି-୨୦ ସିରିଜ ପାଇଁ ଦଳ ଘୋଷଣା କରିବା ପରେ, ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମଧ୍ୟ ପ୍ରଶିକ୍ଷକ କର୍ମଚାରୀଙ୍କ ସମ୍ପର୍କରେ ଏକ…

ଭୟଙ୍କର ଭୂସ୍ଖଳନ, ୩ ମୃତ ୭ ନିଖୋଜ, ସାମ୍ନାକୁ ଆସିଲା ଛାତିଥରା VIDEO

ଥିରୁଭାନନ୍ତପୁରମ,୭।୭: ପ୍ରିୟଙ୍କା ଗାନ୍ଧୀଙ୍କ ସଂସଦୀୟ କ୍ଷେତ୍ର କେରଳର ୱାୟାନାଡ ଏକ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି। ମେପାଡି ନିକଟସ୍ଥ କଲ୍ଲାଡିରେ ହଠାତ ଭୂସ୍ଖଳନ ହେବାରୁ ଏଥିରେ ୩…

କ୍ରିକେଟ ଜଗତରେ ଶୋକର ଛାୟା, ୩୮ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କଲେ ପୂର୍ବତନ କିମ୍ବଦନ୍ତୀ ବୋଲର

ନୂଆଦିଲ୍ଲୀ,୭।୭: ପୂର୍ବତନ ଆଫଗାନିସ୍ତାନ ଦ୍ରୁତ ବୋଲର ଶାପୁର ଜାଦ୍ରନ (Shapoor Zadran) ଙ୍କ ଦେହାନ୍ତ ହୋଇଛି। ସେ ଦୀର୍ଘ ଦିନ ଧରି ଏକ ଗମ୍ଭୀର ରୋଗ ସହିତ…

ଆନ୍ନା ହଜାରେଙ୍କୁ ନେଇ ବିବାଦୀୟ ବୟାନ ଦେଲେ ‘କକ୍ରୋଚ ଜନତା ପାର୍ଟି’ର ଅଭିଜିତ ଦୀପକେ, ହେଲାଣି ରାଜନୈତିକ ଚର୍ଚ୍ଚା

ନୂଆଦିଲ୍ଲୀ,୭।୭: ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପାଇଁ ଆନ୍ଦୋଳନ କରୁଥିବା ‘କକ୍ରୋଚ ଜନତା ପାର୍ଟି’ (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଆନ୍ନା ହଜାରେଙ୍କ ବିଷୟରେ ବିବାଦୀୟ ମନ୍ତବ୍ୟ…

ଦାଦା ବଟି ଯୋଜନା ପଣ୍ଡ: ୨ ପିସ୍ତଲ ସହ ୪ ଗିରଫ

ଭଞ୍ଜନଗର,୭।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ଧରଣର ଅପରାଧୀ ଗୋଷ୍ଠୀକୁ କାବୁ କରିବାରେ ସକ୍ଷମ ହୋଇଛି। ପୋଲିସ ଦାଦା ବଟି ମାଗିବା ଯୋଜନା କରିବା…

ବନ୍ଦ ଘରୁ ମିଳିଲା ଆଉଟସୋର୍ସିଂ କର୍ମଚାରୀଙ୍କ ମୃତଦେହ, ଗନ୍ଧ ହେବାରୁ…

ବଲାଙ୍ଗୀର,୭।୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତୁଲସୀନଗରର ଏକ ଘର ଭିତରୁ ଜଣେ ଯୁବକଙ୍କ ମୃତଦେହ ମଙ୍ଗଳବାର ଉଦ୍ଧାର ହୋଇଛି । ମୃତ ଯୁବକ ଜଣକ କାର୍ତ୍ତିକ ମଛଖଣ୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri