ଗଣମାଧ୍ୟମ ନିରବଚ୍ଛିନ୍ନ ଖବର ପ୍ରକାଶ କରିବାକୁ ରାଜ୍ୟକୁ ପରାମର୍ଶ ଦେଲା କେନ୍ଦ୍ର

ଭୁବନେଶ୍ୱର, ୨୪।୩(ବ୍ୟୁରୋ): କରୋନା (କୋଭିଡ-୧୯)ର କରାଳ ପ୍ରକୋପ ସମଗ୍ର ବିଶ୍ୱକୁ ଗ୍ରାସ କରିସାରିଲାଣି। ଭାରତରେ ମଧ୍ୟ ଧୀରେ ଧୀରେ ଏହା ଭୟଙ୍କର ପରିସ୍ଥିତିକୁ ଗତି କରୁଛି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏହି ମହାମାରୀର ମୁକାବିଲା କରିବା ପାଇଁ ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେଉଛନ୍ତି। ଏ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରୁଥିବା ଗଣମାଧ୍ୟମ ପ୍ରିଣ୍ଟ ଓ ଇଲେକ୍‌ଟ୍ରୋନିକ୍‌ ମିଡିଆ ଯେପରି ନିୟମିତ ଭାବେ ବିନା ବାଧାରେ ଖବର ପ୍ରସାରଣ କରିବେ ତାହା ସୁନିଶ୍ଚିତ କରିବା ପାଇଁ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି। ଏଥିରେ କୁହାଯାଇଛି ଯେ, ଏହି ବିଷମ ପରିସ୍ଥିତିରେ ସୂଚନା ପ୍ରଦାନରେ ସହାୟତା କରୁଥିବା ସଂସ୍ଥା ପ୍ରିଣ୍ଟିଂ ପ୍ରେସ୍‌, ନ୍ୟୁଜ୍‌ ପେପର ଏଜେନ୍ସି, ସମସ୍ତ ଟିଭି ଚ୍ୟାନେଲ ଏବଂ ଏହାକୁ ସହାୟତା କରୁଥିବା ଟେଲି ରିପୋର୍ଟ, ଡିଟିଏଚ୍‌, ଏଫ୍‌ଏମ୍‌ ରେଡିଓ, କେବୁଲ ଅପରେଟର, କମ୍ୟୁନିଟିି ରେଡିଓ ଷ୍ଟେଶନ, ଡିଜିଟାଲ ସାଟେଲାଇଟ ନ୍ୟୁଜ୍‌ଗୁଡିକ ଯେପରି ନିର୍ଭୁଲ୍‌ ଖବର ପ୍ରସାରଣ କରିବେ ସେ ଦିଗରେ ପଦକ୍ଷେପ ନେବା ପାଇଁ କୁହାଯାଇଛି। କୌଣସି ପ୍ରକାର ଭୁଲ୍‌ ଓ ମନଗଢ଼ା ଖବର ଯେପରି ପ୍ରକାଶ ନ ହୁଏ ସେଥିପ୍ରତି ଦୃଷ୍ଟିଦେବା ପାଇଁ ରାଜ୍ୟ ସରକାରଙ୍କୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀମନ୍ଦିରରେ କାର୍ତ୍ତିକ ନୀତି ଆରମ୍ଭ: ରାଧାଦାମୋଦର ବେଶ ଦର୍ଶନ କଲେ ଶ୍ରଦ୍ଧାଳୁ

ପୁରୀ ଅଫିସ, ୯ା୧୦: ଆଶ୍ୱିନ ଶୁକ୍ଳପକ୍ଷ ଏକାଦଶୀ ତିଥି ଅର୍ଥାତ୍‌ ବୁଧବାରଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି କାର୍ତ୍ତିକ ନୀତି। ରତ୍ନସିଂହାସନରେ ରାଧାଦାମୋଦର ବେଶରେ ଦର୍ଶନ ଦେଇଛନ୍ତି...

ରଥଟଣା ଆରମ୍ଭ: ଗୁଣ୍ଡିଚା ମନ୍ଦିର ଅଭିମୁଖେ ବଡ ଠାକୁର ବଳଭଦ୍ରଙ୍କ ରଥ

ପୁରୀ ଅଫିସ, ୨୩।୬: ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଛେରା ପହଁରା ଶେଷ ହେବା ପରେ ଆରମ୍ଭ ହୋଇଛି ରଥଟଣା। ନିର୍ଦ୍ଧାରିତ ସମୟର ସମୟର ମାତ୍ର...

ବୁଲାଗୋରୁଙ୍କ କବ୍‌ଜାରେ କଟକ-ଚାନ୍ଦବାଲି ରାସ୍ତା

ଆଳି,୧୨ା୫(ଡି.ଏନ.ଏ.): କଟକ-ଚାନ୍ଦବାଲି ରାସ୍ତାର ବିଭିନ୍ନ ଛକ ଏବେ ବୁଲାଗୋରୁଙ୍କ କବ୍‌ଜାରେ। ଏହି ଛକ ସ୍ଥାନଗୁଡିକରେ ମାଳମାଳ ବୁଲାଗୋରୁଙ୍କ ଅବାଧ ଚଳପ୍ରଚଳ ଯୋଗୁ ଗାଡି ଚାଳକମାନେ ଅସୁବିଧାର...

କରୋନା ସଂକ୍ରମିତ କଂଗ୍ରେସ ନେତାଙ୍କ ପରଲୋକ

ଅହମଦାବାଦ,୨୭।୪: ମହାମାରୀ କରୋନା ଭାଇରସ କବଳରେ ପଡି ଗୁଜରାଟର ବରିଷ୍ଠ କଂଗ୍ରେସ ନେତା ବଦରୁଦ୍ଦିନ ଶେଖଙ୍କର ରବିବାର ରାତିରେ ମୃତ୍ୟୁ ହୋଇଛି। ଗତ ପ୍ରାୟ ୮...

୩୦ରେ ଆଉ ଏକ ଲଘୁଚାପ

ଭୁବନେଶ୍ୱର, ୨୮।୧୧(ବ୍ୟୁରୋ): ଆସନ୍ତା ୩୦ ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏପରିକି ଏହା ବାତ୍ୟାରେ...

ଏହି ସବୁ ଜିଲାରେ କୋହଳ ହେଲା କଟକଣା

ଭୁବନେଶ୍ୱର,୩୦।୫(ବ୍ୟୁରୋ): ପୁଣି ୧୬ ଦିନ ପାଇଁ ଲକ୍‌ଡାଉନ ବଢ଼ାଇଛନ୍ତି ରାଜ୍ୟ ସରକାର। ଜୁନ ୧ ତାରିଖରେ ଲକ୍‌ଡାଉନ ଶେଷ ହେବାର ଥିଲା। କିନ୍ତୁ କରୋନା ସଂକ୍ରମଣର...

୪୦ ତଳେ ଦୈନିକ ମୃତ୍ୟୁସଂଖ୍ୟା…

ନୂଆଦିଲ୍ଲୀ, ୨୮।୩ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ଦୈନିକ ସଂକ୍ରମଣ ୧ ହଜାର ୨୭୦ ରେ ପହଞ୍ଚିଛି। ସେହିପରି ଗତ ୨୪...

ସୃଷ୍ଟି ହେଲା ଲଘୁଚାପ, ଆରମ୍ଭରୁ ବର୍ଷିଲା

ଭୁବନେଶ୍ୱର, ୫ା୭(ବ୍ୟୁରୋ):ଦକ୍ଷିଣ ଝାଡ଼ଖଣ୍ଡ ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ସୋମବାର ଉତ୍ତର ଓଡ଼ିଶା ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ଝାଡ଼ଖଣ୍ଡ ଏବଂ ଗାଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟକା...

Advertisement
Archives

Model This Week