ଜଗତ୍ସିଂହପୁର ଅଫିସ,୧୫ା୧୨: ଜଗତ୍ସିଂହପୁର ଜିଲା ଏରସମା ବ୍ଲକ ଅନ୍ତର୍ଗତ ଗଡ଼ହରିଶପୁର ପଞ୍ଚାୟତ ନୋଳିଆସାହି ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀରେ ଶନିବାର ସୁନାମୀ ମକ୍ଡ୍ରିଲ୍ ଅନୁଷ୍ଠିତ ହୋଇଯାଇଛି। ଏହି ମକ୍ଡ୍ରିଲ୍ କିପରି ହେଉଛି ସେ ସମ୍ପର୍କରେ ଅବଗତ ହେବା ପାଇଁ ହାଇଦ୍ରାବାଦସ୍ଥିତ ଇଣ୍ଡିଆନ ନ୍ୟାଶନାଲ ସେଣ୍ଟର ଫର ଓସେନ୍ ଇନ୍ଫର୍ମମେଶନ୍ ସର୍ଭିସେସ୍ (ଆଇଏନ୍ସିଓଆଇଏସ୍)ର ପ୍ରତିନିଧି ଦଳ ଓ ୟୁନେସ୍କୋର ବିଦେଶୀ ପ୍ରତିନିଧି ଦଳ ନୋଳିଆ ସାହିର ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କରିଥିଲେ। ଏହି ଅବସରରେ ସେମାନେ ଗ୍ରାମବାସୀଙ୍କ ସହିତ ପାରସ୍ପରିକ ଆଲୋଚନା କରି ସୁନାମୀ ପୂର୍ବ ପ୍ରସ୍ତୁତି ସମ୍ପର୍କରେ ପଚାରି ବୁଝିଥିଲେ। ବିଶେଷକରି ସୁନାମୀର ଲକ୍ଷ୍ୟଣ, ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ ହେବା, ଏଥି ନିମନ୍ତେ ଗମନାଗମନର ସୁବିଧା, ବାତ୍ୟା ଆଶ୍ରୟସ୍ଥଳୀରେ ଥିବା ସାଇରନ୍, ସାଜ ସରଞ୍ଜାମ ଓ ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ଅବଗତ ହୋଇଥିଲେ।
କାର୍ଯ୍ୟକ୍ରମରେ ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଯୋଗଦେଇ କହିଥିଲେ, ଜଗତ୍ସିଂହପୁର ଏକ ସମୁଦ୍ର ଉପକୂଳବର୍ତ୍ତି ଜିଲା। ବାତ୍ୟା, ବନ୍ୟା ପ୍ରପିଡିତ ଅଞ୍ଚଳ। ତେଣୁ ଲୋକେ ସମ୍ଭାବ୍ୟ ପରିସ୍ଥିତିକୁ ମୁକାବିଲା କରିବା ପାଇଁ ମାନସିକ ଭାବେ ପ୍ରସ୍ତୁତ ହୋଇଥାନ୍ତି। ସୁନାମୀ ପୂର୍ବରୁ ସମୁଦ୍ରର ଗର୍ଜନ, ହଠାତ୍ ପାଣି ଶୁଖିଥିବା ଓ ପରେ ୨୦ରୁ ୩୦ ଫୁଟ ଉଚ୍ଚରେ ପାଣି ଉପକୂଳକୁ ମାଡି ଆସିବା ସମୁଦ୍ର କୂଳିଆ ଲୋକେ ଅଳ୍ପବହୁତେ ଜାଣିଛନ୍ତି। କିନ୍ତୁ ସବୁ ସମୟରେ ପ୍ରତ୍ୟେକ ସଚେତନ ହେବା ଜରୁରୀ। ଏହାର କିପରି ସଫଳତାର ସହ ମୁକାବିଲା କରି ଧନଜୀବନ ସୁରକ୍ଷା କରାଯାଇପାରିବ ସେ ଉପରେ ଜିଲା ପ୍ରଶାସନ, ସ୍ବେଚ୍ଛାସେବୀ ସଙ୍ଗଠନ, ଗୋଷ୍ଠୀଗତ ସହଯୋଗ, ଏନ୍ଡିଆର୍ଏଫ୍, ଓଡ୍ରାଫ, ଅଗ୍ନିଶମ ବାହିନୀ କର୍ମଚାରୀମାନେ ଗ୍ରାମବାସୀଙ୍କୁ ପୂର୍ବରୁ ସଚେତନ କରିଥାନ୍ତି। ରାଜ୍ୟ ସରକାର ପ୍ରାକୃତିକ ବିପର୍ଯ୍ୟୟ ବେଳେ ଜିରୋ କାଜୁଆଲିଟିଉପରେ ଗୁରୁତ୍ୱ ଦେଉଛନ୍ତି ବୋଲି ଜିଲାପାଳ ସୂଚନା ଦେଇଥିଲେ।
ପ୍ରତିନିଧି ମଣ୍ଡଳୀରେ ଇନ୍କୋଇସ୍ର ନିର୍ଦ୍ଦେଶକ ଡ. ସତ୍ୟେଶ ସି ସିନୋଇ, ବୈଜ୍ଞାନିକ ପି. କେ. ଶ୍ରୀବାସ୍ତବ, ଏନ୍ଡିଆର୍ଏଫ୍ ଯୁଗ୍ମ ଆଡ୍ଭାଇଜରର ଡ. ପବନ ସିଂହ, ବୈଜ୍ଞାନିକ ଇଂ. ପଟ୍ଭି ରାମାରାଓ, ଅଷ୍ଟ୍ରେଲିଆର ନିକୋଲାସ୍ କଷ୍ଟର, ଇଣ୍ଡୋନେସିଆର ମେଟେରୋଲୋଜି ବିଭାଗର ମିସେସ୍ ୱିନିଜା ମିସେସ୍ କିଆନ ପୂର୍ଣ୍ଣ ସିଙ୍କି, ମିସେସ୍ ଲିଟାନ୍ୟା ଅକ୍ଟୋନୋଭ୍ରିଲିନା, ଇନ୍କୋଇସ୍ର ନି. ଅଜୟ କୁମାର, ଏସ୍. ଭି. ସୁନନ୍ଦା, ୟୁନେସ୍କୋ ଅଫିସ ଜାକର୍ତ୍ତାର ଆର୍ଡିଟୋ ଏମ୍. କୋଡିଜାତ୍ ପ୍ରମୁଖ ଯୋଗଦେଇ ସୁନାମୀ ପ୍ରସ୍ତୁତ ଗାଁ ଗସ୍ତ କରିଥିଲେ। ଓସ୍ଡମା ଭୁବନେଶ୍ୱରର ସିଜିଏମ୍ ପ୍ରଦୀପ କୁମାର ନାୟକ, ଜିଏମ୍ ଭୋଳାନାଥ ମିଶ୍ର, ଷ୍ଟେଟ୍ ପ୍ରୋଜେକ୍ଟ ଅଫିସର ଶାନ୍ତନୁ କୁମାର ଠାକୁର ଏହି ପ୍ରତିନିଧି ଦଳରେ ସାମିଲ ଥିଲେ। ଜଗତ୍ସିଂହପୁର ଅତିରିକ୍ତ ଜିଲାପାଳ ସଚିଦାନନ୍ଦ ସାହୁ, ଡିଆର୍ଡିଏ ପ୍ରକଳ୍ପ ନିର୍ଦ୍ଦେଶକ ସରୋଜକାନ୍ତ ମହାନ୍ତି, ଜରୁରୀ ଅଧିକାରୀ କଲ୍ୟାଣ ସୌରଭ ଦାଶ, ଏରସମା ବିଡିଓ କୈଳାସ ଚନ୍ଦ୍ର ବେହେରା, ତହସିଲଦାର ଅଞ୍ଜଳି ତରାଇ, ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ, ଜରୁରୀ ବିଭାଗ ଜ୍ଞାନେନ୍ଦ୍ର କୁମାର ସାହୁ, ସରପଞ୍ଚ ଭିମସେନ ରାଉତ, ଅଗ୍ନିସମ ସେବା ଅଧିକାରୀ, ଓଡ୍ରାଫ, ଆପଦମିତ୍ର, ଜନସାଧାରଣମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଓଡିଶାର ଜଗତ୍ସିଂହପୁର ଜିଲାର ଗଡ଼ହରିଶପୁର, ନୋଳିଆ ସାହି ଓ ଗଞ୍ଜାମ ଜିଲାର ବକ୍ସିପାଲି ଗ୍ରାମକୁ (ଆଇସିଟିଆର୍) ଭାରତ ମହାସାଗର ସୁନାମୀ ପ୍ରସ୍ତୁତ ଗାଁ ଭାବେ ଇନ୍କୋଇସ୍ ପକ୍ଷରୁ ଘୋଷଣା କରାଯାଇଛି।
ଗଡ଼ହରିଶପୁର ନୋଳିଆ ସାହିରେ ସୁନାମୀ ମକ୍ଡ୍ରିଲ୍ : ମୁକାବିଲା ବିଷୟରେ ବୁଝିଲେ ୟୁନେସ୍କୋ ପ୍ରତିନିଧି ଦଳ
Posted inଜଗତ୍ସିଂହପୁର View All
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ
ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…
ଭୁବନେଶ୍ୱର ଫୁଲ ଦୋକାନ
ଫର୍ନସ ଏନ୍ ପେଟାଲ୍ସ ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ
କଳିଙ୍ଗ ଫିଟନେସ୍ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍ରେ ସବୁ ପ୍ରକାର…
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ
ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…
କଟକ ଦହିବରା ଆଳୁଦମ
ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ
ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…
ଶ୍ରେଷ୍ଠ ପାଞ୍ଚ ପୁରୀର ମଠ
ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…
ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ
ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…
Archives

