ଗଞ୍ଜାମ ଶିତଳାପଲିରେ କାର୍ଯ୍ୟକ୍ଷମ ହେଲା କୋଭିଡ-୧୯ ହସ୍ପିଟାଲ: ୨୦୦ ଶଯ୍ୟା,୧୫ ଆଇସିୟୁ ବେଡ୍‌

ଛତ୍ରପୁର, ୧୦।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶିତଳାପଲିଠାରେ ଥିବା ଟାଟା ଷ୍ଟିଲ ମେଡିକାଲ, ହସ୍ପିଟାଲକୁ ଟାଟା ଗ୍ରୁପ ସହାୟତାରେ ଓଡିଶା ସରକାରଙ୍କ ପକ୍ଷରୁ କୋଭିଡ ହସ୍ପିଟାଲ କରାଯାଇଛି। ଶୁକ୍ରବାରଠାରୁ ଏହା କାର୍ଯ୍ୟକ୍ଷମ ହୋଇଛି। ଏଠାରେ ୨୦୦ ଶଯ୍ୟା ରହିଥିବା ବେଳେ ୧୫ଟି ଆଇସିୟୁ ବେଡ୍‌ (ଭେଣ୍ଟିଲେଟର ସହିତ)ର ସୁବିଧା ରହିଛି। ଆସନ୍ତା ୧୦ ଦିନ ମଧ୍ୟରେ ଆଉ ୫ଟି ଆଇସିୟୁ ବେଡ୍‌ କାର୍ଯ୍ୟକ୍ଷମ ହେବ ବୋଲି ଏକ ଖବରଦାତା ସମ୍ମିଳନୀରେ ଗଞ୍ଜାମ ଜ଼ିଲାପାଳ ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି। ଏମ୍‌କେସିଜିର ଡାକ୍ତର, ନର୍ସ ଓ ଟେକ୍ନିକାଲ ଷ୍ଟାଫ୍‌ ଏହି କୋଭିଡ ହସ୍ପିଟାଲରେ ରୋଗୀ ସେବା କରିବେ। ସେମାନଙ୍କର ରହିବା ବ୍ୟବସ୍ଥା ଉକ୍ତ ହସ୍ପିଟାଲ କ୍ୟାମ୍ପସରେ କରାଯାଇଛି। ଡାକ୍ତର ଉମା ଶଙ୍କର ମିଶ୍ର ଉକ୍ତ କୋଭିଡ ହସ୍ପିଟାଲର ମେଡିକାଲ ଅଫିସର ଇନ୍‌ଚାର୍ଜ ଥିବାବେଳେ ବିଡିଏ ସେକ୍ରେଟାରୀ ସମ୍ବିତ ରାଉତ ପ୍ରଶାସନିକ ଅଧିକାରୀ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୦ ପ୍ରତିଶତ କମିଲା

ନୂଆଦିଲ୍ଲୀ, ୬।୧୦: ଦେଶରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦେଶରେ ୬୧ ହଜାର ୨୬୭ ଜଣ ନୂଆ ଆକ୍ରାନ୍ତ...

ଅଙ୍ଗନଓ୍ବାଡି କେନ୍ଦ୍ର ପରିଦର୍ଶନ କଲେ ମନ୍ତ୍ରୀ: ଭିତ୍ତିଭୂମି ବିକାଶକୁ ଗୁରୁତ୍ୱ

ସାକ୍ଷୀଗୋପାଳ,୧୧।୧୧(ଡି.ଏନ୍‌.ଏ): ରାଜ୍ୟ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଟୁକୁନି ସାହୁ ସୋମବାର ପୁରୀ ଜିଲା ସତ୍ୟବାଦୀ ବ୍ଲକ ଅଙ୍ଗନଓ୍ବାଡି କେନ୍ଦ୍ର ପରିଦର୍ଶନ କରିଛନ୍ତି। ମହିଳା...

ଆଲବମ୍‌ ଅଭିନେତ୍ରୀ କରାଇଦେବାକୁ କହି ବଳାତ୍କାର

ଭୁବନେଶ୍ୱର,୫।୩(ବ୍ୟୁରୋ): ଆଲବମ ଅଭିନେତ୍ରୀ କରାଇଦେବାକୁ କହି ଜଣେ ଯୁବତୀଙ୍କୁ ବଳାତ୍କାର କରାଯାଇଛି। ଏନେଇ ପୀଡିତା ଓ ତାଙ୍କ ପରିବାର ଲୋକେ ଭରତପୁର ଥାନାରେ ଲିଖିତ ଅଭିଯୋଗ...

କାର୍‌ ଧକ୍କାରେ ବୃଦ୍ଧାଙ୍କ ମୃତ୍ୟୁ ପ୍ରତିବାଦରେ ରାସ୍ତାରୋକୋ

ଚିତ୍ରଡା,୨୪ା୧(ଡି.ଏନ୍‌.ଏ.)- କାର୍‌ ଧକ୍କାରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ପ୍ରତିବାଦରେ ମୟୂରଭଞ୍ଜ ଜିଲା ସଦର ଥାନା ଅନ୍ତର୍ଗତ ବାଘୁଆଶୋଳ ଛକରେ ଗୁରୁବାର ରାସ୍ତାରୋକୋ କରାଯାଇଥିଲା। ବାଘୁଆଶୋଳ ଏବଂ...

ଲକ୍‌ଡାଉନ୍‌ : ହିତାଧିକାରୀଙ୍କ ଘରେ ଭତ୍ତା ପ୍ରଦାନକଲା ବ୍ଲକ ପ୍ରଶାସନ

ପାପଡ଼ାହାଣ୍ଡି,୮ା୪(ଡି.ଏନ୍‌.ଏ.) : କରୋନା ଭୂତାଣୁ ଯୋଗୁ ଚାରିଆଡ଼େ ଲକ୍‌ଡାଉନ୍‌। ଗାଁଠୁ ସହର ଯାଏ ସମସ୍ତେ ଘରେ। ଗାଁରେ କଟକଣା ଯୋଗୁ ଲୋକେ ବାହାରକୁ ବାହାରି ପାରୁନାହାନ୍ତି।...

ଟ୍ରକ ଡ୍ରାଇଭରଙ୍କୁ ଲହୁଲୁହାଣ କରି ପୋଲିସ କର୍ମଚାରୀ ନିଲମ୍ବିତ

ରାଜନଗର,୩ା୫(ଡି.ଏନ୍‌.ଏ.) : ଭଦ୍ରକର ଏକ ରାଇସ୍‌ମିଲକୁ ଧାନ ବୋଝେଇ କରି ଯାଉଥିବା ଟ୍ରକ ଡ୍ରାଇଭର ସାଣ୍ଟୁ ଜେନାଙ୍କୁ ପୋଲିସ ଅମାନୁଷିକ ଭାବରେ ମାଡ଼ ମାରି ଲହୁଲୁହାଣ...

ପ୍ରକଳ୍ପ ହେଲା, ଜଳଯୋଗାଣ ହେଉନି

ଲାଠୋର, ୨୭ା୨(ଡି.ଏନ.ଏ.):ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଳକ କରୁଆଝର ପଞ୍ଚାୟତ ଅଧୀନ ସାନଗୁର୍ଜିଭଟା ପାଲିପଡ଼ାରେ ସ୍ବଚ୍ଛ ପାନୀୟ ଜଳ ଯୋଗାଣ ପାଇଁ ଏକ ଜଳ ପ୍ରକଳ୍ପ ନିର୍ମାଣ...

ସ୍କୁଲରେ ରନ୍ଧାଖାଦ୍ୟ ଦେବ ଏସ୍‌ଏଚ୍‌ଜି

ଜୟପୁର,୮ା୧(ଡି.ଏନ୍‌.ଏ.)- ଏସ୍‌ଏଚ୍‌ଜି ପ୍ରସ୍ତୁତ କରିବେ ସ୍କୁଲ ମଧ୍ୟାହ୍ନଭୋଜନ। କୋରାପୁଟ ଜିଲା ଜୟପୁର ବ୍ଲକର ୬୫ ଓ ପୌରସଂସ୍ଥାର ୨୦ଟି ବିଦ୍ୟାଳୟରେ ସେମାନେ ମଧ୍ୟାହ୍ନଭୋଜନ ଦେବା ପାଇଁ...

Advertisement
Archives

Model This Week