ଗଞ୍ଜାମ ଏସ୍‌ପିଙ୍କ ଖବରଦାତା ସମ୍ମିଳନୀ, ଭାଜପା ସମର୍ଥକଙ୍କୁ ହତ୍ୟା ଘଟଣାର ଚାଲିଛି ତଦନ୍ତ

ଛତ୍ରପୁର,୨୦ା୪(ଡି.ଏନ.ଏ.)-ଗଞ୍ଜାମ ପୋଲିସ ଜିଲା ଅଞ୍ଚଳରେ ସାଧାରଣ ନିର୍ବାଚନ ବେଳେ ଘଟିଥିବା ଅପରାଧ ନେଇ ଅଭିଯୁକ୍ତଙ୍କ ବିରୋଧରେ ଗ୍ରହଣ କରାଯାଇଥିବା କାର୍ଯ୍ୟାନଷ୍ଠାନ ସମ୍ପର୍କରେ ଶୁକ୍ରବାର ଛତ୍ରପୁରରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଏସ୍‌ପି ବ୍ରିଜେଶ କୁମାର ରଏ ସୂଚନା ଦେଇଛନ୍ତି। ସୋରଡା ଥାନା ଲାଠିପଡା ପଞ୍ଚାୟତ କଦଳିଝୋଳା ଗାଁର ଭାଜପା ସମର୍ଥକ ସନ୍ତୋଷ କୁମାର ପତିଙ୍କୁ ବୁଧବାର ରାତିରେ ଠେଙ୍ଗାରେ  ପିଟି ହତ୍ୟା କରାଯାଇଥିଲା ା ଏହି ଘଟଣାରେ ୩ ଅଭିଯୁକ୍ତ କୁମର ନାୟକ, ଜିତୁ ନାୟକ ଓ ଗୋଲା ନାୟକଙ୍କୁ ଗିରଫ କରାଯାଇଛି। ଅନ୍ୟ ଜଣେ ଅଭିଯୁକ୍ତ ଟୁବୁଲୁ ନାୟକ ଫେରାର ଅଛନ୍ତି। ଏମାନଙ୍କ ବ୍ୟତୀତ ଏତଲାରେ ଦର୍ଶାଯାଇଥିବା ଅନ୍ୟମାନେ ହତ୍ୟା ଘଟଣାରେ ସମ୍ପୃକ୍ତ ଅଛନ୍ତି କି ନାହିଁ ତଦନ୍ତ ଚାଲିଛି। ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଏସପି ସୂଚନା  ଦେଇଛନ୍ତି। ବୁଧବାର ରାତିରେ ରାଜଜୈତିକ ଦଳର ପୋଷ୍ଟର ଚିରାକୁ ନେଇ ସନ୍ତୋଷଙ୍କୁ ଠେଙ୍ଗାରେ ପିଟି ହତ୍ୟା କରାଯାଇଥିଲା। ତାଙ୍କ ବାପା ଗଣେଶଙ୍କ ଏତଲାକୁ ଭିତ୍ତିକରି ସୋରାଡା ଥାନାରେ ନଂ.୫୬/୧୯ରେ ମାମଲା ରୁଜୁ ହୋଇଥିଲା।

ପୀତାମ୍ବରଙ୍କ ନାଁରେ ୫ ମାମଲା: ହିଞ୍ଜିଳି ବିଧାନସଭା ଆସନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଭାଜପା ପ୍ରାର୍ଥୀ ପୀତାମ୍ବର ଆଚାର୍ଯ୍ୟଙ୍କ ନାଁରେ ବିଭିନ୍ନ ଥାନାରେ ୫ଟି ମାମଲା ରୁଜୁ ହୋଇଥିବା ଏସପି ସୂଚନା ଦେଇଛନ୍ତି। ସେଥିମଧ୍ୟରେ ଶେରଗଡ ଥାନାରେ ୨ଟି, ଧରାକୋଟ, ଆସିକା ଓ ହିଞ୍ଜିଳି ଥାନାରେ ଗୋଟିଏ ଲେଖାଏଁ ମାମଲା ରହିଛି ା

ବୋମା ବିସ୍ଫୋରଣରେ ମୃତ୍ୟୁ: ରୁଜୁ ହୋଇଛି ହତ୍ୟା ମାମଲା-ଭଞ୍ଜନଗର ଥାନା ଅଗଝୋଳର ସଦାଶିବ ପ୍ରଧାନଙ୍କର ବୁଧବାର ରାତିରେ ବୋମା ବିସ୍ଫୋରଣରେ ମୃତ୍ୟୁ ହୋଇଥିଲା ା ଏ ନେଇ ଭଞ୍ଜନଗର ଥାନା ପୋଲିସ ଏକ ହତ୍ୟା ମାମଲା (ନଂ.୧୨୬/୧୯) ରୁଜୁ କରଛି। ତେବେ ସଦାଶିବଙ୍କ ପକେଟ୍‌ରେ ବୋମା ଥିଲା ଏବଂ ଏହା ବିସ୍ଫୋରଣ ହେବାରୁ ତାଙ୍କର ମୃତ୍ୟୁ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ତଥାପି ହତ୍ୟା ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଛି ।

ଯଦି ଏଥିରେ କେହି ସମ୍ପୃକ୍ତ ଥିବେ ସେମାନଙ୍କୁ ଗିରଫ କରାଯିବ ବୋଲି ଏସପି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଇକ-ସ୍କୁଟି ମୁହାଁମୁହିଁ

ମୋହନା,୧୫ା୧୧(ମନ୍ମଥ ମିଶ୍ର): ମୋହନା ଓ ଅଡ଼ବା ଥାନା ଅଞ୍ଚଳରେ ଶନିବାର ପୃଥକ ପୃଥକ ବାଇକ ଦୁର୍ଘଟଣା ଘଟି ୫ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩...

ଜଗନ୍ନାଥ ମନ୍ଦିରରୁ ଚୋରି ଘଟଣା: ବାଳ ସୁଧାର ଗୃହ ଗଲେ ନାବାଳକ

ଦିଗପହଣ୍ଡି,୧୫ା୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ରାଜବାଟି ପରିସରରେ ଥିବା ଶ୍ରୀ ଜଗନ୍ନାଥ ମନ୍ଦିରରୁ ଚୋରି ମାମଲାରେ ଦିଗପହଣ୍ଡି ପୋଲିସ ଜଣେ ନାବାଳକଙ୍କୁ ଶନିବାର...

ନିର୍ମାଣାଧୀନ କୋର୍ଟ ବୁଲି ଦେଖିଲେ ଗଞ୍ଜାମ ଜିଲା ଜଜ୍‌

ଦିଗପହଣ୍ଡି,୧୫ା୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦୌରା ଜଜ୍‌ ଅଶାନ୍ତ କୁମାର ଦାସ ଶନିବାର ଅପରାହ୍ନରେ ଦିଗପହଣ୍ଡି-ପୁଡ଼ାମାରୀ ରାସ୍ତାରେ ନିର୍ମାଣାଧୀନ ଦିଗପହଣ୍ଡି କୋର୍ଟ କୋଠା ପରିଦର୍ଶନ...

ମହିଳାଙ୍କୁ ଅସଦାଚରଣ କରିବା ପଡ଼ିଲା ମହଙ୍ଗା, ଅଭିଯୁକ୍ତଙ୍କୁ ଗିରଫ କରି ପୋଲିସ…

ଦିଗପହଣ୍ଡି,୧୫ା୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କୁକୁଡ଼ାଖଣ୍ଡି ବ୍ଲକ ଦିଗପହଣ୍ଡି ଥାନା ଅନନ୍ତେଇ ଗ୍ରାମର ଜଣେ ମହିଳାଙ୍କୁ ଅସଦାଚରଣ ଓ ଆକ୍ରମଣ ମାମଲାରେ ପୋଲିସ ଅଭିଯୁକ୍ତଙ୍କୁ...

ଚାଷଜମିରେ ପଶୁଛି ମେଗା ପାନୀୟ ଜଳ ପ୍ରକଳ୍ପର ମଇଳା ପାଣି, ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବାକୁ ବିଧାୟକଙ୍କ ପରାମର୍ଶ

ଗଞ୍ଜାମ,୧୫ା୧୧(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ମଲାଡ଼ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଥିବା ମେଗା ପାନୀୟ ଜଳ ପ୍ରକଳ୍ପ ରହିଛି। ଏହି ପ୍ରକଳ୍ପ ଦ୍ୱାରା ଗଞ୍ଜାମ...

ଶିଶୁଙ୍କ ଅନ୍ତର୍ନିହିତ ଗୁଣାବଳୀର ବିକାଶ ନେଇ ସଚେତନ କରାଇଲା ଶିକ୍ଷକ ସଂଘ

ଭଞ୍ଜନଗର,୧୫ା୧୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଦୀନବନ୍ଧୁ ବେହେରା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଶନିବାର ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା...

ରାଗିଗଲେ ପଡ଼ୋଶୀ, ବ୍ଲେଡ୍‌ରେ କଲେ ଆକ୍ରମଣ, ଆଉ ତା’ ପରେ…

ହିଞ୍ଜିଳିକାଟୁ,୧୫ା୧୧(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା କୋଳିଦାସପୁର ଗ୍ରାମରେ ୨ ପଡ଼ୋଶୀଙ୍କ ମଧ୍ୟରେ ଗଣ୍ଡଗୋଳ ଘଟି ଜଣେ ଅନ୍ୟ ଜଣଙ୍କୁ ବ୍ଲେଡରେ ଆକ୍ରମଣ କରିଛନ୍ତି।...

ଯୁବତୀଙ୍କୁ ମାଡ଼ମାରି ଗହଣା ଲୁଟି ନେଲେ

ଖଲ୍ଲିକୋଟ,୧୫ା୧୧(ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ଥାନା ଅନ୍ତର୍ଗତ ପାଳଧୁଆପଲ୍ଲୀ ନିମ୍ବେଶ୍ୱର ଶିବ ମନ୍ଦିର ନିକଟରେ ଜଣେ ଯୁବତୀଙ୍କୁ ମାଡ଼ମାରି ତାଙ୍କ କାନରୁ ଦୁର୍ବୃତ୍ତ ସୁନାଗହଣା ଲୁଟି...

Advertisement
Dharitri Youth Conclave 2025

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri