ଗଞ୍ଜାମ ଏନ୍‌ଏସି: ନିଷ୍କାସନ ହୋଇପାରୁନି ବର୍ଷାଜଳ

ଗଞ୍ଜାମ,୧୨ା୫(ଡି.ଏନ.ଏ.)- ଫନୀ ପ୍ରଭାବରେ ଗଞ୍ଜାମ ଅଞ୍ଚଳରେ ଦୁଇଦିନ ଧରି ଲଗାଣ ବର୍ଷା ହୋଇଥିଲା। ଉକ୍ତ ବର୍ଷା ପାଣି ସହରର ବିଭିନ୍ନ ସ୍ଥାନରେ ଜମି ରହିଛି। ଏନ୍‌ଏସି ଅନ୍ତର୍ଗତ ପୁଇଁତୋଳା ଗ୍ରାମ ବାରିକି ସାହି ନିକଟରେ ଏକ ଖୋଲା ପଡ଼ିଆରେ ବର୍ଷା ପାଣି ନିଷ୍କାସନ ହୋଇ ନ ପାରି ଜମି ରହିବାରୁ ଉକ୍ତ ପାଣି ପଚି ଦୁର୍ଗନ୍ଧ ହେଉଛି। ଫଳରେ ସ୍ଥାନୀୟ ଅଞ୍ଚଳରେ ଘୋର ଅସନ୍ତୋଷ ଦେଖାଦେଇଛି। ସାହିବାସୀ ଏ ନେଇ ଏନ୍‌ଏସି ପ୍ରଶାସନକୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ପୂର୍ବତନ ଏମ୍‌ପି ପ୍ରତିନିଧି ସୁଦାମ ଚରଣ ପଲାଇ ଗଣମାଧ୍ୟମକୁ କହିଛନ୍ତି। ଏଥିସହ ସାମନ୍ତରା ସାହି, ଚୌଧୁରୀ ସାହି, ସହରର ମୁଖ୍ୟ ନାଳ ଭଳି ସ୍ଥାନଗୁଡ଼ିକରେ ବର୍ଷାଜଳ ଜମି ରହିଥିବା ଦେଖିବାକୁ ମିଳିଛି। ଏ ନେଇ ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ସୁନୀଲ କୁମାର ଟୁଡୁଙ୍କୁ ପଚାରିବାରୁ ଅଭିଯୋଗ ସ୍ବୀକାର କରିବା ସହ ଜମି ରହିଥିବା ବିଭିନ୍ନ ସ୍ଥାନ ଅନୁଧ୍ୟାନ କରି ଯୁଦ୍ଧକାଳୀନ ଭିତ୍ତିରେ ନିଷ୍କାସିତ କରିବା ପାଇଁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚମକିଲେ ଗଞ୍ଜାମ ଝିଅ ମନସ୍ବିନୀ

ଗଞ୍ଜାମ,୧୭ା୫(ଡି.ଏନ.ଏ.):ଗଞ୍ଜାମର ସୁନାଝିଅ ମନସ୍ବିନୀ ମହାରଣା। ଦୁଃସାହସିକ ସାମୁଦ୍ରିକ କ୍ରୀଡ଼ା ଏସୀୟ ଉଇଣ୍ଡ ସର୍ଫିଙ୍ଗ ଚାମ୍ପିୟନଶିପରେ ସେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ମନସ୍ବିନୀ ଭାରତୀୟ ଆର୍‌ଏସ୍‌-ଏକ୍ସ...

କ୍ଷତି ସହୁଛନ୍ତି ସ୍ବୟଂ ସହାୟକ ଗୋଷ୍ଠୀ

ବ୍ରହ୍ମପୁର ଅଫିସ,୧୯ ।୬: ବ୍ରହ୍ମପୁର ମହାନଗର ନିଗମ (ବିଏମସି) ପକ୍ଷରୁ ୫୦ ଲକ୍ଷ ଟଙ୍କା ବ୍ୟୟରେ ମିନାକ୍ଷୀ ନଗରଠାରେ ମିଶନ ଶକ୍ତି ମଲ ନିର୍ମାଣ କରାଯାଇଛି। ଯେଉଁଠାର...

ବିଦ୍ୟାଳୟରେ ବାଘ ଆତଙ୍କ, ତଦନ୍ତ ଆରମ୍ଭ

ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗାଁ, ୧୦।୭(ଡି.ଏନ.ଏ.)-ଦାରିଙ୍ଗବାଡ଼ି ବ୍ଲକ ଝିଞ୍ଜିରିଗୁଡା ପଞ୍ଚାୟତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ହଷ୍ଟେଲ ପରିସରରେ ବାଘ ଆତଙ୍କ ଦେଖାଯାଇଛି। ଶୁକ୍ରବାର ଭୋରରେ ବିଦ୍ୟାଳୟର କୁକ୍‌ କମ୍‌...

ଯୌତୁକ ନିର୍ଯାତନା ଅଭିଯୋଗ, ସ୍ବାମୀ ଗିରଫ

ଛତ୍ରପୁର,୨୧ା୧୦(ଡି.ଏନ.ଏ.)-ଯୌତୁକ ନିର୍ଯାତନା ଅଭିଯୋଗରେ ସ୍ବାମୀଙ୍କୁ ରବିବାର ଛତ୍ରପୁର ପୋଲିସ ଗିରଫ କରିଛି। ସେ ହେଲେ ଚିକିଲଖଣ୍ଡି ଗଁା ରବି ରଞ୍ଜନ ଗୌଡ। ଗଞ୍ଜାମ ଓଡିଆ ଢାମଣା...

ବିଜୁ ପଟ୍ଟନାୟକ ସ୍ମାରକୀ କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଘାଟିତ

ବ୍ରହ୍ମପୁର ଅଫିସ୍‌,୧୦ା୬-ଖଲ୍ଲିକୋଟ କଲେଜ ଷ୍ଟାଡିୟମ୍‌ରେ ରବିବାର ନବମ ବିଜୁ ପଟ୍ଟନାୟକ ସ୍ମାରକୀ କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି। ଆସନ୍ତା ୧୩ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି...

ସାଇକେଲରେ ଚେନ୍ନାଇରୁ ବୁଗୁଡ଼ା ଫେରିଲେ ୫ ଯୁବକ

ବୁଗୁଡ଼ା,୧୬ା୫(ଡି.ଏନ.ଏ.)- ବୁଗୁଡା ଅଞ୍ଚଳର ୫ଜଣ ଯୁବକ ଚେନ୍ନାଇରୁ ପ୍ରାୟ ୧୨ଶହ କିମି ସାଇକେଲିଂ କରି ଆସି ଶୁକ୍ରବାର ସନ୍ଧ୍ୟାରେ ବୁଗୁଡ଼ାରେ ପହଞ୍ଚତ୍ଛନ୍ତି। ଉକ୍ତ ୫ ଜଣ...

ସମୁଦ୍ରରେ ଆଉ ନାହାନ୍ତି ମତ୍ସ୍ୟଜୀବୀ, ଅସୁରକ୍ଷିତ ସ୍ଥାନ ଚି଼ହ୍ନଟ: ଗଞ୍ଜାମ ଜିଲାପାଳ

ଛତ୍ରପୁର,୧୦।୫(ଡି.ଏନ୍‌.ଏ.): ବାତ୍ୟା ଅସାନି ଲାଗି ସମୁଦ୍ର ଅଶାନ୍ତ ହେଉଛି। ଏ ନେଇ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ବାରଣ କରାଯାଇଛି। ସମୁଦ୍ରରେ କେହି ମତ୍ସ୍ୟଜୀବୀ ନ ଥିବା ଗଞ୍ଜାମ...

୪ କୁଇଣ୍ଟାଲ ମାଧବୀ ଚେର ସହ ଗାଡ଼ି ଜବତ, ମାଲିକ ଗିରଫ

ବୁଗୁଡ଼ା,୧୦ା୧୧(ଡି.ଏନ.ଏ.)- ବୁଗୁଡ଼ା ବନାଞ୍ଚଳ ଠଣାପଲ୍ଲୀ-ଗୋଳାବନ୍ଧ ରାସ୍ତାରେ ଶନିବାର ରାତ୍ର ପ୍ରାୟ ୧୦ଟାରେ ବୁଗୁଡ଼ା ବନ ବିଭାଗ ଦ୍ୱାରା ଚଢାଉ କରାଯାଇ ୧୨ ବସ୍ତା (୪ କୁଇଣ୍ଟାଲ)...

Advertisement
Archives

Model This Week