ଗଞ୍ଜାମର ୫୪୮୧ ହୋମ୍‌ କ୍ୱାରାଣ୍ଟାଇନ୍‌ରେ, ୭.୮୧ ଲକ୍ଷ ଘରେ ସ୍ବାସ୍ଥ୍ୟ ସମ୍ପର୍କିତ ଯାଞ୍ଚ

ଛତ୍ରପୁର,୧୭ା୪(ଡି.ଏନ୍‌.ଏ.) : କରୋନା ଭୂତାଣୁ ପ୍ରତିହତ ଲାଗି ଗଞ୍ଜାମ ଜିଲାକୁ ବିଦେଶ ଓ ଅନ୍ୟ ରାଜ୍ୟ ଫେରନ୍ତାଙ୍କୁ ହୋମ୍‌ କ୍ୱାରାଣ୍ଟାଇନରେ ରଖାଯାଇଥିଲା। ଅପରପକ୍ଷରେ ଗଞ୍ଜାମ ଜିଲାକୁ ଫେରିଥିବା ସମସ୍ତ ବିଦେଶ ଫେରନ୍ତାଙ୍କ ହୋମ୍‌ କ୍ୱାରାଣ୍ଟାଇନ ଅବଧି ସରିଛି। ତେବେ ଅବଧି ସରିଲା ପରେ ମଧ୍ୟ ଘରେ ରହିବାକୁ ଜିଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି। ବର୍ତ୍ତମାନ ୫୪୮୧ ଜଣ କ୍ୱାରାଣ୍ଟାଇନ୍‌ରେ ଅଛନ୍ତି। ସେଥିମଧ୍ୟରୁ ୫୦୬୦ ଜଣ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ଥିବାବେଳେ ୪୨୧ଜଣ ଆଇସୋଲଶନ ସେଣ୍ଟରରେ ଅଛନ୍ତି। ବର୍ତ୍ତମାନ ସୁଦ୍ଧା ୬୬୧ଜଣ କରୋନା ସନ୍ଦିଗ୍ଧଙ୍କ ସ୍ବାବ୍‌ ପରୀକ୍ଷା କରାଯାଇଥିଲା। ତେବେ କାହା ପାଖରେ ପଜିଟିଭ୍‌ ମିଳିନାହିଁ। ଜିଲାର ୭ଲକ୍ଷ ୮୧ ହଜାର ୪୮୪ ଘରକୁ ଯାଇ ୩୩ ଲକ୍ଷ ୧୦ ହଜାର ୩୮୨ ଜଣଙ୍କ ସ୍ବାସ୍ଥ୍ୟ ସମ୍ପର୍କିତ ସର୍ଭେ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଂଶୁଘାତରେ ଜଣେ ମୃତ

ଢେଙ୍କିକୋଟ, ୬।୬(ସ୍ବ.ପ୍ର./ଡି.ଏନ.ଏ.)-କେନ୍ଦୁଝର ଜିଲା ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ମୁକ୍ତାପୁର ପଞ୍ଚାୟତ ମୁଦ୍ରାବେଡା ଗ୍ରାମରେ ବୁଧବାର ମଧ୍ୟାହ୍ନରେ ଅଂଶୁଘାତରେ ସୁପେଇ ମୁଣ୍ଡା (୪୭)ନାମକ ଜଣେ ବ୍ୟକ୍ତି ପ୍ରାଣ...

ସୂର୍ଯ୍ୟମନ୍ଦିର ବୁଲି ଦେଖିଲେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ: କହିଲେ ‘ଆଇକନିକ୍‌ ସିଟି ତାଲିକାରେ ସାମିଲ ହେବ ପୁରୀ-କୋଣାର୍କ’

କୋଣାର୍କ,୨୪।୧(ଡି.ଏନ୍‌.ଏ.): କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂହ ଶୁକ୍ରବାର କୋଣାର୍କ ମନ୍ଦିର ପରିଦର୍ଶନ କରିଛନ୍ତି। ଭୁବନେଶ୍ୱରରୁ ସିଧା କୋଣାର୍କ ଯାଇ ମନ୍ତ୍ରୀ ସୂର୍ଯ୍ୟମନ୍ଦିର ଦର୍ଶନ କରିଛନ୍ତି।...

ଆଶ୍ରୟସ୍ଥଳରେ ଦାଦନ ଶ୍ରମିକଙ୍କ ସ୍ଥିତି ପରଖିଲେ ଜିଲାପାଳ

ରାୟଗଡା ଅଫିସ,୪।୪: ଜିଲାପାଳ ପ୍ରମୋଦ କୁମାର ବେହେରା ଶନିବାର ରାୟଗଡ଼ା ଜିଲା କୋଲନରା ବ୍ଲକ ଅନ୍ତର୍ଗତ କୈଳାସପୁର ଗ୍ରାମରେ ଥିବା ଆଶ୍ରୟସ୍ଥଳରେ ଦାଦନ ଶ୍ରମିକଙ୍କ ସ୍ଥିତି...

ଜଗା, କାଳିଆଙ୍କୁ ଭେଟିଲେ ମନ୍ତ୍ରୀ ଅଶୋକ ପଣ୍ଡା

କଟକ ଅଫିସ,୨୫-୯: ଏସ୍‌ସିବି ମେଡିକାଲରେ ଚିକିତ୍ସିତ ହେଉଥିବା କନ୍ଧମାଳ ଜିଲାର ଜଗା, କାଳିଆଙ୍କୁ ମଙ୍ଗଳବାର ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା, ସାମାଜିକ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ...

୩୧ କେନ୍ଦ୍ର ସମ୍ବେଦନଶୀଳ

ଅନୁଗୋଳ ଅଫିସ, ୮।୨ – ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଆସନ୍ତା ଫେବୃୟାରୀ ୧୯ରୁ ଆରମ୍ଭ ହୋଇ ମାର୍ଚ୍ଚ ୨ ତାରିଖରେ...

CORONAVIRUS UPDATE: ରାଜ୍ୟରେ ସୁସ୍ଥ ହେଲେ ଆଉ ୧୫ ଆକ୍ରାନ୍ତ, ମୋଟ ଆରୋଗ୍ୟ ସଂଖ୍ୟା ୧୫୮ ଛୁଇଁଲା

ଭୁବନେଶ୍ୱର,୧୪।୫(ବ୍ୟୁରୋ): ରାଜ୍ୟରେ ଆଉ ୧୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସମସ୍ତେ ଯାଜପୁର ଜିଲାର। ଏହାକୁ ମିଶାଇ ଏଯାବତ ରାଜ୍ୟରେ ୧୫୮ ଜଣ ଆକ୍ରାନ୍ତ ସୁସ୍ଥ...

ପାପଡ଼ାହାଣ୍ଡି ବ୍ଲକ ସଦର ମହକୁମାକୁ କରାଗଲା ସାନିଟାଇଜ୍‌

ପାପଡାହାଣ୍ଡି,୯।୪(ଡି.ଏନ୍‌.ଏ.): କରୋନା ଭୁତାଣୁ ସଂକ୍ରମଣ ରୋକିବା ପାଇଁ ଗୁରୁବାର ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ସଦର ମହକୁମାକୁ ସାନିଟାଇଜ କରାଯାଇଛି। ଓୟୁଯେ ସଂଘ , ସ୍ବାସ୍ଥ୍ୟ,...

ଜିଲା ପ୍ରକଳ୍ପ ନିର୍ଦ୍ଦେଶକଙ୍କ କୃଷ୍ଣପ୍ରସାଦ ଗସ୍ତ

କୃଷ୍ଣପ୍ରସାଦ,୧୧ା୬(ଡି.ଏନ୍‌.ଏ.)-ପୁରୀ ଜିଲା ଅନ୍ତର୍ଗତ କୃଷ୍ଣପ୍ରସାଦ ବ୍ଲକକୁ ସୋମବାର ଜିଲା ପ୍ରକଳ୍ପ ନିର୍ଦ୍ଦେଶକ ନୃସିଂହ ଚରଣ ସ୍ବାଇଁ ଗସ୍ତ କରିଛନ୍ତି ା କୃଷ୍ଣପ୍ରସାଦ ବିଡିଓ ଅଭିମନ୍ୟୁ ମାଝି,...

Coronavirus Update

Archives

Model This Week

Why Dharitri