ଗଛ ଉପରେ ସେଲ୍ଫ କ୍ୱାରାଣ୍ଟାଇନ୍‌ରେ ରହିଲେ ବାହାର ରାଜ୍ୟରୁ ଫେରିଥିବା ଶ୍ରମିକ

ପୁରୁଲିଆ,୨୮।୩: ସମସ୍ତଙ୍କୁ ଡରାଉଛି କରୋନା ଭାଇରସର ସଂକ୍ରମଣ। ତେବେ ବିଦେଶରୁ ଫେରିଥିବା ଲୋକେ କ୍ୱାରାଣ୍ଟାଇନ୍‌ରେ ରହିବାକୁ ସରକାର ପରାମର୍ଶ ଦେଇଛନ୍ତି। ଏମିତି କରାଗଲେ ସଂକ୍ରମଣକୁ ରୋକାଯାଇ ପାରିବ ବୋଲି କୁହାଯାଇଛି। ଏବେ ପଶ୍ଚିମବଙ୍ଗ ପୁରୁଲିଆ ବଳରାମପୁର ଅଞ୍ଚଳରେ ଥିବା ଭାଙ୍ଗିଡି ଗ୍ରାମରେ ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମଳିଛି। କିଛିଦିନ ହେବ ଚେନ୍ନାଇରୁ ଫେରିଥିବା କେତେଜଣ ଶ୍ରମିକ ଗାଁରେ ଥିବା ଗଛ ଉପରେ ସେଲ୍ଫ କ୍ୱାରାଣ୍ଟାଇନ୍‌ରେ ୧୪ ଦିନ ପାଇଁ ରହିଥିବା ଦେଖାଯାଇଛି। ଏମାନଙ୍କର ଅଲଗା ଘର ନ ଥିବାରୁ ଓ ଗୋଟିଏ ଘରେ ସମସ୍ତ ପରିବାର ସଦସ୍ୟ ରହୁଥିବାରୁ ସେମାନେ ନିଜକୁ ଗଛ ଉପରେ ସେଲ୍ଫ କ୍ୱାରାଣ୍ଟାଇନ୍‌ରେ ରହିଥିବା ପ୍ରକାଶ କରିଛନ୍ତି। କରୋନା ସଂକ୍ରମଣକୁ ନେଇ ଏମାନେ ସଚେତନ ଥିବା ସ୍ପଷ୍ଟ ବାରିହୋଇ ପଡୁଛି ସତ। ହେଲେ ଏମାନେ ସଂକ୍ରମିତ କି ନା ତାହା ଶୀଘ୍ର ଯାଞ୍ଚ କରିବା ଜରୁରୀ ବୋଲି କୁହାଯାଉଛି। ସୂଚନାଯୋଗ୍ୟ, ଭାରତରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ୯ଶହ ପାର କରି ସାରିଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବେଳକୁ ବେଳ ବଢିବାରେ ଲାଗିଛି। ଏପରି ସ୍ଥଳେ ନିଜେ ସଚେତନ ନ ହେଲେ କରୋନାକୁ ଜୟ କରିବା ଅସମ୍ଭବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରିୟଙ୍କାଙ୍କ ପରେ ଥରୁର ସଂସଦ ଟିଭି ଶୋ’ରୁ ଓହରିଲେ

ନୂଆଦିଲ୍ଲୀ,୬।୧୨: ଶିବସେନା ଏମ୍‌ପି ପ୍ରିୟଙ୍କା ଚତୁର୍ବେଦୀଙ୍କ ପରେ କଂଗ୍ରେସ ଏମ୍‌ପି ଶଶି ଥରୁରୁ ସଂସଦ ଟିଭି ହୋଷ୍ଠ ପଦବୀରୁ ଓହରି ଯାଇଛନ୍ତି। ଟକ ଶୋ’ ‘ଟୁ...

ଜିଆଇ ଟ୍ୟାଗ୍‌ ପାଇଁ ପ୍ରସ୍ତୁତି ପଥେ ଇନ୍ଦୋର ପୋହା

ଇନ୍ଦୋର,୧୫।୭: ମଧ୍ୟ ପ୍ରଦେଶର ଏକ ଖାଦ୍ୟ ଉତ୍ପାଦନକାରୀ ସଂସ୍ଥା ଏବେ ଜିଓଗ୍ରାଫିକାଲ ଇଣ୍ଡିକେଶନ(ଜିଆଇ) ଟ୍ୟାଗ୍‌ ପାଇଁ ଇନ୍ଦୋରର ପ୍ରସିଦ୍ଧ ପୋହା ଓ ମାଲଓ୍ବା ଅଞ୍ଚଳର ଆଉ...

ଭଦ୍ରକରୁ ଆସିଥିବା ଅଧିକାରୀଙ୍କ ସ୍ବାବ୍‌ ଟେଷ୍ଟ ପାଇଁ ବଲାଙ୍ଗୀର ପଠାଗଲା

ଗୁଡଭେଲା,୨୪ା୪(ଡି.ଏନ୍‌.ଏ.) : ଲକ୍‌ଡାଉନ ସତ୍ତ୍ୱେ ଭଦ୍ରକ ଜିଲାରୁ ବଲାଙ୍ଗୀର ଜିଲା ଗୁଡଭେଲା ବ୍ଲକ ଶିକ୍ଷା କାର୍ଯ୍ୟାଳୟକୁ ଆସିଥିବା ଜଣେ ଅଧିକାରୀଙ୍କ ବିଷୟରେ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ...

ରାଜ୍ୟରୁ ଆଉ ୧୫ ଜୀବନ ନେଲା କରୋନା, ୭୬୭ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା

ଭୁବନେଶ୍ୱର,୨୫ା୯(ବ୍ୟୁରୋ): ଶୁକ୍ରବାର ରାଜ୍ୟରୁ ଆଉ ୧୫ ଜୀବନ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୭୬୭କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ...

ସବୁ ରେକର୍ଡ ଭାଙ୍ଗିଲା କରୋନା: ଗୋଟିଏ ଦିନରେ ପାଖାପାଖି ୫୦ ହଜାର ନୂଆ ଆକ୍ରାନ୍ତ, ୭୪୦ ମୃତ

ନୂଆଦିଲ୍ଲୀ,୨୪।୭: ଦେଶରେ ମହାମାରୀ କରୋନା ସଙ୍କଟ ଜାରି ରହିଛି। ଶୁକ୍ରବାର କରୋନା ଦେଶରେ ସବୁ ରେକର୍ଡ ଭାଙ୍ଗିଛି। ଗତ ୨୪ ଘଣ୍ଟାରେ ଦେଶରେ ପାଖାପାଖି ୪୯,୩୧୦...

ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ସରପଞ୍ଚ ହତ୍ୟା ଘଟଣାରେ ସମ୍ପୃକ୍ତ ୫ ଆତଙ୍କବାଦୀ ଗିରଫ

ଶ୍ରୀନଗର,୨୪।୫: ଜମ୍ମୁ-କଶ୍ମୀର ପୋଲିସ ଲଶ୍କର-ଇ-ତୋଏବାର ୫ ଆତଙ୍କବାଦୀଙ୍କୁ ଗିରଫ କରିଛି। ଗିରଫ ୩ଜଣ ଆତଙ୍କବାଦୀ ବାରମୁଳା ଜିଲା ସରପଞ୍ଚ ହତ୍ୟା କାଣ୍ଡରେ ସମ୍ପୃକ୍ତ ଥିଲେ ବୋଲି...

ରାଜ୍ୟରେ ବାହାର ଲୋକଙ୍କୁ ମିଳିବନି ନିଯୁକ୍ତି ସୁଯୋଗ: ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୋପାଳ, ୧୮।୮: ଏଣିକି ମଧ୍ୟପ୍ରଦେଶରେ ରାଜ୍ୟ ବାହାରର ଲୋକଙ୍କୁ ନିଯୁକ୍ତି ମିଳିବନି। କେବଳ ରାଜ୍ୟର ବାସିନ୍ଦାଙ୍କୁ ହିଁ ସରକାରୀ ଚାକିରୀ ମିଳିବ ବୋଲି ମୁଖ୍ୟମନ୍ତ୍ରୀ ଶିବରାଜ...

ଦିଲ୍ଲୀରେ ସୁଧୁରୁଛି କରୋନା ସ୍ଥିତି: ଦିନକରେ ୬୧୩ ପଜିଟିଭ୍‌ ଚିହ୍ନଟ

ନୂଆଦିଲ୍ଲୀ,୨୭।୭: କିଛି ଦିନରୁ ଦିଲ୍ଲୀରେ କରୋନା ସଂକ୍ରମଣ ଉଦ୍‌ବେଗଜନକ ସ୍ଥିତିରେ ଥିବା ବେଳେ ବର୍ତ୍ତମାନ ଏଥିରେ ଉନ୍ନତି ହେଉଥିବାର ପରିଲିକ୍ଷିତ ହେଉଛି। ପ୍ରଥମ ଥର ଦିଲ୍ଲୀରେ...

Advertisement
Archives

Model This Week