ଗଁ।ରେ ହାତୀ, ସହରରେ କର୍ମଚାରୀ

ଭଞ୍ଜନଗର,୧୧।୧(ଡି.ଏନ.ଏ)-ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡର ଜଙ୍ଗଲ ନିକଟବର୍ତ୍ତୀ କେତେକ ଗ୍ରାମରେ ହାତୀ, ବାର୍‌ହା ଆତଙ୍କ ଦେଖାଦେଇଛି। ହାତୀ ଜଙ୍ଗଲରୁ ବାହାରି ଖଳାରେ ଥିବା ଚାଷୀଙ୍କ ଧାନ ଫସଲ ନଷ୍ଟ କରୁଛି। ଶନିବାର ସୁଦ୍ଧା ଜଗନ୍ନାଥପ୍ରସାଦ ରେଞ୍ଜରେ ୧୭ ହାତୀ ଥିବାବେଳେ ଗାଲେରୀ ରେଞ୍ଜରେ ୧ ଓ ତାରସିଂ ରେଞ୍ଜରେ ୪ଟି ହାତୀ ଥିବା ଜଣାପଡ଼ିଛି। କେନ୍ଦ୍ରୀୟ ବନାଞ୍ଚଳ ଓ ମୁଜାଗଡ଼ ରେଞ୍ଜରେ ଶୁକ୍ରବାର ହାତୀ ଚଳପ୍ରଚଳ ନଥିବା ଜଣାପଡ଼ିଛି। ୨ଦିନ ପୂର୍ବେ ଏକୁଟିଆ ବୁଲୁଥିବା ମାଖନା ହାତୀଟି ଲୁଣ୍ଡୁରିପଦରର ଚାଷୀମାନଙ୍କ ଖଳାରେ ଥିବା ଧାନ ନଷ୍ଟ କରିଛି। ବନ୍ୟଜନ୍ତୁ ଆତଙ୍କ ଲାଗି ରହିଥିବାବେଳେ କେତେଜଣ କର୍ମଚାରୀ କର୍ମସ୍ଥଳ ଛାଡ଼ି ବେନିୟମ ଭାବେସହରରେ ରହୁଛନ୍ତି। ଏନେଇ କିଛିଦିନ ପୂର୍ବେ ଜଣେ ଉପରିସ୍ଥ ଅଧିକାରୀ ଅଧସ୍ତନ କର୍ମଚାରୀଙ୍କୁ କାହିଁକି କର୍ମସ୍ଥଳୀରେ ରହୁନାହଁ ବୋଲି ପଚାରିଥିଲେ। ଏଣିକି ନରହିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ। ଓଲଟା ସମ୍ପୃକ୍ତ କର୍ମଚାରୀ ଉପରିସ୍ଥ ଅଧିକାରୀଙ୍କୁ ମଧ୍ୟ ଆଇନର ନାଲି ଆଖି ଦେଖାଇଥିଲେ। କର୍ମଚାରୀମାନଙ୍କ ମଧ୍ୟରେ ସମନ୍ବୟ ଅଭାବ ଯୋଗୁ ଏଭଳି ସମସ୍ୟା ଉପୁଜିଛି। ଯେଉଁ ଅଞ୍ଚଳର କର୍ମଚାରୀମାନେ କର୍ମସ୍ଥଳ ଛାଡ଼ି ଅନ୍ୟତ୍ର ରହୁଛନ୍ତି ସେଠି ବନ୍ୟଜନ୍ତୁ ଉପଦ୍ରବ ଘଟିଲେ ଲୋକେ ବନ ବିଭାଗକୁ ତୁରନ୍ତ ଖବର ଦେଇପାରୁନାହାନ୍ତି। ଅନ୍ୟପଟେ ଜଙ୍ଗଲରୁ କାଠ ଚୋରିକୁ ନେଇ ମଧ୍ୟ ବିଭିନ୍ନ ସମୟରେ କର୍ମଚାରୀ ଓ ଅଭିଯୁକ୍ତମାନଙ୍କ ମଧ୍ୟରେ ବିବାଦ ଦେଖାଦେଉଛି। କିଛିଦିନ ପୂର୍ବେ ମୁଜାଗଡ଼ ରେଞ୍ଜରେ ଜଣେ କର୍ମଚାରୀଙ୍କୁ ଅଭିଯୁକ୍ତମାନେ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଥିଲା। ଶୁକ୍ରବାର ଏହି ବନଖଣ୍ଡରେ ଜଣେ ମହିଳା ଜଙ୍ଗଲକୁ ଯାଇଥିବାବେଳେ ଜଣେ ମହିଳା କର୍ମଚାରୀଙ୍କ ସହ ତାଙ୍କର ଝଗଡ଼ା ହୋଇଥିଲା। ଅନ୍ୟପକ୍ଷରେ ଜଙ୍ଗଲ କର୍ମଚାରୀଙ୍କ ଉପରେ ମଧ୍ୟ କାମବୋଝ ବଢୁଛି। ବିଗତ ଦିନରେ ଜଙ୍ଗଲ ସୁରକ୍ଷା ଓ ପୁନରୁଦ୍ଧାର କାର୍ଯ୍ୟପ୍ରତି ବିଭାଗୀୟ କର୍ମଚାରୀଙ୍କୁ ଅଧିକାଂଶ ସମୟ ନିୟୋଜିତ କରାଯାଉଥିଲା। ବର୍ତ୍ତମାନ ଭିତ୍ତିଭୂମି, ପରିବେଶ, ପର୍ଯ୍ୟଟନ ସହ ଅନ୍ୟାନ୍ୟ କାର୍ଯ୍ୟରେ କର୍ମଚାରୀଙ୍କୁ ନିୟୋଜିତ କରାଯାଉଛି। ଏହିଭଳି ପରିସ୍ଥିତିରେ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଶନିବାର ଉତ୍ତର ଘୁମୁସର ବନଖଣ୍ଡ ଗସ୍ତରେ ଆସି ବିଭାଗରେ ଚାଲିଥିବା ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିବେ। ଏନେଇ ଡ଼ିଏଫ୍‌ଓ ଅଭୟ କୁମାର ଦଳେଇଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, ବନ୍ୟଜନ୍ତୁ ସହ ଲୋକଙ୍କ ଧନଜୀବନ କିଭଳି ସୁରକ୍ଷିତ ରହିବ ସେନେଇ ପଦକ୍ଷେପ ନିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ରିମାଣ୍ଡ ନୋହିଲା, ଆଜି ଆସିବେ ସର୍ବେଶ୍ୱର

ଭୁବନେଶ୍ୱର,୨୮ା୧୨(ବ୍ୟୁରୋ): ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ପ୍ରମୁଖ ସହଯୋଗୀ ଭି. ସର୍ବେଶ୍ୱର ରାଓଙ୍କୁ ରବିବାରଠାରୁ ୨ଦିନିଆ ରିମାଣ୍ଡ ଅନୁମତି ଦେଇଥିଲେ କୋର୍ଟ। ହେଲେ କାଗଜପତ୍ରଜନିତ କିଛି...

ବାଣ ବିକ୍ରି ଓ ଫୁଟାଇବା ଉପରେ ଲାଗିଲା କଟକଣା

ଭୁବନେଶ୍ୱର,୩।୧୧(ବ୍ୟୁରୋ)-ମହାମାରୀ କରୋନାକୁ ନଜରରେ ରଖି ଆସନ୍ତା ଦୀପାବଳିରେ ବାଣ ବିକ୍ରି ଓ ଫୁଟାକୁ ନିଷିଦ୍ଧ ଘୋଷଣା କରାଯାଇଛି। ନଭେମ୍ବର ୧୦ ରୁ ୩୦ ପର୍ଯ୍ୟନ୍ତ ଏହି...

ବାପାଙ୍କ ଏକାଦଶାହରେ ଚାଲିଗଲା ପୁଅ

ନିଶ୍ଚିନ୍ତକୋଇଲି,୧୮ା୫(ସ୍ବ.ପ୍ର.)- କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ ଦାଉଦପୁର ପଞ୍ଚାୟତ ଅନ୍ତର୍ଗତ ଗୋପୀନାଥପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛିି। ବାପାଙ୍କ ଏକାଦଶାହରେ ପୁଅର ମୃତ୍ୟୁ ଘଟିଛି।...

ବିଦ୍ୟାଳୟ ମିଶ୍ରଣକୁ ୨ ମାସ ବିତିଲା: ଶିକ୍ଷକ ଅଭାବ, ନିଯୁକ୍ତି ନାହିଁ

ଛେଣ୍ଡିପଦା, ୯।୮(ସ୍ବ.ପ୍ର.)-ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ କୁଶକିଳା ଗ୍ରାମରେ ଥିବା ପାନ୍ଥେଶ୍ବରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ କୁଶକିଳା ପ୍ରାଥମିକ ବିଦ୍ୟାଳୟରେ ମିଶ୍ରଣକୁ ୨ ମାସ ବିତିଲାଣି।...

ଶ୍ରୀମନ୍ଦିରରେ ଲାଗି ହେଲା ପହିଲି ଭୋଗ

ପୁରୀ ଅଫିସ,୧୬ା୧୨: ଶୁକ୍ରବାରଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ପହିଲି ଭୋଗ। ଧନୁ ସଂକ୍ରାନ୍ତିଠାରୁ ମକର ସକ୍ରାନ୍ତି ଯାଏ ମାସେ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ପାଖରେ ପହିଲି ଭୋଗ...

ବଜ୍ରପାତରେ ଜଳିଗଲା ୨୯ ବଖରା

ପାଟଣା/ହାଟଡିହୀ/ରୂପସା/ଭଦ୍ରକ ଅଫିସ,୨।୫: କେନ୍ଦୁଝର, ବାଲେଶ୍ୱର ଓ ଭଦ୍ରକ ଜିଲାର ବିଭିନ୍ନ ସ୍ଥାନର ବଜ୍ରପାତ ଘଟି ଗଛ ସହ ୨୯ ବଖରା ଜଳିଯାଇଛି। କେନ୍ଦୁଝର ପାଟଣା ବ୍ଲକରେ...

ଡିସେମ୍ବର ପହିଲାରୁ ସାରା ଦେଶରେ ଏକକ ଟୋଲ ଦେୟ ବ୍ୟବସ୍ଥା: ସାମିଲ ହେବ ଓଡ଼ିଶାର ୧୨ ଜାତୀୟ ରାଜପଥ

ଭୁବନେଶ୍ୱର, ୨୪।୧୧(ବ୍ୟୁରୋ): ଡିସେମ୍ବର ପହିଲାରୁ ସାରା ଦେଶରେ ଲାଗୁ ହେବ ଏକକ ଟୋଲ ଦେୟ ବ୍ୟବସ୍ଥା। ଓଡ଼ିଶାର ବିଭିନ୍ନ ଜାତୀୟ ରାଜପଥରେ ମଧ୍ୟ ଜାତୀୟ ଇଲେକ୍ଟ୍ରୋନିକ...

ପଞ୍ଚାୟତ ନିର୍ବାଚନ ବିଳମ୍ବ ହେବା ଆଶଙ୍କା

ଭୁବନେଶ୍ୱର,୧୬ା୬(ବ୍ୟୁରୋ): ପୌର ନିର୍ବାଚନ ଭଳି ପଞ୍ଚାୟତ ନିର୍ବାଚନ ମଧ୍ୟ ବିଳମ୍ବ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ସରକାର ଏ...

Advertisement
Archives

Model This Week