ଗଁ।ରେ ହାତୀ, ସହରରେ କର୍ମଚାରୀ

ଭଞ୍ଜନଗର,୧୧।୧(ଡି.ଏନ.ଏ)-ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡର ଜଙ୍ଗଲ ନିକଟବର୍ତ୍ତୀ କେତେକ ଗ୍ରାମରେ ହାତୀ, ବାର୍‌ହା ଆତଙ୍କ ଦେଖାଦେଇଛି। ହାତୀ ଜଙ୍ଗଲରୁ ବାହାରି ଖଳାରେ ଥିବା ଚାଷୀଙ୍କ ଧାନ ଫସଲ ନଷ୍ଟ କରୁଛି। ଶନିବାର ସୁଦ୍ଧା ଜଗନ୍ନାଥପ୍ରସାଦ ରେଞ୍ଜରେ ୧୭ ହାତୀ ଥିବାବେଳେ ଗାଲେରୀ ରେଞ୍ଜରେ ୧ ଓ ତାରସିଂ ରେଞ୍ଜରେ ୪ଟି ହାତୀ ଥିବା ଜଣାପଡ଼ିଛି। କେନ୍ଦ୍ରୀୟ ବନାଞ୍ଚଳ ଓ ମୁଜାଗଡ଼ ରେଞ୍ଜରେ ଶୁକ୍ରବାର ହାତୀ ଚଳପ୍ରଚଳ ନଥିବା ଜଣାପଡ଼ିଛି। ୨ଦିନ ପୂର୍ବେ ଏକୁଟିଆ ବୁଲୁଥିବା ମାଖନା ହାତୀଟି ଲୁଣ୍ଡୁରିପଦରର ଚାଷୀମାନଙ୍କ ଖଳାରେ ଥିବା ଧାନ ନଷ୍ଟ କରିଛି। ବନ୍ୟଜନ୍ତୁ ଆତଙ୍କ ଲାଗି ରହିଥିବାବେଳେ କେତେଜଣ କର୍ମଚାରୀ କର୍ମସ୍ଥଳ ଛାଡ଼ି ବେନିୟମ ଭାବେସହରରେ ରହୁଛନ୍ତି। ଏନେଇ କିଛିଦିନ ପୂର୍ବେ ଜଣେ ଉପରିସ୍ଥ ଅଧିକାରୀ ଅଧସ୍ତନ କର୍ମଚାରୀଙ୍କୁ କାହିଁକି କର୍ମସ୍ଥଳୀରେ ରହୁନାହଁ ବୋଲି ପଚାରିଥିଲେ। ଏଣିକି ନରହିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ। ଓଲଟା ସମ୍ପୃକ୍ତ କର୍ମଚାରୀ ଉପରିସ୍ଥ ଅଧିକାରୀଙ୍କୁ ମଧ୍ୟ ଆଇନର ନାଲି ଆଖି ଦେଖାଇଥିଲେ। କର୍ମଚାରୀମାନଙ୍କ ମଧ୍ୟରେ ସମନ୍ବୟ ଅଭାବ ଯୋଗୁ ଏଭଳି ସମସ୍ୟା ଉପୁଜିଛି। ଯେଉଁ ଅଞ୍ଚଳର କର୍ମଚାରୀମାନେ କର୍ମସ୍ଥଳ ଛାଡ଼ି ଅନ୍ୟତ୍ର ରହୁଛନ୍ତି ସେଠି ବନ୍ୟଜନ୍ତୁ ଉପଦ୍ରବ ଘଟିଲେ ଲୋକେ ବନ ବିଭାଗକୁ ତୁରନ୍ତ ଖବର ଦେଇପାରୁନାହାନ୍ତି। ଅନ୍ୟପଟେ ଜଙ୍ଗଲରୁ କାଠ ଚୋରିକୁ ନେଇ ମଧ୍ୟ ବିଭିନ୍ନ ସମୟରେ କର୍ମଚାରୀ ଓ ଅଭିଯୁକ୍ତମାନଙ୍କ ମଧ୍ୟରେ ବିବାଦ ଦେଖାଦେଉଛି। କିଛିଦିନ ପୂର୍ବେ ମୁଜାଗଡ଼ ରେଞ୍ଜରେ ଜଣେ କର୍ମଚାରୀଙ୍କୁ ଅଭିଯୁକ୍ତମାନେ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଥିଲା। ଶୁକ୍ରବାର ଏହି ବନଖଣ୍ଡରେ ଜଣେ ମହିଳା ଜଙ୍ଗଲକୁ ଯାଇଥିବାବେଳେ ଜଣେ ମହିଳା କର୍ମଚାରୀଙ୍କ ସହ ତାଙ୍କର ଝଗଡ଼ା ହୋଇଥିଲା। ଅନ୍ୟପକ୍ଷରେ ଜଙ୍ଗଲ କର୍ମଚାରୀଙ୍କ ଉପରେ ମଧ୍ୟ କାମବୋଝ ବଢୁଛି। ବିଗତ ଦିନରେ ଜଙ୍ଗଲ ସୁରକ୍ଷା ଓ ପୁନରୁଦ୍ଧାର କାର୍ଯ୍ୟପ୍ରତି ବିଭାଗୀୟ କର୍ମଚାରୀଙ୍କୁ ଅଧିକାଂଶ ସମୟ ନିୟୋଜିତ କରାଯାଉଥିଲା। ବର୍ତ୍ତମାନ ଭିତ୍ତିଭୂମି, ପରିବେଶ, ପର୍ଯ୍ୟଟନ ସହ ଅନ୍ୟାନ୍ୟ କାର୍ଯ୍ୟରେ କର୍ମଚାରୀଙ୍କୁ ନିୟୋଜିତ କରାଯାଉଛି। ଏହିଭଳି ପରିସ୍ଥିତିରେ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଶନିବାର ଉତ୍ତର ଘୁମୁସର ବନଖଣ୍ଡ ଗସ୍ତରେ ଆସି ବିଭାଗରେ ଚାଲିଥିବା ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିବେ। ଏନେଇ ଡ଼ିଏଫ୍‌ଓ ଅଭୟ କୁମାର ଦଳେଇଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, ବନ୍ୟଜନ୍ତୁ ସହ ଲୋକଙ୍କ ଧନଜୀବନ କିଭଳି ସୁରକ୍ଷିତ ରହିବ ସେନେଇ ପଦକ୍ଷେପ ନିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ଳକ ପ୍ରଶାସନ ବିରୋଧରେ ସରପଞ୍ଚ ସଂଘର ରଣ ହୁଙ୍କାର: ଆନ୍ଦୋଳନ ପାଇଁ ଦେଲେ ଚେତାବନୀ, ବିଧାୟକ,ଏମ୍‌ପିଙ୍କୁ..

ଦିଗପହଣ୍ଡି,୧୮।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା -ଦିଗପହଣ୍ଡି ବ୍ଳକ କାର୍ଯ୍ୟାଳୟରେ ଅବସ୍ଥାପିତ ପ୍ରଶାସନିକ ଅଧିକାରୀମାନଙ୍କ ମନମୁଖୀ କାର୍ଯ୍ୟକଳାପରେ ବିଭିନ୍ନ ପଞ୍ଚାୟତର ସରପଞ୍ଚ , ସମିତିସଭ୍ୟ, ଜିଲା ପରିଷଦ…

ନାବାଳିକାଙ୍କୁ ଅସଦାଚରଣ: କୋର୍ଟଙ୍କ ଆସିଲା ବଡ଼ ରାୟ

ବ୍ରହ୍ମପୁର,୧୮ା୫(ସୁବାସ ଚନ୍ଦ୍ର ପାଢ଼ୀ): ୨୦୧୮ରେ ସୋରଡ଼ା ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ହୋଇଥିବା ଅସଦାଚରଣ ମାମଲାର ଶୁଣାଣି ହୋଇଛି। ଫାଷ୍ଟଟ୍ରାକ ପୋକ୍‌ସୋ କୋର୍ଟ ଜଜ୍‌ ରୋହିତ ଲାଲ…

ସ୍ତ୍ରୀଙ୍କ ଚରିତ୍ର ଉପରେ ସନ୍ଦେହ: ବହୁ ଚର୍ଚ୍ଚିତ କଟାମୁଣ୍ଡ ମାମଲାରେ ଆସିଲା ବଡ଼ ରାୟ

ପାରଳାଖେମୁଣ୍ଡି, ୧୮।୦୫ (ଗିରିଧାରୀ ପରିଛା): ଗଜପତି ଜିଲାର କାଶୀନଗର ଥାନା ଅନ୍ତର୍ଗତ ସାରା ଗ୍ରାମର ୨୦୨୩ ମସିହାର ବହୁ ଚର୍ଚ୍ଚିତ ବିଭତ୍ସ ହତ୍ୟାକାଣ୍ଡ ମାମଲାର ଶୁଣାଣି କରି…

ପୋଲିସର ବଡ଼ଧରଣ ଚଢ଼ାଉ: ୮୦ ଲକ୍ଷ ଟଙ୍କାର ୮୦ଟି ବ୍ୟାଙ୍କ ଆକାଉଣ୍ଟ ଜବତ, ୧୧ ଗିରଫ

ହାଟଡିହୀ/ଛେନାପଦୀ, ୧୮/୫ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲାରେ ବାଲି ବ୍ୟବସାୟୀ ଓ ମାଫିଆଙ୍କ ବିରୋଧରେ ପୋଲିସ ପକ୍ଷରୁ ବଡ଼ ଧରଣର ଚଢ଼ାଉ କରାଯାଇଛି। ଜିଲା ଏସ୍‌ପି…

ମୃତ୍ୟୁ କେବେ କେମିତି ଆସେ କେହି ଭାବି ପାରେନି: ଭଉଣୀ ଘରକୁ ଛୁଟି କାଟିବାକୁ ଯାଇ ଆଉ ଫେରିଲେନି…

ଦାରିଙ୍ଗବାଡି, ୧୮।୫ (ଅରୁଣ ସାହୁ): ମୃତ୍ୟୁ କେବେ କେମିତି ଆସେ କେହି ଭାବି ପାରେନି। ଖରା ଛୁଟି ଭଉଣୀ ଘରେ ଆନନ୍ଦରେ କାଟିବାକୁ ଯାଇଥିବା ଜଣେ ଛାତ୍ରୀଙ୍କ…

ରଙ୍ଗମଞ୍ଚରେ ପପୁ ପମପମଙ୍କୁ ଦେଖିବା ପାଇଁ ଜମିବ ଭିଡ: ଆଜି ଠାକୁରାଣୀ ଯାତ୍ରାର ଶେଷ ପଟୁଆର

ଭଞ୍ଜନଗର,୧୮।୫(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଠାକୁରାଣୀ ଯାତ୍ରାର ସୋମବାର ହେଉଛି ଶେଷ ପଟୁଆର। ଆଜି ଜଳସମ୍ପଦ ବିଭାଗ ପକ୍ଷରୁ ବିରାଟ ଶୋଭାଯାତ୍ରା ବାହାରୁଛି। ତେଣୁ ବିଭାଗ ପକ୍ଷରୁ…

ପଞ୍ଚାୟତ, ପୌର ନିର୍ବାଚନ ପାଇଁ ଗୁରୁମନ୍ତ୍ର ଦେଲେ ନୀତିନ ନବୀନ: ଏବେଠୁ ରଣନୀତି ପ୍ରସ୍ତୁତ, ଆଗକୁ…

ଜଟଣୀ,୧୮।୫: ଖୋର୍ଦ୍ଧା ଜିଲା ଜଟଣୀରେ ଆୟୋଜିତ ପ୍ରଶିକ୍ଷଣ ଶିବିରରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ କାର୍ଯ୍ୟକର୍ତ୍ତାଙ୍କୁ ୫ଟି ଗୁରୁମନ୍ତ୍ର ଦେଇ ସଂଗଠନକୁ ଆହୁରି ସୁଦୃଢ କରିବାକୁ…

ପାରିବାରିକ କଳହ ହେଲା କାଳ; ବାପଘରକୁ ଡାକି ସ୍ବାମୀଙ୍କ ଯୌନାଙ୍ଗ କାଟିଦେଲେ ସ୍ତ୍ରୀ, ଚାଲିଗଲା ଜୀବନ

କଟକ,୧୮।୫(ପ୍ରଭୁକଲ୍ୟାଣ ପାଲ): କଟକ ବଡମ୍ବାରେ ଯୌନାଙ୍ଗ କାଟି ସ୍ୱାମୀଙ୍କୁ ହତ୍ୟା କଲେ ସ୍ତ୍ରୀ । ବଡମ୍ବା ଥାନାରେ ମାମଲା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri