ଖୋଲିଲା ସଂରକ୍ଷିତ ଟିକେଟ ବୁକିଂ କାଉଣ୍ଟର: ଜୁନ ପହିଲାରୁ ବ୍ରହ୍ମପୁର ଦେଇ ଚଳାଚଳ କରିବ ୨ ଟ୍ରେନ

ବ୍ରହ୍ମପୁର ଅଫିସ,୨୩ା୫-ବ୍ରହ୍ମପୁର ରେଳଷ୍ଟେଶନ ପରିସରରେ ଥିବା ସଂରକ୍ଷିତ ଟିକଟ କାଉଣ୍ଟର ଶୁକ୍ରବାରଠାରୁ ପୁଣି ଖୋଲିଛି । ଜୁନ ପହିଲାରୁ ଟ୍ରେନ ଚଳାଚଳ କରିବା ନେଇ ରେଳ ବିଭାଗ ପକ୍ଷରୁ ନେଇ ନିଷ୍ପତ୍ତି ପରେ ବ୍ରହ୍ମପୁରରୁ ବିଭିନ୍ନ ସ୍ଥାନକୁ ଯାତ୍ରା କରିବାକୁ ଥିବା ଯାତ୍ରୀଙ୍କ ସକାଶେ ସଂରକ୍ଷିତ ଟିକେଟ ବୁକିଂ କାଉଣ୍ଟର ଖୋଲାଯାଇଛି । ଦେଶରେ ଜୁନ ପହିଲାରୁ ୨୦୦ଟି ଟ୍ରେନ ଚଳାଚଳ କରିବା ନେଇ ରେଳ ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଛି । ସେଥିମଧ୍ୟରୁ ବ୍ରହ୍ମପୁର ଦେଇ ଦୁଇଟି ଟ୍ରେନ ଚଳାଚଳ କରିବ ବୋଲି ଜଣାପଡିଛି । ବ୍ରହ୍ମପୁର ଷ୍ଟେଶନ ଦେଇ ହାୱଡା-ସିକନ୍ଦରାବାଦ ଫାଲକ୍‌ନୁମା ଏକ୍ସପ୍ରେସ ଓ ଭୁବନେଶ୍ୱର-ମୁମ୍ବାଇ କୋଣାର୍କ ଏକ୍ସପ୍ରେସ ଚଳାଚଳ କରିବ। ତେଣୁ ଗତ ମାର୍ଚ୍ଚ ୨୫ରୁ ବନ୍ଦ ହୋଇଥିବା ବ୍ରହ୍ମପୁର ରେଳଷ୍ଟେଶନ ଟିକେଟ ବୁକିଂ କାଉଣ୍ଟରକୁ ଖୋଲାଯାଇଛି । ସଂରକ୍ଷିତ ଟିକେଟ କାଉଣ୍ଟରରେ ଯାତ୍ରୀମାନେ ସାମାଜିକ ଦୂରତା ରକ୍ଷା କରିବା ସହ ମାସ୍କ ବ୍ୟବହାର, ସାନିଟାଇଜରରେ ହାତ ସଫା କରିବା ବାଧ୍ୟତାମୂଳକ ବୋଲି ବ୍ରହ୍ମପୁର ଷ୍ଟେଶନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଗଣେଶ ପୂଜାରେ ଅଘଟଣ: ମଣ୍ଡପକୁ ଯିବା ଲାଗି ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ିଗଲେ ଯୁବକ

ବାଲେଶ୍ୱର,୧୪ା୯(ବାଞ୍ଛାନିଧି ଦେ): ଅଗ୍ରପୂଜ୍ୟ ଗଣପତି ବାବାଙ୍କ ପୂଜା ଉତ୍ସବ ସୋମବାର ଧୂମ୍‌ଧାମରେ ପାଳିତ ହେଉଥିବାବେଳେ ବାଲେଶ୍ୱର ଜିଲା ରେମୁଣା ଅଞ୍ଚଳରେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି…

ନୂଆଁଖାଇରେ ମାଟିପାତ୍ରର ମହକ; ବଲାଙ୍ଗୀର ହାଟରେ ବିକ୍ରି ହେଲାଣି କୁରେପତ୍ର ସାଙ୍ଗକୁ ଖଲିଦନା

ବଲାଙ୍ଗୀର,୧୪ା୯(ସୁନିଲ କୁମାର ମହାନ୍ତି): ରାତି ପାହିଲେ ନୂଆଁଖାଇ । ପ୍ରକୃତି ସହ ଓତପ୍ରୋତ ଭାବେ ଜଡ଼ିତ ନୂଆଁଖାଇ । ଏହି ଦିନ ପ୍ରଥମ ଅନ୍ନ ପ୍ରସ୍ତୁତିରେ ମାଟିପାତ୍ରର…

ବରଗଡ଼ରେ ଚାଞ୍ଚଲ୍ୟ: ନୂଆଖାଇ ପୂର୍ବରୁ ସ୍ତ୍ରୀଙ୍କୁ ପିଟିପିଟି ମାରିଲେ ସ୍ବାମୀ

ଅତାବିରା,୧୪।୯(ଯୁଧିଷ୍ଠିର ମହାପାତ୍ର)- ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଅମ୍ଳିପାଲି ପଞ୍ଚାୟତ ଗଡତିଆଟିକ୍ରା ଗ୍ରାମରେ ଏକ ହତ୍ୟାକାଣ୍ଡ ଘଟିଛି। ସ୍ତ୍ରୀଙ୍କୁ ପିଟିପିଟି ସ୍ବାମୀ ହତ୍ୟା କରିଥିବା ଅଭିଯୋଗ…

ପୁଣି ବଡ଼ ଆନ୍ଦୋଳନ, ମହାରାଷ୍ଟ୍ର ସରକାରଙ୍କୁ ଘେରିବ CJP! ଅଭିଜିତ ଦୀପକେ କହିଲେ..

ମୁମ୍ବାଇ,୧୪ା୯: ଆନ୍ଦୋଳନ ନେଇ ବଡ଼ ଘୋଷଣା କଲା ସିଜେପି । ନିଟ୍‌ ପେପର ଲିକ୍‌ ମାମଲାକୁ ନେଇ ଦିଲ୍ଲୀର ଜନ୍ତର ମନ୍ତରରେ ବିକ୍ଷୋଭ ପରେ ଏବେ ମହାରାଷ୍ଟ୍ରର…

ଓରାଙ୍ଗଉଟାନକୁ ପୁଣି ଜ୍ୱର: ଡାକ୍ତରୀ ଟିମ୍‌ ସଜାଗ

ବାରଙ୍ଗ,୧୪।୧୦(ଲିଙ୍ଗରାଜ ରାଉତ): ବାଲେଶ୍ବରରୁ ଉଦ୍ଧାର ହୋଇ ନନ୍ଦନକାନନକୁ ଆସିଥିବା ଓରାଙ୍ଗଉଟାନଙ୍କ ମଧ୍ୟରୁ ଜଣେ ଜ୍ବରରେ ଆକ୍ରାନ୍ତ ହୋଇଛି। ଉକ୍ତ ଓରାଙ୍ଗଉଟାନଟି ଆସିବା ଦିନଠାରୁ ଜ୍ବରରେ ଆକ୍ରାନ୍ତ ହୋଇଥିବାର…

ଭାଜପାକୁ ବଡ଼ ଝଟକା, ଦଳ ଛାଡି କଂଗ୍ରେସରେ ମିଶିଲେ ବିଧାୟକ

ବେଙ୍ଗାଲୁରୁ,୧୪।୯: ଭାଜପାର ପୂର୍ବତନ ବିଧାୟକ ତଥା ଦଳର ରାଜ୍ୟ ଓବିସି (OBC) ମୋର୍ଚ୍ଚା ସଭାପତି ଏନ.ଏଲ. ନରେନ୍ଦ୍ର ବାବୁ ରବିବାର କଂଗ୍ରେସରେ ଯୋଗ ଦେଇଛନ୍ତି। ‘ଭାରତ ଯୋଡ଼ୋ’…

ମହାନଦୀକୁ ଗାଧୋଇବାକୁ ଯାଇଥିଲେ ୩ ଯୁବକ, ହଠାତ୍‌ ଗଲେ ଭାସି: ଆଉ ତା’ପରେ…

ବାଙ୍କୀ,୧୪।୯(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଥାନା ଅନ୍ତର୍ଗତ ସୁବର୍ଣ୍ଣପୁର ପଞ୍ଚାୟତସ୍ଥିତ ଘୋଡାବର ଗ୍ରାମ ନିକଟସ୍ଥ ମହାନଦୀରେ ଗାଧୋଇବାକୁ ଯାଇ ୩ ଜଣ ଯୁବକ ଭାସି ଯାଇଥିବା ବେଳେ ଦୁଇଜଣ…

ଆସିଲା ବଡ଼ ଖବର: ପୁଣି ବଢ଼ିବ LPG ସିଲିଣ୍ଡର ଦାମ୍‌! ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ, ୧୪।୯: ସମଗ୍ର ବିଶ୍ୱ ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧର ପ୍ରଭାବ ବହନ କରୁଛି। ଶକ୍ତି ଯୋଗାଣରେ ବାଧା ସୃଷ୍ଟି ହେବା ଯୋଗୁଁ ଇନ୍ଧନ ମୂଲ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?