ଖୋର୍ଦ୍ଧାରେ ବିଦ୍ୟୁତ୍‌ କାଟ୍‌କୁ ନେଇ ଉତ୍ତେଜନା, କର୍ମଚାରୀଙ୍କୁ ଅଟକ ରଖିଲେ ଗ୍ରାହକ

ଖୋର୍ଦ୍ଧା ଅଫିସ,୧୬।୧: ପୂର୍ବ ନିର୍ଦ୍ଧାରିତ ତାରିଖାନୁଯାୟୀ ସେସୁ ପକ୍ଷରୁ ଗୁରୁବାର ଖୋର୍ଦ୍ଧାରୁ ବିଦ୍ୟୁତ୍‌ କାଟ୍‌ ଆରମ୍ଭ ହୋଇଛି। ୩୯ଟି ଟିମ୍‌ ବିଦ୍ୟୁତ୍‌ ବକେୟା ଥିବା ଗ୍ରାହକମାନଙ୍କ ବିଦ୍ୟୁତ୍‌ ବିଚ୍ଛିନ୍ନ କରୁଛନ୍ତି। ଏହି କ୍ରମରେ ଖୋର୍ଦ୍ଧା ସହର ଗୁରୁଜଙ୍ଗ ଭୋଇସାହିରେ ବିଦ୍ୟୁତ୍‌ କଟାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଭୋଇସାହିର ୭ରୁ ଊର୍ଦ୍ଧ୍ୱ ଗ୍ରାହକଙ୍କର ଲାଇନ କଟା ଯାଉଥିବା ବେଳେ ସେମାନେ ଏହାକୁ ପ୍ରତିବାଦ କରିଥିଲେ। ଏପରି କି ସେମାନେ ୫ ବିଦ୍ୟୁତ୍‌ କର୍ମଚାରୀଙ୍କୁ ପ୍ରାୟ ୧ ଘଣ୍ଟା ଧରି ଅଟକ ରଖିଥିଲେ। ବିଦ୍ୟୁତ୍‌ କର୍ମଚାରୀ ଲାଇନ କାଟିବେ ନାହିଁ ବୋଲି ପ୍ରତିଶ୍ରୁତି ଦେବା ପରେ କର୍ମଚାରୀମାନଙ୍କୁ ଗ୍ରାହକମାନେ ଛାଡ଼ିଥିବା ସୂଚନା ମିଳିଛି।
ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ କରିବା ପାଇଁ ଖୋର୍ଦ୍ଧା ଡିଭିଜନ ପକ୍ଷରୁ ୩୯ଟି ଟିମ୍‌ ଗଠନ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ନଜର ରଖାଯାଇଛି। ଖୋର୍ଦ୍ଧା ସବ୍‌ଡିଭିଜନରେ ୯ ସ୍କ୍ବାଡ୍‌ ସାମିଲ ହୋଇଛନ୍ତି। ୫୧୦୦୦ ଗ୍ରାହକଙ୍କ ଉପରେ ୮୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବିଦ୍ୟୁତ୍‌ ବିଲ୍‌ ବାକି ରହିଛି। ବର୍ତ୍ତମାନ ଏହି ଚଢ଼ାଉ ଫଳରେ ବାକି ଥିବା ବିଲ୍‌ ସଂଗ୍ରହ ଆରମ୍ଭ ହୋଇଛି। ଦାଖଲ କରୁଥିବା ଗ୍ରାହକଙ୍କ ପୁନଃ ସଂଯୋଗ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଝିଅ ଶାଶୁଘରେ ପଶି ଜ୍ୱାଇଁଙ୍କୁ ମାଡ଼, ସ୍ତ୍ରୀଙ୍କ ସମେତ ୪ ଅଟକ

ସଜନାଗଡ଼,୨୧।୭(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ବହରମ୍‌ପୁର ଥାନା ଅଧୀନ ଗରଡ଼ିହି ପଞ୍ଚାୟତ କଳାକାତ ଗାଁରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ଶ୍ୱଶୁରଘର ଲୋକଙ୍କ...

ପରକୀୟା ପ୍ରୀତି ସନ୍ଦେହରେ ସ୍ତ୍ରୀଙ୍କୁ ହତ୍ୟା, ସ୍ବାମୀ ଗିରଫ

କେନ୍ଦୁଝର,୧୧ା୫(ସ୍ବ.ପ୍ର.): କେନ୍ଦୁଝର ଜିଲା ତେଲକୋଇ ଥାନା ଅନ୍ତର୍ଗତ ଶିରିଗିଡ଼ା ଗ୍ରାମରେ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ପରକୀୟା ପ୍ରୀତି ସନ୍ଦେହରେ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କୁ...

ବଦଳି କରିଦେବାକୁ କହି ଠକି ନେଲେ ୩୪ ଲକ୍ଷ ଟଙ୍କା

ପଦ୍ମପୁର,୨୩ା୬(ଡି.ଏନ୍‌.ଏ.): ବଦଳି କରି ଦେବାକୁ କହି ଦୁର୍ବୃତ୍ତ ଠକି ନେଇଛନ୍ତି ୩୪ ଲକ୍ଷ ଟଙ୍କା। ତେବେ ଅଭିଯୁକ୍ତଙ୍କ ଠାରୁ ଏକ କାର୍‌,୫ ଲକ୍ଷ ଟଙ୍କାର ସୁନାଗହଣା...

ଲଜ୍‌ରୁ ୫୯ ଲକ୍ଷ ଟଙ୍କା ଜବତ

ବଲାଙ୍ଗୀର ଅଫିସ/କଣ୍ଟାବାଞ୍ଜି,୧୬ା୯(ଡି.ଏନ୍‌.ଏ.): କଣ୍ଟାବାଞ୍ଜି ଥାନା ପୋଲିସ ସହରର ଏକ ନିର୍ଦ୍ଦିଷ୍ଟ ଲଜ୍‌ରେ ଗୁରୁବାର ରାତିରେ ଚଢ଼ାଉ କରି ପ୍ରାୟ ୫୯ ଲକ୍ଷ ଟଙ୍କା ଜବତ କରିବା...

ସକାଳେ ସ୍ବାଭାବିକ, ସନ୍ଧ୍ୟାରେ ଖାଁ ଖାଁ

ଭୁବନେଶ୍ୱର,୨।୬(ବ୍ୟୁରୋ): ଦୁଇମାସର ଲକ୍‌ଡାଉନ୍‌ ପରେ ସୋମବାର ଥିଲା ଅନ୍‌ଲକ୍‌-୧.୦ର ପ୍ରଥମ ଦିନ। କେନ୍ଦ୍ର ସରକାରଙ୍କ ଦ୍ୱାରା ଜାରି ଗାଇଡ୍‌ଲାଇନ୍‌ ଅନୁଯାୟୀ ସବୁକିଛି ପୂର୍ବଭଳି ନ ହେଲେ...

୨ ଦିନ ପାଇଁ ବନ୍ଦ ରହିବ ହାଇକୋର୍ଟ

କଟକ ଅଫିସ,୨୦।୯-୨ ଦିନ ପାଇଁ ବନ୍ଦ ରହିବ ହାଇକୋର୍ଟ। ଆସନ୍ତା ୨୧ ଓ ୨୨ ବନ୍ଦ ନେଇ ରେଜିଷ୍ଟ୍ରାର ଜେନେରାଲ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟ ସହ...

ବଜ୍ରପାତରେ ୮ ଗୋରୁଙ୍କ ଜୀବନ ଗଲା

କୁଆଁରମୁଣ୍ଡା, ୧୯।୩(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ବ୍ଲକ ଅଞ୍ଚଳରେ ଗୁରୁବାର ଅପରାହ୍ନରେ ଘଡ଼ଘଡ଼ି ସହ ବର୍ଷା ହୋଇଛି। ଏହି ସମୟରେ ବଜ୍ରପାତ ହେବାରୁ ପଦ୍ମପୁର ପଞ୍ଚାୟତ...

ଘରୋଇ ହସ୍ପିଟାଲରେ ରୋଗୀ ହନ୍ତସନ୍ତ: କୋର୍ଟ, ସରକାରଙ୍କ ନିର୍ଦ୍ଦେଶ ମାନୁନାହାନ୍ତି ହସ୍ପିଟାଲ

ଭୁବନେଶ୍ୱର,୧୯।୭(ବ୍ୟୁରୋ): ଘରୋଇ ହସ୍ପିଟାଲରେ ରୋଗୀମାନଙ୍କୁ ନିର୍ଯାତନା ଦିଆଯାଉଛି, ଏପରି କି ମୃତ୍ୟୁ ପରେ ମଧ୍ୟ ମୃତଦେହ ଛଡ଼ାଯାଉନାହିଁ। ଟଙ୍କା ଡିପୋଜିଟ୍‌ ନ କଲେ ଦୀର୍ଘ ସମୟ...

Advertisement
Archives

Model This Week