Posted inଖେଳ

ଖେଳାଳିଙ୍କ ନିରାପତ୍ତା ସହ ବୁଝାମଣା କରାଯାଇଥିଲା: ସାଇନା

ନୂଆଦିଲ୍ଲୀ,୧୮।୩(ପି.ଟି.): ଭାରତୀୟ ମହିଳା ବ୍ୟାଡମିଣ୍ଟନ ତାରକା ସାଇନା ନେହ୍ବାଲ ଗତ ସପ୍ତାହରେ ଖେଳାଯାଇଥିବା ଅଲ ଇଂଲଣ୍ଡ ବ୍ୟାଡମିଣ୍ଟନ ଚାମ୍ପିୟନଶିପ୍‌ର ଆୟୋଜନ ନେଇ ପ୍ରଶ୍ନ ଉଠାଇଛନ୍ତି। ଖେଳାଳିଙ୍କ ନିରାପତ୍ତାକୁ ହେୟ କରି ଅର୍ଥକୁ ଅଧିକ ଗୁରୁତ୍ୱ ଦିଆଯାଇଥିଲା ବୋଲି ସେ ଅଭିଯୋଗ ଆଣିଛନ୍ତି। କରୋନା ଭାଇରସ ସାରା ବିଶ୍ୱରେ ଏକ ମହାମାରୀ ରୂପ ନେଇଥିବା ବେଳେ କିପରି ଏହି ହାଇପ୍ରୋଫାଇଲ ଟୁର୍ନାମେଣ୍ଟ ଖେଳାଯାଇଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି। ତେଣୁ କେବଳ ଅର୍ଥକୁ ଅଧିକ ଗୁରତ୍ୱ ଦିଆଯାଇଥିଲା। ନହେଲେ ଏହି ଟୁର୍ନାମେଣ୍ଟ ଆୟୋଜନ କରିବାର କୌଣସି କାରଣ ନ ଥିଲା ବୋଲି ସାଇନା ଟୁଇଟ୍‌ କରି ଜଣାଇଛନ୍ତି।
ଅଲ ଇଂଲଣ୍ଡରେ ସାଇନା ପ୍ରଥମ ରାଉଣ୍ଡରେ ହିଁ ପରାସ୍ତ ହୋଇ ବିଦାୟ ନେଇଥିଲେ। ବିପଦ ସତ୍ତ୍ୱେ କେତେକ ଖେଳାଳି ଏହି ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିଥିଲେ। ଅଲିମ୍ପିକ୍‌ କ୍ୱାଲିଫିକେଶସ ଓ ର଼୍ୟାଙ୍କିଙ୍ଗ୍‌ ପଏଣ୍ଟ ଦୃଷ୍ଟିକୋଣରୁ ଏହି ଟୁର୍ନାମେଣ୍ଟର ମଧ୍ୟ ଯଥେଷ୍ଟ ଗୁରତ୍ୱ ରହିଥିଲା। ତେବେ ପ୍ରଥମ ରାଉଣ୍ଡରେ ପରାସ୍ତ ହୋଇ ବିଦାୟ ନେଇଥିବାରୁ ସାଇନାଙ୍କ ଅଲିମ୍ପିକ୍‌ ଯୋଗ୍ୟତା ହାସଲ ନେଇ ଆଶଙ୍କା ପ୍ରକାଶ ପାଇଛି। ଏହି ଟୁର୍ନାମେଣ୍ଟକୁ ସ୍ଥଗିତ ରଖାଯାଇପାରିଥାନ୍ତା କିମ୍ବା ବାତିଲ କରାଯାଇପାରିଥାନ୍ତା ବୋଲି ସେ କହିଛନ୍ତି। କରୋନା ଭାଇରସ ଆତଙ୍କ କାରଣରୁ ବ୍ୟାଡମିଣ୍ଟନ ଓ୍ବାଲର୍‌ଡ ଫେଡେରେଶନ (ବିଡବ୍ଲ୍ୟୁଏଫ୍‌) ତାର ସବୁ ଇଭେଣ୍ଟକୁ ସ୍ଥଗିତ ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟୋକିଓ ଅଲିମ୍ପିକ୍ସରେ ଶରଥଙ୍କ ଅଭିଯାନ ଶେଷ

ଟୋକିଓ,୨୭।୭: ଟୋକିଓ ଅଲିମ୍ପିକ୍ସରେ ପଞ୍ଚମ ଦିନରେ ଭାରତୀୟ ଆଥଲେଟ୍‌ସମାନେ ନିରାଶାଜନକ ପ୍ରଦର୍ଶନ ଜାରି ରଖିଛନ୍ତି। ଏହି ସମୟରେ ଟେବୁଲ ଟେନିସ ଇଭେଣ୍ଟରେ ଭାରତ ଆଉ ଏକ...

ପ୍ରଥମ ଶ୍ରେଣୀ କ୍ରିକେଟରୁ ଓ’କିଫିଙ୍କ ଅବସର

ସିଡ୍‌ନୀ, ୬ା୪ (ଏପି)-ଅଷ୍ଟ୍ରେଲିଆର ପୂର୍ବତନ ଟେଷ୍ଟ ସ୍ପିନର ଷ୍ଟିଫେନ୍‌ ଓ’କିଫି ପ୍ରଥମ ଶ୍ରେଣୀ କ୍ରିକେଟରୁ ତାଙ୍କର ଅବସର ଘୋଷଣା କରିଛନ୍ତି। ଆସନ୍ତା ଘରୋଇ ସିଜନ ପାଇଁ...

ଏହି ଖେଳାଳିଙ୍କୁ ବାମହାତୀ ସେହ୍ବାଗ କହିଲେ ପୂର୍ବତନ ପାକିସ୍ତାନ ଖେଳାଳି

କରାଚୀ,୮।୩ : ଅଷ୍ଟ୍ରେଲିଆ ପରେ ଇଂଲଣ୍ଡ ବିପକ୍ଷ ସିରିଜ୍‌ରେ ଚମତ୍କାର ପ୍ରଦର୍ଶନ କରିଥିବା ଭାରତୀୟ ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ ପ୍ରଶଂସକଙ୍କ ତାଲିକାରେ ଯୋଡ଼ି ହୋଇଛନ୍ତି...

ଆଇପିଏଲ୍‌ କମେଣ୍ଟ୍ରି ପ୍ୟାନେଲ ଛାଡ଼ିଲେ ପିଟରସନ

ଦୁବାଇ, ୧୭ା୧୦ (ପି.ଟି.)- ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) କମେଣ୍ଟ୍ରି ପ୍ୟାନେଲର ଅନ୍ୟତମ ସଦସ୍ୟ ତଥା ପୂର୍ବତନ ଇଂଲଣ୍ଡ ଅଧିନାୟକ ଶୁକ୍ରବାର ଘରବାହୁଡ଼ା କରିଛନ୍ତି। ବର୍ତ୍ତମାନ...

ଭାବପ୍ରବଣ ହେଲେ ସୂର୍ଯ୍ୟକୁମାର

ମୁମ୍ବାଇ,୨୯।୧୨: ଚଳିତ ବର୍ଷ ଟି-୨୦ରେ ଭାରତ ପାଇଁ ଚମତ୍କାର କରିଥିବା ସୂର୍ଯ୍ୟକୁମାର ଯାଦବ ଆଇସିସି ର଼୍ୟାଙ୍କିଙ୍ଗରେ ବିଶ୍ୱର ଏକ ନମ୍ବର ବ୍ୟାଟ୍ସମ୍ୟାନ ହୋଇପାରିଛନ୍ତି। ବର୍ତ୍ତମାନ ସେ...

ପ୍ରସ୍ତୁତି କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୧୦।୯ (ସ୍ପୋଟର୍‌ସ ବ୍ୟୁରୋ) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ ଓଡ଼ିଶା କ୍ରୀଡ଼ା କାର୍ଯ୍ୟକଳାପର ଆଉ ଏକ ମାଇଲ ଖୁଣ୍ଟ ହାସଲ କରିବାକୁ...

ସ୍ନୋ ସ୍କି ରେସ୍‌ରେ ଭାଗନେବେ ରଞ୍ଜିତା

ଭୁବନେଶ୍ୱର, ୧୪।୧୨(କ୍ରୀଡ଼ା ପ୍ରତିନିଧି): ଅନ୍ତର୍ଜାତୀୟ ସ୍କି ଫେଡେରେଶନ ଆନୁକୂଲ୍ୟରେ ସର୍ବିୟାର ଜ୍ଲାଟିବର-ଟର୍ନିକଠାରେ ସିଗୋଟା କପ୍‌ ଓ ବୋସନିଆଠାରେ ଜାହୋରିନା କପ୍‌ ଅନ୍ତର୍ଜାତୀୟ ସ୍ନୋ ସ୍କି ଚାମ୍ପିୟନଶିପ୍‌...

‘ଶତକ କରିପାରୁ ନାହାନ୍ତି, ତ କ’ଣ ହୋଇଗଲା’

ନୂଆଦିଲ୍ଲୀ,୨୮।୧: ଦୁଇ ବର୍ଷ ହେଲା କ୍ୟାରିୟରର ୭୧ତମ ଶତକ ଅପେକ୍ଷାରେ ଥିବା ବିରାଟ କୋହଲିଙ୍କୁ ନିକଟରେ ପ୍ରବଳ ସମାଲୋଚିତ ହେବାକୁ ପଡ଼ିଛି। ତାଙ୍କ ସମାଲୋଚକଙ୍କୁ କଡ଼ା...

Advertisement
Archives

Model This Week