Posted inଖେଳ

ଖେଳରତ୍ନ ପାଇଁ ଶ୍ରୀକାନ୍ତଙ୍କ ନାମ ସୁପାରିସ

ନୂଆଦିଲ୍ଲୀ, ୨୦।୬(ପି.ଟି.)- ବ୍ୟାଡ୍‌ମିଣ୍ଟନ ଆସୋସିଏଶନ ଅଫ୍‌ ଇଣ୍ଡିଆ (ବାଇ) ପକ୍ଷରୁ ତାରକା ଖେଳାଳି କିଡାମ୍ବି ଶ୍ରୀକାନ୍ତଙ୍କ ନାମ ଖେଳରତ୍ନ ପୁରସ୍କାର ପାଇଁ ସୁପାରିସ କରାଯାଇଛି। ଏକ ଟୁର୍ନାମେଣ୍ଟ ଅଧାରୁ ଓହରିଥିବାରୁ କ୍ଷମା ମାଗିବା ପରେ ତାଙ୍କ ନାମକୁ ବାଇ ସୁପାରିସ କରିଛି। ଅନ୍ୟପକ୍ଷରେ ଅର୍ଜୁନ ପୁରସ୍କାର ପାଇଁ ସୁପାରିସ କରା ନ ଯିବାରୁ ଆସୋସିଏଶନ ବିରୋଧରେ ବିଷୋଦ୍‌ଗାର କରିଥିବା ଏସ.ଏସ. ପ୍ରଣୟଙ୍କୁ କାରଶ ଦର୍ଶାଅ ନୋଟିସ ଜାରି କରାଯାଇଛି। ଗତ ଫେବୃୟାରୀରେ ଉଭୟ ଶ୍ରୀକାନ୍ତ ଓ ପ୍ରଣୟ ମାନିଲାଠାରେ ଅନୁଷ୍ଠିତ ଏସିଆନ ଟେଷ୍ଟ ଚାମ୍ପିୟନଶିପ୍‌ ସେମିଫାଇନାଲ ନ ଖେଳି ବାର୍ସିଲୋନାରେ ଅନ୍ୟ ଏକ ଟୁର୍ନାମେଣ୍ଟ ଖେଳିଥିଲେ। ଭାରତ ସେମିଫାଇନାଲରେ ହାରିଥିଲେ ହେଁ ଏସିଆନ ଟେଷ୍ଟ ଚାମ୍ପିୟନଶିପ୍‌ରେ ତୃତୀୟ ସ୍ଥାନ ହାସଲ କରିଥିଲା। ଶୃଙ୍ଖଳାଗତ କାରଣରୁ ବାଇ ପକ୍ଷରୁ ଖେଳରତ୍ନ ପାଇଁ ଶ୍ରୀକାନ୍ତ ଏବଂ ଅର୍ଜୁନ ପାଇଁ ପ୍ରଣୟଙ୍କ ନାମ ସୁପାରିସ କରାଯାଇ ନ ଥିଲା। ଶ୍ରୀକାନ୍ତଙ୍କ ସୁପାରିସ ପତ୍ର କ୍ରୀଡ଼ା ମନ୍ତ୍ରଣଳୟ ନିକଟକୁ ପଠା ଯାଇଥିବାବେଳେ ପ୍ରଣୟଙ୍କୁ ୧୫ ଦିନ ମଧ୍ୟରେ ଉତ୍ତର ରଖିବା ପାଇଁ ସମୟ ଦିଆଯାଇଛି। ସମୟ ମଧ୍ୟରେ ଉତ୍ତର ନ ଦେଲେ ପ୍ରଣୟଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବାଇ ପକ୍ଷରୁ ପ୍ରକାଶ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅନୁଷ୍କାଙ୍କ ଡେଲିଭରୀ ଡେଟ୍‌ ଜଣାଇଲେ ବିରାଟ!

ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବେ ଗର୍ଭବତୀ ଅଛନ୍ତି। ସେ ଏହି ସମୟକୁ ବେଶ୍‌ ଉପଭୋଗ କରୁଛନ୍ତି। ଗର୍ଭାବସ୍ଥାର ଅନୁଭବକୁ ନିଜ ପ୍ରଶଂସକଙ୍କ ସହ ବେଳେବେଳେ...

ଭର୍ଷ୍ଟାପେନ୍‌ଙ୍କୁ ପୋଲ୍‌ ପୋଜିଶନ

ସ୍ପିଲବର୍ଗ, ୨୭ା୬ (ଏପି)-ସିରିଆନ ଗ୍ରାଁ ପ୍ରି ପାଇଁ ଫର୍ମୁଲା ଓ୍ବାନ ଚାମ୍ପିୟନଶିପ୍‌ ଲିଡର ମାକ୍ସ ଭର୍ଷ୍ଟାପେନ୍‌ ପୋଲ ପୋଜିଶନ ହାସଲ କରିଛନ୍ତି। ରେଡ୍‌ବୁଲ୍‌ର ଏହି ଡ୍ରାଇଭର...

୫ ମାସ ପରେ ଝିଅକୁ ଭେଟି ଭାବପ୍ରବଣ ହେଲେ ଏହି ଖେଳାଳି: ଲେଖିଲେ ହୃଦୟସ୍ପର୍ଶୀ ବାର୍ତ୍ତା

ଅଷ୍ଟ୍ରେଲିଆରେ ଭାରତର ଐତିହାସିକ ବିଜୟ ପରେ ଅଧିନାୟକ ଆଜିଙ୍କ୍ୟ ରାହାନେ ଭାରତ ଫେରିଛନ୍ତି। ପ୍ରଶଂସକ ଏବଂ ତାଙ୍କ ପରିବାର ଦ୍ୱାରା ରାହାନେଙ୍କୁ ଜୋରଦାରରେ ସ୍ବାଗତ କରାଯାଇଛି।...

ପ୍ରଥମ ସ୍ବାମୀଙ୍କୁ ଛାଡ଼ପତ୍ର ଦେବାର ୧୦ ବର୍ଷ ପରେ ବିବାହ ବନ୍ଧନରେ ଏହି ବ୍ୟାଡ୍‌ମିଣ୍ଟନ ତାରକା, ତାମିଲ ଅଭିନେତାଙ୍କ…

ବମ୍ବେ: ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ଭାରତର ଜଣେ ଶୀର୍ଷ ମାନ୍ୟତାପ୍ରାପ୍ତ ବ୍ୟାଡ୍‌ମିଣ୍ଟନ୍‌ ତାରକା ଜ୍ୱାଲା ଗୁଟ୍ଟା। ତାଙ୍କ କ୍ୟାରିୟରରେ ଭାରତ ପାଇଁ ଅନେକ ପଦକ...

୩୬ ରନରେ ହାରିଲା ଅଷ୍ଟ୍ରେଲିଆ

ରାଜକୋଟ,୧୭।୧(ପି.ଟି.)- ଓ୍ବାଙ୍ଖଡେରେ ଲଜ୍ଜାଜନକ ପରାଜୟ ବରଣ କରିବା ପରେ ଭାରତ ଦୃଢ଼ ପ୍ରତ୍ୟାବର୍ତ୍ତନ କରି ଦ୍ୱିତୀୟ ମ୍ୟାଚ୍‌ରେ ବାଜି ମାରିଛି। ଶୁକ୍ରବାର ସ୍ଥାନୀୟ ସୌରାଷ୍ଟ୍ର କ୍ରିକେଟ...

ଶ୍ରୀଲଙ୍କାର ସାନ୍ତ୍ୱନାମୂଳକ ବିଜୟ

ଢାକା, ୨୯।୫- ଅଧିନାୟକ କୁସାଲ ପେରେରାଙ୍କ ଶତକ ପରେ ଦୁଷ୍ମନ୍ତ ଚାମିରାଙ୍କ ୫ ଉଇକେଟ ସଫଳତା ବଳରେ ଶ୍ରୀଲଙ୍କା ଶୁକ୍ରବାର ଅନୁଷ୍ଠିତ ତୃତୀୟ ଦିନିକିଆ କ୍ରିକେଟ...

ତୁର୍କୀ ବକ୍ସର କରୋନାରେ ସଂକ୍ରମିତ

ଓ୍ବାଶିଂଟନ୍‌, ୨୬ା୩ (ଏପି)-ତୁର୍କୀର ଜଣେ ବକ୍ସର ସରହାତ୍‌ ଗୁଲର ଏବଂ ତାଙ୍କ ଟ୍ରେନର ସୈଫୁଲ୍ଲା ଡମ୍‌ଲୁପିନାର କରୋନା ଭାଇରସ ଦ୍ୱାରା ସଂକ୍ରମିତ ଥିବା ଜଣାପଡ଼ିଛି। ଲଣ୍ଡନରେ...

କେକେଆର ପାଇଁ ବିଜୟ ଲକ୍ଷ୍ୟ ୧୭୭ ରନ…

କୋଲକାତା,୨୦।୫ : ଆଇପିଏଲ ୨୦୨୩ର ୬୮ତମ ମ୍ୟାଚ କୋଲକାତା ନାଇଟ ରାଇଡର୍ସ(କେକେଆର) ଏବଂ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍‌ସ(ଏଲଏସଜି)ମଧ୍ୟରେ ଖେଳାଯାଉଛି। କୋଲକାତାର ଇଡେନ ଗାର୍ଡେନ ଷ୍ଟାଡିୟମରେ ଖେଳାଯାଉଥିବା...

Advertisement
Archives

Model This Week