ଖୁଣ୍ଟ ପଡ଼ିଛି, ବିଦ୍ୟୁତ୍‌ ସଂଯୋଗ ନାହିଁ

ଦଶପଲ୍ଲା,୧୭ା୮(ଡି.ଏନ.ଏ.): ସମସ୍ତଙ୍କୁ ବିଦ୍ୟୁତ୍‌ ଆଲୋକ ଯୋଗାଣ ନିମନ୍ତେ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ହେଲେ କେତେଜଣ କର୍ମଚାରୀଙ୍କ ଅବହେଳା ଯୋଗୁ ଜନସାଧାରଣ ବିଦ୍ୟୁତ୍‌ ଆଲୋକରୁ ବଞ୍ଚତ୍ତ ହେଉଛନ୍ତି। ଏହାର ଏକ ନମୁନା ଦେଖିବାକୁ ମିଳିଛି ଦଶପଲ୍ଲା ବ୍ଲକର ଆଦିବାସୀ ବହୁଳ ନୂଆଗଁା ପଞ୍ଚାୟତରେ। ଏହି ପଞ୍ଚାୟତର ୪ ଗ୍ରାମକୁ ବିଦ୍ୟୁତ୍‌ସେବା ପ୍ରଦାନ ନିମନ୍ତେ ଗ୍ରାମମୁଣ୍ଡରେ ଟ୍ରାନ୍ସଫର୍ମର ବସିବା ସହ ବିଦ୍ୟୁତ୍‌ ଖୁଣ୍ଟ ପୋତାଯାଇଥିଲେ ମଧ୍ୟ ବିଦ୍ୟୁତ୍‌ ଯୋଗାଣ ହୋଇପାରୁ ନାହିଁ। ଗ୍ରାମଗୁଡ଼ିକ ହେଲା ସଲଡଝୋଲା, ବାଙ୍କସାହି, ଦୁଆରୀସାହି ଓ ଭୋଗବାଡ଼ି। ଏସବୁ ଗ୍ରାମର ପ୍ରାୟ ୫୦ ପରିବାର ବିଦ୍ୟୁତ୍‌ ସଂଯୋଗ ଅପେକ୍ଷାରେ ଅଛନ୍ତି। କେତେଜଣଙ୍କ ଘରେ ବୋର୍ଡ ମଧ୍ୟ ବସାଯାଇଛି। ଗ୍ରାମବାସୀଙ୍କ କହିବା କଥା, ପ୍ରାୟ ୭ମାସ ହେଲା ଖୁଣ୍ଟ ପଡ଼ିଥିଲେ ସୁଦ୍ଧା ବିଦ୍ୟୁତ୍‌ ସଂଯୋଗ କରାଯାଇ ନାହିଁ। ଏ ସମ୍ପର୍କରେ ବିଭାଗୀୟ କାର୍ଯ୍ୟାଳୟରେ ବାରମ୍ବାର ଅଭିଯୋଗ କଲେ ବି କୌଣସି ପ୍ରତିକାର ହେଉନାହିଁ ବୋଲି ପୂର୍ବତନ ଜିଲାପରିଷଦ ସଭ୍ୟ କିଶୋର ଦଳବେହେରା ଅଭିଯୋଗ କରିଛନ୍ତି। ଉକ୍ତ ଅଞ୍ଚଳ ନୂଆଗଁା ବ୍ଲକ ବିଦ୍ୟୁତ୍‌ ବିଭାଗ ଅଧୀନରେ ଥିବାରୁ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଏନ୍‌ ଶ୍ରୀନିବାସ ରାୟଙ୍କୁ ଯୋଗାଯୋଗ କରିବାରୁ ସେ ଏନ୍‌ଟିପିସି କର୍ମଚାରୀଙ୍କ ସହ ଆଲୋଚନା କରି ଉକ୍ତ ଗ୍ରାମଗୁଡିକୁ ଶୀଘ୍ର ବିଦ୍ୟୁତ୍‌ ଯୋଗାଣ ବ୍ୟବସ୍ଥା କରିବେ ବୋଲି ମତପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରାକୃତିକ ପରିବେଶ ପର୍ଯ୍ୟଟନ କେନ୍ଦ୍ରରେ ବିଦେଶୀ ପର୍ଯ୍ୟଟକ: ପରିଚାଳନା ସମ୍ବନ୍ଧୀୟ ତଥ୍ୟ ସଂଗ୍ରହ କଲେ

ଗଣିଆ,୨୦ା୧୧(ଡି.ଏନ.ଏ.): ନୟାଗଡ଼ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ଉଦ୍ୟମକ୍ରମେ ସାତକୋଶିଆ ବ୍ୟାଘ୍ର ସଂରକ୍ଷଣାଞ୍ଚଳ ଅଭୟାରଣ୍ୟର ସାଉଥ୍‌ ବଡମୂଳ ମଙ୍ଗାନାସୀଠାରେ ୨୦୧୫ ମସିହାଠାରୁ ଖୋଲାଯାଇଛି ପ୍ରାକୃତିକ ପରିବେଶ ପର୍ଯ୍ୟଟନ...

ବିହାରରୁ ଓଡଗାଁ: ସାଇକେଲରେ ୧୨୦୦ କିମି ପାର ହୋଇ ପହଞ୍ଚିଲେ ଦୁଇଜଣ ମିସ୍ତ୍ରୀ

ଓଡଗାଁ, ୨୯।୪(ସ୍ବ.ପ୍ର.)- ପରିବାର ଭରଣ ପୋଷଣ ପାଇଁ ଓଡଗାଁରୁ ବିହାରର ପୁର୍ଣିଆ ଜିଲା ବନମଖୀ ଯାଇଥିବା ଦୁଇ ମନ୍ଦିର ମିସ୍ତ୍ରୀ ସାଇକେଲରେ ଗାଁକୁ ଫେରିଛନ୍ତି। କରୋନା...

ପରୀର କୌଣସି ହାଡ଼ ନିଖୋଜ ନାହିଁ, ସରୋଜର ଗାମୁଛା ବଡ଼ ପ୍ରମାଣ ଦେବ: ବୋଥ୍ରା

ଭୁବନେଶ୍ୱର,୨୪।୧୨(ବ୍ୟୁରୋ): ନୟାଗଡ଼ ଜିଲା ସଦର ଥାନା ଅଧୀନ ଯଦୁପୁର ଗାଁର ପରୀ ଅପହରଣ ଓ ହତ୍ୟା ଘଟଣା ଦିନକୁ ଦିନ ନୂଆ ମୋଡ ନେବାରେ ଲାଗିଛି।...

ବାଇକ୍‌ ମୁହାଁମୁହିଁ ଧକ୍କା, ଚାଲିଗଲା ୨ ଜୀବନ

ନୟାଗଡ଼ ଅଫିସ,୧।୧୧: ବଲାଙ୍ଗୀର ଖୋର୍ଦ୍ଧା ୫୭ନଂ. ଜାତୀୟ ରାଜପଥର ତୁଳସୀପୁର ସାଇମନ୍ଦିର ନିକଟରେ ରବିବାର ରାତିରେ ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି ।...

୩ ବର୍ଷର ଶିଶୁକନ୍ୟା ନିଖୋଜ, ତଦନ୍ତ ଚଳାଇଛି ପୋଲିସ

ଓଡଗାଁ, ୯।୯(ସ୍ବ.ପ୍ର.): ନୟାଗଡ଼ ଜିଲା ଓଡ଼ଗାଁ ଥାନା ସାକେରୀ ହରିଜନ ସାହିରୁ ସୋମବାର ସକାଳୁ ଏକ ୩ ବର୍ଷର ଶିଶୁକନ୍ୟା ନିଖୋଜ ହୋଇଯିବା ଘଟଣା ସମସ୍ତଙ୍କୁ...

ନାବାଳକଙ୍କୁ ସାବାଳକ ସଜାଇଲା ପୋଲିସ; ୩ ମାସ ହେଲାଣି ରହି ଆସୁଛନ୍ତି ଜେଲ୍‌ରେ

ନୟାଗଡ଼ ଅଫିସ,୬।୧୧-ନୟାଗଡ଼ ଜିଲା ଓଡ଼ଗାଁ ପୋଲିସ ଜଣେ ନାବାଳକଙ୍କୁ ସାବାଳକ ଦର୍ଶାଇ ଜେଲ୍‌କୁ ପଠାଇଛନ୍ତି। ସମ୍ପୃକ୍ତ ନାବାଳକ ୩ ମାସ ହେଲାଣି ନୟାଗଡ଼ ଖୁଣ୍ଟୁବନ୍ଧସ୍ଥିତ ଉପକାରାଗାରରେ...

ମହୀପୁରକୁ ସମ୍ପ୍ରସାରଣ ହେଲା ପାସେଞ୍ଜର ଟ୍ରେନ୍‌

ନୟାଗଡ଼ ଅଫିସ,୨୭।୧୨: ନୟାଗଡ଼ ଜିଲା ନୂଆଗାଁ ବ୍ଲକର ମହୀପୁର ଷ୍ଟେଶନ ଗୁରୁବାର ରେଳ ମାନଚିତ୍ରରେ ସ୍ଥାନ ପାଇଛି। ଫଳରେ ବହୁ ପ୍ରତୀକ୍ଷିତ ଅଞ୍ଚଳବାସୀ ଏ ନେଇ...

ଦମ୍ପତିଙ୍କୁ ମାଡ଼ ମାରି ଲୁଟିନେଲେ ଟଙ୍କା, ଚେନ

ନୟାଗଡ ଅଫିସ,୧୨।୫: ନୟାଗଡ଼ ଜିଲା ରଣପୁର ଥାନା କୋଟଗଡ଼ ଘାଟିରେ ବୁଧବାର ଲୁଟ ହୋଇଛି। ଦମ୍ପତିଙ୍କୁ ମାଡ଼ ମାରି ୯ ହଜାର ଟଙ୍କା ସହିତ ସୁନା...

Advertisement
Archives

Model This Week