ଖାଦ୍ୟରେ ବିଷକ୍ରିୟାରୁ ଗଲା ଜୀବନ: ଗୋଟିଏ ପରିବାରର ୩ ଅସୁସ୍ଥ, ଜଣେ ମୃତ

ଭଞ୍ଜନଗର,୧୮।୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଭଞ୍ଜନଗର ତହସିଲ ଅନ୍ତର୍ଗତ ବଦାଙ୍ଗିରେ ଖାଦ୍ୟରେ ବିଷକ୍ରିୟା ଯୋଗୁ ଶନିବାର ଗୋଟିଏ ପରିବାରର ୩ଜଣ ଅସୁସ୍ଥ ଥିବା ବେଳେ ଜଣେ ଶିଶୁକନ୍ୟାଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଲିମା ଗୌଡ଼ (୩)। ଭଞ୍ଜନଗର ମେଡିକାଲରେ ଅସୁସ୍ଥମାନେ ଚିକିତ୍ସିତ ହେଉଛନ୍ତି । ତେବେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି।
ପ୍ରକାଶ ଯେ, ଗ୍ରାମର ସୁବାସ ଗୌଡ଼ଙ୍କ ପରିବାର ଶୁକ୍ରବାର ରାତ୍ରଭୋଜନ କରି ଶୋଇଥିଲେ । ରାତିରେ ସୁବାସ, ତାଙ୍କ ସ୍ତ୍ରୀ ଓ ୨ ଝିଅ ଅସୁସ୍ଥ ହୋଇପଡ଼ିଥିଲେ। ଶନିବାର ସକାଳୁ ଅବସ୍ଥା ଗୁରୁତର ହେବାପରେ ସମସ୍ତଙ୍କୁ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ପାଇଁ ଭଞ୍ଜନଗର ମେଡିକାଲକୁ ନିଆଯାଇଥିଲା। ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଲିମାଙ୍କର ମୃତ୍ୟୁ ଘଟିଛି। ଗାଲେରୀ ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି। ତେବେ ଖାଦ୍ୟରେ ବିଷକ୍ରିୟା ଯୋଗୁ ଏଭଳି ସମସ୍ୟା ଉପୁଜିଛି। ଅସୁସ୍ଥମାନଙ୍କ ସ୍ବାସ୍ଥ୍ୟ ବର୍ତ୍ତମାନ ସ୍ଥିର ଥିବା ଚିକିତ୍ସା କରୁଥିବା ଡା. ଭଗବାନ ସାହୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମ ଜିଲାପାଳଙ୍କ ଅଚାନକ ପୁରୁଷୋତ୍ତମପୁର ଗସ୍ତ: ନିର୍ମାଣାଧୀନ ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ରର ଅନିୟମିତତା ନେଇ କଲେ ଦାଗିଦ୍‌

ପୁରୁଷୋତ୍ତମପୁର,୧୯ା୬(ଡି.ଏନ୍‌.ଏ.) : ଗଞ୍ଜାମ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେ ଶୁକ୍ରବାର ଅଚାନକ ପୁରୁଷୋତ୍ତମପୁର ଗସ୍ତରେ ଆସି ଏନ୍‌ଏସି ପକ୍ଷରୁ ବର୍ଜବସ୍ତୁ ପରିଚାଳନା କେନ୍ଦ୍ର (ଏମ୍‌ସିସି ଓ...

ଜଳ ଯୋଗାଣ ପ୍ରକଳ୍ପରେ ତାଲା, ଗ୍ରାମବାସୀଙ୍କ ବିକ୍ଷୋଭ

ପାପଡ଼ାହାଣ୍ଡି,୩ା୩(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ପ୍ରଧାନିଗୁଡ଼ା ଗ୍ରାମରେ ଗ୍ରୀଷ୍ମ ପୂର୍ବରୁ ପାନୀୟ ଜଳ ସମସ୍ୟା ଦେଖାଦେଇଛି। ପାନୀୟ ଜଳ ଯୋଗାଣ ପ୍ରକଳ୍ପରେ ତାଲା ଝୁଲୁଥିବାରୁ ଗତ...

ଚାଷ କରି ଆଳୁଚାଷୀ ଫସିଗଲେ

କେନ୍ଦ୍ରାପଡ଼ା ଅଫିସ, ୨୦ା୨: କେନ୍ଦ୍ରାପଡ଼ା ଜିଲାରେ ୨ ମାସ ପୂର୍ବେ ଆଳୁ କେଜି ପ୍ରତି ୨୫ରୁ ୩୦ ଟଙ୍କାରେ ବିକ୍ରି ହେଉଥିଲା। ଏବେ କେଜି ପ୍ରତି...

ଗଞ୍ଜାମ ଜିଲା ପାଇଁ ୨ ସ୍ପେଶାଲ ଏଡିଏମ୍‌ ନିଯୁକ୍ତ

ଭୁବନେଶ୍ୱର,୪।୭(ବ୍ୟୁରୋ): ଗଞ୍ଜାମ ଜିଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏ ନେଇ ୨ ଆଇଏଏସ୍‌ ଅଫିସର କରୋନା ପରିଚାଳନା ପାଇଁ ଜିଲାକୁ...

ବିଜେଡିରୁ ଇସ୍ତଫା ଦେଲେ ୩ ଅସନ୍ତୁଷ୍ଟ ନେତା

କୋଟପାଡ଼,୧୩।୩(ଡି.ଏନ.ଏ.): କୋରପୁଟ ଜିଲା କୋଟପାଡ଼ ବିଜେଡିରେ ଦଳୀୟ ଅସନ୍ତୋଷ ଲାଗି ରହିଛି। ଫଳରେ ଦଳର ୩ ପୁରୁଖା ନେତା ପଙ୍କଜ ପାତ୍ର, ଈଶ୍ୱର ମହାନ୍ତି, ରଞ୍ଜିତ...

କରୋନା ପାଇଁ କଇଁଚି ବନ୍ଦ

ଭୁବନ, ୪।୬(ବିପିନ ବିହାରୀ ସେଠୀ) କରୋନା ଆସିଲାନି ଯେ, ଉଜାଡ଼ିଦେଲା ଜୀବିକା। ମହାମାରୀର ବିଭୀଷିକା, ଭୂତାଣୁ ଭୟ ଭିତରେ ଜୀବନ ବଞ୍ଚାଇବା ଯେଉଁଠି କାଠିକର ପାଠ,...

ଚେକିଂ ବେଳେ ଦୁର୍ଘଟଣା, ପୋଲିସ ଏସ୍‌ଆଇ ମୃତ

ବାରିପଦା ଅଫିସ,୧୯ା୧୧- ବାରିପଦା ଟାଉନ ଥାନା ପୋଲିସ ପକ୍ଷରୁ ତକତପୁରଠାରେ ଯାନବାହନ ଚେକିଂ ବେଳେ ସୋମବାର ସାରେ ଦୁର୍ଘଟଣା ଘଟିଛି। ଏଥିରେ ସବ୍‌ ଇନ୍ସପେକ୍ଟର(ଏସ୍‌ଆଇ) ଦୟାନିଧି...

ସୁବର୍ଣ୍ଣପୁରରେ ନୂତନ ଜିଲାପାଳଙ୍କ ଦାୟିତ୍ୱ ଗ୍ରହଣ

ସୁବର୍ଣ୍ଣପୁର ,୩।୬(ନି.ପ୍ର.): ସୁବର୍ଣ୍ଣପୁରର ନୂତନ ଜିଲାପାଳ ଭାବେ ବରିଷ୍ଠ ଓଡ଼ିଶା ପ୍ରଶାସନିକ ଅଧିକାରୀ ବିମଳେନ୍ଦୁ ରାୟ ଶନିବାର ଦାୟିତ୍ୱ ଗ୍ରହଣ କରିଛନ୍ତି । ଭାରପ୍ରାପ୍ତ ଜିଲାପାଳ...

Advertisement
Archives

Model This Week