ଖାଦ୍ୟରେ ବିଛା ବାହାରିବା ଘଟଣା: ଅଙ୍ଗନୱାଡ଼ି କର୍ମୀ, ସହାୟିକାଙ୍କୁ କାରଣ ଦର୍ଶାଅ ନୋଟିସ

ଭୋଗରାଇ, ୧୬।୧୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ ମନ୍ଦାରସାହି ପଞ୍ଚାୟତ ହରିପୁର ଗ୍ରାମ ଅଙ୍ଗନୱାଡ଼ି କେନ୍ଦ୍ରରେ ଶିଶୁମାନଙ୍କୁ ଦିଆଯାଉଥିବା ଭାତରେ ମଲା ବିଛା ବାହାରିଥିବା ଅଭିଯୋଗ ହୋଇଥିଲା। ରବିବାର ଉକ୍ତ କେନ୍ଦ୍ରକୁ ଭୋଗରାଇ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଭାରତୀ ସାହୁ ଓ ସେକ୍ଟର ସୁପରଭାଇଜର ଶାନ୍ତି ହାଁସଦା ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି। କାର୍ଯ୍ୟରେ ଅନିୟମିତତା କରିଥିବା ଉକ୍ତ କେନ୍ଦ୍ରର କର୍ମୀ ଓ ସହାୟିକାଙ୍କ ପତ୍ର ସଂଖ୍ୟା ୬୫୪ରେ ଗତ ତା୧୩।୧୨।୧୯ ରିଖରେ ସେଦିନର ଭତ୍ତାକୁ କଟାଯିବା ସହିତ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି।
ଉକ୍ତ ଅଙ୍ଗନୱାଡ଼ି କେନ୍ଦ୍ରରେ ଗତ ୧୩ତାରିଖରେ ଶିଶୁମାନଙ୍କୁ ରନ୍ଧା ଭାତ ଖାଇବାକୁ ଦିଆଯାଇଥିଲା। ଗ୍ରାମର ଜଣେ ଶିଶୁ ଉକ୍ତ ରନ୍ଧାଖାଦ୍ୟକୁ ଘରକୁ ନେବା ପାଇଁ ଜିଦ୍‌ କରିବାରୁ ସହାୟିକା ଏକ ଟିଫିନ୍‌ ବାକ୍ସରେ ତାଙ୍କୁ ଭାତ ଦେଇଥିଲେ। ଶିଶୁର ମା’ ଏହି ଭାତରେ ମଲା ବିଛା ପଡ଼ିଥିବା ଅପରାହ୍ନ ୪ଟାରେ ସହାୟିକାଙ୍କୁ ଗ୍ରାମ ରାସ୍ତାରେ ଦେଖାଇଥିଲେ। ଏହି ଅଭିଯୋଗ ପରେ ଗ୍ରାମରେ ଦୁଇଦିନ ଧରି ଜଟିଳ ସ୍ଥିତି ଲାଗି ରହିଥିଲା। ରନ୍ଧା ଭାତ ଖାଇଥିବା କୌଣସି ଶିଶୁ ଅସୁସ୍ଥ ନ ଥିବାରୁ ଘଟଣା ଏକ ରହସ୍ୟାବୃତ୍ତ ବୋଲି ଗ୍ରାମବାସୀ କହିଛନ୍ତି। ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଅଙ୍ଗନୱାଡ଼ି କେନ୍ଦ୍ରର କର୍ମୀ ଓ ସହାୟିକାଙ୍କୁ ଖାଦ୍ୟର ସୁରକ୍ଷା ଓ ସୁଷମ ବଣ୍ଟନ କରିବା ସହିତ କେନ୍ଦ୍ର ବାହାରକୁ ରନ୍ଧା ଖାଦ୍ୟ ନ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଘଟଣା ସମ୍ପର୍କରେ କର୍ମୀ-ସହାୟିକା, ଯାଞ୍ଚ କମିଟିର ସଦସ୍ୟ ଓ ଗ୍ରାମବାସୀଙ୍କଠାରୁ ଅବଗତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରବାସୀ ହେବାକୁ ବାଧ୍ୟ ହେଉଛନ୍ତି ଶ୍ରମିକ

ଯାଜପୁର ଅଫିସ,୧୦।୮: ସାଧାରଣ ଓ ଗରିବ ଲୋକଙ୍କୁ କାମ ଯୋଗାଇ ଆର୍ଥତ୍କ ସ୍ତରରେ ଉନ୍ନତି ଆଣିବା ପାଇଁ ମହାମତ୍ାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା(ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)...

ଚିକିତ୍ସା ଅବହେଳାରୁ ପ୍ରସୂତିଙ୍କ ମୃତ୍ୟୁ ଅଭିଯୋଗ

ସୋର, ୧୩ା୧୨(ଡି.ଏନ.ଏ.)-ସୋର ମ୍ୟୁନିସିପାଲିଟି ଅଧୀନ ଏକ ନର୍ସିଂହୋମ୍‌ରେ ପ୍ରସବ ପରେ ପ୍ରସୂତିଙ୍କୁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଉଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ...

ଗାଁ ପ୍ରବେଶ ପଥ ବନ୍ଦ କଲେ ଲୋକେ

ଭଞ୍ଜନଗର,୨୬।୩(ଡି.ଏନ.ଏ)-କରୋନା ଭୂତାଣୁ ସଂକ୍ରମଣ ପ୍ରତିହତ କରିବା ଲାଗି ଗୁରୁବାର ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ଓ କେତେକ ଗ୍ରାମବାସୀ ଆଲୋଚନା କରି ଗାଁ ପ୍ରବେଶ ପଥକୁ ସିଲ୍‌...

ମନ୍ଦିର ଯିବା ବେଳେ ଦୁର୍ଘଟଣା: ସ୍ବାମୀଙ୍କ ଜୀବନ ଗଲା, ସ୍ତ୍ରୀ, ଝିଅ ଗୁରୁତର

କେନ୍ଦୁଝର,୯ା୧୧(ସ୍ବ.ପ୍ର.): ଝୁମ୍ପୁରା ଥାନା ଅନ୍ତର୍ଗତ ଘଣ୍ଟିପଶି ଗ୍ରାମ ମୁଣ୍ଡାସାହି ନିକଟସ୍ଥ ଏକ ବୁଲାଣି ରାସ୍ତାରେ ଡାଲା ଅଟୋ ଓ ବାଇକ୍‌ ଧକ୍କା ହେବା ଫଳରେ ସ୍ବାମୀଙ୍କ...

ଗାଡ଼ି ସ୍ପିଡରେ କଟକଣା ଲଗାଇଲେ ଜିଲାପାଳ

ଛତ୍ରପୁର,୧୩ା୨(ଡି.ଏନ.ଏ)-ଗଞ୍ଜାମ ଜିଲାରେ ସଡ଼କ ଦୁର୍ଘଟଣା ସଂଖ୍ୟା ହ୍ରାସ କରିବାରୁ ବିଭିନ୍ନ ଗାଡ଼ିର ସ୍ପିଡ୍‌ ଉପରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି।...

୪ ମାସ ହେଲା ଚାଲିଛି ଫାଇଲ କାମ

ଖଇରା, ୧।୨(ଡି.ଏନ.ଏ):  ବାଲେଶ୍ୱର ଓ ଭଦ୍ରକ ୨ ଜିଲାର ଉପାନ୍ତ ଅଞ୍ଚଳକୁ ସଂଯୋଗ କରୁଥିବା ମହତୀପୁର-ଚରମ୍ପା ଭାୟା ବାରାପୁର ଅନ୍ତରା ଆରଡି ରାସ୍ତା କାର୍ଯ୍ୟ ୨ମାସ...

ନେଇଗଲେ ଅଢ଼େଇ ଲକ୍ଷ ଟଙ୍କା, ସୁନା

ଛେଣ୍ଡିପଦା,୨ା୩(ସ୍ବ.ପ୍ର.) ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ପୁରୁଣାଗଡ଼ ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ସଶସ୍ତ୍ର ଡକାୟତି ହୋଇଛି। ମୁଖାପିନ୍ଧି ଆସିଥିବା ୬ଜଣ ଦୁର୍ବୃତ୍ତ ଜଣେ ପୂଜକଙ୍କ ଘରେ...

ଜାଲ୍‌ ଶିକ୍ଷକଙ୍କୁ ଜିଲାପାଳଙ୍କ ଚେତାବନୀ: ଚାକିରି ଛାଡ଼ିଲେ ବି କାର୍ଯ୍ୟାନୁଷ୍ଠାନ

ବ୍ରହ୍ମପୁର ଅଫିସ୍‌,୨୨|୧୧- ଗଞ୍ଜାମ ଜିଲରେ ଶିକ୍ଷକ ନିଯୁକ୍ତି ସମୟରେ ଜାଲ ସାର୍ଟିଫିକେଟ୍‌ ଦେଇ ଚାକିରି କରିଥିବାରୁ ବର୍ତ୍ତମାନ ଅଡ଼ୁଆ ବଢ଼ିବାରେ ଲାଗିଛି। ପ୍ରତିଦିନ କେହି ନା...

Advertisement
Archives

Model This Week