ଖାଉଟି ବଣ୍ଟନକେନ୍ଦ୍ରକୁ ଆସିବେନି ହିତାଧିକାରୀ: ଘରେ ପହଞ୍ଚିବ ଭତ୍ତା, ଗହମ, ଚାଉଳ

ଭୁବନେଶ୍ୱର,୨୪।୩(ବ୍ୟୁରୋ): କରୋନା ଭୂତାଣୁର ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସାମାଜିକ ନିରାପତ୍ତା ଯୋଜନାରେ ଥିବା ସମସ୍ତ ହିତାଧିକାରୀଙ୍କୁ ଭତ୍ତା, ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ହିତାଧିକାରୀଙ୍କୁ ଖାଦ୍ୟଶଷ୍ୟ ସେମାନଙ୍କ ଘରେ ପହଞ୍ଚାଇ ଦିଆଯିବ। ହିତାଧିକାରୀଙ୍କୁ ପେନ୍‌ସନ୍‌ କିମ୍ବା ଖାଦ୍ୟଶସ୍ୟ ନେବା ପାଇଁ ସାଧାରଣ ଖାଉଟି ବଣ୍ଟନ କେନ୍ଦ୍ରକୁ ଆସିବାକୁ ପଡ଼ିବ ନାହିଁ। ଭିଡ଼ କମାଇବା ପାଇଁ ରାଜ୍ୟ ସରକାର ଏଭଳି ପଦକ୍ଷେପ ନେଇଛନ୍ତି। ଭତ୍ତା ଓ ଖାଦ୍ୟଶସ୍ୟ ହିତାଧିକାରୀଙ୍କ ନିକଟରେ ଯେପରି ପହଞ୍ଚିପାରିବ ସେ ନେଇ ସମସ୍ତ ଜିଲାପାଳ, ଡିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟ୍‌, ସମସ୍ତ ମହାନଗର ନିଗମର କମିଶନର, ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଏ ନେଇ କ୍ଷମତା ପ୍ରଦାନ କରାଯାଇଛି। ସାମାଜିକ ଗୁରୁତ୍ୱକୁ(ସୋସିଆଲ ଡିଷ୍ଟାନ୍‌ସିଂ) ଗାଇଡ୍‌ ଲାଇନ୍‌ ଅନୁଯାୟୀ ପେନ୍‌ସନ୍‌ ଓ ଖାଦ୍ୟ ସାମଗ୍ରୀ ବାଣ୍ଟିବା ପାଇଁ ବ୍ୟବସ୍ଥା କରିବେ। ଆବଶ୍ୟକ ସ୍ଥଳେ ଜିଲାର ବିଭିନ୍ନ ବିଭାଗର କ୍ଷେତ୍ର କର୍ମଚାରୀଙ୍କୁ ଏହି କାର୍ଯ୍ୟରେ ନିୟୋଜିତ କରିପାରିବେ। ମଙ୍ଗଳବାର ଏ ନେଇ ସ୍ବାସ୍ଥ୍ୟ ଓ ପରିିବାର କଲ୍ୟାଣ ବିଭାଗ ପକ୍ଷରୁ ସର୍କୁଲାର ଜାରି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନନ୍ଦନକାନନରେ ବହୁତଳ ପାର୍କିଂ ଉଦ୍‌ଘାଟିତ

ଭୁବନେଶ୍ୱର,(ବ୍ୟୁରୋ)/ବାରଙ୍ଗ, ୨୮ା୫ (ଡି.ଏନ୍‌.ଏ): ନନ୍ଦନକାନନଠାରେ ତିନି ମହଲା ବିଶିଷ୍ଟ ବହୁତଳ କାର୍‌ ପାର୍କିଂ ସୁବିଧାର ଶୁକ୍ରବାର ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୩୫୪୨.୭୯ ଲକ୍ଷ...

ମା’ଙ୍କ ଚାପୁଡ଼ାରେ ଗଲା ପୁଅର ଜୀବନ

କବିସୂର୍ଯ୍ୟନଗର,୬ା୧୨(ଡି.ଏନ.ଏ.)-ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଥାନା ପୋଲସରା ବ୍ଲକ ଅନ୍ତର୍ଗତ ଜକର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ମା’ ଚାପୁଡ଼ାରେ ୨ ବର୍ଷୀୟ ଶିଶୁପୁତ୍ରର ଜୀବନ...

୩ ପ୍ରାର୍ଥୀଙ୍କ ମଧ୍ୟରେ ଚାଲିଛି ଟକ୍କର

ପିପିଲି/ଡେଲାଙ୍ଗ, ୨୬।୯(ସ୍ବ.ପ୍ର./ଡି.ଏନ୍‌.ଏ.): ପିପିଲି ଉପନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ପିିପିଲି, ଡେଲାଙ୍ଗ ଅଞ୍ଚଳରେ ରାଜନୈତିକ ଦଳଗୁଡ଼ିକର ଜୋରସୋରରେ ପ୍ରଚାର, ସଭା ଚାଲିଛି। ହେଭିଓ୍ବେଟ ତଥା...

ନିଃଶୁଳ୍କ ଟେଲିଫୋନ ସେବା ଆରମ୍ଭ କଲା ଓଏସ୍‌ଆରଟିସି

ଭୁବନେଶ୍ୱର,୩।୧୦(ବ୍ୟୁରୋ)-ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ(ଓଏସ୍‌ଆରଟିସି) ପକ୍ଷରୁ ନିଃଶୁଳ୍କ ଟେଲିଫୋନ ସେବା ଆରମ୍ଭ କରିଛି ା ଏହି ଟେଲିଫୋନ ନମ୍ବରଟି ହେଉଛି ୧୮୦୦-୩୪୫-୧୧୨୨ । ଟେଲିଫୋନରେ...

୬ରୁ ଖୋଲିବ ହଷ୍ଟେଲ୍‌, ୭ରୁ ସ୍କୁଲ

ଭୁବନେଶ୍ବର,୪।୨(ବ୍ୟୁରୋ): କରୋନା ଲାଗି ପିଲାଙ୍କ ଅଫ୍‌ଲାଇନ୍‌ ପାଠପଢ଼ା ବନ୍ଦ ରହିଥିଲା। ହେଲେ ଆସନ୍ତା ୭ ତାରିଖରୁ ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକରେ କ୍ଲାସ୍‌ରୁମ୍‌ ପାଠପଢ଼ା ଆରମ୍ଭ ହେବ।...

ସ୍ବାମୀ ବନ୍ଧୁକ ରଖିଥିବା ପୋଲିସକୁ କହିଦେଲେ ସ୍ତ୍ରୀ, ଆଉ ତା’ ପରେ…

ଭୁବନେଶ୍ୱର,୧୦।୮(ବ୍ୟୁରୋ): ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ନିୟମିତ ଝଗଡ଼ା ହେଉଥିଲା। ଝଗଡ଼ା ସମୟରେ ସ୍ବାମୀ ବନ୍ଧୁକ ଦେଖାଇ ସ୍ତ୍ରୀଙ୍କୁ ଧମକଚମକ ଦେଉଥିଲେ। ଏଥିରେ ଅତିଷ୍ଠ ହୋଇ ସ୍ତ୍ରୀ ଶେଷରେ...

ଟୁଁଡ୍‌କେ ସୁଆଦ ବମ୍ବେଇ ଲଡୁ

  ଗଣ୍ଡତୁରୁମ, ୨୪।୧୨ (ଡି.ଏନ୍‌.ଏ.)- ଉତ୍ତର ପ୍ରଦେଶ କାନପୁର ଜିଲା ରସୁଲ୍ଲାବାଦ ଗଁାର ସୁରଜ ଗୁପ୍ତା(୨୩)। ସେ ଆଜ୍‌କେ ୨ ବଛର ହେଲା ବରଗଡ଼ ଜିଲାକେ...

ଡବ୍ଲ୍ୟୁଏଚ୍‌ଓ ସହିତ ସମସ୍ତ ସମ୍ପର୍କ ଛିନ୍ନ କଲା ଆମେରିକା

ଓ୍ବାଶିଂଟନ,୩୦।୫: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ) ସହିତ ଆମେରିକା ସମସ୍ତ ସମ୍ପର୍କ ଛିନ୍ନ କରିଛି। ଏନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍‌ ଟ୍ରମ୍ପ୍‌ ଘୋଷଣା କରିଛନ୍ତି। ଡବ୍ଲ୍ୟୁଏଚ୍‌ଓ ଚାଇନା...

Advertisement
Archives

Model This Week