ଖଳ ପ୍ରକୃତିର ବ୍ୟକ୍ତିଙ୍କୁ ନେଇ ଏପରି କହିଛନ୍ତି ଚାଣକ୍ୟ

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତି ଶାସ୍ତ୍ରରେ ମନୁଷ୍ୟ ପ୍ରକୃତି ବିଷୟରେ ଅନେକ କଥା କହିଛନ୍ତି। ଏହାକୁ ପ୍ରତ୍ୟେକ ବ୍ୟକ୍ତି ଅନୁସରଣ କଲେ କଠିନରୁ କଠିନ ପରିସ୍ଥିତି ସହ ଲଢ଼ି ଆଗକୁ ବଢ଼ିପାରିବ।

ଶ୍ଲୋକ:

तक्षकस्य विषं दन्ते मक्षिकायास्तु मस्तके।

वृश्चिकस्य विषं पुच्छे सर्वाङ्गे दुर्जने विषम्।।

ଚାଣକ୍ୟ ଏହି ଶ୍ଲୋକରେ ଦୁଷ୍ଟ/ ଖଳ ପ୍ରବୃତିର ବ୍ୟକ୍ତିବିଶେଷଙ୍କୁ ବିଷଧର ଜୀବଙ୍କ ସହ ତୁଳନା କରିଛନ୍ତି। ସେ କୁହନ୍ତି, ସାଧାରଣତଃ ସାପ, ବିଛା ଏବଂ ମହୁମାଛି ବିଷାକ୍ତ ହୋଇଥାନ୍ତି। ସାପର ବିଷ ଦାନ୍ତରେ, ମହୁମାଛିର ବିଷ ମୁଣ୍ଡରେ, ବିଛାର ବିଷ ତା ଲାହୁଡ଼ରେ ରହିଥାଏ। ହେଲେ ଦୁଷ୍ଟ ବ୍ୟକ୍ତିର ସର୍ବାଙ୍ଗ ବିଷଯୁକ୍ତ। ଏଭଳି ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା କୌଣସି ବି ବ୍ୟକ୍ତି ତାର କୁପରିଣାମରୁ ରକ୍ଷା ପାଇବା ମୁସ୍କିଲ। ଏଣୁ ସେଭଳି ବ୍ୟକ୍ତିଙ୍କଠାରୁ ଦୂରରେ ରହିବାକୁ ଚାଣକ୍ୟ ପରାମର୍ଶ ଦେଇଛନ୍ତି।

ଦୁଷ୍ଟ ତଥା ଖଳ ପ୍ରକୃତିର ବ୍ୟକ୍ତି କେବେହେଲେ କାହାର ଭଲ ଚାହାନ୍ତି ନାହିଁ। ଯଦି ବି କେହି ତାଙ୍କର ଭଲ ଚିନ୍ତା କରେ ତେବେ ସେ ସୁଯୋଗର ଲାଭ ଉଠାଇଥାନ୍ତି। ପରବର୍ତ୍ତୀ ସମୟରେ ସେ ଉକ୍ତ ବ୍ୟକ୍ତିଙ୍କୁ ହିଁ କ୍ଷତି ପହଞ୍ଚାଇବାକୁ କୁଣ୍ଠାବୋଧ କରନ୍ତି ନାହିଁ। ଏଣୁ ଏଭଳି ଲୋକଙ୍କଠାରୁ ଦୂରରେ ରହିବା ହିଁ ଠିକ୍‌ ବୋଲି ଚାଣକ୍ୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଗ୍ୟଶାଳୀ ହୋଇଥାନ୍ତି ଏହି ୩ ରାଶିରେ ଜନ୍ମିତ ଯୁବତୀ; ବିବାହ ପରେ ଚମକିଥାଏ ସ୍ବାମୀଙ୍କ ଭାଗ୍ୟ..

ଜ୍ୟୋତିଷଶାସ୍ତ୍ରରେ ମୋଟ ୧୨ଟି ରାଶି ରହିଛି। ସବୁ ରାଶି ସ୍ବତନ୍ତ୍ର। ସମସ୍ତ ରାଶିର ସ୍ବାମୀ ଗ୍ରହ ଭିନ୍ନ। କୁହାଯାଏ ଏହି ଗ୍ରହମାନଙ୍କର ପ୍ରଭାବ ବ୍ୟକ୍ତିର ସ୍ବଭାବ...

ଡରାଉଛି କରୋନା: ଚିକେନ୍‌, ମଟନ ବଦଳରେ ପଣସ ଖାଇବାକୁ ପସନ୍ଦ କରୁଛନ୍ତି ଲୋକେ

କରୋନା ଭାଇରସ୍‌ ସମଗ୍ର ବିଶ୍ୱରେ କାୟା ବିସ୍ତାର କରିଚାଲିଛି। ଏଥିରୁ ମଧ୍ୟ ବାଦ୍‌ ପଡ଼ିନି ଭାରତ। ଏଠାରେ ପ୍ରାୟ ୭୬ ଜଣ କରୋନା ଭାଇରସ୍‌ରେ ଆକ୍ରାନ୍ତ...

ସ୍ବପ୍ନ ବି ଦେଇଥାଏ ସଙ୍କେତ

ସ୍ବପ୍ନ ବି ବେଳେବେଳେ ଆମକୁ ଅନେକ ସଙ୍କେତ ଦେଇଥାଏ। କିନ୍ତୁ ଏକଥା ସମସ୍ତଙ୍କୁ ଜଣା ନଥାଏ। ତା’ହେଲେ ଆସନ୍ତୁ ଜାଣିବା ଜ୍ୟୋତିଷ ଶାସ୍ତ୍ର ଅନୁସାରେ କେଉଁ...

ବୁଦ୍ଧିମତ୍ତା ବଢ଼ାଏ ଜୀବନଶୈଳୀ

ଆମେ ସୁସ୍ଥ ରହିବା ପାଇଁ ଖାଦ୍ୟପେୟ ବ୍ୟତୀତ ଜୀବନଶୈଳୀ ପ୍ରତି ଧ୍ୟାନ ଦେବା ନିହାତି ଜରୁରୀ। ସନ୍ତୁଳିତ ଜୀବନଶୈଳୀ ସୁପ୍ରଭାବ ଆମ ଶରୀର ଉପରେ ପଡିଥାଏ।...

ଆକର୍ଷଣୀୟ ଯେମିତି ଆରାମଦାୟକ ସେମିତି

ଝୁଲାରେ ବସି ଟିକେ ଝୁଲିଗଲେ ଶରୀରକୁ ବେଶ୍‌ ଆରାମ ଲାଗିଥାଏ। ପୂର୍ବେ ଏହାକୁ କେବଳ ବାଲକୋନିରେ ଟଙ୍ଗା ଯାଉଥିବାର ଦେଖିବାକୁ ମିଳୁଥିଲା। କିନ୍ତୁ ଏବେ ଟ୍ରେଣ୍ଡ...

ଓ୍ବିଣ୍ଟର ଫ୍ୟାଶନ୍‌

ଶୀତଋତୁ ଆରମ୍ଭ ହୋଇଗଲାଣି । ଯଦି ଆପଣ ଏହି ଋତୁରେ କପଡ଼ା କିଣିବାକୁ ଭାବୁଥାନ୍ତି ତେବେ ନିମ୍ନଲିଖିତ ଟିପ୍ସ ଆପଣେଇ ପାରନ୍ତି… ଉଲେନ୍‌ କୁର୍ତ୍ତି: ଆଗରୁ...

ପାଦର ଲକ୍ଷଣରୁ ଜାଣନ୍ତୁ ଆପଣ ଏସବୁ ରୋଗରେ ପୀଡ଼ିତ

ବିଶେଷଜ୍ଞଙ୍କ ମତରେ ପାଦରୁ ଜାଣିହେବ ଆପଣ କେତେ ସୁସ୍ଥ। ଏମିତି କିଛି ରୋଗ ଅଛି, ଯାହା ପ୍ରଥମେ ପାଦର ଲକ୍ଷଣରୁ ଜଣାପଡ଼ିଥାଏ। ତେବେ ଜାଣନ୍ତୁ ଏ...

ସମସ୍ୟା ସୃଷ୍ଟି କରିପାରେ ଏଭଳି ଔଷଧ ବ୍ୟବହାର

”ପ୍ରତ୍ୟେକ ଔଷଧରେ ବିଭିନ୍ନ ଘଟକର କମ୍‌ ବେଶି ମାତ୍ରା ତା’ର କାର୍ଯ୍ୟକ୍ଷମତା ଉପରେ ନିର୍ଭରକରେ। ଜ୍ଞାନ ଅଭାବରୁ ଠିକ୍‌ ପ୍ରୟୋଗ ନ କଲେ ଶରୀର ଓ...

Advertisement
Archives

Model This Week