ଖଳନାୟକ ଅଂଶୁମାନ

କଥାରେ ଅଛି-ଏ ମନ ଖୋଜୁଥାଏ ଯାହା କାଳେ ପ୍ରାପତ ହୁଏ ତାହା। ଦେଖୁନାହାନ୍ତି ଅଂଶୁମାନ ସାମନ୍ତରାୟ ଯାହା ଚାହୁଁଥିଲେ ତାହା ତାଙ୍କୁ ମିଳିଯାଇଛି। ଲକ୍‌ଡାଉନ ପରେ ରିଲିଜ ଅପେକ୍ଷାରେ ଥିବା ହରିଶ ଶର୍ମାଙ୍କ ହିନ୍ଦୀ ସିନେମା ‘ମାୟରା’ରେ ତାଙ୍କୁ ଏକ ସୁପାରିକିଲର ଭୂମିକାରେ ଦେଖିବାକୁ ମିଳିବ। ଏ ନେଇ ଅଂଶୁମାନ କହନ୍ତି, ‘ଏହି ଭୂମିକାରେ କେତେ ଦମ୍‌ ଅଛି ତାହା ମୁଁ ଜାଣିଛି। ଯେଉଁଭଳି ଏକ ଭୂମିକାଟିଏ ଚାହୁଁଥିଲି ତାହା ମୋତେ ମିଳିଯାଇଛି। ଏହାବ୍ୟତୀତ ‘ଏହସାସ୍‌’ ନାମକ ଆଉ ଏକ ସିନେମା ରିଲିଜ ଅପେକ୍ଷାରେ ରହିଛି। କେବଳ ସେତିକି ନୁହେଁ, ରାଜୀବ ମହାନ୍ତିଙ୍କ ନିର୍ଦ୍ଦେଶିତ ‘ତୁ ମୋର ନିହାତି ଦରକାର’ର ମୁଖ୍ୟ ଖଳନାୟକ ଭୂମିକାରେ ମୁଁ ଅଭିନୟ କରିଛି। ଏହି ଫିଲ୍ମରେ ପାଣି ଭିତରେ ଏକ ଫାଇଟ୍‌ ଶଟ୍‌ ଶୁଟିଂ କରାଯାଇଛି, ଯାହା ଫିଲ୍ମର ମୁଖ୍ୟ ଆକର୍ଷଣ। ଅପରପକ୍ଷରେ ଲକ୍‌ଡାଉନ୍‌ ସମୟରେ ମୁଁ ନିଜକୁ ସମାଜସେବାରେ ନିୟୋଜିତ ରଖିଥିଲି। କାରଣ ଆକ୍ଟିଂ ବ୍ୟତୀତ ସମାଜସେବାରେ ଯିଏ ମୋତେ ସହଯୋଗର ହାତ ବଢ଼ାଇଥିଲେ ସେ ହେଲେ ମୋର ଅନ୍ତରଙ୍ଗ ବନ୍ଧୁ ତଥା ଖୁବ୍‌ ଶୀଘ୍ର ବଡ଼ ପରଦାରେ ମୁହଁ ଦେଖାଇବାକୁ ଯାଉଥିବା ଅଜିତ ଦାଶ। ତା’ ସହ ଆମେ ଦୁହେଁ ଏକାଠି ହୋଇ ସମାଜକୁ ସଚେତନତା ବାର୍ତ୍ତା ଦେଇପାରୁଥିବା କେତୋଟି ଶର୍ଟ ଫିଲ୍ମ ପ୍ରଯୋଜନା କରିବାର ଯୋଜନା ରହିଛି।’ ଅପରପକ୍ଷରେ ଦୁଇଟି ହିନ୍ଦୀ ସିନେମାରେ ଅଭିନୟ କରିବା ପରେ ଏବେ ଅଂଶୁମାନଙ୍କ ହାତରେ ୨-୩ଟି ବଲିଉଡ୍‌ ଅଫର ରହିଛି। ଏହାବ୍ୟତୀତ ହରିଶ ଶର୍ମାଙ୍କ ପ୍ରଯୋଜିତ ଏକ ଭୋଜପୁରୀ ଫିଲ୍ମରେ ସେ ମୁଖ୍ୟ ଖଳନାୟକ ଭୂମିକାରେ ଅଭିନୟ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଡ୍ରଗ୍ସ ଲିଙ୍କ ମାମଲା: ଅର୍ଜୁନଙ୍କୁ ପଚରାଉଚରା କଲା ଏନ୍‌ସିବି

ମୁମ୍ବାଇ,୧୩।୧୧-ଡ୍ରଗ୍ସ ଲିଙ୍କ୍‌ ମାମଲାରେ ବଲିଉଡ ଅଭିନେତା ଅର୍ଜୁନ ରାମପାଳଙ୍କୁ ପଚରାଉଚରା କରାଯାଇଛି। ଶୁକ୍ରବାର ଦକ୍ଷିଣ ମୁମ୍ବାଇର ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି) କାର୍ଯ୍ୟାଳୟରେ ଅର୍ଜୁନ ପହଞ୍ଚିଥିଲେ।...

ବିବାହ ବିଚ୍ଛେଦର ୧୦ ବର୍ଷ ପରେ ପୁଣି ବେଦିରେ ବସିବେ ଏହି ଅଭିନେତ୍ରୀ

ମୁମ୍ବାଇ: ବିବାହ ବିଚ୍ଛେଦର ୧୦ ବର୍ଷ ପରେ ପୁଣି ଜଣଙ୍କ ହାତ ଧରି ବେଦିରେ ବସିବାକୁ ଯାଉଛନ୍ତି ବଲିଉଡ୍‌ର ଜଣେ ଅଭିନେତ୍ରୀ। ଏକଥା ଆମେ କହୁନାହୁଁ।...

ଉତ୍ତର ପ୍ରଦେଶରେ ଜିଏସ୍‌ଟି ଫ୍ରି ହେଲା ‘ତାନାଜୀ’

ଲକ୍ଷ୍ନୌ,୧୪।୧: ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ବଲିଉଡ୍‌ ନାୟକ ଅଜୟ ଦେବଗନଙ୍କ ଅଭିନୀତ ଫିଲ୍ମ ‘ତାନାଜୀ: ଦ ଅନସଙ୍ଗ ଓ୍ବାରିୟର’କୁ ରାଜ୍ୟରେ ଜିଏସ୍‌ଟି ଫ୍ରି...

ଫ୍ଲପ୍‌ ସିନେମା

ଗୋଟିଏ ଚଳଚ୍ଚିତ୍ରର ଟାଇଟଲ କ’ଣ ‘ଫ୍ଲପ୍‌ ସିନେମା’ ଦିଆଯାଇପାରେ ? ଏପରି ଏକ ନକାରାତ୍ମକ ଶୀର୍ଷକକୁ ନେଇ ପ୍ରଥମ ଥର ପାଇଁ ପ୍ରଯୋଜକ ସାଜିଛନ୍ତି ଓଡିଆ...

ଏହି ବିବାହିତ ଅଭିନେତାଙ୍କ ପ୍ରେମରେ ପାଗଳ ଥିଲେ ଶ୍ରଦ୍ଧା କପୁର: ତାଙ୍କ ସହ ଏକତ୍ର ରହିବା ପାଇଁ କରିଥିଲେ ଏମିତି କିଛି…

ବର୍ତ୍ତମାନ ସମୟରେ ବଲିଉଡ୍‌ର ଶ୍ରେଷ୍ଠ ଅଭିନେତ୍ରୀଙ୍କ ମଧ୍ୟରେ ଜଣେ ଶ୍ରଦ୍ଧା କପୁର। ବର୍ତ୍ତମାନ ପର୍ଯ୍ୟନ୍ତ ସେ ଅନେକ ଛୋଟ ଏବଂ ବଡ ବଜେଟ ସିନେମାରେ କାମ...

ପସନ୍ଦ ଆସୁନାହିଁ ‘ପାଗଲପନ୍ତି’: ଦର୍ଶକ କହିଲେ ‘ଏହା ଜନ୍‌ଙ୍କ କ୍ୟାରିଅରର ସବୁଠାରୁ ଖରାପ ଫିଲ୍ମ’

ବମ୍ବେ: ପରଦାରେ ଚଳଚ୍ଚିତ୍ର ‘ପାଗଲପନ୍ତି’। ଶୁକ୍ରବାର ରିଲିଜ ହେବାର କେଇ ଘଣ୍ଟା ନ ବିତୁଣୁ ଏହାର ରିଭ୍ୟୁ ଦେବା ଆରମ୍ଭ କଲେଣି ପ୍ରଶଂସକ। ତେବେ ଫିଲ୍ମକୁ...

ରୋମାଣ୍ଟିକ୍‌ ଗୀତ ଗାଇଲେ ଦିବ୍ୟ କୁମାର

ବଲିଉଡ୍‌ର ଲୋକପ୍ରିୟ ସ୍ଲୋ ମୋଶନ ଗୀତରୁ ଆରମ୍ଭ ହୋଇଥିଲା ବଲିଉଡ୍‌ କଣ୍ଠଶିଳ୍ପୀ ଦିବ୍ୟ କୁମାରଙ୍କ ପରିବେଷଣ। ରବା ରବା ଶୁକର ତେରା.., ତେରେ ବିନ୍‌ ନେହିଁ...

ମା’ ଶର୍ମିଳାଙ୍କ ସହ ର଼୍ୟାମ୍ପ୍‌ରେ ଚାଲିଲେ ସୋହା

ମୁମ୍ବାଇ: ମା’ ଶର୍ମିଳା ଟାଗୋରଙ୍କ ସହ ର଼୍ୟାମ୍ପରେ ଚାଲିଲେ ଅଭିନେତ୍ରୀ ସୋହା ଅଲ୍ଲୀ ଖାନ୍‌। ଲୋଟସ୍‌ ଫ୍ୟାଶନ୍‌ ଉଇକ୍‌-୨ରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି।...

Advertisement
Archives

Model This Week