ଖର୍ଚ୍ଚ ନ ହୋଇ ଫେରିଯିବ ୧.୦୭ କୋଟି

କଟକ ଅଫିସ,୨।୬: ଗୋଟିଏ ପଟେ ରାଜ୍ୟରେ ସଡ଼କ ଦୁର୍ଘଟଣା ପ୍ରତି ବର୍ଷ ବଢୁଥିବା ବେଳେ ଏହାକୁ ରୋକିବାରେ ପୋଲିସ ଏକପ୍ରକାର ବିଫଳ ହେଉଛି। ଅନ୍ୟପଟେ ସଡ଼କ ସୁରକ୍ଷା ଦିଗରେ ପଦକ୍ଷେପ ପାଇଁ ମିଳିଥିବା ଟଙ୍କାକୁ ମଧ୍ୟ ଖର୍ଚ୍ଚ କରିପାରୁନାହିଁ। ସଡ଼କ ସୁରକ୍ଷା ଦିଗରେ ବିଭିନ୍ନ ପଦକ୍ଷେପ ପାଇଁ ବାଣିଜ୍ୟ ଓ ପରିବହନ ବିଭାଗ ରାଜ୍ୟ ପୋଲିସକୁ ଅର୍ଥ ଦିଏ। ୨୦୧୬ରେ ଏଥିପାଇଁ ଯେଉଁ ଅର୍ଥ ଆସିଥିଲା, ତାହା ଖର୍ଚ୍ଚ ନ ହୋଇ ପଡ଼ିରହିଛି। ଏନେଇ ବାଣିଜ୍ୟ ଓ ପରିବହନ ବିଭାଗ ଅସନ୍ତୁଷ୍ଟ ହେବା ସହ ପଡ଼ିରହିଥିବା ୧ କୋଟି ୭ ଲକ୍ଷ ଟଙ୍କା ଓ ଏହାର ସୁଧ ସହ ଫେରାଇବା ପାଇଁ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କୁ ଚିଠି କରିଛି। ୧୫ଦିନ ଭିତରେ ଟଙ୍କା ଫେରାଇବାକୁ ଚିଠିରେ ଉଲ୍ଲେଖ ରହିଛି।
ସୂଚନା ଅନୁଯାୟୀ, ପରିବହନ ବିଭାଗ ତରଫରୁ ୨୦୧୬ ନଭେମ୍ବର ୨୯ରେ ସଡ଼କ ସୁରକ୍ଷା ଦିଗରେ ବିଭିନ୍ନ ପଦକ୍ଷେପ ନେବା ପାଇଁ ୧ କୋଟି ୭ ଲକ୍ଷ ଟଙ୍କା ଦିଆଯାଇଥିଲା। ଏହା ଭିତରେ ପ୍ରାୟ ସାଢ଼େ ୪ ବର୍ଷ ହୋଇଗଲାଣି। କିନ୍ତୁ ପୋଲିସ ବିଭାଗ ଟଙ୍କା ଖର୍ଚ୍ଚ କରିପାରି ନାହିଁ। ପ୍ରତି ବର୍ଷ ଅଡିଟ୍‌ ସମୟରେ ଏହାକୁ ନେଇ ଆକାଉଣ୍ଟାଣ୍ଟ ଜେନେରାଲ (ଏଜି) ଅଧିକାରୀ ଆପତ୍ତି ଉଠାଉଛନ୍ତି। ଗତ ମାର୍ଚ୍ଚ ୧୯ରେ ସଡ଼କ ସୁରକ୍ଷା ପାଣ୍ଠି ପରିଚାଳନା କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଏଥିରେ ବିଭାଗୀୟ ପ୍ରମୁଖ ସଚିବଙ୍କ ସହ ଅନ୍ୟ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ। ଖର୍ଚ୍ଚ ନ ହୋଇ ପଡ଼ି ରହିଥିବା ଟଙ୍କା ଫେରାଇ ଆଣିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ଏହି ଅନୁଯାୟୀ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କୁ ଚିଠି ଲେଖାଯାଇଛି। ଏଥିସହ ସଡ଼କ ସୁରକ୍ଷା ପାଇଁ ଯେଉଁ ଟଙ୍କା ମିଳୁଛି, ତାହାକୁ ଜମା କରିବା ପାଇଁ ସ୍ବତନ୍ତ୍ର ବ୍ୟାଙ୍କ ଆକାଉଣ୍ଟ ଖୋଲିବାକୁ ପରାମର୍ଶ ଦିଆଯାଇଛି।
ଅନ୍ୟପଟେ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ଜାତୀୟ ରାଜପଥରେ ପାଟ୍ରୋଲିଂ କଡ଼ାକଡ଼ି କରାଯିବ। ରାଜ୍ୟର ୫ଟି ସ୍ଥାନରେ ଆବଶ୍ୟକ ପଦକ୍ଷେପ ନିଆଯିବ। ଭିତ୍ତିଭୂମିର ବିକାଶ ପାଇଁ ୨୦୧୯ ଅଗଷ୍ଟରେ ୧୦ କୋଟି ଟଙ୍କା ରାଜ୍ୟ ପୋଲିସକୁ ଦିଆଯାଇଛି। ରାଜପଥ ପାଟ୍ରୋଲିଂ ଦିଗରେ କ’ଣ ସବୁ ପଦକ୍ଷେପ ନିଆଯାଇଛି, ଜୁଲାଇ ୩୧ ଭିତରେ ଜଣାଇବାକୁ ସଡ଼କ ସୁରକ୍ଷା ପାଇଁ ଗଠିତ ସୁପ୍ରିମକୋର୍ଟଙ୍କ କମିଟି ନିର୍ଦ୍ଦେଶ ଦେଇଛନ୍ତି। ତେଣୁ ତୁରନ୍ତ ପାଟ୍ରୋଲିଂ ଭିତ୍ତିଭୂମି ବିକାଶ କରିବା ସହ ଜୁନ୍‌ ୧୫ ଭିତରେ ଖର୍ଚ୍ଚ ବିବରଣୀ ଦେବାକୁ ଡିଜିପିଙ୍କୁ ଲେଖାଯାଇଥିବା ଚିଠିରେ ଉଲ୍ଲେଖ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଖାଲି ଧର୍ମେନ୍ଦ୍ରଙ୍କ ଇସ୍ତଫା ଚଳିବ ନାହିଁ, ଆମର ଆଉ ୨ ଦାବି ଏବେ ବି ବାକି ଥିବା କହି CJP…

ନୂଆଦିଲ୍ଲୀ,୨୫ା୭: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ କକ୍ରୋଚ୍‌ ଜନତା ପାର୍ଟି (ସିଜେପି) ମୁଖ୍ୟ ଅଭିଜିତ୍‌ ଦୀପ୍‌କେ ତାଙ୍କର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ଗଣତନ୍ତ୍ରରେ…

କ୍ୟାଟ୍ରିନାଙ୍କୁ ମିଳିଲା ବଡ଼ ଅଫର୍‌

ସାଉଥ୍‌ ସୁପରଷ୍ଟାର ପ୍ରଭାସଙ୍କ ଆଗାମୀ ଫିଲ୍ମ ‘ସ୍ପିରିଟ’ ଆଜିକାଲି ଚର୍ଚ୍ଚାରେ ରହିଛି। କିଛି ମାସ ପୂର୍ବରୁ ଦୀପିକା ପାଦୁକୋନ ଏହି ପ୍ରୋଜେକ୍ଟରୁ ଓହରି ଯାଇଥିଲେ। ତୃପ୍ତି ଡିମରି…

ଧର୍ମେନ୍ଦ୍ରଙ୍କ ଇସ୍ତଫା ପରେ ମୁହଁ ଖୋଲିଲେ ଅଭିଜିତ ଦିପ୍‌କେ, ସିଧା କହିଦେଲେ ଏମିତି…ଜାତୀୟ ରାଜନୀତିରେ ଚହଳ

ନୂଆଦିଲ୍ଲୀ,୨୫।୭:ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଶେଷରେ ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଧର୍ମେନ୍ଦ୍ର ପ୍ରଧାନ। Gen-Z ଆଗରେ ନଇଁଲେ କେନ୍ଦ୍ରମନ୍ତ୍ରୀ। ଯୁବପିଢ଼ିଙ୍କ ଆକାଂକ୍ଷାକୁ ସମ୍ମାନ ଦେଇ…

ଦିଲ୍ଲୀ ଛାତ୍ର୍ର ଆନ୍ଦୋଳନକୁ ସମର୍ଥନ ଜଣାଇ ଗଣଧାରଣା: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରି…

ବଲାଙ୍ଗୀର,୨୫ା୭(ସୁନିଲ କୁମାର ମହାନ୍ତି): ଏନ୍‌ଇଇଟି ପ୍ରଶ୍ନପତ୍ର ଲିକ୍‌ ଘଟଣାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି ନେଇ ଦିଲ୍ଲୀରେ ଚାଲିଥିବା ଛାତ୍ର ଆନ୍ଦୋଳନ ସମର୍ଥନରେ ଶନିବାର…

ଜୁଆଆଡ୍ଡାରେ ଚଢ଼ାଉ: ୫ ଜଣଙ୍କୁ ଗିରଫ କଲା ପୋଲିସ, ସୁଯୋଗ ନେଇ ଅନ୍ୟମାନେ…

ଦିଗପହଣ୍ଡି୨୫ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ପୋଲିସ ଟିମ୍‌ ପୋଡ଼ାମାରି ଗ୍ରାମ ନିକଟ ଏକ କୁକୁଡ଼ାଫାର୍ମରେ ଚାଲିଥିବା ଜୁଆଆଡ୍ଡା ଉପରେ ଅତର୍କିତ ଚଢ଼ାଉ କରି…

ରାତ୍ରୀଭୋଜନରେ ଟ୍ରମ୍ପଙ୍କ ମନ୍ତବ୍ୟ ଶୁଣି ସମସ୍ତେ ଆଶ୍ଚର୍ଯ୍ୟ, କହିଲେ ତୃତୀୟ ଥର ରାଷ୍ଟ୍ରପତି…

ଓ୍ବାଶିଂଟନ,୨୫।୭: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହ୍ୱାଇଟ୍ ହାଉସ୍ କରେସପଣ୍ଡେଣ୍ଟସ୍ ଆସୋସିଏସନ୍ ରାତ୍ରୀଭୋଜନରେ ସମ୍ଭାବ୍ୟ ତୃତୀୟ ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ବିଷୟରେ ମନ୍ତବ୍ୟ ଦେଇଥିଲେ । ଯାହାକି ସମସ୍ତଙ୍କୁ…

ମୃତ୍ୟୁମୁଖରୁ ଯୁବତୀଙ୍କୁ ବଞ୍ଚାଇଥିଲେ ସାହସୀ ଯୁବକ ବଳରାମ, ଏବେ ମିଳିଲା…

କଲ୍ୟାଣସିଂହପୁର,୨୫ା୭(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଥିବା ଏକ ଅଭାବନୀୟ ଘଟଣା ମଧ୍ୟରେ ମାନବିକତା, ସାହସ ଓ କର୍ତ୍ତବ୍ୟନିଷ୍ଠାର ଏକ ଉଜ୍ଜ୍ୱଳ ଦୃଷ୍ଟାନ୍ତ ଉଦାହରଣ…

ପୁଣି ଭିଡିଓ ଜାରି କଲେ ସୋନମ ଓ଼୍ବାଙ୍ଗଚୁକ୍‌, ଆନ୍ଦୋଳନକୁ ନେଇ କଲେ ବଡ଼ ଘୋଷଣା!

ନୂଆଦିଲ୍ଲୀ,୨୫।୭: ଦେଶ-ବିଦେଶରେ ପ୍ରସିଦ୍ଧ ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ୍ ଏକ ନୂଆ ଭିଡିଓ ଜାରି କରିଛନ୍ତି। ୨୬ ଦିନର ଆମରଣ ଅନଶନ ଭାଙ୍ଗିବା ପରେ ଉଠିଥିବା ପ୍ରଶ୍ନଗୁଡ଼ିକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri