ଖରାଦିନେ ବରଡ଼ା ଶାଗ ଚାହିଦା

ଫୁଲବାଣୀ ଅଫିସ, ୨୨ା୪- କନ୍ଧମାଳ ଜିଲା ପଛୁଆ ଅଞ୍ଚଳ ଭାବେ ପରିଚିତ ହେଲେ ମଧ୍ୟ ଏଠାରେ ମିଳୁଥିବା କେତେକ ଦ୍ରବ୍ୟର ଚାହିଦା ବହୁ ଉଚ୍ଚରେ। କନ୍ଧମାଳ ହଳଦୀ ବିଶ୍ୱ ପ୍ରସିଦ୍ଧ। ଜୈବିକ ପଦ୍ଧତିରେ ଚାଷ ହେଉଥିବା ଏହି ହଳଦୀକୁ ନିକଟରେ ମିଳିଛି ଜିଆଇ ମାନ୍ୟତା। ବର୍ଷାଦିନେ ବାଟି ଛତୁ, ଶ୍ରାବଣ କଢ଼ର ଚାହିଦା ମଧ୍ୟ ରହିଛି। ଯାହାକୁ କିଲୋ ପ୍ରତି ୪୦୦ରୁ ୫୦୦ ଟଙ୍କାରେ ବିକ୍ରି କରାଯାଏ। ସେହିପରି ଖରାଦିନ ଆରମ୍ଭରୁ ଜିଲାରେ ମିଳେ ବରଡା ଶାଗ। ପ୍ରାୟ ଏପ୍ରିଲ ମାସ ତୃତୀୟ ସପ୍ତାହରୁ ଜୁନ ଶେଷ ପର୍ଯ୍ୟନ୍ତ ଏହା ବଜାରରେ ମିଳେ। ସାଧାରଣତଃ ଶାଗକୁ ବିଡ଼ାରେ ବିକ୍ରି କରା ଯାଉଥିବା ବେଳେ ବରଡ଼ା ଶାଗକୁ ଓଜନରେ ବିକ୍ରି କରାଯାଏ। ଯାହାର ଦର କେଜି ପ୍ରତି ୧୦୦ ଟଙ୍କା। ଋତୁକାଳୀନ ଏହି ଶାଗ ବିକି ବ୍ୟବସାୟୀ ଲାଭବାନ ହେଉଛନ୍ତି। ଏପରିକି ଜଣେ ଜଣେ ଦିନକୁ ୨ରୁ ୩ ହଜାର ଟଙ୍କାର କେବଳ ବରଡା ଶାଗ ବିକିଥାନ୍ତି।
ବରଡ଼ା ଗଛର କଅଁଳିଆ ପତ୍ରକୁ ଶାଗ ଭାବେ ଖିଆଯାଏ। ଏହି ଗଛ ଚାକୁଣ୍ଡା ସଦୃଶ। ଏଥିରେ ଚଢ଼ି କଅଁଳ ପତ୍ର ତୋଳିବା ବହୁ କଠିନ କାର୍ଯ୍ୟ। ବର୍ଷାଦିନେ ପତ୍ର ବଡ ହୋଇଗଲେ ପୁଣି ଅପେକ୍ଷା ରୁହେ ଆରବର୍ଷକୁ। କୌଣସି ସାର ପିଡିଆ ଦିଆଯାଇ ବରଡ଼ା ଶାଗ ହେଉ ନ ଥିବାରୁ ଏହା ସମ୍ପୂର୍ଣ୍ଣ ହାଇଜେନିକ ବୋଲି ସହରବାସୀ ମତ ଦିଅନ୍ତି। ୧୦/୧୫ ବର୍ଷ ତଳେ ଏହା କମ୍‌ ଦାମରେ ବିକ୍ରି ହେଉଥିଲା। ୧ ଟଙ୍କାରେ ପାଏ ବା ୨୫୦ ଗ୍ରାମ ଶାଗ ମିଳୁଥିଲା। ଏବେ କେଜି ୧୦୦ ଟଙ୍କା ହେଲାଣି। ଟଙ୍କା ଯେତେ ହେଉ, ଏହି ଶାଗ ଖାଇବା ମଜା ନିଆରା ବୋଲି ଫୁଲବାଣୀର ସୁବାସ ବେହେରା ପ୍ରକାଶ କରିଛନ୍ତି।
ସେହିପରି ଫୁଲବାଣୀ ସହରକୁ ଶାଗ ବିକ୍ରି କରିବାକୁ ଆସିଥିବା ଜି.ଉଦୟଗିରିର ଅବଦୁଲ ଆଲଫା କୁହନ୍ତି, ପ୍ରତିଦିନ ୩ରୁ ୪ ହଜାର ଟଙ୍କାର ଶାଗ ବିକ୍ରି କରୁଛି। ରବିବାର ହେତୁ ବ୍ୟବସାୟ ଟିକେ ମାନ୍ଦା ଥିଲେ ବି ୧୭୦୦ ଟଙ୍କାର ଶାଗ ବିକିଛି। ଅନ୍ୟଦିନେ ପ୍ରାୟ ମଧ୍ୟାହ୍ନ ସୁଦ୍ଧା ୩୦ କିଲୋ ପାଖାପାଖି ଶାଗ ବିକ୍ରି ସରିଯାଏ।


Enter your email to get our daily news in your inbox.

All Right Reserved By Dharitri.Com

୨୦୦ ଲିଟର ମହୁଲି ମଦ ଜବତ, ପୋଚ ନଷ୍ଟ

ଆର.ଉଦୟଗିରି,୨୫ା୪(ଡି.ଏନ.ଏ.)- ଆର୍‌.ଉଦୟଗିରି ଅବକାରୀ ବିଭାଗ ଓ ରାମଗିରି ଥାନା ପକ୍ଷରୁ ମିଳିତ ଭାବେ ରାମଗିରି ଥାନାର ସିନ୍ଦବା ଓ ବେଣିସାହିରେ ଚଢାଉ କରି ୨୦୦ ଲିଟର...

ସହକାରୀ ନିର୍ବାହୀ ଯନ୍ତ୍ରୀ ଗିରଫ

ଆସିକା,୫ା୩(ଡି.ଏନ.ଏ.): ଗଞ୍ଜାମ ଜିଲା ଆସିକା ବିଦ୍ୟୁତ ବିଭାଗର ସହକାରୀ ନିର୍ବାହୀଯନ୍ତ୍ରୀ ଏନ.ଭି ରାମଦାସଙ୍କୁ ବିଭାଗୀୟ ଅର୍ଥ ଆତ୍ମସାତ ଅଭିଯୋଗରେ ପୋଲିସ ଶୁକ୍ରବାର ଗିରଫ କରିଛି। ଏ...

‘ଅପାରଗ କର୍ମଚାରୀ ବିଦା ହେବେ’

ଛତ୍ରପୁର,୩୧ା୫(ଡି.ଏନ.ଏ)- ଶିକ୍ଷା ପରି ଏକ ସମ୍ବେଦନଶୀଳ ବିଷୟ ଉପରେ କୋହଳନୀତି ଅବଲମ୍ବନ କରାଯିବ ନାହିଁ। ସମସ୍ତ କର୍ମଚାରୀ ଦକ୍ଷତାର ସହିତ କାର୍ଯ୍ୟ କରିବେ। ଅପାରଗ କର୍ମଚାରୀଙ୍କୁ...

ସୋରଡା ଆଦର୍ଶ ବିଦ୍ୟାଳୟ: ୨ଦିନ ହେଲା ଆସୁନାହାନ୍ତି ଛାତ୍ରୀଛାତ୍ର

ସୋରଡା, ୧ା୧୧(ଡି.ଏନ୍‌.ଏ.)- ରାଜ୍ୟ ସରକାର ଗରିବ ମେଧାବୀ ଛାତ୍ରୀଛାତ୍ରଙ୍କୁ ଇଂରାଜୀ ମାଧ୍ୟମରେ ଶିକ୍ଷା ଦେବାକୁ ପଛୁଆ ବ୍ଲକରେ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ। ମାତ୍ର ବିଭିନ୍ନ...

ପ୍ରଶାସନର ନିର୍ଦ୍ଦେଶ ମାନୁନାହାନ୍ତି ପରିମଳ ଠିକାଦାର

ଗଞ୍ଜାମ,୫ା୮(ଡି.ଏନ୍‌.ଏ.): ଗଞ୍ଜାମ ସହର ସାନବଜାରଠାରୁ ବଡ଼ ବଜାର ପର୍ଯ୍ୟନ୍ତ ମୁଖ୍ୟ ରାସ୍ତାରେ ବୁଲା ଗାଈଗୋରୁ ପାଇଁ ଅଞ୍ଚଳବାସୀ ଅତିଷ୍ଠ ହୋଇ ପଡ଼ିଲେଣି। ଏନେଇ ସ୍ଥାନୀୟ ଅଞ୍ଚଳବାସୀ...

ରୋଗୀ ନେଇ ଯାଉଥିବାବେଳେ ଡିଭାଇଡରରେ ପିଟିହେଲା ଆମ୍ବୁଲାନ୍ସ

ଗଞ୍ଜାମ,୨୦ା୮(ଡି.ଏନ୍‌.ଏ.): ଗଞ୍ଜାମ ସହର ସାନ ବଜାରଠାରେ ନୂତନ ଭାବେ ନିର୍ମାଣ ହୋଇଥିବା ଡିଭାଇଡରରେ ପିଟି ହୋଇ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଛି। କିନ୍ତୁ ସେହି ଗାଡ଼ିରେ...

ବାହୁଡ଼ାରେ ନାଚପାର୍ଟିକୁ ନେଇ ଉତ୍ତେଜନା

ଦିଗପହଣ୍ଡି,୧୫ା୭(ଡି.ଏନ୍‌.ଏ.)-ଦିଗପହଣ୍ଡି ବ୍ଲକ ଭ୍ରମରପୁର ଗ୍ରାମରେ ଜଗନ୍ନାଥଙ୍କ ବାହୁଡା ଯାତ୍ରା ସମୟରେ ଉତ୍ତେଜନା ଦେଖା ଦେଇଛି। ଜଗନ୍ନାଥଙ୍କ ରଥ ଅଧାବାଟରେ ଅଟକିବା ପରେ ପ୍ରତିବର୍ଷ ନାଚ ପରିବେଷଣ...

କୃଷି ଆଇନକୁ ବିରୋଧ କରି ପ୍ରଧାନମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ

ଛତ୍ରପୁର,୫ା୧୨(ଡି.ଏନ୍‌.ଏ.): ୩ କୃଷି ଆଇନ ପ୍ରତ୍ୟାହାର ଦାବି ସହ କେନ୍ଦ୍ର ସରକାରଙ୍କ କୃଷି ମାରଣ ନୀତିର ପ୍ରତିବାଦ କରି ଶନିବାର ଛତ୍ରପୁରଠାରେ ଭାରତୀୟ ବିକାଶ ପରିଷଦ...

Advertisement
Archives

Model This Week