ଖଣିଜ ଉତ୍ତୋଳନ ଅନିୟମିତତା ମାମଲା:୧୫ଖଣି ଲିଜ୍‌ଧାରୀଙ୍କୁ ଝଟକା

ଯୋଡ଼ା,୧୭।୫(ଡି.ଏନ.ଏ.):ଖଣିଜ ପଦାର୍ଥ ଉତ୍ତୋଳନରେ ହୋଇଥିବା ଅନିୟମିତତା ମାମଲାରେ ମାଲା ରାୟଙ୍କ ସମେତ ୧୫ଖଣି ଲିଜ୍‌ଧାରୀଙ୍କୁ କେନ୍ଦ୍ର ଖଣି ମନ୍ତ୍ରଣାଳୟ ପକ୍ଷରୁ ଝଟକା ଲାଗିଛି। କ୍ଷତିପୂରଣ ଦାଖଲ ପାଇଁ ରାଜ୍ୟ ସରକାର କରିଥିବା ନୋଟିସ ବିରୋଧରେ ୧୫ ଲୁହାପଥର ଓ ମାଙ୍ଗାନିଜ ଖଣି ଲିଜ୍‌ଧାରୀ କେନ୍ଦ୍ର ଇସ୍ପାତ୍‌ ଓ ଖଣି ମନ୍ତ୍ରଣାଳୟଙ୍କ ଟ୍ରିବ୍ୟୁନାଲ୍‌ର ଦ୍ୱାରସ୍ଥ ହୋଇଥିଲେ। ଏହି ମାମଲାର ଶୁଣାଣି କରି ଏମ୍‌ଏମ୍‌ଡିଆର ଆଇନ ୧୯୫୭ ଅଧୀନରେ କେନ୍ଦ୍ର ଖଣି ଓ ଖଣିଜ ବିଭାଗର ଅଭିଯୋଗ ଶୁଣାଣି ଟ୍ରିବ୍ୟୁନାଲ ତଥା ଯୁଗ୍ମ ସଚିବ ନିରଞ୍ଜନ କେ.ସିଂ ଫାଇନାଲ ଅର୍ଡର ନଂ ୩୧/୨୦୧୯ରୁ ୪୫/୨୦୧୯/ତା. ୯।୫।୨୦୧୯ ରିଖରେ ଲିଜ୍‌ଧାରୀଙ୍କ ଆବେଦନକୁ ଖାରଜ କରିଛନ୍ତି। ଏପରି କି ଯେଉଁ ଖଣି କମ୍ପାନୀ କ୍ଷତିପୂରଣ ଦାଖଲ ନ କରିବେ ସେମାନଙ୍କ ଲିଜ୍‌ ବାତିଲ ପାଇଁ ରାଜ୍ୟ ସରକାର ଆଇନ ଅନୁଯାୟୀ ପଦକ୍ଷେପ ଗ୍ରହଣ କରିପାରିବେ ବୋଲି ଟ୍ରିବ୍ୟୁନାଲ ରାୟରେ ଉଲ୍ଲେଖ କରିଛନ୍ତି।
ସୂଚନାଯୋଗ୍ୟ ଯେ, ଓଡ଼ିଶା ସରକାର ମିନେରାଲ କନ୍‌ସେସନ ରୁଲ୍‌- ୨୦୧୬ ର ରୁଲ୍‌ ନଂ୧୨(୧୦) ଓ ଏମ୍‌ଏମ୍‌ଡିଆର ଆଇନ ୧୯୫୭ର ସେକ୍ସନ ୨୧(୫) ଅଧୀନରେ ୧୫ ଖଣି ଲିଜ୍‌ଧାରୀଙ୍କ ବିରୋଧରେ କ୍ଷତିପୂରଣ ଦାଖଲ ନୋଟିସ ଦେଇଥିଲେ। ଏପରି କି ଉକ୍ତ ନୋଟିସ ପାଇବାର ୬୦ ଦିନ ମଧ୍ୟରେ ପ୍ରଚଳିତ ସୁଧ ହାର ସହ ରାଜ୍ୟ ସରକାରଙ୍କୁ କ୍ଷତିପୂରଣ ଟଙ୍କା ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ପ୍ରାପ୍ୟ ଅନାଦାୟ କ୍ଷେତ୍ରରେ ରାଜ୍ୟ ସରକାର ଖଣି ଲିଜ୍‌ ବାତିଲ ସହ ସେମାନଙ୍କ ପରଫର୍ମାନ୍ସ ସିକ୍ୟୁରିଟି ବାଜ୍ୟାପ୍ତ କରିପାରିବେ ବୋଲି ଉଲ୍ଲେଖ ରହିଥିଲା। ରାଜ୍ୟ ସରକାରଙ୍କ ଏହି ନୋଟିସ ବିରୋଧରେ ଖଣି ଲିଜ୍‌ଧାରୀମାନେ କେନ୍ଦ୍ର ଖଣି ମନ୍ତ୍ରଣାଳୟ ଅଧୀନ ଟ୍ରିବ୍ୟୁନାଲ୍‌ଙ୍କ ଦ୍ୱାରସ୍ଥ ହୋଇଥିଲେ। ଖଣି ଲିଜ୍‌ଧାରୀଙ୍କ ଉକ୍ତ ଆବେଦନର ଶୁଣାଣି କରି ଟିବ୍ୟୁନାଲ ରାଜ୍ୟ ସରକାରଙ୍କ ଦ୍ୱାରା ଧାର୍ଯ୍ୟ କ୍ଷତିପୂରଣ ନୋଟିସ ବୈଧ ବୋଲି ଉଲ୍ଲେଖ କରିଛନ୍ତି। ପ୍ରକାଶ ଥାଉ କି, ଓଡ଼ିଶା ସରକାର ବହୁ ପୂର୍ବରୁ ଖଣିଲିଜ୍‌ଧାରୀଙ୍କୁ ଡିମାଣ୍ଡ ନୋଟିସ ପଠାଇ ସାରିଛନ୍ତି। କାରଣ ସମ୍ପୃକ୍ତ ଖଣି ଲିଜ୍‌ଧାରୀମାନେ ଏମ୍‌ଏମ୍‌ଡିଆର ଆଇନ ୧୯୫୭ର ସେକ୍ସନ ୨୧(୫) ଅନୁଯାୟୀ ଜଙ୍ଗଲ ଓ ପରିବେଶ ଆଇନର ଉଲ୍ଲଂଘନ କରି ଖଣି ଖନନ କରିଛନ୍ତି। ଏନେଇ ସୁପ୍ରିମ କୋର୍ଟରେ ମଧ୍ୟ ଏକ ମାମଲା(ନଂ ୧୧୪/୨୦୧୪) ରୁଜୁ ହୋଇଥିଲା। ସେଥିରେ କ୍ଷତିପୂରଣ ଆଦାୟ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ ସେଣ୍ଟ୍ରାଲ ଏମ୍ପାଓ୍ବାର୍ଡ କମିଟି ସୁପାରିସ କରିଥିଲା। ଏହାକୁ ଆଧାର କରି ରାଜ୍ୟ ସରକାର ଉକ୍ତ ୧୫ ଖଣି ଲିଜ୍‌ଧାରୀଙ୍କୁ ନୋଟିସ ଜାରି କରିଥିଲେ। ମାତ୍ର ଏହାକୁ ବିରୋଧ କରି ସେମାନେ ପୁଣି ଖଣି ମନ୍ତ୍ରଣାଳୟ ନିକଟରେ ଆବେଦନ କରିଥିଲେ। ତେବେ କୋଟି କୋଟି ଟଙ୍କାର ସମ୍ପତ୍ତି ଲାଭ କରିଥିବା ୧୫ଖଣି
କମ୍ପାନୀର ଆର୍ଥିକ ସ୍ବାର୍ଥ, ସାମାଜିକ ଓ ବାଣିଜି୍ୟକ ପ୍ରତି ଏବେ ଆହ୍ବାନ ସୃଷ୍ଟି ହୋଇଥିବାବେଳେ ରାଜ୍ୟ ସରକାର, କେନ୍ଦ୍ର ସରକାର ଏବଂ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର କାର୍ଯ୍ୟକାରିତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଖଣି ମନ୍ତ୍ରଣାଳୟର ଦ୍ୱାରସ୍ଥ ହୋଇଥିବା ଖଣି ଲିଜ୍‌ଧାରୀ ହେଲେ ମାଲା ରାୟ ଆଣ୍ଡ ଅଦର୍ସ, ସତ୍ୟଜିତ ପ୍ରଧାନ, ସୁନନ୍ଦନ ପ୍ରଧାନ, ସୁଶୀଲ କୁମାର ପାଢୀ, ଏସ୍‌.ଡି.ଶର୍ମା, ନାରାୟଣୀ ସନ୍ସ, ରାଜ କୁମାର ଅଗ୍ରୱାଲ, ଡି.ସି ଡୋଗ୍ରାଙ୍କ ଉତ୍ତରାଧିକାରୀ ସଞ୍ଜୟ କୁମାର ଡୋଗ୍ରା, ଦୀନେଶ ଚନ୍ଦ୍ର ଦାସ, ଓ ଜୟକିଶୋର ଚୌବେ।


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତା ୧୦ ଯାଏ ବର୍ଷା: କ୍ଷତିଗ୍ରସ୍ତ ହେବ ରବି ଫସଲ, ପନିପରିବା ଚାଷ

ଭୁବନେଶ୍ୱର,୬।୨(ବ୍ୟୁରୋ): ଛତିଶଗଡ଼ ଏବଂ ଆଭ୍ୟନ୍ତରୀଣ ଓଡ଼ିଶା ଉପରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଗୁରୁବାରଠାରୁ ୧୦ ତାରିଖ ଯାଏ ସ୍ବଳ୍ପରୁ ମଧ୍ୟମ ଧରଣର...

ରଞ୍ଜନ କୁମାର ଦାସ ସଂସ୍କୃତି ବିଭାଗ ଭାରପ୍ରାପ୍ତ ନିର୍ଦ୍ଦେଶକ

ଭୁବନେଶ୍ୱର,୧।୧୧(ବ୍ୟୁରୋ): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ଶାସନ ସଚିବ ରଞ୍ଜନ କୁମାର ଦାସଙ୍କୁ ବିଭାଗର ଭାରପ୍ରାପ୍ତ ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ...

ରାଜ୍ୟରେ ପୁଣି ଉପରମୁହାଁ ପାରଦ, ୨୩ରେ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର,୨୨।୧୨(ବ୍ୟୁରୋ): ଗତ ତିନିଦିନ ଧରି ରାଜ୍ୟରେ ଶୀତର ପ୍ରକୋପ ବୃଦ୍ଧି ପାଇଥିଲା। ଶନିବାର ଠାରୁ ପାରଦ ପୁଣି ଉପରମୁହାଁ ହୋଇଛି। ସର୍ବ ନିମ୍ନ ୨ରୁ ୩...

ଅକ୍ଟୋବର ୨ରୁ ବିଜେଡିର ଜନସମ୍ପର୍କ ପଦଯାତ୍ରା

ଭୁବନେଶ୍ବର,୨୭।୯(ବ୍ୟୁରୋ): ଆସନ୍ତା ଅକ୍ଟୋବର ୨ରୁ ନଭେମ୍ବର ୨ ପର୍ଯ୍ୟନ୍ତ ବିଜୁ ଜନତା ଦଳର ଜନସମ୍ପର୍କ ପଦଯାତ୍ରା ହେବ। ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମକୁ ଘରେ ଘରେ ପହଞ୍ଚାଇବା...

ଗଠନ ହେଲା କମିଶନରେଟ୍‌ ପୋଲିସର ଏସ୍‌ପିଓ ଟିମ୍‌: ପୋଲିସଙ୍କ ଭଳି ମିଳିବ କ୍ଷମତା, ଅଭିଯୁକ୍ତଙ୍କୁ ଗିରଫ କରିପାରିବେ

ଭୁବନେଶ୍ୱର,୨।୧(ବ୍ୟୁରୋ): ଦିନକୁ ଦିନ ବୃଦ୍ଧି ପାଉଥିବା ନାରୀ ନିର୍ଯାତନା, ଅତ୍ୟାଚାର, ବଳାତ୍କାରକୁ ରୋକିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ଆରମ୍ଭ କରାଯାଇଥିବା ମହିଳା ସ୍ପେଶାଲ ପୋଲିସ...

ଶୋଚନୀୟ ଅବସ୍ଥାରେ ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜ: ୫୫ ବର୍ଷ ହେଲା ଚାଲିଛି ଭଡ଼ାଘରେ

ତାଳଚେର,୧୮ା୯(ନି.ପ୍ର.)-ତାଳଚେର ବଲଣ୍ଡାଠାରେ ଥିବା ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ନିୟୋଜନ କାର୍ଯ୍ୟାଳୟ (ସ୍ପେଶିଆଲ ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜ ଅଫିସ) ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଦୀର୍ଘ ୫୫ ବର୍ଷ ହେଲା...

୧୬ରେ ଓଡ଼ିଶା ଆସିବ ଡାକୋଟା ବିମାନ

ଭୁବନେଶ୍ୱର,୧୧l୧(ବ୍ୟୁରୋ): ସବୁ କଳ୍ପନାର ଅନ୍ତ ଘଟାଇ ଆସନ୍ତା ୧୬ ତାରିଖରେ ଓଡ଼ିଶା ଆସିବ ପ୍ରବାଦ ପୁରୁଷ ବିଜୁବାବୁଙ୍କ ଡାକୋଟା ବିମାନ। କୋଲକାତାରେ ଥିବା ଏହି ବିମାନ...

ରାଜଧାନୀରେ ଶତାଧିକ ଗାଡ଼ି ଧରାପଡ଼ିଲା

ଭୁବନେଶ୍ୱର, ୨୬ା୩(ବ୍ୟୁରୋ): ଲକ୍‌ଡାଉନ୍‌କୁ ନ ମାନି ରାଜଧାନୀ ରାସ୍ତାରେ ଗାଡ଼ି ଚଳାଉଥିବା ଲୋକଙ୍କୁ ଧରିଛି କମିଶନରେଟ ପୋଲିସ। ଶତାଧିକ ଗାଡ଼ି ଧରାଯାଇଥିବାବେଳେ କେତେକ ମାଲିକ ଓ...

Advertisement
Archives

Model This Week