ଧରିତ୍ରୀ ୟୁଥ କନକ୍ଲେଭ ୨୦୨୬ କାର୍ଯ୍ୟକ୍ରମରେ ରାଜନେତା ତଥା ଅଭିନେତା ସିଦ୍ଧାନ୍ତ ମହାପାତ୍ର କହିଛନ୍ତି ଯେ, ମା’ ଗର୍ଭରୁ ଆରମ୍ଭ କରି ଜୀବନର ପ୍ରତ୍ୟେକ ସ୍ତରରେ ସମସ୍ତେ ନିଜକୁ ପରିସ୍ଥିତି ସହ ଖାପ ଖୁଆଇ ଚଳନ୍ତି ଏବଂ ବଞ୍ଚିବା ପାଇଁ ଏହା ହିଁ ହେଉଛି ପ୍ରକୃତ ଆଡପ୍ଟେସନ । ବଞ୍ଚିବା ଗୋଟିଏ ଏମିତି କଳା ଯାହା ଶିଖାଏ ଜଣେ ଜୀବନରେ କେତେ ଭଲ ଅଭ୍ୟାସକୁ ଗ୍ରହଣ କରୁଛି ଏବଂ ପ୍ରକୃତି ସହ କେତେ ଖାପ ଖୁଆଇ ଚାଲୁଛି ତାହା ଗୁରୁତ୍ୱପୂର୍ଣ୍ଣ ।
ଏଥିସହ ସେ ଜଳବାୟୁ ପରିବର୍ତ୍ତନ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଧରିତ୍ରୀର ଏହି ଉଦ୍ୟମକୁ ସେ ପ୍ରଶଂସା କରିଛନ୍ତି। ରାଜ୍ୟ ଭିତର ଓ ବାହାରର ଛାତ୍ରୀଛାତ୍ରମାନେ କମ ସମୟ ଭିତରେ ଛୋଟ ଛୋଟ ସର୍ଟ ଫିଲ୍ମ ଜରିଆରେ ନିଜର ଚିନ୍ତାଧାରା ପ୍ରକାଶ କରିଥିବାରୁ ସେ ଖୁସି ବ୍ୟକ୍ତ କରିଛନ୍ତି ।

