କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ରୋଷେୟାଙ୍କ ନାଚ: ସୋସିଆଲ୍‌ ମିଡ଼ିଆରେ ଭାଇରାଲ

ପାଟନା,୮।୬: କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ସରକାରଙ୍କ ପକ୍ଷରୁ ଦେଶବ୍ୟାପୀ ଲକ୍‌ଡାଉନ୍‌ ଜାରି ହୋଇଛି। ଏପରିସ୍ଥଳେ ପ୍ରବାସୀ ଶ୍ରମିକଙ୍କ ଲାଗି କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ରହିବାର ବ୍ୟବସ୍ଥା କରାଯାଇଛି। ଏବେ ବିହାରରେ ଏକ କ୍ୱରାଣ୍ଟାଇନ ସେଣ୍ଟରରେ ପ୍ରବାସୀଙ୍କ ମନୋରଞ୍ଜନ ପାଇଁ ନାଚୁ ଥିବା ଜଣେ ରୋଷେୟାଙ୍କ ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ହିନ୍ଦୀ ଫିଲ୍ମ ପଡ଼ୋଶନ୍‌ର ‘ଏକ ଚତୁର ନାରୀ…’ ଗୀତର ତାଳେ ତାଳେ ରୋଷେୟା ରିଙ୍କୁ ସିଂଙ୍କ ନାଚ ସୋସିଆଲ୍‌ ମିଡ଼ିଆରେ ୟୁଜରଙ୍କୁ ଆକର୍ଷିତ କରିପାରିଛି। ୬ ମିନିଟର ଏହି ଭିଡ଼ିଓକୁ ନେଇ ଚର୍ଚ୍ଚା ଜାରି ରହିଛି। ବିହାର କଟିହାରର ସୁଜାପୁର ସ୍ଥିତ ଲକ୍ଷ୍ମଣ ମଣ୍ଡଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ରିଙ୍କୁ ରୋଷେୟା ଭାବେ କାମ କରନ୍ତି। କ୍ୱାରାଣ୍ଟାଇନ୍‌ କେନ୍ଦ୍ରରେ ରହୁଥିବା ପ୍ରବାସୀ ଶ୍ରମିକଙ୍କ ବିସାଦଗ୍ରସ୍ତ ରହୁଥିବାରୁ ରିଙ୍କୁ ସେମାନଙ୍କ ମୁହଁରେ ହସ ଫୁଟେଇବା ପାଇଁ ଏଭଳି କରିଥିବା କହିଛନ୍ତି। ସୂଚନାଯୋଗ୍ୟ, ଗାଁରେ ରିଙ୍କୁ ଏକ ହୋଟେଲ ମଧ୍ୟ କରିଛନ୍ତି। ତେବେ ଲକ୍‌ଡାଉନ୍‌ ଯୋଗୁ ହୋଟେଲ ଏବେ ବନ୍ଦ ରହିଛି। ତେଣୁ ରିଙ୍କୁ ସ୍କୁଲରେ ପ୍ରବାସୀ ଶ୍ରମିକଙ୍କ ପାଇଁ ରନ୍ଧାବଢ଼ା କାମ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୋପାଳରୁ ଦିଲ୍ଲୀ ଯାତ୍ରା କରିବାକୁ ପୂରା ବିମାନ ବୁକ୍‌ କଲେ ଗୋଟିଏ ପରିବାରର ୪ ସଦସ୍ୟ

ଭୋପାଳ,୨୮।୫: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳର ରାଜା ଭୋଜ ବିମାନ ବନ୍ଦରରୁ ଗତ ସୋମବାରଠାରୁ ଘରୋଇ ବିମାନ ଚଳାଚଳ ଆରମ୍ଭ ହୋଇଛି। ଏହାସହ ଚାର୍ଟର ବିମାନ ଚଳାଚଳ...

୬ ସହରରେ କୋଭିଡ୍‌ ଟିକାର ମାନବ ପରୀକ୍ଷା ଆରମ୍ଭ

ନୂଆଦିଲ୍ଲୀ,୨୬ା୭: ଭାରତ ବାୟୋଟେକ୍‌ ଏବଂ ଜାଇଡସ କାଡିଲା ଦ୍ୱାରା ପ୍ରସ୍ତୁତ ଦୁଇଟି ଟିକାର ମାନବ ଶରୀରରେ ପରୀକ୍ଷା ୬ଟି ସହରରେ ଆରମ୍ଭ ହୋଇଛି। ଏଥିପାଇଁ ଉକ୍ତ...

୨୪ ଘଣ୍ଟା ଖୋଲା ରହିବ ରେଷ୍ଟୁରାଣ୍ଟ୍‌-ମଲ୍‌-ପବ୍‌: ମିଳିଲା କ୍ୟାବିନେଟ୍‌ ମଞ୍ଜୁରୀ

ମୁମ୍ବାଇ,୨୨।୧: ମୁମ୍ବାଇରେ ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ସରକାର ପ୍ରୟାସ ଜାରି ରଖିଛନ୍ତି। ଏନେଇ ପର୍ଯ୍ୟଟନ ମନ୍ତ୍ରୀ ଆଦିତ୍ୟ ଠାକ୍‌ରେଙ୍କ...

ଜାଣନ୍ତି କି ପାଣିରେ ଅଧିକ ସମୟ ରହିଲେ ତ୍ୱଚା କାହିଁକି ଲୋଚା ହୋଇଯାଏ

ସାଧାରଣତଃ ଆମେ ସମସ୍ତେ ଜାଣିଛେ ଯେ, ଦୀର୍ଘ ସମୟ ଧରି ପାଣିରେ ରହିବା ହେତୁ ହାତ ଏବଂ ପାଦର ଚର୍ମ ଲୋଚା ହୋଇଯାଏ। କିନ୍ତୁ ଆପଣଙ୍କ...

କାବୁଲ ଗୁରୁଦ୍ୱାରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କଲେ ମୋଦି

ନୂଆଦିଲ୍ଲୀ,୧୯ ।୬: ଆଫଗାନିସ୍ତାନର ରାଜଧାନୀ କାବୁଲ ସ୍ଥିତ କାର୍ତେ ପରୱାନ ଗୁରୁଦ୍ୱାରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୁବ୍ ନିନ୍ଦା କରିଛନ୍ତି ।...

ସପା ରାସ୍ତାରେ ମାୟାବତୀ

ଲକ୍ଷ୍ନୌ,୨୭।୬: ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି(ଏସ୍‌ପି)ନିକଟରେ ଏକାକୀ ନିର୍ବାଚନ ଲଢିବାକୁ ଘୋଷଣା କରିଥିଲା। ଏହାର କିଛି ଦିନ ପରେ ଅନୁରୂପ ବାଟ ବାଛିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ...

ପ୍ରଥମ ମହିଳା ଫୁଟବଲର୍‌ ଭାବେ ଓନାମ ବେମବେମ ଦେବୀଙ୍କୁ ପଦ୍ମଶ୍ରୀ ପୁରସ୍କାର

ନୂଆଦିଲ୍ଲୀ,୯।୧୧: ଭାରତୀୟ ଫୁଟବଲର ଦୁର୍ଗା ଓନାମ ବେମବେମ ଦେବୀ ପ୍ରଥମ ଭାରତୀୟ ମହିଳା ଫୁଟବଲର୍‌ ଭାବେ ସମ୍ମାନଜନକ ପଦ୍ମଶ୍ରୀ ପୁରସ୍କାର ପାଇଛନ୍ତି। ସୋମବାର ଓନାମ ଏହି...

ସେପ୍ଟେମ୍ବର ୧ ରୁ ସ୍ବାଭାବିକ ଭାବେ କାର୍ଯ୍ୟ କରିବ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୩୦।୮: ସୁପ୍ରିମ୍‌କୋର୍ଟ ସେପ୍ଟେମ୍ବର ୧ଠାରୁ ସ୍ବାଭାବିକ ଭାବେ କାର୍ଯ୍ୟ କରିବ। ଦୀର୍ଘ ୧୭ମାସ ଧରି ସୁପ୍ରିମ୍‌କୋର୍ଟରେ ପୁଣି ସାଧାରଣ ଭାବେ ଶୁଣାଣି କରାଯିବ। ତେବେ ଭର୍ଚ୍ୟୁଆଲ୍‌...

Advertisement
Archives

Model This Week