କ୍ୱାରାଣ୍ଟାଇନରେ ନ ରହିଲେ କାର୍ଯ୍ୟାନୁଷ୍ଠାନ

ଅନୁଗୋଳ ଅଫିସ, ୨୩।୩

କରୋନା ଭୂତାଣୁ ରୋକିବା ପାଇଁ ଅନୁଗୋଳ ଜିଲାରେ ରାଜ୍ୟ ସରକାରଙ୍କ ନିୟମାବଳୀ ଆଧାରରେ ବିଭିନ୍ନ ପଦକ୍ଷେପ ନିଆଯାଉଛି। ସୋମବାର ଏ ନେଇ ଜିଲାପାଳ ମନୋଜ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଓ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ନେଇ ଏକ ସ୍କ୍ବାଡ୍‌ ଗଠନ କରାଯିବା ସହ ସଙ୍ଗରୋଧ(କ୍ବାରାଣ୍ଟାଇନ୍‌)କୁ ତଦାରଖ କରିବାକୁ ଜିଲାପାଳ ମହାନ୍ତି ନିର୍ଦ୍ଦେଶ ଦେଇଥିଲେ।
ରାଜ୍ୟ ବାହାରୁ ଓ ଜିଲା ବାହାରୁ ଫେରି ସଙ୍ଗରୋଧରେ ନ ଥିବା ବ୍ୟକ୍ତିମାନଙ୍କ ବିରୋଧରେ ଏହି ସ୍କ୍ବାଡ୍‌ କଡ଼ା ପଦକ୍ଷେପ ନେବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ। ସଙ୍ଗରୋଧ ପାଇଁ ଯେଉଁମାନଙ୍କ ଆବଶ୍ୟକ ଘର ନାହିଁ ସେମାନଙ୍କୁ ନିକଟସ୍ଥ ପ୍ରାଥମିକ ବିଦ୍ୟାଳୟ କିମ୍ବା ସମ୍ପୃକ୍ତ ପଞ୍ଚାୟତ ଦ୍ୱାରା ସ୍ଥିରୀକୃତ ଉଚ୍ଚ ବିଦ୍ୟାଳୟରେ ରଖିବାକୁ କୁହାଯାଇଥିଲା। ସେହିପରି ଯେଉଁମାନେ ବାହାର ରାଜ୍ୟରୁ ଆସି ସଙ୍ଗରୋଧ ନ କରି ଲୁଚାଉଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲାପାଳ କହିଥିଲେ। ଏଥିସହ ଜିଲାରୁ ଅନ୍ୟ ଜିଲା ତଥା ଜିଲା ମଧ୍ୟରେ କୌଣସି ବସ୍‌ ଚଳାଚଳ କରିବ ନାହିଁ। କିନ୍ତୁ ମାଲ୍‌ ଓ କୋଇଲା ପରିବହନ ପୂର୍ବଭଳି ଚାଲୁ ରହିବ। ଏହାଛଡ଼ା ଡାକ୍ତରଖାନ, ରେଲୱେ ଷ୍ଟେଶନ, ବସ୍‌ଷ୍ଟାଣ୍ଡ ଓ ବିମାନ ବନ୍ଦରକୁ ଯାଉଥିବା ଗାଡ଼ିକୁ ଅନୁମତି ଦିଆଯିବ। ଯେଉଁମାନେ ଅତ୍ୟାବଶ୍ୟକୀୟ ସାମଗ୍ରୀକୁ ଅଧିକ ମୂଲ୍ୟରେ ବିକ୍ରି କରୁଛନ୍ତି ସେମାନଙ୍କ ଉପରେ ଚଢ଼ାଉ କରିବାକୁ ଯୋଗାଣ ବିଭାଗକୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ। ବାହାର ଜିଲାରୁ ଆସୁଥିବା ଲୋକମାନଙ୍କ ସମ୍ପର୍କରେ ଖବର ଦେବାକୁ ଜିଲାପାଳ କହିଥିଲେ। ବିଭିନ୍ନ ଶିଳ୍ପ ସଂସ୍ଥାରେ ଏକକାଳୀନ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ସଂଖ୍ୟାକୁ କଣ୍ଟିଜେଣ୍ଟ ପ୍ଲାନ ଅନୁଯାୟୀ କମ୍‌ କରିବା ସହ ବାହାର ରାଜ୍ୟ ଓ ଦେଶରୁ ଆସୁଥିବା ଲୋକମାନଙ୍କ ସମ୍ପର୍କରେ ଖବର ସଂଗ୍ରହ କରିବାକୁ ଏକ ସ୍କ୍ବାଡ୍‌ ଗଠନ କରାଯାଇଥିଲା। ଆଞ୍ଚଳିକ ପରିବହନ ଅଧିକାରୀଙ୍କ ଦ୍ୱାରା ମଙ୍ଗଳବାରଠାରୁ ଦୁଇ ଚକିଆ ସହ ଘରୋଇ ୪ ଚକିଆ ଯାନବାହାନ କଡ଼ାକଡ଼ି ଯାଞ୍ଚ କରାଯିବ। ଗୋଷ୍ଠୀ ଉନ୍ନୟନ ଅଧିକାରୀମାନେ ପ୍ରତ୍ୟେକ ଦିନ ବ୍ଲକ ଅଞ୍ଚଳକୁ ଅନ୍ୟ ଜିଲାରୁ କିମ୍ବା ରାଜ୍ୟ ବାହାରୁ କେତେ ଲୋକ ଆସୁଛନ୍ତି ଜଣାଇବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ। ଅତିରିକ୍ତ ଜିଲାପାଳ ତପନ କୁମାର ଶତପଥୀ, ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅତୁଲ୍ୟ କୁମାର ଚମ୍ପତିରାୟ, ଅନୁଗୋଳ ଉପଜିଲାପାଳ ବାସୁଦେବ ଶତପଥୀଙ୍କ ସମେତ ଜିଲା କାର୍ଯ୍ୟାଳୟର ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅବହେଳା କଲେ ପୁଣି ଲକ୍‌ଡାଉନ

ଭୁବନେଶ୍ୱର, ୮।୯(ବ୍ୟୁରୋ):ବର୍ତ୍ତମାନ ସାଧାରଣ ଲୋକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଲକ୍‌ଡାଉନ କୋହଳ କରାଯାଇଛି। କିନ୍ତୁ ତା’ର ଅର୍ଥ ନୁହେଁ ଯେ, ଆମେ ନିୟମ ପାଳନରେ ଢିଲା...

୧୬ ଦିନ ଭେଣ୍ଟିଲେଟରରେ ବିରୋଧୀ ଦଳ ନେତା:ଡାକ୍ତରଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୨ା୫(ବ୍ୟୁରୋ): କରୋନାରେ ସଂକ୍ରମିତ ହୋଇ ଗତ ୧୬ ଦିନ ହେବ ବିରୋଧୀ ଦଳ ନେତା ତଥା ଭାଜପାର ବରିଷ୍ଠ ନେତା ପ୍ରଦୀପ୍ତ ନାଏକ ଭୁବନେଶ୍ୱର ଏମ୍ସରେ...

ଖୁଣ୍ଟ ଅଛି, ବିଦ୍ୟୁତ୍‌ ନାହିଁ

ବଅଁରପାଳ, ୨୨ା୩(ଡି.ଏନ.ଏ.) – ବଅଁରପାଳ ବ୍ଲକ କନ୍ୟାବେଡା ତେଲିସାହି ଓ ଭୋଇ ସାହି ବାସିନ୍ଦାଙ୍କ ମୌଳିକ ସମସ୍ୟା ସୁଧାରୁନି ପ୍ରଶାସନ। ସାହିରେ ବିଜୁଳି, ପାନୀୟ, ସ୍ବାସ୍ଥ୍ୟ,...

‘ମୋ ସରକାର’ରେ ସାମିଲ ହେବ କୋଭିଡ୍‌ ପରିଚାଳନା, ମାସ୍କ ନ ପିନ୍ଧିଲେ ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ:ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୭।୭(ବ୍ୟୁରୋ): କୋଭିଡ ପରିଚାଳନା ‘ମୋ ସରକାର’ ଅଧୀନରେ ସାମିଲ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ଭିଡିଓ କନଫରେନ୍ସିଂରେ ରାଜ୍ୟରେ କରୋନା ସ୍ଥିତି...

ସଙ୍କଟରେ ୟେଲୋ ମନିଟର ଲିଜାର୍ଡ

ଭୁବନେଶ୍ୱର,୧୬।୯(ବ୍ୟୁରୋ):  ଗୋଧି ଶିକାର ଚାଲିଛି। ଫଳରେ ଆଜି ଏହି ନିରୀହ ଭାରତୀୟ ବିଷହୀନ ସରୀସୃପ ଲୁପ୍ତ ପ୍ରାୟ ହେବାକୁ ବସିଲାଣି। ନିକଟରେ ପ୍ରକାଶିତ ଇଣ୍ଟରନ୍ୟାଶନାଲ ୟୁନିଅନ...

ପିଇଲା ପାଏନ୍‌ ଲାଗି ଦହଗଁଜ୍‌ ଲାଠୋରବାସୀ

ଲାଠୋର, ୨୩ା୨ (ଡି.ଏନ୍‌.ଏ.)- ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଲାଠୋର ପ୍ରାଣୀ ଚିକିତ୍ସା କେନ୍ଦ୍ର ପାସେ ଥିବାର ଜଲଯୋଗାଣ ପ୍ରକଳ୍ପ ଉପରେ ଲାଠୋର ଗଁ।ର ୬ଟା...

ଜଳବାୟୁ ପରିବର୍ତ୍ତନ: ସଂଶୋଧିତ ଆକ୍ସନ୍‌ ପ୍ଲାନ୍‌ ପ୍ରସ୍ତୁତ

ଭୁବନେଶ୍ୱର,୧୨।୭(ବ୍ୟୁରୋ): ଜଳବାୟୁ ପରିବର୍ତ୍ତନ ଉପକୂଳବର୍ତ୍ତୀ ଜିଲାଗୁଡ଼ିକ ପାଇଁ ଆଗାମୀ ଦିନରେ ଆହୁରି ବିପଦ ସୃଷ୍ଟି କରିବ। ଇଣ୍ଡିଆନ୍‌ ନ୍ୟାଶନାଲ୍‌ ସେଣ୍ଟର ଫର ଓସନ୍‌ ଇନ୍‌ଫର୍ମେଶନ ସର୍ଭିସେସ୍‌...

ମିଲରଙ୍କ ମାଡ଼ରେ ଚାଷୀ ଗୁରୁତର

ମହାକାଳପଡ଼ା,୧୮ା୩ (ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ମଙ୍ଗଳପୁର ସେବା ସମବାୟ ସମିତିରେ ଜଣେ ଚାଷୀ ଗୁରୁବାର ଧାନ ବିକ୍ରି କରିବାକୁ ଯାଇ ମିଲରଙ୍କ...

Advertisement
Archives

Model This Week