ଅଟୋମୋବାଇଲ ଉତ୍ପାଦନ ୟୁନିଟରେ ତାଲା

ନୂଆଦିଲ୍ଲୀ,୨୪-୩: କରୋନା ବ୍ୟାପିବା ଯୋଗୁ ଦେଶର ବିଭିନ୍ନ ଅଟୋମୋବାଇଲ୍‌ ମାନୁଫାକଚରିଂ କମ୍ପାନୀଗୁଡିକ ସେମାନଙ୍କ ଉତ୍ପାଦନ ୟୁନିଟ ବନ୍ଦ ଘୋଷଣା କରିଛନ୍ତି। ଉତ୍ପାଦନ ବନ୍ଦ ରଖିବା ନେଇ ଅଟୋମୋବାଇଲ ମାନୁଫାକଚରିଂ ସଂଘ ସିଆମ୍‌ ପକ୍ଷରୁ ଏହାର ସଦସ୍ୟଙ୍କୁ ନିବେଦନ କରାଯାଇଛି। ମଙ୍ଗଳବାର ବଜାଜ ଅଟୋ ଉତ୍ପାଦନ ବନ୍ଦ କରିଦେଇଥିବା ଘୋଷଣା କରିଛି। କରୋନାକୁ ରୋକିବା ଲାଗି ସରକାରଙ୍କ ପଦକ୍ଷେପ ମୁତାବକ ଏଭଳି ସତର୍କତା ଗ୍ରହଣ କରାଯାଇଥିବା ବଜାଜ ପକ୍ଷରୁ ସୂଚନା ଦିଆଯାଇଛି। ଅଫିସରେ କାମ କରୁଥିବା କର୍ମଚାରୀଙ୍କ ଲାଗି ଓ୍ବାର୍କ ଫ୍ରମ ହୋମ୍‌ ସିଷ୍ଟମ ଲାଗୁ କରାଯାଇଛି। କର୍ମଚାରୀଙ୍କ ଅନ୍ତର୍ଜାତୀୟ ଗସ୍ତ ଏବଂ ବୈଠକକୁ ବାତିଲ କରିଦିଆଯାଇଛି। ଚକନରେ ରହିଥିବା କମ୍ପାନୀ ଏହାର ଉତ୍ପାଦନ ୟୁନିଟକୁ ବନ୍ଦ କରି ଦେଇଛି ବୋଲି ବଜାଜ ଅଟୋର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ରାକେଶ ଶର୍ମା କହିଛନ୍ତି। ଜରୁରୀ ସେବା ପାଇଁ କମ୍ପାନୀ ମାତ୍ର କିଛି ଲୋକଙ୍କୁ ନିଜ ପାଖରେ ରଖିଛି। ସରକାରଙ୍କ ନିର୍ଦ୍ଦେଶାବଳୀକୁ କଠୋର ଭାବେ ପାଳନ କରାଯାଇଥିବା ସେ ମତ ପ୍ରକାଶ କରିଛନ୍ତି। ଚକନ ପ୍ଲାଣ୍ଟ ବାଦ ପୁଣେର ଅକରୁଡି, ଔରଙ୍ଗାବାଦର ଓ୍ବାଲୁଜ ଏବଂ ଉତ୍ତରାଖଣ୍ଡର ପନ୍ତନଗର ମାନୁଫାକରିଂ ୟୁନିଟ ମଧ୍ୟ ବନ୍ଦ ରଖାଯାଇଛି।
ଆନ୍ଧ୍ର ପ୍ରଦେଶର ହାଇଦ୍ରାବାଦରେ ରହିଥିବା ଉତ୍ପାଦନ ୟୁନିଟରୁ ମାନୁଫାକରିଂ ବନ୍ଦ କରାଯାଇଥିବା କିଆ ମୋଟର୍ସ ଇଣ୍ଡିଆ ପକ୍ଷରୁ ସୂଚନା ଦିଆଯାଇଛି। ପୁନଶ୍ଚ ଅର୍ଡର ନ ଆସିବା ଯାଏ କମ୍ପାନୀର ଉତ୍ପାଦନ ଅନିର୍ଦ୍ଦିଷ୍ଟ କାଳ ଯାଏ ବନ୍ଦ ରହିବ ବୋଲି ଏହା ବିବୃତ୍ତିରେ କହିଛି। ହିରୋ ଗ୍ରୁପର ରକ୍‌ମ୍ୟାନ ଇଣ୍ଡଷ୍ଟ୍ରିଜ ପକ୍ଷରୁ ସୋମବାର ଏହାର ୭ ପ୍ଲାଣ୍ଟକୁ ବନ୍ଦ କରି ଦିଆଯାଇଛି। ମାର୍ଚ୍ଚ ଶେଷ ଯାଏ ଏହି ପ୍ଲାଣ୍ଟ ବନ୍ଦ ରହିବ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ସେହିଭଳି ଭିଇ କମର୍ସିଆଲ ଭେଇକିଲ ମଧ୍ୟ ମାର୍ଚ୍ଚ ଶେଷ ଯାଏ ଏହାର ଉତ୍ପାଦନକୁ ବନ୍ଦ କରି ଦେଇଥିବା ଜଣାପଡିଛି। ହ୍ୟୁଣ୍ଡାଇ ଏବଂ ଟୟୋଟା କିର୍ଲୋସ୍କାର ମୋଟର୍ସ ପକ୍ଷରୁ ଉତ୍ପାଦନ ବନ୍ଦ କରିବା ନେଇ ଘୋଷଣା କରାଯାଇଛି। ହ୍ୟୁଣ୍ଡାଇ ପକ୍ଷରୁ ଏହାର ଚେନ୍ନାଇ ପ୍ଲାଣ୍ଟ ଏବଂ ଟୟୋଟା ଏହାର କର୍ନାଟକର ବିଦାବି ପ୍ଲାଣ୍ଟରେ ରହିଥିବା ଫାସିଲିଟିରୁ ଉତ୍ପାଦନ ବନ୍ଦ କରିଛି। ମାର୍ଚ୍ଚ ୨୩ ରୁ ଆଗାମୀ ନୋଟିସ ଆସିବା ପର୍ଯ୍ୟନ୍ତ ଉତ୍ପାଦନ ବନ୍ଦ ରହିବ ବୋଲି ହ୍ୟୁଣ୍ଡାଇ ମୋଟର ଇଣ୍ଡିଆ ଲିମିଟେଡ ପକ୍ଷରୁ କୁହାଯାଇଛି।
ଏହାବାଦ କର୍ମଚାରୀଙ୍କ ନିରାପତ୍ତାକୁ ଆଧାର କରି କର୍ନାଟକ ପ୍ଲାଣ୍ଟରୁ ଉତ୍ପାଦନ ବନ୍ଦ ରଖାଯାଇଥିବା ଟୟୋଟା ସୂଚନା ଦେଇଛି। ରବିବାର ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ, ହୋଣ୍ଡା କାର୍‌ସ, ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଏବଂ ଫିଆଟ ଉତ୍ପାଦନକୁ ବନ୍ଦ କରିଥିଲେ। ସେହିଭଳି ୨ ଚକିଆ ଯାନ ନିର୍ମାତା ହିରୋ ମୋଟୋ କର୍ପ, ହୋଣ୍ଡା ମୋଟର ସାଇକେଲ, ସୁଜୁକି ମୋଟର ସାଇକେଲ ଇଣ୍ଡିଆ ମଧ୍ୟ ଉତ୍ପାଦନକୁ ବନ୍ଦ କରି ଦେଇଛନ୍ତି। ରେନୋ ଇଣ୍ଡିଆ ପକ୍ଷରୁ ଏହାର ଚେନ୍ନାଇ ଫାସିଲିଟିରୁ ଉତ୍ପାଦନକୁ ବନ୍ଦ ରଖାଯାଇଛି। ଏହା ସହ କମ୍ପାନୀ ଏହାର ସହାୟକ ଫାସିଲିଟିରୁ ଉତ୍ପାଦନକୁ ବନ୍ଦ ରଖିଥିବା କହିଛି। ସରକାରଙ୍କ ଆଗାମୀ ନୋଟିଫିକେଶନକୁ ଅପେକ୍ଷା କରାଯିବା ସହ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ରେନୋ ଇଣ୍ଡିଆ ଅପରେଶନର କଣ୍ଟ୍ରି ସିଇଓ ତଥା ଏମ୍‌ଡି ଭେଙ୍କଟରାମ ମାମିଲାପାଲେ କହିଛନ୍ତି। ଚେନ୍ନାଇ,ଗୁରଗାଓଁ, ମୁମ୍ବାଇ, କୋଲକାତା, ପୁଣେ ଭଳି ସ୍ଥାନରେ ରହିଥିବା କର୍ପୋରେଟ କାର୍ଯ୍ୟାଳୟ ଏବଂ ଆଞ୍ଚଳିକ କାର୍ଯ୍ୟାଳୟଗୁଡିକରୁ କର୍ମଚାରୀମାନେ ଘରୁ କାମ କରିବେ ବୋଲି ସେ ସୂଚନା ଦେଇଛନ୍ତି। ଏହାବାଦ ଟିଭିଏସ୍‌ ମୋଟର କମ୍ପାନୀ ମଧ୍ୟ ଏହାର ଭାରତ ଏବଂ ଇଣ୍ଡୋନେସିଆ ଫାସିଲିଟିରୁ ଉତ୍ପାଦନ ବନ୍ଦ କରିଛି। କର୍ମଚାରୀଙ୍କୁ ଘରୁ କାମ କରିବା ଲାଗି କମ୍ପାନୀ ପରାମର୍ଶ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବେଦାନ୍ତ ଆଲୁମିନିୟମରେ ଓ୍ବାର୍ଲଡ ଆର୍ଥ ଡେ

ନୂଆଦିଲ୍ଲୀ,୨୩।୪: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଦାନ୍ତ ଆଲୁମିନିୟମ ପରିସରରେ ଓ୍ବାର୍ଲଡ ଆର୍ଥ ଡେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀ ପକ୍ଷରୁ...

ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆର ନୂତନ ସିଏଚ୍‌ଡି ଉଦ୍‌ଘାଟିତ

ଭୁବନେଶ୍ୱର,୨୩।୪: ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ୍‌ ଇଣ୍ଡିଆ ବା ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆ ଲିମିଟେଡର ନୂତନ କମ୍ୟୁନିଟି ହେଲ୍‌ଥ ଡିସ୍‌ପେନ୍‌ସାରି (ସିଏଚ୍‌ଡି) ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି...

ରିଲାଏନ୍ସ ଜିଓର ନେଟ ଲାଭ ୨୦,୪୬୬ କୋଟି

ନୂଆଦିଲ୍ଲୀ,୨୩।୪: ଦେଶର ସର୍ବବୃହତ୍‌ ଦୂରସଞ୍ଚାର ସେବା ପ୍ରଦାନକାରୀ କମ୍ପାନୀ ତଥା ରିଲାଏନ୍ସ ଜିଓ ଇନ୍‌ଫୋକମ ଲିମିଟେଡ୍‌ର ନିର୍ଦ୍ଦେଶକମଣ୍ଡଳୀ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ...

‘ଗୁକେଶ ଭବିଷ୍ୟତର ବିଶ୍ୱ ଚାମ୍ପିୟନ’

ନୂଆଦିଲ୍ଲୀ, ୨୩ା୪(ପି.ଟି.): ମର୍ଯ୍ୟାଦାପୂର୍ଣ୍ଣ କ୍ୟାଣ୍ଡିଡେଟ୍ସ ଟୁର୍ନାମେଣ୍ଟ ଜିତି ଭାରତର ଡି. ଗୁକେଶ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି। କେବଳ ଚେସ୍‌ ନୁହେଁ ସବୁ ମହଲରେ...

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ, ଜାଣନ୍ତୁ ବଜାର ଦାମ୍

ନୂଆଦିଲ୍ଲୀ, ୨୨।୪: ନିକଟ ଅତୀତରେ ଭାରତରେ ସୁନା ଓ ରୂପା ମୂଲ୍ୟରେ ବହୁତ ବୃଦ୍ଧି ଘଟିଛି। କିନ୍ତୁ ସୋମବାର ଏଥିରେ କିଛି ମାତ୍ରାରେ ହ୍ରାସ ପାଇଛି।...

ସର୍ବୋତ୍ତମ ପ୍ରଯୁକ୍ତିକୁ ଗୁରୁତ୍ୱ

ଭୁବନେଶ୍ୱର,୨୨ା୪: ବ୍ରିଜ୍‌ଷ୍ଟୋନ୍‌ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ର ନୂତନ ଉତ୍ପାଦ ‘ତୁରଞ୍ଜା ୬ଆଇ’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏପରିକି ଯାତ୍ରୀବାହୀ ଯାନ ସେଗ୍‌ମେଣ୍ଟ ପାଇଁ ବ୍ରାଣ୍ଡ୍‌...

ଶ୍ରୀଲେଦର୍ସ ପ୍ରତିଷ୍ଠାତାଙ୍କ ପ୍ରତିମୂର୍ତ୍ତି ଅନାବରଣ

ଭୁବନେଶ୍ୱର,୨୨ା୪: ଦେଶର ପ୍ରମୁଖ ସୁଜ୍‌ ବ୍ରାଣ୍ଡ୍‌ ଶ୍ରୀଲେଦର୍ସର ପ୍ରତିଷ୍ଠାତା ତଥା ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ସ୍ବର୍ଗତ ସୁରେଶ ଚନ୍ଦ୍ର ଦେଙ୍କର ୧୧୩ତମ ଜନ୍ମବାର୍ଷିକୀ ରବିବାର ପାଳିତ...

ଶପର୍ସ ଷ୍ଟପ୍‌ ସହ ଆକ୍ସିସ ବ୍ୟାଙ୍କର ସହଭାଗିତା

ଭୁବନେଶ୍ୱର,୨୨ା୪: ଆକ୍ସିସ୍‌ ବ୍ୟାଙ୍କ ଏବଂ ଶପର୍ସ ଷ୍ଟପ୍‌ସ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା ନିକଟରେ ସ୍ଥାପନ ହୋଇଛି। ଏପରିକି ଉଭୟ ସଂସ୍ଥାର ମିଳିତ ସହଭାଗିତାରେ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri