Posted inଜାତୀୟ

କ୍ୟାବିନେଟ ବୈଠକ: କୃଷକ, ବ୍ୟବସାୟୀଙ୍କୁ ମୋଦି ସରକାରଙ୍କ ବଡ ଉପହାର

ନୂଆଦିଲ୍ଲୀ,୧।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ସୋମବାର ପ୍ରଥମ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ପରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଡକର, ନୀତିନ ଗଡକରି ଓ ନରେନ୍ଦ୍ର ସିଂ ତୋମାର କ୍ୟାବିନେଟରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି। କ୍ୟାବିନେଟରେ କ୍ଷୁଦ୍ର, ଲଘୁ ଓ ମଧ୍ୟମ ଉଦ୍ଦ୍ୟୋଗର ପରିଭାଷାକୁ ବଦଳାଇ ଦିଆଯାଇଛି। ଏହି ଆଧାରରେ ଏବେ ୧ କୋଟି ନିବେଶ ଓ ୫ କୋଟି ଟଙ୍କାର କାରବାର କ୍ଷୁଦ୍ର ଉଦ୍ଦ୍ୟୋଗ ଶ୍ରେଣୀରେ କରାଯିବ। ୧୦ କୋଟିର ନିବେଶ ଓ ୫୦ କୋଟିର ଟର୍ନଓଭର ବ୍ୟବସାୟ ଲଘୁ ଓ ୨୦ କୋଟିର ନିବେଶ ସହ ୨୫୦ କୋଟିର କାରବାର ମଧ୍ୟମ ଉଦ୍ଦ୍ୟୋଗ ଶ୍ରେଣୀରେ ଆସିବ। ୨୦୦୬ରେ ଏମ୍‌ଏସ୍‌ଏମ୍‌ଇ ଧାରାର ୧୪ ବର୍ଷ ପରେ ଏହାକୁ ସଂଶୋଧନ କରାଯାଇଥିବା କୁହାଯାଉଛି। ଏହାଦ୍ୱାରା ପାଖାପାଖି ୨ ଲକ୍ଷ କମ୍ପାନୀ ଲାଭବାନ ହେବେ ବୋଲି ସୂଚନା ମିଳିଛି। ଏହାସହ ଧାନର ଏମଏସ୍‌ପି ମୂଲ୍ୟ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର। କୁଇଣ୍ଟାଲ ୧୮୬୮ ଟଙ୍କା ବଢାଯାଇଛି। ୧୪ଟି ଶସ୍ୟର ଏମଏସ୍‌ପି ମଧ୍ୟ ବୃଦ୍ଧି କରାଯାଇଛି। ବିଭିନ୍ନ ଫସଲର ଏମଏସ୍‌ପି ୫୦ରୁ ୮୩ ପ୍ରତିଶତ ବୃଦ୍ଧି କରାଯାଇଥିବା କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ସୂଚନା ଦେଇଛନ୍ତି। ଏହାସହ ‘ ପ୍ରଧାନମନ୍ତ୍ରୀ ଷ୍ଟ୍ରିଟ୍‌ ଭେଣ୍ଡର୍ସ ଆତ୍ମନିର୍ଭର ନିଧି’ ଯୋଜନା ଆରମ୍ଭ କରାଯାଇଛି। ଏହାଦ୍ୱାରା ଛୋଟ ଦୋକାନୀମାନେ ଲାଭବାନ ହୋଇପାରିବେ। ଏହି ଯୋଜନା ମାଧ୍ୟମରେ ସେମାନେ ଋଣ ନେଇପାରିବେ। ଏହାଦ୍ୱାରା ୫୦ ଲକ୍ଷ ଦୋକାନୀ ଉପକୃତ ହେବେ। ଏହି ଋଣକୁ ବର୍ଷକ ମଧ୍ୟରେ କିସ୍ତି ଆକାରରେ ସେମାନେ ପରିଶୋଧ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କୁ ମନିଅର୍ଡର କରିଥିବା କୃଷକ ଏବେ ଗଡକରୀଙ୍କୁ କୃଷିମନ୍ତ୍ରୀ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି

ନୂଆଦିଲ୍ଲୀ,୨୮।୫: ଗତବର୍ଷ ନିଜର ଫସଲ ବିକ୍ରିକରି ଆୟ କରିଥିବା ଅର୍ଥକୁ ରାଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମନିଅର୍ଡର କରିଥିବା କୃଷକ ଏବେ ପୁଣି ଥରେ ଆସିଛନ୍ତି...

ବିଦାୟ ନେବେ ୭୨ ରାଜ୍ୟ ସଭା ଏମ୍‌ପି…

ନୂଆଦିଲ୍ଲୀ, ୩୧।୩ : ରାଜ୍ୟ ସଭାରେ ଗୁରୁବାର ୭୨ ଜଣ ଅବସରପ୍ରାପ୍ତ ଏମ୍‌ପିଙ୍କୁ ବିଦାୟ ଦେବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ମୋର କାମନା...

‘ମୁଁ ସଞ୍ଜୟ ରାଉତଙ୍କ ପାଇଁ ଗର୍ବିତ’

ମୁମ୍ବାଇ,୧।୮: ଶିବସେନା ଏମ୍‌ପି ସଞ୍ଜୟ ରାଉତଙ୍କୁ ପାତ୍ରା ଚୌଲ ଜମି ଦୁର୍ନୀତି ମାମଲାରେ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ସଞ୍ଜୟଙ୍କ ଗିରଫ ପରେ ଶିବସେନା ମୁଖ୍ୟ...

‘ବହୁବିବାହ ଉପରେ ଲଗାଯିବ ବ୍ୟାନ, ଶୀଘ୍ର ବିଲ୍‌ ଆଣିବେ ସରକାର’: ହିମନ୍ତ ବିଶ୍ୱଶର୍ମାଙ୍କ ଘୋଷଣା

ଗୁଆହାଟୀ,୧୩।୭: ଦେଶସାରା ୟୁନିଫର୍ମ ସିଭିଲ କୋର୍ଡ (ୟୁସିସି)କୁ ନେଇ ହେଉଥିବା ଚର୍ଚ୍ଚାକୁ ନେଇ ଲକ୍ଷ ଲକ୍ଷ ଲୋକ ସେମାନଙ୍କ ମତାମତ ଦେଉଛନ୍ତି। ସେପଟେ ବର୍ତ୍ତମାନ ଆସାମ...

ଭିଡିଓ ମେସେଜ୍‌ ଦେଇ ୩-୪ଦିନ ପରେ ଆତ୍ମସମର୍ପଣ କରିବାକୁ କହିଲେ ବିଧାୟକ

ପାଟନା,୧୯।୮: ବିହାରର ବାହୁବଳୀ ବିଧାୟକ ଅନନ୍ତ ସିଂ ସୋମବାର ଏକ ଭିଡିଓ ମେସେଜ୍‌ ଜାରି କରିଛନ୍ତି। ଏଥିରେ ସେ କହିଛନ୍ତି ଗିରଫକୁ ସେ ଭୟ କରୁ...

ପଞ୍ଜାବ ବିଧାନସଭା ନିର୍ବାଚନରେ ଲଢିବେ ସୋନୁ ସୁଦଙ୍କ ଭଉଣୀ ମାଳବିକା

ଚଣ୍ଡିଗଡ଼,୧୪ ।୧୧: ପଞ୍ଜାବରେ ଆସନ୍ତା ବର୍ଷ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ଏଥିପାଇଁ ଏବେଠାରୁ ସବୁ ରାଜନୈତିକ ପାର୍ଟି ଅଣ୍ଟା ଭିଡିଥିବା ବେଳେ କିଛି...

କରୋନା ଲଢ଼େଇରେ ବିଜୟୀ ହେଉଛନ୍ତି ଯୋଦ୍ଧା: ଯବାନଙ୍କ ସୁସ୍ଥ ହାର ୭୦ ପ୍ରତିଶତରୁ ଅଧିକ

ନୂଆଦିଲ୍ଲୀ, ୯।୬: କରୋନା ମହାମାରୀ ଯୋଗୁ ଭାରତୀୟ ସେନାରେ ମଧ୍ୟ ସଙ୍କଟ ଦେଖାଦେଇଛି। ତେବେ କରୋନା ଲଢ଼େଇରେ ଯବାନମାନେ ବିଜୟୀ ହେବାରେ ଲାଗିଛନ୍ତି। ଆକ୍ରାନ୍ତ ଯବାନଙ୍କ...

ରୋହିତଙ୍କ ବିରୋଧରେ ହେବନି କଡ଼ା କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୯।୭: ଘରୋଇ ଟିଭି ଚ୍ୟାନେଲ ଆଙ୍କର ରୋହିତ ରଞ୍ଜନଙ୍କ ବିରୋଧରେ କୌଣସି ରାଜ୍ୟ କଡ଼ା କାର୍ଯ୍ୟାନୁଷ୍ଠାନ ନ ନେବାକୁ ଶୁକ୍ରବାର ସୁପ୍ରିମକୋର୍ଟ ନିର୍ଦ୍ଦେଶ ଜାରି କରିଛନ୍ତି।...

Advertisement
Archives

Model This Week