କ୍ୟାଣ୍ଡେଲ ନୁହେଁ ମଶାଲ ହିଁ ଆଣିବ ବିପ୍ଳବ

ବଲାଙ୍ଗୀର ଅଫିସ, ୨୦ା୧: ସର୍ବଭାତୀୟ ବହୁଭାଷୀ ନାଟକ ଉତ୍ସବ ମଠଖାଇ ମହୋତ୍ସବ ଉଦ୍‌ଘାଟନୀ ସନ୍ଧ୍ୟାରେ ଢ଼େଙ୍କାନାଳର ଅଲଟରନେଟିଭ୍‌ ରିଦିମ୍‌ ଥିଏଟର ପକ୍ଷରୁ ଦିନେଶ ଦାସଙ୍କ ରଚିତ ଓ ନିର୍ଦ୍ଦେଶିତ ନାଟକ ପୁନଶ୍ଚ ସତ୍ୟାଗ୍ରହ ମଞ୍ଚସ୍ଥ ହୋଇଛି ା ସ୍ବାର୍ଥବାଦୀ ମଣିଷମାନଙ୍କୁ ଯୋଗୁଁ ଗଣତନ୍ତ୍ର କିଭଳି ଜଣତନ୍ତ୍ରରେ ପରିଣତ ହୋଉଛି ା କେତେବେଳେ ଛବିରାଣୀ, ନିର୍ଭୟା, ଇତିଶ୍ରୀମାନଙ୍କ କାହାଣୀ ଭିତରେ ହଜିଯାଉଛି ଭାରତମାତାର ଗୌରବ। ରାଜନୀତିର ଛକାପଞ୍ଛା ଭିତରେ କ୍ଷତାକ୍ତ ହେଉଛନ୍ତି ସାଧାରଣ ନିରୀହ ଓ ଦେଶର ଭବିଷ୍ୟତ କିଭଳି ଉଜୁଡି ଯାଉଛି ା ଲହୁ ଲୁହ ଢ଼ାଳି ଯେଉଁମାନେ ଦେଶ ସ୍ବାଧୀନ କରିଥିଲେ ସେମାନଙ୍କ ସ୍ବପ୍ନର ରାମରାଜ୍ୟ ଆଜି କିଭଳି ଉଜୁଡି ଯାଇଛି ା ଚାରିଆଡେ କେବଳ ସ୍ବାର୍ଥପର ଲୋକଙ୍କ ଭିଡ ା କିଭଳି ଏଭଳି ସମୟକୁ ସାମ୍‌ନା କରିବେ ଆମର ଉତ୍ତରଦାୟଦମାନେ। ଏହି ପ୍ରଶ୍ନକୁ ନେଇ ଗତିଶୀଳ ଏକ ମାର୍ମିକ କାହାଣୀ ପୁନଶ୍ଚ ସତ୍ୟାଗ୍ରହ ା ଗୋଟିଏ ଘଟଣା ଘଟିଗଲେ କ୍ୟାଣ୍ଡେଲ ଧରିବା ଛାଡି ମଶାଲ ଧରିଲେ ହିଁ ଆସିବ ସାମାଜିକ ପରିବର୍ତ୍ତନ ା ଏହାହିଁ ନାଟକ ପୁନଶ୍ଚ ସତ୍ୟାଗ୍ରହର ବାର୍ତ୍ତା ା ନିଖୁଣ ଅଭିନୟରେ ଏଭଳି ଏକ ଚେତନଶୀଳ ବାର୍ତ୍ତା ଦେଇ ନୂଆ ସମାଜ ଗଠନର ବାର୍ତ୍ତା ଦେଇଛି ନାଟକ ପୁନଶ୍ଚ ସତ୍ୟାଗ୍ରହ ା ବଲାଙ୍ଗୀର କୋଶଳ କଳାମଣ୍ଡଳ ପଡିଆ ନୂଆମଞ୍ଚରେ ଅଭିନୀତ ଏହି ନାଟକକୁ ଦର୍ଶକମାନେ ମନଭରି ଉପଭୋଗ କରିଛନ୍ତି, ଅଭିନେତାଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଏନଏଚ୍‌ ନଂ.୧୬ ରେ ଫ୍ଲାଇଓଭର, ଅଣ୍ଡରପାସ୍‌ ପ୍ରସଙ୍ଗ: କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିବେ ଏମ୍‌ପି, ବିଧାୟକ

ଛତ୍ରପୁର,୧୭ା୧(ଡି.ଏନ.ଏ.)- ଗଞ୍ଜାମ ଜିଲା ଗିରିଶୋଲାରୁ ପୁଇଁତଳା ପର୍ଯ୍ୟନ୍ତ ଜାତୀୟ ରାଜପଥ-୧୬ନଂ. ର ଉନ୍ନତୀକରଣ କାମ ଚାଲିଛି। ୬ ଲେନ୍‌ ତ ଦୂରର କଥା ଆବଶ୍ୟକତା ଅନୁସାରେ...

ସଙ୍କଟରେ ତାଳପତ୍ର କାରିଗରଙ୍କ ଜୀବିକା

ପୁରୀ ଅଫିସ, ୭।୯:  ତାଳପତ୍ର ହିଁ ଦେଖାଇଛି ବଞ୍ଚିବାର ରାହା। ପରିଚୟ ପଛରେ ବି ତାଳପତ୍ରର ନାଁ। ଏହାକୁ ନେଇ ସେମାନେ ସ୍ବପ୍ନ ଦେଖନ୍ତି ଆଉ...

ଖଣିଜ ଚୋରା ଚାଲାଣ ପାଇଁ ହ୍ବାଟ୍‌ସଆପ୍‌ ଗ୍ରୁପ୍‌

ଓଡ଼ାପଡ଼ା,୧୦।୭(ଡି.ଏନ୍‌.ଏ.)ଢେଙ୍କାନାଳ ଜିଲା ଓଡ଼ାପଡ଼ା ତହସିଲରେ ବାଡ଼ ଖାଉଛି ଫସଲ। ଚଢ଼ାଉ ପୂର୍ବରୁ ପ୍ରଶାସନର ବ୍ଲୁ-ପ୍ରିଣ୍ଟ ସମ୍ପର୍କରେ ତହସିଲ କର୍ମଚାରୀ ଅସାଧୁ ବ୍ୟବସାୟୀଙ୍କୁ ପଠାଇ ଦେଉଛନ୍ତି ସୂଚନା।...

ଲକ୍‌ଡାଉନ କଟକଣା ଉଲ୍ଲଘଂନ: ୧୨ ମାମଲା, ୨ ହଜାର ଜରିମାନା

ଶେରଗଡ଼,୬ା୪(ଡି.ଏନ୍‌.ଏ.)- ଶେରଗଡ଼ ପୋଲିସ ଲକ୍‌ଡାଉନ ସମୟରେ ପାଟ୍ରୋଲିଂ କଡାକଡି କରିଛି। ଥାନା ଅଧିକାରୀ ରମେଶ ଚନ୍ଦ୍ର ଦାସ ଶେରଗଡ଼ ବଜାର ଛକ ଓ ଚାରି ଛକରେ...

ନିମ୍ନମାନର ରାସ୍ତାକୁ ନେଇ ଉତ୍ତେଜନା: କାମ ବନ୍ଦ କଲେ ଗ୍ରାମବାସୀ

ଖଇରା, ୨୧।୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ନିର୍ମାଣାଧୀନ ଆଳଦା-କଇଥଗଡିଆ ପ୍ରଧାନମନ୍ତ୍ରୀ ସଡକ ଅତ୍ୟନ୍ତ ବେପରୁଆ ଭାବେ ଚାଲିଛି ା ବ୍ୟବହୃତ କଞ୍ଚମାଲ ଅତ୍ୟନ୍ତ ନିମ୍ନମାନର...

ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ଦାବିରେ ପଦଯାତ୍ରା

ସିମୁଳିଆ, ୧୪।୮(ଡି.ଏନ.ଏ.)-ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ଦାବିରେ ପଦଯାତ୍ରାରେ ବାହାରିଥିବା ଜଗତ୍‌ସିଂହପୁର ଜିଲା ବାଲିକୁଦା ବ୍ଲକ ଭଗବାନସିନ୍ଦୋଳ ଅଞ୍ଚଳର ସତ୍ୟବ୍ରତ ଦାସ (୨୮) ମଙ୍ଗଳବାର ସିମୁଳିଆ...

ଆଜିଠୁ ଶ୍ରୀମନ୍ଦିରରେ ପହିଲି ଭୋଗ

ପୁରୀ ଅଫିସ,୧୬।୧୨: ପବିତ୍ର ଧନୁ ସଂକ୍ରାନ୍ତି ଅବସରରେ ସୋମବାର ଶ୍ରୀମନ୍ଦିରରେ ଆରମ୍ଭ ହେବ ମହାପ୍ରଭୁଙ୍କ ପହିଲି ଭୋଗ ନୀତି। ମକର ସଂକ୍ରାନ୍ତି ପୂର୍ବଦିନ ପଯର୍‌ୟନ୍ତ ପ୍ରତ୍ୟହ...

ମନ୍ଦିର ବେଢ଼ାରେ ସାକ୍ଷୀଗୋପାଳଙ୍କ ଚନ୍ଦନ ନୀତି ଲାଗି ପ୍ରଶାସନିକ ନିଷ୍ପତ୍ତି

ସାକ୍ଷୀଗୋପାଳ,୨୫ା୪(ଡି.ଏନ୍‌.ଏ.): ରାତି ପାହିଲେ ଅକ୍ଷୟ ତୃତୀୟା। ରବିବାରଠାରୁ ସାକ୍ଷୀଗୋପାଳ ଠାକୁରଙ୍କ ଚନ୍ଦନ ଯାତ୍ରାକୁ କାଣ୍ଟଛାଣ୍ଟ କରି ବିନା ଭକ୍ତରେ କେବଳ ଠାକୁରଙ୍କ ଦେବନୀତି କରିବାକୁ ସାକ୍ଷୀଗୋପାଳ...

Coronavirus Update


Archives

Model This Week

Why Dharitri