କ୍ରୀଡ଼ାମନ୍ତ୍ରୀଙ୍କ ୨ ଦିନିଆ କନ୍ଧମାଳ ଗସ୍ତ

ଫୁଲବାଣୀ ଅଫିସ,୧୬ା୧୨-ଆଇଟି ଏବଂ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାର କାନ୍ତି ବେହେରା ରବିବାର ଦୁଇ ଦିନିଆ କନ୍ଧମାଳ ଗସ୍ତରେ ଆସିଛନ୍ତି। ମନ୍ତ୍ରୀ ପ୍ରଥମ ଦିନ ବିଭିନ୍ନ ଷ୍ଟାଡିୟମ ବୁଲି ଦେଖିବା ସହ ସ୍ଥିତି ପରଖିଛନ୍ତି। କନ୍ଧମାଳ ଷ୍ଟାଡ଼ିୟମ ଯାଇ ହଷ୍ଟେଲରେ ଅନ୍ତେବାସୀଙ୍କୁ ସେମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିଥିଲେ। ସେଠାରେ ଛାତ୍ରମାନଙ୍କ ସହ ମଧ୍ୟାହ୍ନଭୋଜନ କରିଥିଲେ। ପରେ ମନ୍ତ୍ରୀ ଫୁଲବାଣୀ ମ୍ୟୁନିସିପାଲିଟି ଦ୍ୱାରା ନିର୍ମିତ ଏଜେଓ ହାଇସ୍କୁଲ ପଡ଼ିଆ ମିନି ଷ୍ଟାଡ଼ିୟମ, ଓପନ୍‌ ଏୟାର ଜିମ୍‌ ବୁଲିଥିଲେ ା
ଏହାପରେ ଫୁଲବାଣୀ ବ୍ଲକ ଅନ୍ତର୍ଗତ ବୁଢାଦାନିସ୍ଥିତ ମିନି ଷ୍ଟାଡ଼ିୟମ ବୁଲିବା ସହିତ ସ୍ଥାନୀୟ କ୍ରୀଡ଼ାବିତମାନଙ୍କ ସହିତ କ୍ରୀଡ଼ା ସମ୍ପର୍କରେ କଥା ହୋଇଥିଲେ। ଆଇଟିଡ଼ିଏ ଦ୍ୱାରା ନିର୍ମିତ ହୋଇଥିବା ଇ-ଲାଇବ୍ରେରି ଦେଖି ମନ୍ତ୍ରୀ ଖୁସି ବ୍ୟକ୍ତ କରିଥିଲେ ା କନ୍ଧମାଳ ଜିଲାରେ ଏପରି ଲାଇବ୍ରେରି ହୋଇଥିବାରୁ ଜିଲା ପ୍ରଶାସନକୁ ଧନ଼୍ୟବାଦ ଦେବା ସହ ରାଜ୍ୟର ସମସ୍ତ ଜିଲାରେ ଏହା କରାଯିବା ଉଚିତ ବୋଲି କହିଥିଲେ। ପରେ ମନ୍ତ୍ରୀ ଅନ୍ୟାନ୍ୟ କାର୍ଯ୍ୟକ୍ରମ ପାଇଁ ବାଲିଗୁଡ଼ା ଯାଇଥିଲେ। ଫୁଲବାଣୀ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ବୀରେନ୍ଦ୍ର କୁମାର ଦାସଙ୍କ ସହ ଅନ୍ୟମାନେ ମନ୍ତ୍ରୀଙ୍କ ଗସ୍ତ ବେଳେ ଉପସ୍ଥିତ ଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଦାଦାବଟି ମାଗିବା ଅଭିଯୋଗରେ ୬ ଗିରଫ: କାର, ବନ୍ଧୁକ, ଗୁଳି ଜବତ

କଟକ ଅଫିସ, ୧୪।୧୧- ଜଗତ୍‌ପୁର ଥାନା ଅଞ୍ଚଳର ଜନୈକ ବ୍ୟକ୍ତିଙ୍କୁ ମାରଣାସ୍ତ୍ର ଦେଖାଇ ଧମକ ଦେବା ଓ ଦାଦାବଟି ମାଗିବା ଅଭିଯୋଗରେ ପୋଲିସ ଏକ ଗ୍ୟାଙ୍ଗର...

କାର୍ଯ୍ୟାଳୟରେ କାମ କରୁନି ଇଣ୍ଟରନେଟ୍‌: ୧୫ ମଧ୍ୟରେ କେମିତି ସରିବ ଡିଜିଟାଲ ବ୍ୟବସ୍ଥା

ଅନୁଗୋଳ ଅଫିସ, ୧୩।୯-ହିତାଧିକାରୀଙ୍କ ଭତ୍ତା କାର୍ଡ ସହ ଆଧାର କାର୍ଡ ସଂଲଗ୍ନ କରାଯିବ। ଗତ ଫେବୃୟାରୀରୁ ରାଜ୍ୟ ସରକାରଙ୍କ ନିକଟରୁ ଏ ନେଇ ନିର୍ଦ୍ଦେଶ ଆସିଥିଲା।...

ମଲାଡ଼ ସରପଞ୍ଚଙ୍କୁ ଆକ୍ରମଣ, ଘରକୁ ପଥର ମାଡ଼

ଗଞ୍ଜାମ/ଛତ୍ରପୁର,୨୬ା୧୦(ଡି.ଏନ୍‌.ଏ.)-ରମ୍ଭା ଥାନା ଗଞ୍ଜାମ ବ୍ଲକ ମଲାଡ ସରପଞ୍ଚ ପ୍ରଭାତ କୁମାର ସେଠୀଙ୍କୁ ଶୁକ୍ରବାର ରାତି ପ୍ରାୟ ୧୦ଟାରେ ଆକ୍ରମଣ ହୋଇଛି। ଏଥିସହ ତାଙ୍କ ଘରେ କୌଣସି...

ଜଗତସିଂହପୁରରେ ‘ଅମ୍ଫନ୍‌’ ପ୍ରଭାବ: ଭାଙ୍ଗିଲା କଚ୍ଚା ଘର, ବିଦ୍ୟୁତ୍‌ ସେବା ଠପ୍‌; ଗଛ ଉପୁଡ଼ି ଗମନାଗମନ ବାଧାପ୍ରାପ୍ତ

ଜଗତସିଂହପୁର ଅଫିସ, ୨୦।୫: ବାତ୍ୟା ଅମ୍ଫନକୁ ନେଇ ଲୋକଙ୍କ ମଧ୍ୟରେ ଭୟ ଓ ଆଶଙ୍କା ସୃଷ୍ଟି ହୋଇଥିଲା l ସୌଭାଗ୍ୟବଶତଃ ବାତ୍ୟା ଟଳି ଯାଇଥିବାବେଳେ କୌଣସି...

ଛାତ୍ରୀଙ୍କୁ ପୋଡ଼ି ମାରିବା ଉଦ୍ୟମ ଘଟଣା: ୨ ଅଟକ

କଟକ ଅଫିସ, ୨୭।୨: କଟକ ମାନସିଂପାଟଣା ମସ୍ତରାମ ମଠ ଗଳିରେ ଜଣେ କଲେଜ ଛାତ୍ରୀଙ୍କୁ ହାତଗୋଡ଼ ବାନ୍ଧି ପୋଡ଼ି ମାରିବାକୁ ଉଦ୍ୟମ ଘଟଣାରେ ଲାଲବାଗ ପୋଲିସ...

ପୋଲିସ ପରିଚୟ ଦେଇ ମହିଳାଙ୍କ ମଙ୍ଗଳସୂତ୍ର ଲୁଟ୍‌

ବ୍ରହ୍ମପୁର ଅଫିସ,୨ା୮-ନକଲି ପୋଲିସ ବେଶରେ ଲୁଟେରାମାନେ ବିଶେଷକରି ମହିଳା ଓ ବରିଷ୍ଠ ନାଗରିକଙ୍କୁ ଟାର୍ଗେଟ କରି ସୁନାଗହଣା ଓ ଟଙ୍କା ଲୁଟ୍‌ କରୁଛନ୍ତି। ଏବେ ସେହି...

ପ୍ରାର୍ଥୀ ଚୟନକୁ ନେଇ ଅଙ୍କକଷା

ବ୍ରଜରାଜନଗର,୪ା୫ (ଡି.ଏନ.ଏ.): ବ୍ରଜରାଜନଗର ନିିର୍ବାଚନ ମଣ୍ଡଳୀ ପାଇଁ ନିିର୍ବାଚନ କମିଶନ ତାରିଖ ଘୋଷଣା କରିବା ପରେ ଏଠାକାର ଦଳୀୟ ରାଜନୀତି ସରଗରମ ହୋଇଉଠିିଛି। ତିନି ପ୍ରମୁଖ...

ମେଶିନ ଦ୍ୱାରା ରଥଟଣା ପ୍ରସ୍ତାବକୁ ବିରୋଧ: ‘ସେବାୟତ ଟାଣିଲେ ହାତୀ ଆବଶ୍ୟକ ପଡ଼ିବ ନାହିଁ’

ପୁରୀ ଅଫିସ,୧୫ା୬:  କରୋନା ଯୋଗୁ ରଥଯାତ୍ରା ହେବ କି ନାହିଁ ତାକୁ ନେଇ କଳ୍ପନାଜଳ୍ପନା ଲାଗିରହିଛି। କେନ୍ଦ୍ର ସରକାର ଏବଂ ହାଇକୋର୍ଟ ରଥଯାତ୍ରା ନିଷ୍ପତ୍ତି ରାଜ୍ୟ...

Advertisement
Archives

Model This Week