କ୍ରିକେଟ ୱାଲର୍‌ଡ କପ୍‌: ଇଣ୍ଡିଆ-ପାକିସ୍ତାନ ଲିଗ୍‌ ମ୍ୟାଚ ବେଟିଂ ଉପରେ ପୋଲିସର ନଜର

ବ୍ରହ୍ମପୁର ଅଫିସ,୧୭ା୬-ଭାରତ ଓ ପାକିସ୍ତାନ ମଧ୍ୟରେ ଚଳିତ ବିଶ୍ୱକପ୍‌ରେ ପ୍ରଥମ ଥର ପାଇଁ ରବିବାର ଲିଗ୍‌ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି। ମାଞ୍ଚେଷ୍ଟରରେ ହେଉଥିବା ମ୍ୟାଚ ପାଇଁ ବ୍ରହ୍ମପୁର ସହରରେ ବୁକିଂମାନେ ସକ୍ରିୟ ରହିଛନ୍ତି। କୋଟି କୋଟି ଟଙ୍କାର ବେଟିଂ କାରବାର ହେବ। ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ରବିବାର ଅପରାହ୍ନରୁ ବ୍ରହ୍ମପୁର ସହର ଶୂନ୍‌ଶାନ୍‌ ହୋଇଯାଇଛି।
ଯୁବକମାନଙ୍କ ଦେଖା ମିଳୁନାହିଁ। ଏହି କ୍ରିକେଟ ମ୍ୟାଚ ଉପରେ ଏବେ ସାରା ଦେଶର ନଜର ରହିଛି। ବିଶେଷକରି ଅନ୍‌ଲାଇନ ବେଟିଂ କରୁଥିବା ଜୁଆଡ଼ିମାନେ ଏବେ ବିଭିନ୍ନ ପ୍ରକାର ଆପ୍‌ ବ୍ୟବହାର କରି ଭାରତ-ପାକିସ୍ତାନ ମ୍ୟାଚ୍‌ ଜିତା ହରାକୁ କେଉଁ ଖେଳାଳି ଶତକ ମାରିବେ, କିଏ ମ୍ୟାଚକୁ ଶେଷ ଭଲରେ ଜିତାଇବେ, ଏହା ସହିତ ପ୍ରତି ବଲ ଉପରେ, ଏପରି ଅନେକ ଦିଗରେ ବେଟିଂ ହେଉଛି। ସହରରେ ଏହାକୁ ନେଇ ଚାରିଆଡ଼େ ଚର୍ଚ୍ଚା ଜୋର ଧରିଛି। ଅନ୍ୟପଟେ ଏହି ବେଟିଂ ଚଳାଇଥିବା ବୁକିଂମାନଙ୍କ ଉପରେ ପୋଲିସ କଡ଼ା ନଜର ରଖିଛି। ଅନ୍‌ଲାଇନ ବେଟିଂ କାରବାର ଉପରେ ଗଠିତ ସ୍ବତନ୍ତ୍ର ଟିମ୍‌ କଡ଼ା ନଜର ରଖିଛି ବୋଲି ଅତିରିକ୍ତ ଏସ୍‌ପି ପ୍ରଭାତ ରାଉତରାୟ କହିଛନ୍ତି।
ଜୁଆଡ଼ିଙ୍କ ଗତିବିଧିକୁ ପୋଲିସ ଟ୍ରାକିଂ କରୁଛି। ସେହିପରି ପୂର୍ବରୁ ଅନ୍‌ଲାଇନ ବେଟିଂ କାରବାରରେ ଗିରଫ ହୋଇଥିବା ଅଭିଯୁକ୍ତଙ୍କୁ ମଧ୍ୟ ପୋଲିସ ନଜରରେ ରଖିଛି। କ୍ରିକେଟ ମ୍ୟାଚକୁ ନେଇ ବ୍ରହ୍ମପୁରରେ ବିଗତ ବର୍ଷରେ ବ୍ୟାପକ ଅନ୍‌ଲାଇନ ବେଟିଂ କାରବାର ହୋଇଥିଲା। ଏଭଳି କାରବାରକୁ ଠାବ କରି ପୋଲିସ ଲକ୍ଷ ଲକ୍ଷ ଟଙ୍କା ଜବତ କରିବା ସହ ଜୁଆଡ଼ିଙ୍କୁ ଗିରଫ କରିଥିଲା। ରବିବାର ମ୍ୟାଚ ହେଉଥିବାରୁ ସହରରେ ଜୁଆଡ଼ିମାନେ ଏବେ ବେଶ୍‌ ସକ୍ରିୟ ହୋଇଛନ୍ତି। କମ୍‌ ସମୟରେ ଅଧିକ ଟଙ୍କା ରୋଜଗାର କରିବା ଲୋଭରେ ଯୁବପିଢ଼ି ବେଟିଂ ନିଶାରେ ପଡ଼ି ସର୍ବସ୍ବ ହରାଇ ବସୁଛନ୍ତି। ବିଗତ ଦିନରେ ବ୍ରହ୍ମପୁର ପୋଲିସ ଅନେକ କ୍ରିକେଟ ବେଟିଂ ଧରିଛି। ଗତବର୍ଷ ସେପ୍ଟେମ୍ବର ମାସରେ ପାକିସ୍ତାନ ଓ ବିଶ୍ୱ ଏକାଦଶ ମ୍ୟାଚ ପାଇଁ ଚାଲିଥିବା ଏକ ବେଟିଂ କାରବାର ଠାବ କରିଥିଲା ଟାଉନ ଥାନା ପୋଲିସ ଘଟଣାସ୍ଥଳରୁ ୬ ଲକ୍ଷ ୧୦ ହଜାର ଟଙ୍କା ଜବତ କରିବା ସହିତ ୨ ବୁକିଂ ସମେତ ୪ ଜଣଙ୍କୁ ଗିରଫ କରିଥିଲା। କୋଲକାତା, ହାଇଦ୍ରବାଦ ଓ ମୁମ୍ବାଇରେ ରହୁଥିବା ମୁଖ୍ୟ ବୁକିଂଙ୍କ ସହଯୋଗରେ ବ୍ରହ୍ମପୁରରେ କେତେକ ସବ୍‌ବୁକିଂ ଏହି କାରବାର ଚଳାଇଥାନ୍ତି। କ୍ରିକେଟ ମ୍ୟାଚରେ ଅନ୍‌ଲାଇନ ବେଟିଂ ପ୍ରତି ଯୁବପିଢ଼ି ଅଧିକ ଆକୃଷ୍ଟ ହେଉଛନ୍ତି। ଫୋନ କଲରେ ଲକ୍ଷ ଲକ୍ଷ ଟଙ୍କା ବେଟିଂ ହେଉଛି। ପୋଲିସର ସ୍ବତନ୍ତ୍ର ଟିମ୍‌ ଜୁଆଡ଼ିଙ୍କ ଉପରେ ନଜର ରଖିଛି। ଏହି ଟିମ୍‌ରେ ବ୍ରହ୍ମପୁର ପୋଲିସର ବରିଷ୍ଠ ଅଧିକାରୀଙ୍କ ସହିତ ସାଇବର ସେଲର କେତେକ ଅଧିକାରୀ ରହିଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

LPG ଗ୍ରାହକଙ୍କ ପାଇଁ ବଡ଼ ଖବର, ଗ୍ୟାସ ସିଲିଣ୍ଡର ଫେରାଇଲେ ସିଧା ମିଳିବ ୫୦୦ଟଙ୍କା!

ନୂଆଦିଲ୍ଲୀ,୬।୧୦: ଯଦି ଆପଣ ଚାକିରି କିମ୍ୱା ପାଠପଢ଼ା ପାଇଁ ବାହାରେ କୌଣସି ଅନ୍ୟ ସହରରେ ରହୁଛନ୍ତି ଏବଂ ଆପଣଙ୍କ ପାଖରେ ସେଠାକାର ସ୍ଥାନୀୟ ଠିକଣା ପ୍ରମାଣପତ୍ର (Local…

ତପ୍ତପାଣି ଜଙ୍ଗଲରେ ପ୍ରେମର କରୁଣ ଅନ୍ତ: କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ,କାନ୍ଦବୋବାଳିରେ ଫାଟି ପଡ଼ୁଛି…

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ଜଙ୍ଗଲ ନିକଟସ୍ଥ ପାଳୁଖଳା ଗ୍ରାମ ନିକଟରେ ମଙ୍ଗଳବାର ଏକ ହୃଦୟବିଦାରକ ଘଟଣା…

ଶୁକ୍ରାଦିତ୍ୟ ଯୋଗ ବଦଳାଇବ ୩ ରାଶିଙ୍କ ଭାଗ୍ୟ: ପ୍ରଚୁର ଧନଲାଭ ସହ କ୍ୟାରିୟରରେ ମିଳିବ ବଡ଼ ସଫଳତା

ତୁଳା ରାଶିରେ ସୂର୍ଯ୍ୟଙ୍କ ଗୋଚର ବେଶ ସ୍ୱତନ୍ତ୍ର ହେବାକୁ ଯାଉଛି, କାରଣ ଏହି ରାଶିର ଅଧିପତି ଶୁକ୍ର ବୋଲି ବିବେଚନା କରାଯାଏ। ଅନ୍ୟପକ୍ଷରେ, ସଂଯୋଗବଶତଃ ବର୍ତ୍ତମାନ ଶୁକ୍ର…

ଅଲିମ୍ପିକ୍ସ-୨୦୩୬ ଆୟୋଜନ ପାଇଁ ଭାରତ ବ୍ୟତୀତ ଏହି ୬ ଦେଶ ଆଗ୍ରହୀ, ଜାଣନ୍ତୁ…

ଲାଉସାନେ, ୬ା୧୦: ଅଲିମ୍ପିକ୍‌ ଗେମ୍ସ-୨୦୩୬ର ଆୟୋଜନ ପାଇଁ ଭାରତ ବ୍ୟତୀତ ଅନ୍ୟ ୬ଟି ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଦେଶଗୁଡ଼ିକ ନଭେମ୍ବରରେ ସେମାନଙ୍କ ପ୍ରୋଜେକ୍ଟଗୁଡ଼ିକ ଫ୍ୟୁଚର…

ଶ୍ରମିକଙ୍କୁ ପାର୍ବଣ ଭେଟି ଦେଲେ ସରକାର, ଏତେ ବଢିଲା ମଜୁରୀ!

ନୂଆଦିଲ୍ଲୀ,୬।୧୦: ଦୀପାବଳି ପୂର୍ବରୁ ଦେଶର ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ଉପହାର ଦେଇଛନ୍ତି କେନ୍ଦ୍ର ସରକାର। ଭେରିଏବଲ୍ ଡିଅରନେସ୍ ଆଲାଉନ୍ସ (VDA)କୁ ବୃଦ୍ଧି କରିଛନ୍ତି ସରକାର। ଏହି…

ହାଲ୍‌ରେ ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ସୁନାବେଡ଼ା, ୬।୧୦(କୃତ୍ତିବାସ ପ୍ରଧାନ): କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ୍‌ (ହାଲ୍‌)କୁ ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗସ୍ତକରି ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର…

କେଉଁ ୱେଟିଂ ଟିକେଟ ସବୁଠୁ ଆଗ କନଫର୍ମ ହୁଏ? ଜାଣନ୍ତୁ ରେଳବାଇର ନୂଆ ନିୟମ…

ଭାରତୀୟ ରେଳବାଇରେ ଯାତ୍ରା କରୁଥିବା ସମୟରେ ଯଦି ଆପଣଙ୍କୁ କନଫର୍ମ ସିଟ ନ ମିଳେ, ତେବେ IRCTC ସିଷ୍ଟମ ଆପଣଙ୍କୁ ୱେଟିଂ ଟିକେଟ (Waiting Ticket) ପ୍ରଦାନ…

ରାସ୍ତା କାମ ବିଳମ୍ବକୁ ନେଇ ବଣିକ ସଂଘର ଅସନ୍ତୋଷ

ପାତ୍ରପୁର, ୬/୧୦ (ଉମା ଚରଣ ନେପାକ): ପାତ୍ରପୁର ଏନ୍‌ଏସି ଅନ୍ତର୍ଗତ ତଳ ବସଷ୍ଟାଣ୍ଡ ଛକରେ ରାସ୍ତା ନିର୍ମାଣ କାର୍ଯ୍ୟରେ ବିଳମ୍ବକୁ ନେଇ ମା’ ଦୁର୍ଗାଦେବୀ ବଣିକ ସଂଘ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?