କୋହଳ ହେଉଛି ଲକ୍‌ଡାଉନ୍‌ ନିୟମ

ଜଗତ୍‌ସିଂହପୁର ଅଫିସ,୬ା୪: କରୋନା ଭୂତାଣୁ ସଂକ୍ରମଣ ବଢୁଥିବାରୁ ସରକାର ଦେଶକୁ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏହି ଅନୁଯାୟୀ ଜଗତ୍‌ସିଂହପୁର ଜିଲାରେ ପ୍ରଥମେ ନିୟମକୁ କଡାକଡି ପାଳନ କରାଯାଇଥିଲା। କିନ୍ତୁ ଧୀରେ ଧୀରେ ଏହି ନିୟମ କୋହଳ ହେଉଥିବା ଲକ୍ଷ୍ୟ କରାଯାଉଛି। ଯେହେତୁ ପ୍ରତ୍ୟହ ସକାଳ ୬ରୁ ପୂର୍ବାହ୍ନ ୧୧ଟା ଭିତରେ ଲୋକଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ସୁଯୋଗ ଦିଆଯାଉଛି ତେଣୁ ଏଭଳି ଗହଳି ହେଉଥିବା କୁହାଯାଉଛି। ଅନ୍ୟପଟେ ସପ୍ତାହରେ ୨ ଦିନ ପରିବର୍ତ୍ତେ ଗୋଟିଏ ହାଟ ହେଉଛି। ହାଟ ସମୟ ସକାଳ ୬ରୁ ପୂର୍ବାହ୍ନ ୧୧ଟା ଭିତରେ ସାରିବାକୁ ନିର୍ଦ୍ଦେଶ ଥିବାରୁ ଗତ ମଙ୍ଗଳବାର ଗହଳି ହୋଇଥିଲା। ସେ ଦୃଷ୍ଟିରୁ ୭ ତାରିଖ ହାଟ ସ୍ଥାନ ପରିବର୍ତ୍ତନ କରାଯିବାକୁ ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ନିଷ୍ପତ୍ତି ନେଇଛନ୍ତି। ଏହି ହାଟ ଜଗତ୍‌ସିଂହପୁର ସାନବଜାରସ୍ଥିତ ପୋଷ୍ଟ ଅଫିସ ଛକରୁ ୧୦ ନମ୍ବର ପର୍ଯ୍ୟନ୍ତ କେନାଲ ପଟେ ଓ ଯେଉଁମାନେ ଚାହିଁବେ ଏସ୍‌ଭିଏମ୍‌ ସ୍ବୟଂଶାସିତ ମହାବିଦ୍ୟାଳୟ ପରିସରରେ ବସିପାରିବେ ବୋଲି ନିଷ୍ପତ୍ତି ହୋଇଥିଲା। ପରବର୍ତ୍ତୀ ସମୟରେ ପୋଷ୍ଟ ଅଫିସ ଛକରୁ ରଶ୍ମି ଟକିଜ୍‌ ପର୍ଯ୍ୟନ୍ତ ଅନୁରୂପ ପାର୍ଶ୍ୱରେ ହେବ ବୋଲି କୁହାଯାଇ ଗୋଲ ବୁଲା ଯାଇଥିଲା। ରବିବାର ନିଷ୍ପତ୍ତିରେ ପୁଣି ପରିବର୍ତ୍ତନ କରାଯାଇଛି। ହାଟ ପୋଷ୍ଟ ଅଫିସ ଛକରୁ ହୁଣ୍ଡା ଶୋ ରୁମ୍‌ ପର୍ଯ୍ୟନ୍ତ ମୁଖ୍ୟ ରାସ୍ତା କେନାଲ ପାର୍ଶ୍ୱରେ ନ ହୋଇ ଦୋକାନଗୁଡିକ ଥିବା ପଟେ କରାଯିବ। ଯେହେତୁ ପ୍ରବଳ ଗ୍ରୀଷ୍ମ ଅନୁଭୂତ ହେଉଛି ଏବଂ ବ୍ୟବସାୟୀ/ଚାଷୀ ମୁଖ୍ୟ ରାସ୍ତାର କେନାଲ ପାର୍ଶ୍ୱରେ ବସିବା କଷ୍ଟକର ଥିବାରୁ ନିଷ୍ପତ୍ତିରେ ଏଭଳି ପରିବର୍ତ୍ତନ କରାଯାଇଛି। ତେବେ ଏହି ବ୍ୟବସାୟୀ/ଚାଷୀ କେଉଁଠି ବସିବେ ଏବଂ ସେମାନଙ୍କ ସାମ୍ନାରେ ଯେପରି ଗହଳି ନ ହେବ ସେନେଇ ଗୋଲେଇ କରାଯାଇଥିବା ଜଗତ୍‌ସିଂହପୁର ପୌର ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି।
ଲକ୍‌ଡାଉନ୍‌ ଯୋଗୁ ଜଗତ୍‌ସିଂହପୁର ସହରର ଥାନା ଛକରେ ପୋଲିସ ଚେକିଂ ଜାରି ରହିଛି। ଏହାସତ୍ତ୍ବେ ଗହଳି କମୁନି। କାରଣ ସାନବଜାରରେ ଜିଲା ମୁଖ୍ୟ ଚିକିତ୍ସାଳୟ ସମେତ ଅଧିକାଂଶ ଔଷଧ ଦୋକାନ, ପ୍ରାୟତଃ ପନିପରିବା, ଫଳ, ତେଜରାତି ଆଦି ଦୋକାନ ରହିଥିବାରୁ ଏଭଳି ପରିବେଶ ସୃଷ୍ଟି ହେଉଛି। ହାଟବଜାରରେ ମାଛ, ମାଂସ ମିଳୁଥିବାରୁ ସେଠାରେ ସାମାଜିକ ଦୂରତ୍ୱ ରହୁନାହିଁ। ଲୋକେ ଜରୁରୀ ସାମଗ୍ରୀ କିଣିବାକୁ ଗଲାବେଳେ ଦୋକାନ ଆଗରେ ଆବଶ୍ୟକ ଦୂରତାରେ ଛିଡା ହେବା ସମ୍ପର୍କରେ ବାରମ୍ବାର ପ୍ରଚାର ହେଉଥିଲେ ସୁଦ୍ଧା ସେଥିରେ ବ୍ୟତିକ୍ରମ ଲକ୍ଷ୍ୟ କରାଯାଉଛି। ଯେହେତୁ ଭୁବନେଶ୍ୱରରେ ଗୋଟିଏ ଦିନରେ ୧୬ ବ୍ୟକ୍ତିଙ୍କ ସ୍ବାବ୍‌ ନମୁନାରୁ କରୋନା ପଜିଟିଭ୍‌ ଥିବା ଜଣାଯାଇଛି, ତେଣୁ ଲୋକଙ୍କ ମନରେ ଭୟ ବଢୁଛି। କାରଣ ଭୁବନେଶ୍ୱର, କଟକରୁ ଜଗତ୍‌ସିଂହପୁରର ଦୂରତା କମ ଏବଂ ପ୍ରତ୍ୟହ ଗାଡିମୋଟରଠାରୁ ଲୋକଙ୍କ ଯାତାୟାତ ହୁଏ। ଏ ପରିସ୍ଥିତିରେ ଲୋକେ ସଚେତନ ନ ହେଲେ ଏବଂ ଏହା ଭିତରେ ଯଦି କେହି ଚିହ୍ନଟ ହୋଇଯାନ୍ତି ତେବେ ସଂକ୍ରମଣ ବଢିଯିବା ସମ୍ଭାବନା ଥିବାରୁ ପୋଲିସ କାର୍ଯ୍ୟକଳାପ କ୍ରିୟାଶୀଳ ହେବା ଆବଶ୍ୟକ ବୋଲି ଦାବି ହେଉଛି। ଏ ସମ୍ପର୍କରେ ଜଗତ୍‌ସିଂହପୁର ଥାନା ଆଇଆଇସି ରଜନୀକାନ୍ତ ମିଶ୍ରଙ୍କୁ ପଚାରିବାରୁ ଲୋକେ ସଚେତନ ହେଉ ନ ଥିବାରୁ ଏପରି ଅସୁବିଧା ହେଉଛି। ତେବେ ଯେଉଁମାନେ ନିୟମ ପାଳନ କରୁନାହାନ୍ତି ଆଗକୁ ସେମାନଙ୍କ ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନ କଡ଼ାକଡ଼ି ହେବ ବୋଲି ସେ କହିଛନ୍ତି।
ଅପରାହ୍ନ ୧ଟା ପରେ ସାଧାରଣ ଲୋକଙ୍କୁ ଦିଆଯିବନି ପେଟ୍ରୋଲ, ଡିଜେଲ
ପେଟ୍ରୋଲ ପମ୍ପଗୁଡିକ ପ୍ରତ୍ୟହ ଅପରାହ୍ନ ୧ଟା ପର୍ଯ୍ୟନ୍ତ ସାଧାରଣ ଲୋକଙ୍କୁ ପେଟ୍ରୋଲ ଓ ଡିଜେଲ ଦେଇପାରିବ। ଏହାପରେ କେବଳ ଜରୁରୀ ସେବାରେ ଲାଗିଥିବା ମାଲବାହୀ ଗାଡି, ଆମ୍ବୁଲାନ୍ସ, ପୋଲିସ, ପୌର ପରିଷଦ, ବ୍ଲକ, ତହସିଲ ଆଦି ଗାଡିକୁ ତେଲ ଦିଆଯିବ। ଏହିସବୁ ଗାଡି ପାସ୍‌ ଦେଖାଇଲେ ତେଲ ଭରି ପାରିବେ। ସୋମବାର ଏସ୍‌ପି ପ୍ରକାଶ ଆର୍‌ଙ୍କ ସହ ଉପସ୍ଥିତ ଥିବା ଜିଲାପାଳ ଏକ ଭିଡିଓ ଜରିଆରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏ ସମ୍ପର୍କିତ ନିର୍ଦ୍ଦେଶ ପେଟ୍ରୋଲ ପମ୍ପଗୁଡିକୁ ଦିଆଯିବ। ମଙ୍ଗଳବାରଠାରୁ ନିର୍ଦ୍ଦେଶ କାର୍ଯ୍ୟକାରୀ ହେବ। ଉଭୟ ଏସ୍‌ପି ଓ ଜିଲାପାଳ ଜରୁରୀ ସାମଗ୍ରୀ କିଣିବାବେଳେ ସାମାଜିକ ଦୂରତା ରଖିବା ସମ୍ପର୍କରେ ଲୋକଙ୍କୁ ଆହ୍ବାନ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୩ ବର୍ଷ ପୂର୍ବେ ବିବାହ କରିଥିଲେ ପୁଅ ଅକାଳରେ ଚାଲିଗଲା ଜୀବନ: ଶେଷକୁ ବାପା କରିଦେଲେ ଏମିତି କାମ …

ଦଶରଥପୁର,୨୪।୫(ସୁଶାନ୍ତ କୁମାର ବେହୁରିଆ): ରୋଜଗାରିଆ ପୁଅର ଅକାଳ ମୃତ୍ୟୁକୁ ସହ୍ୟ କରିପାରିଲେନି ବାପା। ବେକରେ ଗାମୁଛା ଭିଡ଼ି ଆତ୍ମହତ୍ୟା କରିଦେଲେ। ଏଭଳି ଦୁଃଖଦ ଘଟଣା ଯାଜପୁର ଜିଲା…

ହୁମା ଓଭରବ୍ରିଜ ନିକଟରେ ପୁଣି ଦୁର୍ଘଟଣା: ବସ ସହ ଆଇଜର ଟ୍ରକର ମୁହାଁମୁହିଁ ଧକ୍କା

ଗଞ୍ଜାମ,୨୪।୫(ଅନାଥ ତରାଇ/ବିଦ୍ୟାଧର ସାହୁ): ଆଉ କେତେ ଦୁର୍ଘଟଣା ଘଟିଲେ ଏବଂ କେତେ ଲୋକଙ୍କ ପ୍ରାଣହାନି ହେଲେ ସରକାର ଓ ଜିଲ୍ଲା ପ୍ରଶାସନର ଚେତନା ଜାଗ୍ରତ ହେବ? ଏହି…

ଏଇ ଭାରତରେ

ନିଜେ ସମସ୍ୟାରେ ଥିଲେ ବି ଅନ୍ୟଙ୍କ ମୁହଁରେ ଖୁସି ଦେଖି ସନ୍ତୋଷ ଲାଭ କରନ୍ତି ଗୁଜରାଟ କଚ୍ଛର ଆମ୍ମା(ଶ୍ରଦ୍ଧା ନାମ)। ସେ ପ୍ରଚଣ୍ଡ ଗ୍ରୀଷ୍ଣ ପ୍ରବାହରେ ପଥଚାରୀଙ୍କୁ…

କେରଳର ନୂଆ କାଣ୍ଡାରି

ଦଶନ୍ଧିବ୍ୟାପୀ ବାମପନ୍ଥୀ ଶାସନର ଅବସାନ ଘଟାଇ ଯିଏ କଂଗ୍ରେସ ପାଇଁ ଈଶ୍ୱରଙ୍କ ନିଜ ଦେଶ କୁହାଯାଉଥିବା କେରଳରେ ମଞ୍ଚ ତିଆରି କରାଇବାରେ ପ୍ରମୁଖ ଭୂମିକା ନିର୍ବାହ କଲେ,…

ନାଗରିକ ଚେତନା

ଅଷ୍ଟ୍ରେଲିଆର ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ମାଥ୍ୟୁ ହେଡେନଙ୍କୁ ସମ୍ପ୍ରତି ଖେଳ ପଡ଼ିଆରେ ଅଳିଆ ଉଠାଇ ସଫା କରୁଥିବାର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳିଥିଲା। ପ୍ରଥମ ଦୃଷ୍ଟିରେ…

ଚନ୍ଦ୍ରପୃଷ୍ଠକୁ ଯାତ୍ରା ପାଇଁ ନୂଆ ଶସ୍ତା ମାର୍ଗ

ନୂଆଦିଲ୍ଲୀ,୨୪।୫: ମହାକାଶ ଗବେଷଣା କ୍ଷେତ୍ରରେ ବୈଜ୍ଞାନିକମାନଙ୍କୁ ଏକ ବଡ଼ ସଫଳତା ମିଳିଛି। ପୃଥିବୀରୁ ଚନ୍ଦ୍ରପୃଷ୍ଠକୁ ଯାତ୍ରା କରିବା ପାଇଁ ଏକ ନୂତନ ଏବଂ କମ୍‌ ଇନ୍ଧନ ଖର୍ଚ୍ଚ…

ଗରମ ସାଙ୍ଗକୁ ଦାଉ ସାଧୁଛି ଅଘୋଷିତ ବିଦ୍ୟୁତ୍‌ କାଟ

ଭୁବନେଶ୍ୱର, ୨୫।।୫ (ବନ୍ଦନା ସେଠୀ): ପ୍ରବଳ ଖରାରେ ସିଝୁଛି ପୂରା ଓଡ଼ିଶା। ଅଧିକାଂଶ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଥିବାବେଳେ ତାତି ସାଙ୍ଗକୁ ଗୁଳୁଗୁଳି ଅସ୍ତବ୍ୟସ୍ତ…

ଟ୍ୱିଶା ଶର୍ମା ମୃତ୍ୟୁ ମାମଲାରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ,୨୫ରେ …

ନୂଆଦିଲ୍ଲୀ,୨୩ା୫: ଗଣମାଧ୍ୟମ ରିପୋର୍ଟକୁ ଆଧାର କରି ସୁପ୍ରିମକୋର୍ଟ ଅଭିନେତ୍ରୀ ତଥା ମଡେଲ ଟ୍ବିଶା ଶର୍ମା ମୃତ୍ୟୁ ମାମଲାକୁ ନିଜଆଡ଼ୁ ବିଚାର ପାଇଁ ଗ୍ରହଣ କରିଛନ୍ତି। ପ୍ରଧାନ ବିଚାରପତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri