କୋହଳ ହେଉଛି ଲକ୍‌ଡାଉନ୍‌ ନିୟମ

ଜଗତ୍‌ସିଂହପୁର ଅଫିସ,୬ା୪: କରୋନା ଭୂତାଣୁ ସଂକ୍ରମଣ ବଢୁଥିବାରୁ ସରକାର ଦେଶକୁ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏହି ଅନୁଯାୟୀ ଜଗତ୍‌ସିଂହପୁର ଜିଲାରେ ପ୍ରଥମେ ନିୟମକୁ କଡାକଡି ପାଳନ କରାଯାଇଥିଲା। କିନ୍ତୁ ଧୀରେ ଧୀରେ ଏହି ନିୟମ କୋହଳ ହେଉଥିବା ଲକ୍ଷ୍ୟ କରାଯାଉଛି। ଯେହେତୁ ପ୍ରତ୍ୟହ ସକାଳ ୬ରୁ ପୂର୍ବାହ୍ନ ୧୧ଟା ଭିତରେ ଲୋକଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ସୁଯୋଗ ଦିଆଯାଉଛି ତେଣୁ ଏଭଳି ଗହଳି ହେଉଥିବା କୁହାଯାଉଛି। ଅନ୍ୟପଟେ ସପ୍ତାହରେ ୨ ଦିନ ପରିବର୍ତ୍ତେ ଗୋଟିଏ ହାଟ ହେଉଛି। ହାଟ ସମୟ ସକାଳ ୬ରୁ ପୂର୍ବାହ୍ନ ୧୧ଟା ଭିତରେ ସାରିବାକୁ ନିର୍ଦ୍ଦେଶ ଥିବାରୁ ଗତ ମଙ୍ଗଳବାର ଗହଳି ହୋଇଥିଲା। ସେ ଦୃଷ୍ଟିରୁ ୭ ତାରିଖ ହାଟ ସ୍ଥାନ ପରିବର୍ତ୍ତନ କରାଯିବାକୁ ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ନିଷ୍ପତ୍ତି ନେଇଛନ୍ତି। ଏହି ହାଟ ଜଗତ୍‌ସିଂହପୁର ସାନବଜାରସ୍ଥିତ ପୋଷ୍ଟ ଅଫିସ ଛକରୁ ୧୦ ନମ୍ବର ପର୍ଯ୍ୟନ୍ତ କେନାଲ ପଟେ ଓ ଯେଉଁମାନେ ଚାହିଁବେ ଏସ୍‌ଭିଏମ୍‌ ସ୍ବୟଂଶାସିତ ମହାବିଦ୍ୟାଳୟ ପରିସରରେ ବସିପାରିବେ ବୋଲି ନିଷ୍ପତ୍ତି ହୋଇଥିଲା। ପରବର୍ତ୍ତୀ ସମୟରେ ପୋଷ୍ଟ ଅଫିସ ଛକରୁ ରଶ୍ମି ଟକିଜ୍‌ ପର୍ଯ୍ୟନ୍ତ ଅନୁରୂପ ପାର୍ଶ୍ୱରେ ହେବ ବୋଲି କୁହାଯାଇ ଗୋଲ ବୁଲା ଯାଇଥିଲା। ରବିବାର ନିଷ୍ପତ୍ତିରେ ପୁଣି ପରିବର୍ତ୍ତନ କରାଯାଇଛି। ହାଟ ପୋଷ୍ଟ ଅଫିସ ଛକରୁ ହୁଣ୍ଡା ଶୋ ରୁମ୍‌ ପର୍ଯ୍ୟନ୍ତ ମୁଖ୍ୟ ରାସ୍ତା କେନାଲ ପାର୍ଶ୍ୱରେ ନ ହୋଇ ଦୋକାନଗୁଡିକ ଥିବା ପଟେ କରାଯିବ। ଯେହେତୁ ପ୍ରବଳ ଗ୍ରୀଷ୍ମ ଅନୁଭୂତ ହେଉଛି ଏବଂ ବ୍ୟବସାୟୀ/ଚାଷୀ ମୁଖ୍ୟ ରାସ୍ତାର କେନାଲ ପାର୍ଶ୍ୱରେ ବସିବା କଷ୍ଟକର ଥିବାରୁ ନିଷ୍ପତ୍ତିରେ ଏଭଳି ପରିବର୍ତ୍ତନ କରାଯାଇଛି। ତେବେ ଏହି ବ୍ୟବସାୟୀ/ଚାଷୀ କେଉଁଠି ବସିବେ ଏବଂ ସେମାନଙ୍କ ସାମ୍ନାରେ ଯେପରି ଗହଳି ନ ହେବ ସେନେଇ ଗୋଲେଇ କରାଯାଇଥିବା ଜଗତ୍‌ସିଂହପୁର ପୌର ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି।
ଲକ୍‌ଡାଉନ୍‌ ଯୋଗୁ ଜଗତ୍‌ସିଂହପୁର ସହରର ଥାନା ଛକରେ ପୋଲିସ ଚେକିଂ ଜାରି ରହିଛି। ଏହାସତ୍ତ୍ବେ ଗହଳି କମୁନି। କାରଣ ସାନବଜାରରେ ଜିଲା ମୁଖ୍ୟ ଚିକିତ୍ସାଳୟ ସମେତ ଅଧିକାଂଶ ଔଷଧ ଦୋକାନ, ପ୍ରାୟତଃ ପନିପରିବା, ଫଳ, ତେଜରାତି ଆଦି ଦୋକାନ ରହିଥିବାରୁ ଏଭଳି ପରିବେଶ ସୃଷ୍ଟି ହେଉଛି। ହାଟବଜାରରେ ମାଛ, ମାଂସ ମିଳୁଥିବାରୁ ସେଠାରେ ସାମାଜିକ ଦୂରତ୍ୱ ରହୁନାହିଁ। ଲୋକେ ଜରୁରୀ ସାମଗ୍ରୀ କିଣିବାକୁ ଗଲାବେଳେ ଦୋକାନ ଆଗରେ ଆବଶ୍ୟକ ଦୂରତାରେ ଛିଡା ହେବା ସମ୍ପର୍କରେ ବାରମ୍ବାର ପ୍ରଚାର ହେଉଥିଲେ ସୁଦ୍ଧା ସେଥିରେ ବ୍ୟତିକ୍ରମ ଲକ୍ଷ୍ୟ କରାଯାଉଛି। ଯେହେତୁ ଭୁବନେଶ୍ୱରରେ ଗୋଟିଏ ଦିନରେ ୧୬ ବ୍ୟକ୍ତିଙ୍କ ସ୍ବାବ୍‌ ନମୁନାରୁ କରୋନା ପଜିଟିଭ୍‌ ଥିବା ଜଣାଯାଇଛି, ତେଣୁ ଲୋକଙ୍କ ମନରେ ଭୟ ବଢୁଛି। କାରଣ ଭୁବନେଶ୍ୱର, କଟକରୁ ଜଗତ୍‌ସିଂହପୁରର ଦୂରତା କମ ଏବଂ ପ୍ରତ୍ୟହ ଗାଡିମୋଟରଠାରୁ ଲୋକଙ୍କ ଯାତାୟାତ ହୁଏ। ଏ ପରିସ୍ଥିତିରେ ଲୋକେ ସଚେତନ ନ ହେଲେ ଏବଂ ଏହା ଭିତରେ ଯଦି କେହି ଚିହ୍ନଟ ହୋଇଯାନ୍ତି ତେବେ ସଂକ୍ରମଣ ବଢିଯିବା ସମ୍ଭାବନା ଥିବାରୁ ପୋଲିସ କାର୍ଯ୍ୟକଳାପ କ୍ରିୟାଶୀଳ ହେବା ଆବଶ୍ୟକ ବୋଲି ଦାବି ହେଉଛି। ଏ ସମ୍ପର୍କରେ ଜଗତ୍‌ସିଂହପୁର ଥାନା ଆଇଆଇସି ରଜନୀକାନ୍ତ ମିଶ୍ରଙ୍କୁ ପଚାରିବାରୁ ଲୋକେ ସଚେତନ ହେଉ ନ ଥିବାରୁ ଏପରି ଅସୁବିଧା ହେଉଛି। ତେବେ ଯେଉଁମାନେ ନିୟମ ପାଳନ କରୁନାହାନ୍ତି ଆଗକୁ ସେମାନଙ୍କ ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନ କଡ଼ାକଡ଼ି ହେବ ବୋଲି ସେ କହିଛନ୍ତି।
ଅପରାହ୍ନ ୧ଟା ପରେ ସାଧାରଣ ଲୋକଙ୍କୁ ଦିଆଯିବନି ପେଟ୍ରୋଲ, ଡିଜେଲ
ପେଟ୍ରୋଲ ପମ୍ପଗୁଡିକ ପ୍ରତ୍ୟହ ଅପରାହ୍ନ ୧ଟା ପର୍ଯ୍ୟନ୍ତ ସାଧାରଣ ଲୋକଙ୍କୁ ପେଟ୍ରୋଲ ଓ ଡିଜେଲ ଦେଇପାରିବ। ଏହାପରେ କେବଳ ଜରୁରୀ ସେବାରେ ଲାଗିଥିବା ମାଲବାହୀ ଗାଡି, ଆମ୍ବୁଲାନ୍ସ, ପୋଲିସ, ପୌର ପରିଷଦ, ବ୍ଲକ, ତହସିଲ ଆଦି ଗାଡିକୁ ତେଲ ଦିଆଯିବ। ଏହିସବୁ ଗାଡି ପାସ୍‌ ଦେଖାଇଲେ ତେଲ ଭରି ପାରିବେ। ସୋମବାର ଏସ୍‌ପି ପ୍ରକାଶ ଆର୍‌ଙ୍କ ସହ ଉପସ୍ଥିତ ଥିବା ଜିଲାପାଳ ଏକ ଭିଡିଓ ଜରିଆରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏ ସମ୍ପର୍କିତ ନିର୍ଦ୍ଦେଶ ପେଟ୍ରୋଲ ପମ୍ପଗୁଡିକୁ ଦିଆଯିବ। ମଙ୍ଗଳବାରଠାରୁ ନିର୍ଦ୍ଦେଶ କାର୍ଯ୍ୟକାରୀ ହେବ। ଉଭୟ ଏସ୍‌ପି ଓ ଜିଲାପାଳ ଜରୁରୀ ସାମଗ୍ରୀ କିଣିବାବେଳେ ସାମାଜିକ ଦୂରତା ରଖିବା ସମ୍ପର୍କରେ ଲୋକଙ୍କୁ ଆହ୍ବାନ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କ ପାଇଁ ୨୯ ସରପଞ୍ଚ ପଦବୀ

ଢେଙ୍କାନାଳ ଅଫିସ,୧୦।୧: ଢେଙ୍କାନାଳ ଜିଲାର ଗଁଦିଆ ବ୍ଲକର ୨୯ ପଞ୍ଚାୟତ ମଧ୍ୟରୁ ୧୫ ଏବଂ ଓଡ଼ାପଡ଼ା ବ୍ଲକର ୨୮ ପଞ୍ଚାୟତ ମଧ୍ୟରୁ ୧୪ଟି ସରପଞ୍ଚ ପଦବୀ ବିଭିନ୍ନ...

ବାତ୍ୟା ଅମ୍ଫନ୍‌ ପ୍ରଭାବ: ସର୍ବାଧିକ ବର୍ଷା, ପବନ ରେକର୍ଡ

ଭୁବନେଶ୍ୱର, ୨୦।୫(ବ୍ୟୁରୋ): ପାରାଦୀପଠାରୁ ୧୨୫ କିଲୋମିଟର ଦୂରରେ ରହିଛି ବାତ୍ୟା ଅମ୍ଫନ୍‌। ଘଣ୍ଟାକୁ ୧୪ କିଲୋମିଟର ବେଗରେ ଆସୁଥିବା ବାତ୍ୟା ପ୍ରଭାବରେ ଓଡ଼ିଶାର ବିଭିନ୍ନ ସ୍ଥାନରେ...

ଭୋଜି ଖାଇ ୪୦ ଅସୁସ୍ଥ

ମାଲକାନଗିରି,୧୩।୨(ଡି.ଏନ୍‌.ଏ.): ମାଲକାନଗିରି ଜିଲା କାଲିମେଳା ବ୍ଲକ ଅନ୍ତର୍ଗତ ଟିଗଲ ପଞ୍ଚାୟତର ଏମ୍‌ପିଭି-୬୫ ଗ୍ରାମରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି l ଭୋଜି ଖାଇ ଗ୍ରାମର...

ବର୍ଷାଜଳ ନିଷ୍କାସନ ପାଇଁ ରାସ୍ତା ଅବରୋଧ: ଜିଲାପାଳଙ୍କ ପ୍ରତିଶ୍ରୁତି ପରେ ହଟିଲା ଅବରୋଧ

ବିଞ୍ଝାରପୁର, ୧୪|୮(ଡି.ଏନ୍‌.ଏ.)- ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ କପିଳା- ପରବଦା ଅଞ୍ଚଳରେ ଚାଷ ଜମିରୁ ଜଳ ନିଷ୍କାସିତ ହୋଇପାରୁ ନାହଁି। ଫଳରେ ଶହଶହ ହେକ୍ଟର ଚାଷଜମିରୁ ଧାନ...

ଅହଂକାରର ପରାଜୟ: କଂଗ୍ରେସ

ଭୁବନେଶ୍ୱର,୨୦।୧୧(ବ୍ୟୁରୋ): ୩ କୃଷି ଆଇନକୁ ପ୍ରତ୍ୟାହାର କରାଯିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଘୋଷଣା କରିଛନ୍ତି। ସେହି ଆଇନକୁ ସଂସଦର ଆସନ୍ତା ଶୀତକାଳୀନ ଅଧିବେଶନରେ...

ପୁଣି ଚିନ୍ତା ବଢ଼ାଇଲା କରୋନା: ମୁମ୍ବାଇ ହସ୍ପିଟାଲରେ ଖୋଲିଲା କୋଭିଡ୍‌ ଓ୍ବାର୍ଡ

ମୁମ୍ବାଇ, ୨୭ା୩: ମହାରାଷ୍ଟ୍ରରେ କୋଭିଡ୍‌ ସଂକ୍ରମଣ ବଢ଼ୁଥିବାରୁ ମୁମ୍ବାଇର କେତେକ ଘରୋଇ ହସ୍ପିଟାଲରେ ସ୍ବତନ୍ତ୍ର କୋଭିଡ୍‌ ଓ୍ବାର୍ଡ ଖୋଲିଛି। କେତେକ ହସ୍ପିଟାଲରେ ମାସ୍କ ବ୍ୟବହାର ଏବଂ...

ଗୋବିନ୍ଦଙ୍କ ଜାମିନ ଶୁଣାଣି ୨୧କୁ ଘୁଞ୍ଚିଲା

ବଲାଙ୍ଗୀର ଅଫିସ/କଣ୍ଟାବାଞ୍ଜି, ୧୬।୧୨ (ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ମହାଲିଙ୍ଗସ୍ଥିତ ଏକ ଘରୋଇ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟାକାଣ୍ଡର ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଜାମିନ ଆବେଦନ...

ନକଲି ଡାକ୍ତରଙ୍କ ହେବ ଲାଏ ଡିଟେକ୍ସନ ଟେଷ୍ଟ

ଭୁବନେଶ୍ୱର,୧୧।୩(ବ୍ୟୁରୋ): ନକଲି ଡାକ୍ତର ରମେଶ ସ୍ବାଇଁଙ୍କ ଲାଏ ଡିଟେକ୍ସନ ଟେଷ୍ଟ କରାଯିବ। ତାଙ୍କ ମିଛ ଧରିବା ପାଇଁ କମିଶନରେଟ ପୋଲିସ ଏଭଳି ପଦକ୍ଷେପ ନେଇଥିବା ଜଣାପଡ଼ିଛି।...

Advertisement
Archives

Model This Week