କୋର୍ଟ ଭ୍ୟାନ-ଟ୍ରକ ଧକ୍କା: କଏଦୀ, ୪ ପୋଲିସ କର୍ମଚାରୀ, ଚାଳକ ଗୁରୁତର

ରସୁଲପୁର,୬।୪(ଡିଏନଏ): କରୋନା କଟକଣା ପାଇଁ ଚାରିଆଡ ଶୂନଶାନ ରହିଛି। ଏହାସତ୍ତ୍ୱେ ଜଣେ ପୋଲିସ କର୍ମଚାରୀଙ୍କ ବେପରୁଆ ଗାଡ଼ି ଚାଳନା ଓ ରାସ୍ତା ନିୟମ ଉଲ୍ଲଂଘନ ଯୋଗୁ ରସୁଲପୁର ବ୍ଲକ ୧୬ନଂ ଜାତୀୟ ରାଜପଥର ବାରବାଟୀ ନିକଟସ୍ଥ ବ୍ରାହ୍ମଣୀ ନଦୀ ପୋଲ ନିକଟରେ କୋର୍ଟ ଭ୍ୟାନ (ଓଡି୦୫ଏଏମ୨୨୦୯) ସହ ଏକ ଟ୍ରକ(ଡବ୍ଲ୍ୟୁବି୧୫ବି୫୮୯୬)ର ଦୁର୍ଘଟଣା ଘଟିଛି। ଫଳରେ ୪ ପୋଲିସ କର୍ମଚାରୀଙ୍କ ସମେତ ଜଣେ କଏଦୀ ଓ ଟ୍ରକ ଚାଳକ ଆହତ ହୋଇଛନ୍ତି। ଆହତକଙ୍କ ମଧ୍ୟରୁ ଉଭୟ ଗାଡି ଚାଳକଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି। ସମସ୍ତ ଆହତକଙ୍କୁ କଟକ ବଡ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ଆହତ ପୋଲିସ କର୍ମଚାରୀମାନେ ବାଲେଶ୍ୱର ଅଞ୍ଚଳର ଭ୍ୟାନ ଚାଳକ ହାବିଲଦାର ବନୋଜ କୁମାର ମହାନ୍ତି, ଲାନ୍ସର ମନୋରଞ୍ଜନ ମହାପାତ୍ର, କନଷ୍ଟେବଳ ନାରାୟଣ ରାଉତ, ମମତା ମୁର୍ମୁ ହୋଇଥିବାବେଳେ କଏଦୀ ଜଣକ ଚୌଦ୍ୱାର ଜେଲରୁ ବାଲେଶ୍ୱର ଅଭିମୁଖେ ଯାଉଥିବା ବାଂଲାଦେଶ ଅଞ୍ଚଳର ମହମ୍ମଦ ବାବୁ ଖାନ୍‌ ଓ ଟ୍ରକ ଚାଳକ ବିହାର ଅଞ୍ଚଳର ଅଜୟ କୁମାର ବୋଲି ଜଣାପଡିଛି।
ପ୍ରକାଶ ଯେ, ସୋମବାର ଅପରାହ୍ନରେ କୋର୍ଟ ଭ୍ୟାନ ଚୌଦ୍ୱାରରୁ ବାଲେଶ୍ୱର ଅଭିମୁଖେ ଯାଉଥିବାବେଳେ ଜାରକା ନିକଟସ୍ଥ ଗୋକର୍ଣ୍ଣେଶ୍ୱର ପୀଠ ନିକଟରେ ଡାଇଭର୍ସନକୁ ବ୍ୟବହାର ନ କରି ଭୁଲ ପୋଲ ଦେଇ ଯାଉଥିଲା। ପୋଲ ଅତିକ୍ରମ କରିବା ସମୟରେ ବିପରୀତ ଦିଗରୁ ଏକ ଟ୍ରକର ସମ୍ମୁଖ ଭାଗକୁ ଧକ୍କା ଦେଇଥିଲା। ଖବରପାଇ ଧର୍ମଶାଳା ଥାନାଧିକାରୀ ସରୋଜ କୁମାର ସାହୁ, କୁଆଖିଆ ଥାନାଧିକାରୀ ମନୋଜ କୁମାର ସ୍ବାଇଁ, ଜାରକା ବିଟ୍‌ ହାଉସ ଅଧିକାରୀ ରାଜ କିଶୋର ନାୟକ, ଯାଜପୁର ଏସଡିପିଓ ଚିନ୍ମୟ କୁମାର ନାୟକ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚତ୍ ଥିଲେ। ଆହତଙ୍କୁ ତାଙ୍କ ଗାଡିରେ ଧର୍ମଶାଳା ଥାନାକୁ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଜନା ରୋଗ୍‌ରେ ଦିବ୍ୟାଙ୍ଗ ପାଲଟିଛନ୍‌ ଭାଇବହେନ୍‌

  କୋମନା, ୧୪।୩ (ଡି.ଏନ୍‌.ଏ.)- ରାଏଜ୍‌ ସରକାର ଅସାହା, ଗରିବ ଦୁଖି, ଭିନ୍ନକ୍ଷମମାନକୁ ଭିନେ ଭିନେ ଯୋଜନାରେ ସୁବିଧା ସୁଯୋଗ ଯୁଗେଇ ଦେଉଛନ୍‌। ହେଲେ ସରକାରୀ...

ଇଡିରେ ହାଜର ହେଲେ ଅର୍ଚ୍ଚନାଙ୍କ ଚାଟାର୍ଡ ଆକାଉଣ୍ଟାଣ୍ଟ

ଭୁବନେଶ୍ୱର,୬।୧(ବ୍ୟୁରୋ): ବହୁ ଚର୍ଚ୍ଚିତ ମହିଳା ବ୍ଲାକ୍‌ମେଲର ଅର୍ଚ୍ଚନା ନାଗ ମାମଲାରେ ଇଡି ଜଣଙ୍କ ପରେ ଜଣଙ୍କୁ ଜେରା କରି ତଦନ୍ତ ଚଳାଇଛି। ଏହି କ୍ରମରେ ଶୁକ୍ରବାର...

ବେଆଇନ କରତକଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର କାଠ ସମେତ ଯନ୍ତ୍ରାଂଶ ଜବତ

ବାସୁଦେବପୁର,୨୭।୯(ଡି.ଏନ୍‌.ଏ.) : ଭଦ୍ରକ ଜିଲା ବାସୁଦେବପୁର ସହର ଉପକଣ୍ଠସ୍ଥିତ ଅନୁକୂଳଚନ୍ଦ୍ରଙ୍କ ମନ୍ଦିର ସମ୍ମୁଖରେ ଚାଲିଥିବା ଏକ ବେଆଇନ କରତକଳ ଉପରେ ବନବିଭାଗ ପକ୍ଷରୁ ଶୁକ୍ରବାର ସକାଳେ...

ରକ୍ଷଣାବେକ୍ଷଣ ଅଭାବରୁ ରାଜସ୍ବ ବଙ୍ଗଳା ପାଲଟିଛି ଭୂତକୋଠି: ମରାମତି, ପୁନଃ କାର୍ଯ୍ୟକ୍ଷମ ନିମନ୍ତେ ଦାବି

ଖଣ୍ଡପଡ଼ା,୩୧ା୭(ସ୍ବ.ପ୍ର.)-ଖଣ୍ଡପଡ଼ା ସହରଠାରୁ ଅନତି ଦୂରରେ ରାଜସ୍ବ ବିଭାଗର ଡାକ ବଙ୍ଗଳା ଏବେ ରକ୍ଷଣାବେକ୍ଷଣ ଅଭାବରୁ ଭୂତକୋଠିରେ ପରିଣତ ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରୁଛନ୍ତି। ଦୀର୍ଘ...

ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ: ଅପ୍‌ଡେଟ ହେଉନି ନିରାମୟ ସୂଚନା

ଅନୁଗୋଳ ଅଫିସ, ୧୨।୮: ବିଭିନ୍ନ ସମୟରେ ଅନେକ କାରଣକୁ ନେଇ ବିବାଦରେ ରହୁଥିବା ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ ଏବେ ଅବ୍ୟବସ୍ଥା ଓ ଅବହେଳାକୁ ନେଇ ଚର୍ଚ୍ଚାରେ।...

ରଥଖଳାକୁ ବିଜେ ହେଲା ଆଜ୍ଞାମାଳ, ସିଂହଦ୍ୱାର ସମ୍ମୁଖକୁ ଆସିବେ ୩ ରଥ

ପୁରୀ ଅଫିସ,୩୦।୬: ଆଉ ଗୋଟିଏ ଦିନ ପରେ ମହାପ୍ରଭୁଙ୍କ ଘୋଷଯାତ୍ରା। ଭାଇ ଭଉଣୀଙ୍କୁ ଧରି ଗୁଣ୍ଡିଚାବାଡ଼ି ଯିବେ ଚତୁର୍ଦ୍ଧାମୂର୍ତ୍ତି। ମହାପ୍ରଭୁଙ୍କ ନବଦିନାତ୍ମକ ଯାତ୍ରାର ଶୁକ୍ରବାର ହେଉଛି...

ଛିଡା ହୋଇଥିବା ଚିପ୍ସ ବୋଝେଇ ହାଇୱାକୁ ପଛରୁ ଧକ୍କା ଦେଲା ଟ୍ରକ୍‌: ଟ୍ରକ୍‌ ହେଲ୍ପର ମୃତ, ଡ୍ରାଇଭର ଗୁରୁତର

ରେଙ୍ଗାଲି, ୨୬।୪ (ଡି.ଏନ.ଏ.)- ସମ୍ବଲପୁର ଜିଲା ରେଙ୍ଗାଲି ଥାନା ଅନ୍ତର୍ଗତ ରମ୍ପେଲା ଗ୍ରାମ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଚିପ୍ସ ବୋଝେଇ ହାଇୱା (ଓଡି...

ଗ୍ୟାଙ୍ଗଷ୍ଟର ଧଳସାମନ୍ତଙ୍କ ଘରୁ ୫୦୦ ରାଉଣ୍ଡ ଗୁଳି ଜବତ

କଟକ ଅଫିସ, ୧୦।୧୨-ଗ୍ୟାଙ୍ଗଷ୍ଟର ସୁଶାନ୍ତ ଧଳସାମନ୍ତ ଓ ସୁଶୀଳ ଧଳସାମନ୍ତଙ୍କ କଟକ ସ୍ଥିତ ସିଡିଏ ବାସଭବନରେ ଗୁରୁବାର ପୋଲିସ ଚଢାଉ କରି ବନ୍ଧୁକ, ଗୁଳି ଓ...

Advertisement
Archives

Model This Week