କୋର୍ଟ ଭ୍ୟାନ-ଟ୍ରକ ଧକ୍କା: କଏଦୀ, ୪ ପୋଲିସ କର୍ମଚାରୀ, ଚାଳକ ଗୁରୁତର

ରସୁଲପୁର,୬।୪(ଡିଏନଏ): କରୋନା କଟକଣା ପାଇଁ ଚାରିଆଡ ଶୂନଶାନ ରହିଛି। ଏହାସତ୍ତ୍ୱେ ଜଣେ ପୋଲିସ କର୍ମଚାରୀଙ୍କ ବେପରୁଆ ଗାଡ଼ି ଚାଳନା ଓ ରାସ୍ତା ନିୟମ ଉଲ୍ଲଂଘନ ଯୋଗୁ ରସୁଲପୁର ବ୍ଲକ ୧୬ନଂ ଜାତୀୟ ରାଜପଥର ବାରବାଟୀ ନିକଟସ୍ଥ ବ୍ରାହ୍ମଣୀ ନଦୀ ପୋଲ ନିକଟରେ କୋର୍ଟ ଭ୍ୟାନ (ଓଡି୦୫ଏଏମ୨୨୦୯) ସହ ଏକ ଟ୍ରକ(ଡବ୍ଲ୍ୟୁବି୧୫ବି୫୮୯୬)ର ଦୁର୍ଘଟଣା ଘଟିଛି। ଫଳରେ ୪ ପୋଲିସ କର୍ମଚାରୀଙ୍କ ସମେତ ଜଣେ କଏଦୀ ଓ ଟ୍ରକ ଚାଳକ ଆହତ ହୋଇଛନ୍ତି। ଆହତକଙ୍କ ମଧ୍ୟରୁ ଉଭୟ ଗାଡି ଚାଳକଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି। ସମସ୍ତ ଆହତକଙ୍କୁ କଟକ ବଡ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ଆହତ ପୋଲିସ କର୍ମଚାରୀମାନେ ବାଲେଶ୍ୱର ଅଞ୍ଚଳର ଭ୍ୟାନ ଚାଳକ ହାବିଲଦାର ବନୋଜ କୁମାର ମହାନ୍ତି, ଲାନ୍ସର ମନୋରଞ୍ଜନ ମହାପାତ୍ର, କନଷ୍ଟେବଳ ନାରାୟଣ ରାଉତ, ମମତା ମୁର୍ମୁ ହୋଇଥିବାବେଳେ କଏଦୀ ଜଣକ ଚୌଦ୍ୱାର ଜେଲରୁ ବାଲେଶ୍ୱର ଅଭିମୁଖେ ଯାଉଥିବା ବାଂଲାଦେଶ ଅଞ୍ଚଳର ମହମ୍ମଦ ବାବୁ ଖାନ୍‌ ଓ ଟ୍ରକ ଚାଳକ ବିହାର ଅଞ୍ଚଳର ଅଜୟ କୁମାର ବୋଲି ଜଣାପଡିଛି।
ପ୍ରକାଶ ଯେ, ସୋମବାର ଅପରାହ୍ନରେ କୋର୍ଟ ଭ୍ୟାନ ଚୌଦ୍ୱାରରୁ ବାଲେଶ୍ୱର ଅଭିମୁଖେ ଯାଉଥିବାବେଳେ ଜାରକା ନିକଟସ୍ଥ ଗୋକର୍ଣ୍ଣେଶ୍ୱର ପୀଠ ନିକଟରେ ଡାଇଭର୍ସନକୁ ବ୍ୟବହାର ନ କରି ଭୁଲ ପୋଲ ଦେଇ ଯାଉଥିଲା। ପୋଲ ଅତିକ୍ରମ କରିବା ସମୟରେ ବିପରୀତ ଦିଗରୁ ଏକ ଟ୍ରକର ସମ୍ମୁଖ ଭାଗକୁ ଧକ୍କା ଦେଇଥିଲା। ଖବରପାଇ ଧର୍ମଶାଳା ଥାନାଧିକାରୀ ସରୋଜ କୁମାର ସାହୁ, କୁଆଖିଆ ଥାନାଧିକାରୀ ମନୋଜ କୁମାର ସ୍ବାଇଁ, ଜାରକା ବିଟ୍‌ ହାଉସ ଅଧିକାରୀ ରାଜ କିଶୋର ନାୟକ, ଯାଜପୁର ଏସଡିପିଓ ଚିନ୍ମୟ କୁମାର ନାୟକ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚତ୍ ଥିଲେ। ଆହତଙ୍କୁ ତାଙ୍କ ଗାଡିରେ ଧର୍ମଶାଳା ଥାନାକୁ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧୫ ଦିନ ହେଲା ନିଖୋଜ ଥିଲେ ଯୁବକ, ପରିତ୍ୟକ୍ତକୁ ଘରୁ ମିଳିଲା…

କଟକ,୨୫।୮(ପ୍ରଭୁ କଲ୍ୟାଣ ପାଲ୍‌): ବାରଙ୍ଗ ଥାନା ଗୋଡ଼ିସାହିର ଏକ ପରିତ୍ୟକ୍ତ ଘରୁ ମଙ୍ଗଳବାର ପୋଲିସ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଜବତ କରିଛି। ଯୁବକ ଜଣକ ବାରଙ୍ଗ…

ରକ୍ଷାବନ୍ଧନ ପର୍ଯ୍ୟନ୍ତ ୩ ରାଶିଙ୍କୁ ବୁଧ ଦେବେ ଶୁଭ ଫଳ! ଅଚାନକ ଟଙ୍କା….

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୁଧ ଗ୍ରହକୁ ବୁଦ୍ଧି, ବାଣିଜ୍ୟ ଓ ଆର୍ଥିକ କାରବାରର କାରକ ଗ୍ରହ ବୋଲି ମନାଯାଏ । ବୁଧ ଏବେ କେତୁଙ୍କ ମଘା ନକ୍ଷତ୍ରରେ…

ଉଛୁଳୁଛି ସମୁଦ୍ର, ପୃଥିବୀ ଆଡକୁ ମାଡି ଆସୁଛି ବଡ଼ ‘ବିପର୍ଯ୍ୟୟ’? ବର୍ଷା-ବନ୍ୟା ଦେଉଛି ବିପଦର ବଡ଼ ସଙ୍କେତ

ନୂଆଦିଲ୍ଲୀ,୨୫।୮: ବିଶ୍ୱ ପାଣିପାଗ ଧାରାରେ ଦ୍ରୁତ ପରିବର୍ତ୍ତନ ହେଉଛି। କିଛି ଅଞ୍ଚଳ ପ୍ରବଳ ଗରମ ଅନୁଭବ କରୁଥିବା ବେଳେ, ଅନ୍ୟ ଅଞ୍ଚଳରେ ଅଳ୍ପ ସମୟ ମଧ୍ୟରେ ଏତେ…

୫୦ କିଲୋ ପିଆଜ କିଣିଲେ ଉଠାଇନେବ ପୋଲିସ! ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୨୫।୮: ସାରା ଦେଶରେ ପିଆଜ ଦରରେ ଦ୍ରୁତ ବୃଦ୍ଧି ଦେଖିବାକୁ ମିଳିଛି। ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ପିଆଜ ଦର ପ୍ରାୟ ୧୭ ପ୍ରତିଶତ ବଢ଼ିଛି। ଅନେକ…

ବିଧିର ବିଚିତ୍ର ବିଧାନ: ରାତିରେ ଶୋଇଥିଲେ ଅଜା- ନାତି ସକାଳକୁ ଦେଖିଲାବେଳକୁ ….

ବଣାଇଁ, ୨୫।୮ (ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ଟିକାୟତପାଲୀ ଥାନା ଅନ୍ତର୍ଗତ ତିଲେଇମାଳ ଗ୍ରାମରେ ବିଷାକ୍ତ ସାପ କାମୁଡ଼ାରେ ଅଜା ଓ ନାତିଙ୍କ ମୃତ୍ୟୁ ଘଟିଛି। ଏହି…

ଅବସର ନେବେ ଗଡ଼କରୀ! ଦେଲେ ଏମିତି ବୟାନହେଲାଣି ରାଜନୈତିକ ଚର୍ଚ୍ଚା

ନୂଆଦିଲ୍ଲୀ,୨୫।୮: ନାଗପୁର ଜିଲାର କାଟୋଲ ଅଞ୍ଚଳର ପାରାଡସିଙ୍ଗାରେ ଆୟୋଜିତ ଏକଲବ୍ୟ ଏକଲ ବିଦ୍ୟାଳୟର ଶିକ୍ଷକ ଏବଂ ପର୍ଯ୍ୟବେକ୍ଷକଙ୍କ ପାଇଁ ଏକ ତାଲିମ ଅଧିବେଶନରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ…

ଗୁଣିଆଙ୍କ ଔଷଧ ଖାଇ ଚାଲିଗଲା ନିଃସନ୍ତାନ ଦମ୍ପତିଙ୍କ ଜୀବନ

ଫୁଲବାଣୀ,୨୫।୮: କନ୍ଧମାଳ ଜିଲା ଗୋଚ୍ଛାପଡ଼ା ଥାନା ନେଡ଼ିପଙ୍ଗାରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଗୁଣିଆଙ୍କ ନିକଟରୁ ଔଷଧ ଖାଇ ନିଃସନ୍ତାନ ଦମ୍ପତିଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।…

ବୈଭବ ସୂର୍ଯ୍ୟବଂଶୀ ତାଙ୍କ ଜର୍ସିର ପ୍ରକୃତ ନମ୍ବର କାହିଁକି ଲୁଚାଇ ଦେଇଥିଲେ? ଯାହା ପାଲଟିଲାଣି ଆଲୋଚନାର ବିଷୟ

ନୂଆଦିଲ୍ଲୀ,୨୫।୮: ସମସ୍ତଙ୍କ ନଜର ଏବେ ଭାରତର ଯୁବ ତାରକା, 15 ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ। ଏହି ଯୁବ ବ୍ୟାଟସମ୍ୟାନ ତାଙ୍କର ବିସ୍ଫୋରକ ବ୍ୟାଟିଂ ଶୈଳୀ ମାଧ୍ୟମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri