Posted inଖେଳ

କୋଭିଡ-୧୯: ସିନିୟର ପିଜିଏ ଚାମ୍ପିୟନଶିପ୍‌ ବାତିଲ

ଲସ୍‌ ଏଞ୍ଜେଲ୍ସ,୩।୪(ପି.ଟି.)- କରୋନା ଭାଇରସ୍‌ ଏବେ ସାରା ବିଶ୍ୱରେ ମହାମାରୀର ରୂପ ନେଇଥିବାରୁ ଆସନ୍ତା ମାସରେ ଆୟୋଜନ ହେବାକୁ ଥିବା ପ୍ରଫେସ୍‌ନାଲ ଗଲ୍ଫର୍ସ ଅସୋସିଏଶନ (ପିଜିଏ) ଚାମ୍ପିୟନ୍‌ଶିପ୍‌ ବାତିଲ ହୋଇଛି। ଏହି ଚାମ୍ପିୟନଶିପ୍‌ ମେ’ ୧୯ରୁ ୨୪ ତାରିଖ ମଧ୍ୟରେ ଆୟୋଜନ ହେବାର କାର୍ଯ୍ୟକ୍ରମ ଥିଲା। ଏବେ ଏହି ଚାମ୍ପିୟନଶିପ୍‌ ବାତିଲ ହୋଇଛି ବୋଲି ଆମେରିକୀୟ ଅଧିକାରୀମାନେ ସୂଚନା ଦେଇଛନ୍ତି। ଏହା ମିଚିଗାନର ବେଣ୍ଟନ ହର୍ବୋରରେ ଖେଳାଯିବାର କାର୍ଯ୍ୟକ୍ରମ ଥିଲା। ଗଲ୍ଫ ଅପେକ୍ଷା ସର୍ବସାଧାରଣଙ୍କ ସ୍ବାସ୍ଥ୍ୟ ଅଧିକ ଗୁରୁତ୍ୱପୂର୍ଣ୍ଣ। ତେଣୁ ଆମକୁ ଏହି ହାଇପ୍ରୋଫାଇଲ ଟୁର୍ନାମେଣ୍ଟ ବାତିଲ କରିବାକୁ ହେଲା। ଅବଶ୍ୟ ଏହା ଦ୍ୱାରା ଆମେ ନିରାଶ ହୋଇଛୁ ବୋଲି ପିଜିଏ ଅଫ୍‌ ଆମେରିକା ଚିଫ୍‌ ସେଥ ଓ୍ବ କହିଛନ୍ତି।
୨୦୨୧ ସିନିୟର ପିଜିଏ ଚାମ୍ପିୟନଶିପ୍‌ ଏବେ ଓକ୍ଲାହୋମାର ସଦର୍ନ ହିଲ୍ସ କଣ୍ଟ୍ରି କ୍ଲବରେ ଖେଳାଯିବ। ତେବେ ଏହି ଚାମ୍ପିୟନଶିପ୍‌ ୨୦୨୨ରେ ହାରବୋର ଶୋର୍ସକୁ ପ୍ରତ୍ୟାବର୍ତ୍ତନ କରିବ ବୋଲି ସ୍ପଷ୍ଟ କରାଯାଇଛି। ଯେବେଠୁ କୋଭିଡ-୧୯ ଆମେରିକାରେ ମହାମାରୀ ରୂପ ନେଇଛି ସେବେଠାରୁ ଗଲ୍ଫ ସବୁଠାରୁ କ୍ଷତି ସହିଛି। ଏହାପୂର୍ବରୁ ୟୁଏସ୍‌ ପିଜିଏ, ୟୁଏସ୍‌ ଏଲ୍‌ପିଜିଏ ଓ ୟୁରୋପିଆନ ଟୁର ଟୁର୍ନାମେଣ୍ଟକୁ ବନ୍ଦ ରଖାଯାଇଛି। ସେହିପରି ମାଷ୍ଟର୍ସ ଓ ପିଜିଏ ଚାମ୍ପିୟନଶିପ୍‌କୁ ସ୍ଥଗିତ ରଖାଯାଇଛି। ଏବେ ଦୁଇଟି ମେଜର ଟୁର୍ନାମେଣ୍ଟ ଯଥା ୟୁଏସ୍‌ ଓପନ ଓ ବ୍ରିଟିଶ ଓପନ ଆୟୋଜନ ନେଇ ଆଶଙ୍କା ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସୁପର-୮ ପର୍ଯ୍ୟାୟ ପୂର୍ବରୁ କ୍ରିକେଟ୍‌ ନୁହେଁ, ଏହି ଗେମ୍‌ ଖେଳିଲେ ଟିମ୍‌ ଇଣ୍ଡିଆର ଖେଳାଳି

ନୂଆଦିଲ୍ଲୀ,୧୭।୬: ଭାରତୀୟ ଦଳ ଟି-୨୦ ବିଶ୍ୱକପ ୨୦୨୪ରେ ଚମତ୍କାର ପ୍ରଦର୍ଶନ କରିଛି। ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ କ୍ରମାଗତ ତିନିଟି ମ୍ୟାଚ ଜିତି ସୁପର-୮ରେ...

ଫାଦର୍ସ ଡେ’ରେ କୋହଲିଙ୍କୁ ମିଳିଲା ବଡ଼ ଉପହାର: ଫଟୋ ଶେୟାର କଲେ ଅନୁଷ୍କା

ଆଜିକାଲି ଅଭିନେତ୍ରୀ ଅନୁଷ୍କା ଶର୍ମା ନିଜ ପିଲାମାନଙ୍କ ସହ ନ୍ୟୁୟର୍କରେ ଅଛନ୍ତି। ତାଙ୍କ ସ୍ବାମୀ ତଥା କ୍ରିକେଟର ବିରାଟ କୋହଲିଙ୍କୁ ଟି-୨୦ ବିଶ୍ୱକପରେ ସମର୍ଥନ କରିବାକୁ...

ଟି-୨୦ ବିଶ଼୍ବକପ୍‌: ସୁପର ୮ରେ ଭାରତ, ଜାଣନ୍ତୁ କେବେ କାହାକୁ ଭେଟିବ

ନୂଆଦିଲ୍ଲୀ, ୧୭।୬: ଜାରି ରହିଥିବା ଟି-୨୦ ବିଶ଼୍ବକପ୍‌ରେ ଭାରତ ସୁପର-୮ରେ ସ୍ଥାନ ପକ୍କା କରିସାରିଛି । ଏ ପର୍ଯ୍ୟନ୍ତ ୩୮ଟି ମ୍ୟାଚ୍‌ ଖେଳାଯାଇଥିବା ବେଳେ ଆଜି...

ବିଜୟ ସହ ଟି-୨୦ ବିଶ୍ୱକପ୍‌ରୁ ବିଦାୟ ନେଲା ପାକିସ୍ତାନ

ଫ୍ଳୋରିଡା,୧୭ା୬: ପାକିସ୍ତାନ ଅନ୍ତିମ ଗ୍ରୁପ୍‌ ମ୍ୟାଚ୍‌ରେ ଆୟର୍ଲାଣ୍ଡକୁ ୩ ଉଇକେଟରେ ପରାସ୍ତ କରି ଟି୨୦ ବିଶ୍ୱକପ ଅଭିଯାନ ଶେଷ କରିଛି। ଆୟର୍ଲାଣ୍ଡ ପ୍ରଥମେ ବ୍ୟାଟିଂ କରି...

କମାଲ୍‌ କଲେ ମନ୍ଧାନା: ଦକ୍ଷିଣ ଆଫ୍ରିକାକୁ ଧୂଳି ଚଟେଇଲା ଭାରତ

ବେଙ୍ଗାଲୁରୁ, ୧୬ା୬: ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଅନ୍ତର୍ଜାତୀୟ ମହିଳା ଦିନିକିଆ କ୍ରିକେଟ ମ୍ୟାଚରେ ଭାରତ ୧୪୩ ରନରେ ବିଜୟ ହାସଲ କରିଛି। ସ୍ଥାନୀୟ ଏମ୍‌....

ସ୍କଟ୍‌ଲାଣ୍ଡକୁ ହରାଇଲା ଅଷ୍ଟ୍ରେଲିଆ: ସୁପର-୮ରେ ପହଞ୍ଚିଲା ଇଂଲଣ୍ଡ

ଗ୍ରସ୍‌ ଆଇଲେଟ୍‌,୧୫ା୬: ଟି୨୦ ବିଶ୍ୱକପ୍‌ରେ ରବିବାର ସ୍କଟ୍‌ଲାଣ୍ଡକୁ ୫ ଉଇକେଟରେ ପରାସ୍ତ କରିଛି ଅଷ୍ଟ୍ରେଲିଆ। ଏହି ପରାଜୟ ସହିତ ସ୍କଟ୍‌ଲାଣ୍ଡ ଟୁର୍ନାମେଣ୍ଟରୁ ବିଦାୟ ନେଇଥିବା ବେଳେ...

ଟି-୨୦ ବିଶ୍ୱକପ ଚାଲିଥିବାବେଳେ ହଠାତ୍‌ କ୍ରିକେଟ୍‌କୁ ଅଲବିଦା କହିଲେ ଏହି କ୍ରିକେଟର୍‌

ନ୍ୟୁୟର୍କ,୧୬।୬: ଟି-୨୦ ବିଶ୍ୱକପ ୨୦୨୪ ଚାଲିଥିବାବେଳେ ଅନ୍ତର୍ଜାତୀୟ ସ୍ତରରେ ଦୁଇଟି ଦଳ ପାଇଁ ଖେଳିଥିବା ଷ୍ଟାର ଅଲରାଉଣ୍ଡର ଡେଭିଡ ଓ୍ବିଜେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଛନ୍ତି।...

ଟି-୨୦ ବିଶ୍ୱକପର ସୁପର୍‌-୮ରେ କାହାକୁ ଭେଟିବ ଟିମ୍‌ ଇଣ୍ଡିଆ: ଜାଣନ୍ତୁ କାର୍ଯ୍ୟସୂଚୀ

ନ୍ୟୁୟର୍କ,୧୬।୬: ଇଂଲଣ୍ଡ ଦଳ ଶେଷରେ ଟି-୨୦ ବିଶ୍ୱକପର ସୁପର ୮ ପାଇଁ ଯୋଗ୍ୟତା ଅର୍ଜନ କରିବାରେ ସଫଳ ହୋଇଛି। ଏପର୍ଯ୍ୟନ୍ତ ୭ଟି ଦଳ ସୁପର ୮...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri