କୋଭିଡ-୧୯ ଲେଖି କାଠ ଚୋରା ଚାଲାଣ

ସମ୍ବଲପୁର,୧୮ା୪(ବ୍ୟୁରୋ)-ରାଜ୍ୟ ସରକାର ଅତ୍ୟାବଶ୍ୟକ ସାମଗ୍ରୀ ନେବା ଆଣିବା ପାଇଁ ଗାଡି ଗୁଡିକୁ ପାସ୍‌ ଦେଇଛନ୍ତି। ଫଳରେ ଗାଡି ସମ୍ମୁଖରେ କୋଭିଡ- ୧୯ ଲେଖାଥିବାରୁ କେଉଁଠି ନ ଅଟକି ସୁବଧାରେ ଯିବା ଆସିବା କରିପାରିବ। ହେଲେ ଏହି ସୁଯୋଗକୁ ହାତ ଛଡା କରିନାହାନ୍ତି କାଠ ଚୋରା ଚାଲାଣକାରୀ । ଶନିବାର ମାନେଶ୍ୱର ଛକ ନିକଟରେ ଏକ ମିନି ଟ୍ରକ୍‌ରେ କାଠ ଚାଲାଣ ବେଳେ ବନ ବିଭାଗ ଧରିଛି। ହେଲେ ଗାଡିରେ ଥିବା ୪ ଜଣ ବ୍ୟକ୍ତି ଫେରାର ହୋଇଯାଇଛନ୍ତି । ବନ ବିଭାଗ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ସଦର ରେଞ୍ଜର ଗୌରୀ ଦାସ କହିଛନ୍ତି । ସୂଚନାଯୋଗ୍ୟ, ଝାଙ୍କରପାଲି ଫରେଷ୍ଟର ଏସ.କେ. ଡନସେନାଙ୍କ ସହ ଟିମ୍‌ ପାଟ୍ରୋଲିଂ କରୁଥିଲା। ମାନେଶ୍ୱର ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ନିକଟରେ ଏକ ମିନିଟ୍ରକ୍‌ (ଓଡି- ୧୬-ଡି-୦୬୯୭) ଛିଡା ହୋଇଥିବା ଦେଖି ବନ କର୍ମଚାରୀ ସନ୍ଦେହ କରି ପଚାରିବାବେଳେ ୪ ଜଣ ବ୍ୟକ୍ତି ଗାଡି ଛାଡି ଫେରାର ହୋଇଯାଇଥିଲେ । ଏହି ସମୟରେ ଗାଡିର ଆଗରେ କୋଭିଡ୍‌-୧୯ ଗାଡି ପାସ୍‌ ଲାଗିଥିବା ବନ ବିଭାଗ ନଜରକୁ ଆସିଛି। ତେବେ ଗାଡିରୁ ୨୦ ଖଣ୍ଡ ସାଗୁଆନ କାଠ ଜବତ ହୋଇଛି। ଏହାର ମୂଲ୍ୟ ପ୍ରାୟ ୧ ଲକ୍ଷ ଟଙ୍କାରୁ ଅଧିକ ହେବ। ଅନ୍ୟପକ୍ଷେ ଗାଡି ନମ୍ବର ମଧ୍ୟ ଜାଲ୍‌ ହୋଇଥାଇ ପାରେ। ତେଣୁ ତଦନ୍ତ ଜାରି ରହିଛି ବୋଲି ବନ ବିଭାଗ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଐତିହାସିକ ପୋତାଗଡ଼ ମୁଖ୍ୟ ଫାଟକରେ ତାଲା, ପର୍ଯ୍ୟଟକ ନିରାଶ

ଗଞ୍ଜାମ,୨୭।୨(ଡି.ଏନ୍‌.ଏ.) ଗଞ୍ଜାମ ସହରସ୍ଥିତ ଐତିହାସିକ ପୋତାଗଡ଼ ମୁଖ୍ୟ ଗେଟରେ ତାଲା ପଡ଼ିଥିବା ଶନିବାର ଦେଖିବାକୁ ମିଳିଛି । ଯାହା ଫଳରେ ପୋତାଗଡ଼ ବୁଲିବାକୁ ଆସୁଥିବା ପର୍ଯ୍ୟଟକମାନେ...

ପ୍ରତିବର୍ଷ ହାତୀ ଭାଙ୍ଗୁଛି ଘର, ମିଳୁନି କ୍ଷତିପୂରଣ

ଯୋଡା/ଚମ୍ପୁଆ,୨୪।୬(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଚମ୍ପୁଆ ରେଞ୍ଜ୍‌ ଅନ୍ତର୍ଗତ କୋଦଗାଡିଆ ଗ୍ରାମରେ ମଙ୍ଗଳବାର ରାତି ସାଢେ ୮ଟାରେ ହାତୀପଲ ଆସି ଉପଦ୍ରବ କରି ୪ ଘର ଭାଙ୍ଗିଛନ୍ତି।...

ଖବରକାଗଜ ହକରଙ୍କୁ ସହାୟତା ଦେଲେ ପୂର୍ବତନ ଏମ୍‌ପି

ବାଲେଶ୍ୱର ଅଫିସ,୨୮।୪- କରୋନା ପାଇଁ ସମଗ୍ର ବିଶ୍ୱ ଏକ ଅଭାବନୀୟ ପରିସ୍ଥିତି ଦେଇ ଗତି କରୁଥିବାବେଳେ ରାଜ୍ୟରେ ମଧ୍ୟ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ି...

ବଢୁଛି ଲଘୁ ଖଣିଜ ଚୋରାଚାଲାଣ

ଜଟଣୀ/ଯାଁଳା/ବୋଲଗଡ଼,୧୭।୭(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଜଟଣୀ ତହସିଲ ଅଞ୍ଚଳରେ ମାଙ୍କଡ଼ା ପଥର ଓ ମୋରମ ଚୋରାଚାଲାଣ ହେଉଥିବା ନେଇ ଅଭିଯୋଗ ହୋଇଆସୁଥିଲା। ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ...

ପୁରୁଷଙ୍କ ତୁଳନାରେ ମହିଳା ଭୋଟର ଅଧିକ

ମାଲକାନଗିରି, ୬ା୧(ଡି.ଏନ.ଏ.):ମାଲକାନଗିରି ଜିଲା ସଦରସ୍ଥିତ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଗୁରୁବାର ଭୋଟର ତାଲିକା-୨୦୨୩ ପ୍ରକାଶ ପାଇଛି। ଜିଲାପାଳ ବିଶାଲ ସିଂଙ୍କ ଉପସ୍ଥିତିରେ ସମସ୍ତ ରାଜନୈତିକ...

ଠାକୁରାଣୀଙ୍କ ଯାତ୍ରା ବେଳେ ମୁହାଁମୁହିଁ ହେଲେ ୨ ଗୋଷ୍ଠୀ

ହିଞ୍ଜିଳିକାଟୁ,୧୭ା୧୧(ଡି.ଏନ୍‌.ଏ): ହିଞ୍ଜିଳିକାଟୁ ପୌରାଞ୍ଚଳ ଆଙ୍କୋରଡ଼ାଠାରେ ମା’ କାଳୁଆ ଯାତ୍ରା ଉଦ୍‌ଯାପନୀ ଦିବସରେ ବୁଧବାର ଠାକୁରାଣୀଙ୍କ ଘଟ ପରିକ୍ରମା ବେଳେ ୨ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି।...

ନାବାଳକ ସ୍କୁଟି ଚାଳକଙ୍କୁ ୨୭ହଜାର ଜରିମାନା

ପୁରୀ,୧୩ା୮(ଅଜିତ ମହାନ୍ତି)ପୁରୀ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ମୋଟରଯାନ ସଂଶୋଧିତ ଆଇନ ଉଲ୍ଲଂଘନ କରୁଥିବା ଚାଳକଙ୍କ ଉପରେ ଚଢ଼ାଉ ଅଭିଯାନ ଜାରି ରହିଛି। ପରିବହନ କମିଶନର...

କଳାହାଣ୍ଡି ସିଟିଜେନ୍‌ ଫୋରମ୍‌ ପକ୍ଷରୁ ଓୟୁଏଟି କୁଳପତିଙ୍କୁ ଦାବିପତ୍ର

ଭବାନୀପାଟଣା,୧୨।୨(ଡି.ଏନ୍‌.ଏ.): କଳାହାଣ୍ଡି ସିଟିଜେନ୍‌ ଫୋରମ୍‌ ପକ୍ଷରୁ ଓୟୁଏଟି ଭାଇସ୍‌ଚାନ୍ସେଲର ପ୍ରଫେସର ପବନ କୁମାର ଅଗ୍ରୱାଲଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ସଭାପତି ରାମଚନ୍ଦ୍ର ମହାପାତ୍ରଙ୍କ ନେତୃତ୍ୱରେ...

Advertisement
Archives

Model This Week