କୋଭିଡ-୧୯: ଲିଡ୍ସ କିମ୍ବଦନ୍ତୀ ଫୁଟବଲର ହଣ୍ଟରଙ୍କ ପରଲୋକ

ଲଣ୍ଡନ,୧୭।୪(ଏଏଫ୍‌ପି): ଲିଡ୍ସ କିମ୍ବଦନ୍ତୀ ତଥା ଇଂଲଣ୍ଡ ପୂର୍ବତନ ଫୁଟବଲର ନର୍ମାନ ହଣ୍ଟର ୭୬ ବର୍ଷରେ ମୃତ୍ୟୁବରଣ କରିଛନ୍ତି। କୋଭିଡ-୧୯ ସଂକ୍ରମଣ କାରଣରୁ ସେ ପରଲୋଗ ଗମନ କରିଛନ୍ତି ବୋଲି ଶୁକ୍ରବାର ତାଙ୍କ ପୂର୍ବତନ କ୍ଲବ ଲିଡ୍ସ ତରଫରୁ ସୂଚନା ଦିଆଯାଇଛି। କରୋନା ଭାଇରସ ସଂକ୍ରମଣ କାରଣରୁ ହଣ୍ଟରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରୀକ୍ଷାରେ ସେ ପଜିଟିଭ ବୋଲି ସ୍ପଷ୍ଟ ହୋଇଥିଲା। କିଛି ଦିନ ଚିକିତ୍ସିତ ହେବା ପରେ ସେ ପ୍ରାଣ ହରାଇଛନ୍ତି। ଏହା ନିଶ୍ଚିତ ଭାବେ ଏକ ଦୁଃଖ ଦାୟକ ଖବର ବୋଲି ଲିଡ୍ସ କ୍ଲବ କହିଛି। ଇଂଲଣ୍ଡର ଏହି ପୂର୍ବତନ ସେଣ୍ଟର ହାଫ୍‌ ୟର୍କସାୟାର ଲିଡ୍ସ କ୍ଲବ ତରଫରୁ ୭୨୬ଟି ମ୍ୟାଚ୍‌ ଖେଳି ୨୧ ଟି ଗୋଲ ସ୍କୋର କରିଥିଲେ। ୬୦ ଓ ୭୦ ଦର୍ଶକରେ ଅସାଧାରଣ ପ୍ରଦର୍ଶନ କରି ସେ ବିଶ୍ୱ ଫୁଟବଲ୍‌ରେ ନିଜର ପରିଚୟ ସୃଷ୍ଟି କରିଥିଲେ। ଲିଡ୍ସ ଓ ଇଂଲଣ୍ଡ ତରଫରୁ ଖେଳିବା ସହ ସେ ବ୍ରିଷ୍ଟଲ ସିଟି, ବାନର୍‌ସଲି ତରଫରୁ ମଧ୍ୟ ଖେଳି ବେଶ୍‌ ସଫଳ ହୋଇଥିଲେ। ନିଜ କ୍ୟାରିୟରରେ ସେ ଜଣେ ଉଚ୍ଚକୋଟୀର ସେଣ୍ଟର ହାଫ୍‌ ଓ ଡିଫେନ୍ସିଭ୍‌ ମିଡ୍‌ଫିଲ୍ଡର ଭାବେ ଜଣାଶୁଣା ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନ୍ୟୁଜିଲାଣ୍ଡର କ୍ଲିନ୍‌ ସୁଇପ୍‌

ଓ୍ବେଲିଂଟନ୍‌, ୧୫ା୧୨ (ଏପି): ସ୍ଥାନୀୟ ବେସିନ୍‌ ରିଜର୍ଭଠାରେ ଚାଲିଥିବା ଦ୍ୱିତୀୟ କ୍ରିକେଟ ଟେଷ୍ଟ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ଏକ ଇନିଂସ ଓ ୧୨ରନରେ ଓ୍ବେଷ୍ଟଇଣ୍ଡିଜକୁ ପରାସ୍ତ କରିଛି।...

ଶତକ ଟେଷ୍ଟରେ ଦ୍ୱିଶତକ: ରୁଟ୍‌ ପ୍ରଥମ

ଚେନ୍ନାଇ,୭ା୨(ପି.ଟି.)-ନିଜ ଶହେତମ ଟେଷ୍ଟରେ ଦ୍ୱିଶତକ ହାସଲ କରିବାରେ ଇଂଲଣ୍ଡ ଅଧିନାୟକ ଜୋ ରୁଟ୍‌ ବିଶ୍ୱର ପ୍ରଥମ କ୍ରିକେଟର ହେବାର ଗୌରବ ଅର୍ଜନ କରିଛନ୍ତି। ଶନିବାର ଭାରତ...

ବରଗଡ଼ରେ ପୁଣି ଜଣେ କରୋନା ପଜିଟିଭ୍‌ ଚିହ୍ନଟ, ୧୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ବରଗଡ଼ ଅଫିସ,୪ା୬ : ବରଗଡ଼ ଜିଲାରେ ପୁଣି ଜଣେ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେ ବିଜେପୁର ବ୍ଲକ ଅନ୍ତର୍ଗତ ଗଣ୍ଠିଆପାଲିର ଏବଂ ତାମିଲନାଡୁ...

‘ଶତକ କରିପାରୁ ନାହାନ୍ତି, ତ କ’ଣ ହୋଇଗଲା’

ନୂଆଦିଲ୍ଲୀ,୨୮।୧: ଦୁଇ ବର୍ଷ ହେଲା କ୍ୟାରିୟରର ୭୧ତମ ଶତକ ଅପେକ୍ଷାରେ ଥିବା ବିରାଟ କୋହଲିଙ୍କୁ ନିକଟରେ ପ୍ରବଳ ସମାଲୋଚିତ ହେବାକୁ ପଡ଼ିଛି। ତାଙ୍କ ସମାଲୋଚକଙ୍କୁ କଡ଼ା...

ଆନ୍ଧ୍ର ପ୍ରଦେଶରେ ପ୍ରଥମ କରୋନା ସଂକ୍ରମିତଙ୍କ ମୃତ୍ୟୁ

ହାଇଦ୍ରାବାଦ,୩।୪: ଆନ୍ଧ୍ରପ୍ରଦେଶରେ ପ୍ରଥମ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ମାର୍ଚ୍ଚ ୩୦ରେ ଜଣେ ୫ ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ସେ କରୋନାରେ...

ପୁରୁଷ ହକି ବିଶ୍ୱକପ୍‌: ଆଜି ସେମିଫାଇନାଲ ଖେଳିବେ ୪ ଟିମ୍‌

ଭୁବନେଶ୍ୱର,୨୭।୧: ପୁରୁଷ ହକି ବିଶ୍ୱକପ୍‌ ପାଇଁ ଆଜି ୪ଟି ଟିମ୍‌ ସେମିଫାଇନାଲ ଖେଳିବେ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ସାଢେ ୪ଟାରେ ଖେଳାଯିବାକୁ ଥିବା ପ୍ରଥମ ସେମିଫାଇନାଲରେ...

ଡିଫେନ୍ସ ବିଭାଗକୁ ଦୃଢ଼ କରୁଛୁ: ଦୀପ୍‌ ଗ୍ରେସ୍‌

ନୂଆଦିଲ୍ଲୀ, ୧୬।୧୦(ପି.ଟି.)-ଭାରତୀୟ ମହିଳା ହକି ଦଳର ଡିଫେନ୍ସ ବିଭାଗରେ ଯୁବ ଓ ଅଭିଜ୍ଞ ଖେଳାଳିଙ୍କ ସମ୍ମିଶ୍ରଣ ରହିଛି। ଆଗାମୀ ଟୋକିଓ ଅଲିମ୍ପିକ୍ସରେ ଏହା ଦଳପାଇଁ ବିଶେଷ...

କରୋନା ଆକ୍ରାନ୍ତ ଓଡ଼ିଆ ଶ୍ରମିକଙ୍କର ହରିୟାଣାରେ ମୃତ୍ୟୁ

ଉଦଳା,୮।୬(ଡି.ଏନ୍‌.ଏ.): ହରିୟାଣାରେ ଦାଦନ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ଜଣେ ଓଡ଼ିଆ ଶ୍ରମିକଙ୍କର ମୃତ୍ୟୁ ଘଟିଛି। ସେ ହେଲେ ୩୨ ବର୍ଷୀୟ ସୁଶାନ୍ତ ସେନାପତି। ତାଙ୍କ...

Advertisement
Archives

Model This Week