ଓ୍ବାଶିଂଟନ,୧ା୪(ଏ.ପି.)- ଆମେରିକାର ପୂର୍ବତନ ଡେଭିସ କପ୍ ଅଧିନାୟକ ପାଟ୍ରିକ୍ ମେକ୍ଏନ୍ରୋ କରୋନା ଭାଇରସ୍ ଦ୍ୱାରା ସଂକ୍ରମିତ ହୋଇଛନ୍ତି। ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରି ସେ ଏ ନେଇ ସମସ୍ତଙ୍କୁ ଜଣାଇଛନ୍ତି। ମେକ୍ଏନ୍ରୋ ହେଉଛନ୍ତି ୮ଥର ମେଜର ଚାମ୍ପିୟନ ଜନ୍ ମ୍ୟାନଏନ୍ରୋଙ୍କ ସାନ ଭାଇ। ୧୦ ଦିନ ତଳେ କରୋନା ଭାଇରସ ସମ୍ପର୍କିତ କେତେକ ଲକ୍ଷଣ ଦେଖା ଦେବାରୁ ସେ ନିଜର ପରୀକ୍ଷା କରାଇଥିଲେ। ଶେଷରେ ସେ ପଜିଟିଭ୍ ବୋଲି ଜଣା ପଡିଥିଲା। ତେବେ ବର୍ତ୍ତମାନ ଏହି ଲକ୍ଷଣ ଆଉ ଦେଖଯାଇନାହିଁ ଓ ମୁଁ ଶତପ୍ରତିଶତ ସୁସ୍ଥ ଅନୁଭବ କରୁଛି ବୋଲି ମ୍ୟାକ୍ଏନ୍ରେ କହିଛନ୍ତି।
ଜଣେ ଟେନିସ ଖେଳାଳିଭାବେ ସେ ୧୯୮୯ରେ ସେ ଫ୍ରେଞ୍ଚ୍ ଓପନ ଜିତିଥିଲେ। ସେ ସିଙ୍ଗଲ୍ସରେ ଗୋଟିଏ ଓ ଡବଲ୍ସରେ ୧୬ଟି ଟୁର୍ନାମେଣ୍ଟରେ ବିଜୟୀ ହୋଇଥିଲେ। ବଡ଼ ଭାଇ ଜନ୍ଙ୍କ ପରେ ଡେଭିସ୍ କପ୍ ନେତୃତ୍ୱ ନେଇଥିଲେ ଓ ପାଖାପାଖି ୧୦ ବର୍ଷ ଦାୟିତ୍ୱ ସମ୍ପାଦନ କରିଥିଲେ। ୨୦୦୭ରେ ସେ ଆମେରିକାକୁ ଡେଭିସ୍ କପ୍ ଚାମ୍ପିୟନ କରାଇଥିଲେ। ସେ ମଧ୍ୟ ୟୁଏସ୍ ଟେନିସ ଆସୋସିଏଶନର ପ୍ଲେୟାର ଡେଭଲପମଣ୍ଟେର ଜେନେରାଲ ମ୍ୟାନେଜର ଭାବେ ସଫଳତାର ସହ କାର୍ଯ୍ୟ କରିଥିଲେ। ସେ ଓ ତାଙ୍କ ଭାଇ ଏବେ ଟେନିସ ମ୍ୟାଚ୍ରେ ଟିଭି ଆନାଲିଷ୍ଟ ଭାବେ କାର୍ଯ୍ୟ କରୁଛନ୍ତି।
Posted inHome, Home Left, କରୋନା ଭାଇରସ୍, ଖେଳ View All
୧୮ଯାଏ ଝଡବର୍ଷା; ଏସବୁ ଜିଲାକୁ ଆଲର୍ଟ
ଭୁବନେଶ୍ୱର,୧୪।୬(ବନ୍ଦନା ସେଠୀ): ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଶୁକ୍ରବାର ଓଡ଼ିଶାରେ ପ୍ରବେଶ କରିବା ପରେ ପାଗରେ ସାମାନ୍ୟ ପରିବର୍ତ୍ତନ ହୋଇଛି। ବର୍ତ୍ତମାନ ମୌସୁମୀ ବାୟୁ ପାରାଦୀପ ଓ ବାରିପଦା…
ନିଆଁ ସହ ଚାଲିଛି ଖେଳ
ଭୁବନେଶ୍ୱର,୧୪।୬(ରବିନାରାୟଣ ଜେନା): କଥାରେ ଅଛି ନିଆଁ ସହ ଖେଳନାହିଁ, ହେଲେ ରାଜ୍ୟର ବିଭିନ୍ନ ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ ଏବେ ନିଆଁ ସହିତ ଖେଳୁଛନ୍ତି। ଏଥିଯୋଗୁ କେତେବେଳେ…
ଜେଲ ଗଲେ ସରପଞ୍ଚ ଚାମେଲି ଓଝା
କେନ୍ଦ୍ରାପଡ଼ା/ମହାକାଳପଡା, ୧୪ା୬ (ଜଗନ୍ନାଥ ଧଳ/ପ୍ରତାପ ଚନ୍ଦ୍ର ସ୍ୱାଇଁ): ଗତ ୧୦ ତାରିଖଠାରୁ ଗଣମାଧ୍ୟମ ଚର୍ଚ୍ଚାରେ ଥିବା କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଥାନା ତିଖିରୀ ପଞ୍ଚାୟତ ସରପଞ୍ଚ ଚାମେଲି…
ନୂଆ ଭାରତରେ ନୂଆ ଆଇନ
ନୂଆ ଭାରତ ଆମ ପାଖରେ ଏତେ ଶୀଘ୍ର ଆସିଛି ଯେ, ଆମେ କେଉଁଠି ପହଞ୍ଚିଛୁ ତାହା ଆକଳନ କରିବା ପାଇଁ ପଛକୁ ଟିକେ ଫେରି ଚାହିଁବା ଗୁରୁତ୍ୱପୂର୍ଣ୍ଣ…
ଡିଜି ପାହ୍ୟା: ବରିଷ୍ଠତା ଦେଖିପାରନ୍ତି
ଭୁବନେଶ୍ୱର,୧୪।୬(ସୁନିତ୍ ମିଶ୍ର): କେନ୍ଦ୍ର ସରକାରଙ୍କ ଅଧୀନରେ ଆସୁଥିବା ବିଭିନ୍ନ ଡିଜି ପାହ୍ୟାର ପଦବୀରେ ନିଯୁକ୍ତି ପାଇବା ପାଇଁ ଦେଶର ୩୩ ଜଣ ଆଇପିଏସ୍ ଅଫିସରଙ୍କ ତାଲିକା ୧୨…
ବିକ୍ରି ନ ହୋଇ ମଣ୍ଡିରେ ପଡ଼ିଛି ଧାନ, ଏପଟେ ବରଗଡ଼ରୁ ଆନ୍ଧ୍ରକୁ ହେଉଛି ଚାଲାଣ
ବରଗଡ଼,୧୩ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତି ଯାଇଛି। ତେବେ ଜିଲାରେ ଏବେ ମଧ୍ୟ ଧାନ ଉଠାଣ ପ୍ରକ୍ରିୟା ଶୀଥିଳ ଗତିରେ…
ଆଫଗାନିସ୍ତାନକୁ ହରାଇଲା ଭାରତ, ୧୩ ବଲ୍ରେ…
ଧର୍ମଶାଳା,୧୩ା୬: ଧର୍ମଶାଳାରେ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଖେଳାଯାଇଥିବା ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ୍ ସିରିଜରେ ଭାରତ ବିଜୟ ଲାଭ କରିଛି। ବର୍ଷା ପ୍ରଭାବିତ ପ୍ରଥମ ଦିନିକିଆରେ ଟିମ୍…
ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷାଙ୍କ ବିୟୋଗ: ବାସଭବନରେ ପହଞ୍ଚି ପରିବାରବର୍ଗଙ୍କୁ ଭେଟିଲେ ମନ୍ତ୍ରୀ-ବିଧାୟକ
ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଗତ ବୁଧବାର ଅକାଳରେ ବିୟୋଗ ଘଟିଥିଲା। ଏ ନେଇ ଛତ୍ରପୁର ଓ ଆଖପାଖ ଅଞ୍ଚଳରେ ଶୋକ ଛାୟା…
Archives

