Posted inଖେଳ

କୋଭିଡ- ୧୯: ଗୋଟିଏ ମାସର ଦରମା ଦାନ କଲେ ମେରୀକମ୍‌

ନୂଆଦିଲ୍ଲୀ,୩୦।୩(ପି.ଟି.)- ଅଲିମ୍ପିକ୍ସ ବ୍ରୋଞ୍ଜ୍‌ ପଦକ ବିଜୟିନୀ ତଥା ୬ଥର ବିଶ୍ୱ ଚାମ୍ପିୟନଶିପ୍‌ ହାସଲ କରିଥିବା ଅଭିଜ୍ଞ ମହିଳା ବକ୍ସର ମେରୀକମ କୋଭିଡ-୧୯ ମୁକାବିଲା ପାଇଁ ଗୋଟିଏ ମାସର ଦରମା ଦାନ କରିଛନ୍ତି। ରାଜ୍ୟସଭା ଏମ୍‌ପି ହିସାବରେ ସେ ପାଉଥିବା ଏକ ଲକ୍ଷ୍ୟ ଟଙ୍କା ଦରମାକୁ ପ୍ରଧାନମନ୍ତ୍ରୀଙ୍କ ରିଲିଫ୍‌ ଫଣ୍ଡକୁ ଦାନ କରିଛନ୍ତି। ଏ ସଂକ୍ରାନ୍ତରେ ସେ ନିଜର ବ୍ୟାଙ୍କକୁ ଚିଠି ଲେଖି ଗୋଟିଏ ମାସର ଦରମା ଦାନ କରିବାକୁ ଚିଠି ଲେଖି ଜଣାଇଛନ୍ତି। ମଣିପୁରର ଏହି ତାରକା ମହିଳା ବକ୍ସର ରାଜ୍ୟଗୋଷ୍ଠୀ କ୍ରୀଡ଼ା ଓ ଏସିଆନ୍‌ ଗେମ୍ସରେ ମଧ୍ୟ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ସେ କିଛି ଦିନ ତଳେ ଟୋକିଓ ଅଲିମ୍ପିକ୍ସ ଖେଳିବା ପାଇଁ ଯୋଗ୍ୟତା ହାସଲ କରିଥିଲେ। କରୋନ ଭାଇରସ ସଂକ୍ରମଣ କାରଣରୁ ସାରା ବିଶ୍ୱରେ ପ୍ରାୟ ସବୁପ୍ରକାର କ୍ରୀଡ଼ା ଇଭେଣ୍ଟକୁ ବାତିଲ କରାଯାଇଛି କିମ୍ବା ସ୍ଥଗିତ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମହିଳା ଟି୨୦ ଏସିଆ କପ୍‌: ଦୁଲାଲ ଭାରତୀୟ ଦଳ ମ୍ୟାନେଜର

ସମ୍ବଲପୁର, ୧୫ା୭(ପ୍ରମୋଦ ବହିଦାର): ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଓଡ଼ିଶା ଅଲିମ୍ପିକ ଆସୋସିଏଶନର ଉପସଭାପତି ତଥା ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ)ର ଅନ୍ୟତମ ସଦସ୍ୟ ଦୁଲାଲ...

ଓ୍ବିମ୍ବେଲଡନ୍‌ ଗ୍ରାଣ୍ଡସ୍ଲାମ: ଅଲକାରାଜଙ୍କୁ ଦ୍ୱିତୀୟ ଟାଇଟଲ

ଲଣ୍ଡନ,୧୫ା୭(ପି.ଟି.): ସର୍ବପୁରାତନ ଟେନିସ୍‌ ଗ୍ରାଣ୍ଡସ୍ଲାମ ଓ୍ବିମ୍ବେଲଡନ୍‌ର ପୁରୁଷ ସିଙ୍ଗଲ୍ସ ଇଭେଣ୍ଟରେ ବିଜୟୀ ହୋଇଛନ୍ତି ସ୍ପେନ୍‌ର କାର୍ଲୋସ୍‌ ଅଲକାରାଜ। ଡିଫେଣ୍ଡିଂ ଚାମ୍ପିୟନ ଅଲକାରାଜ ଫାଇନାଲରେ ସର୍ବିୟାର ନୋଭାକ୍‌...

ଓ୍ବିମ୍ବଲଡନ୍‌ ଫାଇନାଲ ଦେଖିଲେ ରାଜକୁମାରୀ

ଲଣ୍ଡନ,୧୪ା୭:ବ୍ରିଟେନ୍‌ ରାଜକୁମାରୀ କେଟ୍‌ ମିଡିଲଟନ୍‌ କ୍ୟାନ୍‌ସରରୁ ଆରୋଗ୍ୟ ହେଉଥିବାବେଳେ ରବିବାର ଲଣ୍ଡନରେ ଅନୁଷ୍ଠିତ ଓ୍ବିମ୍ବଲଡନ୍‌ ପୁରୁଷ ଫାଇନାଲ୍‌ ମ୍ୟାଚ୍‌ ଦେଖିବାକୁ ଆସିଥିଲେ। ସେ ରୟାଲ ବକ୍ସରେ ଆସନ...

ମାଟି କାମୁଡିଲା ଜିମ୍ବାଓ୍ବେ: ୪-୧ରେ ସିରିଜ୍‌ ଜିତିଲା ଟିମ୍‌ ଇଣ୍ଡିଆ

ହରାରେ,୧୪ା୭: ଜିମ୍ବାଓ୍ବେ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ୍‌ର ଅନ୍ତିମ ମ୍ୟାଚକୁ ୪୨ ରନ୍‌ରେ ଜିତିବା ସହିତ ୪-୧ରେ ସିରିଜ ଜିତି ନେଇଛି। ଭାରତ...

କାନାଡ଼ାକୁ ହରାଇ ତୃତୀୟ ସ୍ଥାନରେ ଉରୁଗୁଏ

ଚାର୍ଲୋଟ,୧୪ା୭: କୋପା ଆମେରିକା ଫୁଟ୍‌ବଲ ଟୁର୍ନାମେଣ୍ଟର ତୃତୀୟ ସ୍ଥାନ ପାଇଁ ଅନୁଷ୍ଠିତ ମ୍ୟାଚରେ କାନାଡାକୁ ୪-୩ ଶୁଟ୍‌ଆଉଟରେ ହରାଇ ଦେଇଛି ଉରୁଗୁଏ। ଖେଳାଯାଇଥିବା ଏହି ସଂଘର୍ଷପୂର୍ଣ୍ଣ...

ଚମକିଲେ ସଞ୍ଜୁ ସାମସନ୍‌: ଜିମ୍ବାଓ୍ବେକୁ ୧୬୭ ରନର ଟାର୍ଗେଟ୍‌

ହରାରେ,୧୪।୭: ଜିମ୍ବାୱେ ବିପକ୍ଷ ପଞ୍ଚମ ଟି-୨୦ ମ୍ୟାଚରେ ଭାରତ ୧୬୭ ରନର ଟାର୍ଗେଟ୍‌ ଦେଇଛି। ଭାରତୀୟ ଇନିଂସ ଆରମ୍ଭରୁ ଭଲ ନଥିଲା, କିନ୍ତୁ ଉଇକେଟ କିପର...

ଧୋନୀଙ୍କୁ ବାଦ୍ ଦେଇ ଯୁବରାଜ ଗଢିଲେ ସର୍ବକାଳୀନ ପ୍ଲେଇଂ ୧୧, ଦେଖନ୍ତୁ ପୁରା ତାଲିକା

ନୂଆଦିଲ୍ଲୀ,୧୪।୭: ଭାରତୀୟ ଟିମ୍ ଚାମ୍ପିଅନ୍ସ ଅଫ୍ ଲିଜେଣ୍ଡ୍ସ ଫାଇନାଲରେ ପାକିସ୍ତାନକୁ ପାଞ୍ଚ ୱିକେଟରେ ହରାଇବା ପରେ ଅଧିନାୟକ ଯୁବରାଜ ସିଂ ତାଙ୍କର ସର୍ବକାଳୀନ ଏକାଦଶ ଚୟନ...

ପାଣ୍ଡ୍ୟାଙ୍କ ସହ ଡେଟିଂକୁ ନେଇ ମୁହଁ ଖୋଲିଲେ ରୁଷିଆ ମଡେଲ୍‌

ନୂଆଦିଲ୍ଲୀ,୧୪।୭: ନିକଟରେ କ୍ରିକେଟର୍‌ ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ସ୍ତ୍ରୀ ନତାସା ଷ୍ଟାନକୋଭିକଙ୍କ ସହ ଛାଡପତ୍ର ଖବରକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏହି ସମୟରେ ହାର୍ଦ୍ଦିକଙ୍କ ଫଟୋସୁଟ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri