କୋଭିଡ୍‌-୧୯ ନିର୍ଦ୍ଦେଶନାମାର ଖିଲାପ: ଭୋଜି କରୁଥିବାବେଳେ ୩ ଯୁବକ ଗିରଫ

ଜଗତ୍‌ସିଂହପୁର ଅଫିସ,୬ା୪: କରୋନା ଭୂତାଣୁ (କୋଭିଡ୍‌-୧୯) ସଂକ୍ରମଣକୁ ନେଇ ଦେଶରେ ଚିନ୍ତା ପ୍ରକଟ କରାଯାଉଥିବାବେଳେ ସାମାଜିକ ଦୂରତା ଓ ଜରୁରୀ ନ ଥିଲେ ଘରୁ ବାହାରନ୍ତୁ ନାହିଁ ବୋଲି ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଅପିଲ୍‌ କରିଛନ୍ତି। ଏଥିସହ କେହି ଏକାଠି ଲଗାଲଗି ହୋଇ ରହିବା ସହ ଭୋଜି କରିପାରିବେ ନାହିଁ ବୋଲି ନିର୍ଦ୍ଦେଶନାମା ଜାରି କରାଯାଇଛି। ଜଗତ୍‌ସିଂହପୁର ଜିଲାରେ କିନ୍ତୁ ଏଥିରେ କେତେକ ସ୍ଥାନରେ ବ୍ୟତିକ୍ରମ ହେଉଥିବା ଅଭିଯୋଗ ହେଉଛି। ଯାହାର ଜ୍ୱଳନ୍ତ ପ୍ରମାଣ ଜଗତ୍‌ସିଂହପୁର ଥାନା ଅନ୍ତର୍ଗତ ସମଙ୍ଗ (ଜଇନାବାଦ୍‌)ରେ ଦେଖିବାକୁ ମିଳିଛି। ଏହି ଗାଁ ମୁଣ୍ଡ ଏକ କୁକୁଡ଼ା ଫାର୍ମ ନିକଟରେ ରବିବାର ରାତିରେ ୧୨ ଜଣରୁ ଅଧିକ ଯୁବକ ଭୋଜି କରୁଥିବା ବେଳେ ସେମାନଙ୍କ ମଧ୍ୟରୁ ୩ ଜଣ ଗିରଫ ହୋଇଛନ୍ତି। ସେମାନେ ହେଲେ ଏହି ଗାଁର ନୟନ ରାଉତରାୟ (୪୧), ଅମୂଲ୍ୟ କୁମାର ଜେନା (୩୫) ଓ ସୁନିଲ ରାଉତରାୟ (୩୬)। ଏସ୍‌ଆଇ ବିଶ୍ୱଜିତ ଗଡ଼ନାୟକଙ୍କ ଅଭିଯୋଗକ୍ରମେ ଜଗତ୍‌ସିଂହପୁର ଥାନାରେ ଦଫା ୧୮୮/୨୬୯/୨୭୦/୨୭୧/୩୪ ଆଇପିସିରେ ମାମଲା ସଂଖ୍ୟା ୧୧୧/୨୦ ରୁଜୁ କରାଯାଇଛି। ଖବର ଲେଖା ହେବା ବେଳକୁ ଅଭିଯୁକ୍ତମାନଙ୍କୁ ନୋଟିସ୍‌ ପରେ ଛାଡି ଦିଆଯାଇଛି। ଏଥିରେ ଗଡ଼ନାୟକ ଉଲ୍ଲେଖ କରିଛନ୍ତି, ତାଙ୍କ ସହ ଅନ୍ୟ କେତେଜଣ ପୋଲିସ କର୍ମଚାରୀ ପଳାଶୋଳ, ଅୟର, ସମଙ୍ଗ ସମେତ ନିକଟବର୍ତ୍ତୀ ଗାଁରେ ସନ୍ଧ୍ୟା ପାଟ୍ରୋଲିଂ କରୁଥିବା ବେଳେ ରାତି ୯ଟା୩୦ରେ ସମଙ୍ଗ (ଜଇନାବାଦ)ରେ ୧୨ରୁ ଅଧିକ ଯୁବକ ଭୋଜି କରୁଥିବା ସୂଚନା ମିଳିଥିଲା। ପରେ ସେମାନେ ସେଠାକୁ ଯିବାରୁ ଅନ୍ଧାର ହୋଇଥିବାରୁ ୯ଜଣରୁ ଅଧିକ ଖସି ଯାଇଥିବା ବେଳେ ଉପରୋକ୍ତ ଅଭିଯୁକ୍ତମାନେ ଧରାପଡି ଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମ ଓଡ଼ିଶା ବନ୍ଦ: ପଦ୍ମପୁରବାସୀଙ୍କ ସମର୍ଥନ

ପଦ୍ମପୁର/ବରଗଡ଼ ଅଫିସ,୫।୨(ଡି.ଏନ୍‌.ଏ.): ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ବୁଧବାର ପଶ୍ଚିମ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ଏହି ବନ୍ଦକୁ ପଦ୍ମପୁରବାସୀ ମଧ୍ୟ...

ଅଣ୍ଡରପାସ ରାସ୍ତା ନିର୍ମାଣକୁ ବିରୋଧ

ଖୋର୍ଦ୍ଧା ଅଫିସ,୨।୪: ଭୁବନେଶ୍ୱର-ଚେନ୍ନାଇ ୧୬ ନଂ. ଜାତୀୟ ରାଜପଥ ଜିଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଅଣ୍ଡରପାସ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଛି। ଜାତୀୟ ରାଜପଥ ପ୍ରାଧିକରଣ ପକ୍ଷରୁ...

ଆରମ୍ଭ ହେଲା ବିଧାନସଭା ଅଧିବେଶନ

ଭୁବନେଶ୍ବର,୨।୭(ବ୍ୟୁରୋ): ଆରମ୍ଭ ହେଲା ବିଧାନସଭା ମୌସୁମୀ ଅଧିବେଶନ। ଭିଡିଓ କନ୍‌ଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଦିବଙ୍ଗତ ପୂର୍ବତନ ବିଧାୟକ...

ପୁଣି ରେକର୍ଡ କଲା କରୋନା: ୨୪ ଘଣ୍ଟାରେ ୭୮ ହଜାରରୁ ଅଧିକ ନୂଆ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ, ୩୦।୮: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଆତଙ୍କ ଜାରି ରହିଛି। ପ୍ରତିଦିନ ନୂଆ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି।...

୮୬ ଛାତ୍ରୀଛାତ୍ରଙ୍କ ଦିନକର ମଧ୍ୟାହ୍ନଭୋଜନ ହେରଫେର, ପ୍ରଧାନ ଶିକ୍ଷକ ନିଲମ୍ବିତ

ରେଢାଖୋଲ,୧୫।୧୦(ଡି.ଏନ.ଏ.):ସମ୍ବଲପୁର ଜିଲା ରେଢାଖୋଲ ବ୍ଲକ କଦଳୀଗଡ ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବୀରେନ୍ଦ୍ର କୁମାର ସାହୁ ନିଲମ୍ବନ ହୋଇଛନ୍ତି। ୮୬ ଜଣ ଛାତ୍ରୀଛାତ୍ରଙ୍କ ଗୋଟିଏ ଦିନର...

କରୋନା ବିରୋଧୀ ଲଢ଼େଇର ପ୍ରମୁଖ ଅସ୍ତ୍ର: ମୁଁ ଟିକା ନେଇଛି

ଛତ୍ରପୁର,୨।୮(ଡି.ଏନ୍‌.ଏ.): ମୁଁ ଟିକା ନେଇଛି। ଗଞ୍ଜାମ ଜିଲାର ବୁଲା ବିକାଳୀମାନେ ନିଜ ଝୁଡି ଓ ଠେଲା ଆଗରେ ଏମିତି ଲେଖିଛନ୍ତି। କରୋନା ବିରୋଧୀ ଲଢ଼େଇରେ ଟିକା...

ଜାଗା ସମୀକ୍ଷା ବୈଠକ :୪୩୯ ବସ୍ତି ବାସିନ୍ଦାଙ୍କୁ କରାଯାଇନି ଥଇଥାନ

ଛତ୍ରପୁର,୧୯ା୧୨(ଡି.ଏନ.ଏ)-ଗଞ୍ଜାମ ଜିଲାରେ ଜାଗା ଯୋଜନାରେ ବସ୍ତି ବାସିନ୍ଦାଙ୍କୁ ଥଇଥାନର ଅଗ୍ରଗତି ସମୀକ୍ଷା ବୈଠକ ଗୁରୁବାର ଛତ୍ରପୁରସ୍ଥିତ ଜିଲାପାଳଙ୍କ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସହରାଞ୍ଚଳ...

ବାଲେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଛୁଇଁଲା

ଭୁବନେଶ୍ୱର, ୨୩।୪(ବ୍ୟୁରୋ): ରାଜ୍ୟରେ ଗୁରୁବାର ଅପରାହ୍ନରେ ଆଉ ୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଏହି ୨ ଜଣ ହେଲେ ବାଲେଶ୍ୱର ଜିଲାର।...

Advertisement
Archives

Model This Week