କୋଭିଡ୍‌-୧୯: ଟୁର ଡି ଫ୍ରାନ୍ସ ସ୍ଥଗିତ

ପ୍ୟାରିସ୍‌,୧୫।୪ (ଏପି): ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଟୁର ଡି ଫ୍ରାନ୍ସ ଆୟୋଜନ ହେବ ବୋଲି ଆଶା କରାଯାଉଥିଲେ ମଧ୍ୟ ଶେଷରେ ଏହାକୁ ସ୍ଥଗିତ ରଖାଯାଇଛି। ବିଶ୍ୱର ଏହି ଶ୍ରେଷ୍ଠ ତଥା ସବୁଠାରୁ ଲୋକପ୍ରିୟ ସାଇକେଲ ରେସ୍‌କୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି। କୋଭିଡ୍‌-୧୯ ମହାମାରୀର ରୂପ ନେଇଥିବାରୁ ଶେଷରେ ବାଧ୍ୟ ହୋଇ ଆୟୋଜକମାନେ ଏହି ନିଷ୍ପତ୍ତି ନେଇଛନ୍ତି।
୩ ସପ୍ତାହ ଧରି ଆୟୋଜିତ ହୋଇ ଆସୁଥିବା ଏହି ମେଗା ଇଭେଣ୍ଟ ବାତିଲ ହେବ ନାହିଁ ଓ ଚଳିତବର୍ଷ ଆୟୋଜିତ ହେବ ବୋଲି ଫ୍ରେଞ୍ଚ୍‌ ଗଣମାଧ୍ୟମଗୁଡିକ ମଙ୍ଗଳବାର ସୂଚନା ଦେଇଛନ୍ତି। ଆସନ୍ତା ଅଗଷ୍ଟ ମାସ ଶେଷ ଆଡକୁ ନୂଆ ତାରିଖରେ ଏହା ଆୟୋଜନ ହେବ ବୋଲି ଆୟୋଜକମାନେ ସୂଚନା ଦେଇଛନ୍ତି। ଏହି ରେସ୍‌ ଏବେ ଅଗଷ୍ଟ ୨୯ରୁ ସେପ୍ଟେମ୍ବର ୨୦ ତାରିଖ ମଧ୍ୟରେ ଆୟୋଜନ କରିବାକୁ ଆୟୋଜକମାନେ ଆଶା ରଖିଛନ୍ତି। ପୂର୍ବରୁ ଏହି ରେସ୍‌ ଜୁନ୍‌ ୨୭ରୁ ଆରମ୍ଭ ହେବାର କାର୍ଯ୍ୟକ୍ରମ ଥିଲା। ତେବେ ଏହାର ଆୟୋଜନ ବର୍ତ୍ତମାନ ସମ୍ଭବ ନୁହଁ ବୋଲି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଘୋଷଣା କରିଥିଲେ। ରାଷ୍ଟ୍ରକୁ ସମ୍ବୋଧିତ କରୁଥିବା ବେଳେ ବହୁ ସଂଖ୍ୟାରେ ଦର୍ଶକଙ୍କ ସହ ଆୟୋଜିତ ହେଉଥିବା କୌଣସି ପବ୍ଲିକ୍‌ ଇଭେଣ୍ଟ ଜୁଲାଇ ମଧ୍ୟ ଭାଗ ପର୍ଯ୍ୟନ୍ତ ଆୟୋଜନ ହୋଇପାରିବ ନାହିଁ ବୋଲି ସେ ସ୍ପଷ୍ଟ କରିଥିଲେ। ଉଲ୍ଲେଖଥାଉ କି, ଏହା ପୂର୍ବରୁ ଦ୍ୱିତୀୟ ବିଶ୍ୱଯୁଦ୍ଧରୁ ଫ୍ରାନ୍ସ ମୁକୁଳିବା ପରେ ୧୯୪୬ରେ ଓ ପ୍ରଥମ ବିଶ୍ୱଯୁଦ୍ଧ କାରଣର ଟୁର ଡି ଫ୍ରାନ୍ସ ଆୟୋଜିତ ହୋଇପାରି ନ ଥିଲା। ବିନା ଦର୍ଶକ ଓ ପ୍ରଶଂସକଙ୍କ ଉପସ୍ଥିତିରେ ଏହି ସାଇକେଲ ରେସ୍‌ର ମାନ କିଛି ନାହିଁ ବୋଲି ଆୟୋଜକମାନେ ବିଶ୍ୱାସ କରନ୍ତି। ଏହି ସାଇକେଲ ରେସ୍‌କୁ ଫ୍ରାନ୍ସର ଦର୍ଶକମାନେ ଏକ ଉତ୍ସବ ହିସାବରେ ଗ୍ରହଣ କରିଥାନ୍ତି। ଚଳିତବର୍ଷ ଏହି ଇଭେଣ୍ଟ ୨୧ଟି ଷ୍ଟେଜ୍‌ ତଥା ପର୍ଯ୍ୟାୟରେ ଆୟୋଜନ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ଭାଇରସ: ଘରେ ରହିବାକୁ ସମସ୍ତଙ୍କୁ ଅନୁରୋଧ କଲେ ବିଶ୍ୱର ସବୁଠାରୁ ଗେଡା ମହିଳା

ନାଗପୁର,୧୪।୪: କରୋନା ଭାଇରସକୁ ରୋକିବାକୁ ଏବେ ସାରା ଦେଶରେ ମେ’୩ ପର୍ଯ୍ୟନ୍ତ ଲକ୍‌ଡାଉନ ଘୋଷଣା କରାଯାଇଛି। ତେଣୁ ଏହି ସମୟରେ ବାହାରେ ନ ବୁଲି ଘରେ...

ଇନ୍ଦୋରରେ କରୋନା ସୁସ୍ଥ ହାର ୬୪ ପ୍ରତିଶତରୁ ଅଧିକ: ଶିବରାଜ

ଇନ୍ଦୋର,୮।୬: ମଧ୍ୟ ପ୍ରଦେଶର ଇନ୍ଦୋର ଜିଲାରେ କରୋନା ପରିସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ସୋମବାର ଏକ ବୈଠକର ଆୟୋଜନ କରିଥିଲେ। ଜିଲାପାଳଙ୍କ କାର୍ଯ୍ୟାଳୟରେ...

ଭଦ୍ରକରୁ ଆସିଲେ ଅଧିକାରୀ, ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟକୁ ଯିବା ଲାଗି ଡରୁଛନ୍ତି ଶିକ୍ଷକ

ଗୁଡଭେଲା,୨୩ା୪(ଡି.ଏନ୍‌.ଏ.) : କରୋନା ମୁକାବିଲା ପାଇଁ ମାର୍ଚ୍ଚ ୨୫ରୁ ପ୍ରାୟ ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିଥିବାରୁ ଅଧିକାଂଶ ଅଧିକାରୀ ଛୁଟି ଭାବି ନିଜ ନିଜ...

କାର୍‌ ଦୁର୍ଘଟଣାରେ ପ୍ରସିଦ୍ଧ କ୍ରିକେଟର୍‌ ଆହତ

ଲଣ୍ଡନ,୧୪।୧୨: ଇଂଲଣ୍ଡର କିମ୍ବଦନ୍ତୀ ଆଣ୍ଡ୍ର୍ୟୁ ଫ୍ଲିଣ୍ଟଫ ବଡ଼ କାର ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ସେ ଏକ ବିସିସିର ଲୋକପ୍ରିୟ ଟେଲିଭିଜନ ଶୋ ‘ଟପ ଗିଅର୍‌’ର ଶୁଟିଂ...

ଚଳିତବର୍ଷ ୨ଥର ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ

ନୂଆଦିଲ୍ଲୀ,୩।୮: ଅଗଷ୍ଟ ୨୭ରୁ ଏସିଆ କପ ଆରମ୍ଭ ହେବାକୁ ଯାଉଛି। ଏହି ପ୍ରତିଯୋଗିତାରେ ଚିରପ୍ରତିଦ୍ୱନ୍ଦ୍ୱୀ ଭାରତ ଏବଂ ପାକିସ୍ତାନ ପୁଣି ଥରେ ମୁହାଁମୁହିଁ ହେବେ। ଅଗଷ୍ଟ...

ଅଷ୍ଟ୍ରେଲିଆକୁ ମ୍ୟାଚ୍‌ ଜିତାଇ ଦେଲେନି

ସିଡନୀ,୧୧।୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ବର୍ଡର-ଗାଭାସ୍କର ଟ୍ରଫିର ତୃତୀୟ ମ୍ୟାଚ୍‌ ବିନା ହାର୍‌ ଜିତ୍‌ରେ ଶେଷ ହୋଇଛି। ୪୦୭ ରନ୍‌ର ବିଜୟ ଲକ୍ଷ୍ୟ...

ଭାରତୀୟ ଦଳର ଫିଲ୍ଡିଂ କୋଚ୍‌ ପାଇଁ ଆବେଦନ କଲେ ଜଣ୍ଟି ରୋଡ୍ସ

ମୁମ୍ବାଇ, ୨୫।୭ (ପି.ଟି.)- ଦକ୍ଷିଣ ଆଫ୍ରିକା ପୂର୍ବତନ କ୍ରିକେଟର୍‌ ତଥା ନବେ ଦଶକରେ ବିଶ୍ୱର ଶ୍ରେଷ୍ଠ ଫିଲ୍ଡର ବିବେଚିତ ହୋଇଥିବା ଜଣ୍ଟି ରୋଡ୍ସ ଭାରତୀୟ ଦଳର...

ଆଗାମୀ ଆଦେଶ ଯାଏଁ ସମସ୍ତ ସ୍କୁଲ ବନ୍ଦ

ନୂଆଦିଲ୍ଲୀ,୯।୪: ଦେଶରେ କରୋନା ସଂକ୍ରମଣ ଲଗାତର ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଶୁକ୍ରବାର ଏକ ବଡ଼...

Advertisement
Archives

Model This Week