କୋଭିଡ୍‌-୧୯: ଘରକୁ ଫେରିଲେ ପୂର୍ବତନ ହକି ଖେଳାଳି ଦିଓ୍ବାନ

ନୂଆଦିଲ୍ଲୀ,୧୫।୫(ପି.ଟି.): କୋଭିଡ-୧୯ ସଂକ୍ରମଣ କାରଣରୁ ଆମେରିକାରେ ଫସି ରହିଥିବା ପୂର୍ବତନ ହକି ଖେଳାଳି ତଥା ବିଶ୍ୱକପ୍‌ ବିଜେତା ଅଶୋକ ଦିଓ୍ବାନ ଶେଷରେ ଘରକୁ ଫେରିଛନ୍ତି। ଲକ୍‌ଡାଉନ୍‌ ଜାରି ରହିଥିବା କାରଣରୁ ଆମେରିକାର ଯାତ୍ରା କଟକଣା ଜାରି କରାଯାଇଥିଲା। ଫଳରେ ସେ ଭାରତ ଆସିପାରି ନ ଥିଲେ। ତେବେ ଶୁକ୍ରବାର ସେ ପ୍ରତ୍ୟାବର୍ତ୍ତନ କରିଛନ୍ତି।
ଆମେରିକାରେ ସେ ଭୟଙ୍କର ଭାବେ ଅସୁସ୍ଥ ହେବା ସହ ଫସି ରହିଥିଲେ। ଫଳରେ ସେ ସାହାଯ୍ୟ ପାଇଁ ଭାରତୀୟ ଅଲିମ୍ପିକ୍ସ ଆସୋସିଏଶନ (ଆଇଓଏ) ନରିନ୍ଦର ବାତ୍ରାଙ୍କୁ ଅନୁରୋଧ କରିଥିଲେ ଓ ତାଙ୍କ ସମସ୍ୟା ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇବା ପାଇଁ ନିବେଦନ କରିଥିଲେ। କ୍ରୀଡ଼ା ମନ୍ତ୍ରଣାଳୟ ମଧ୍ୟ ତାଙ୍କ ଅନୁରୋଧକୁ ବୈଦେଶିକ ମନ୍ତ୍ରଣାଳକୁ ଅବଗତ କରାଇଥିଲା।
ଏବେ ଦିଲ୍ଲୀକୁ ଫେରିଛି ଓ ଦ୍ୱାରକା ହୋଟେଲ ୧୪ ଦିନିଆ ବାଧ୍ୟତାମୂଳକ କ୍ୱାରେଣ୍ଟାଇନ୍‌ରେ ରହୁଛି ବୋଲି ଦିଓ୍ବାନ କହିଛନ୍ତି। ଆମେରିକାରେ ମୋର ସ୍ବାସ୍ଥ୍ୟରେ ଅବନତୀ ହୋଇଥିଲା। ତେବେ ନିଜ ଦେଶକୁ ଫେରିବା ପରେ ବହୁତ ଖୁସି ଅଛି। ସଙ୍କଟ ସମୟରେ ବରିଷ୍ଠ ଖେଳାଳି, ସହଯୋଗୀ, ହକି ପ୍ରଶଂସକ ଓ ବନ୍ଧୁ ମୋତେ ସାହାସ ଦେଇଥିଲେ। ଏବେ ମୋ ସ୍ବାସ୍ଥ୍ୟରେ ଉନ୍ନତି ହୋଇଛି ବୋଲି ବୋଲି ସେ କହିଛନ୍ତି।
୧୯୭୫ ହକି ବିଶ୍ୱକପ୍‌ ବିଜୟୀ ଦିଓ୍ବାନ କଷ୍ଟକର ସମୟରେ ସହାଯ୍ୟ ତଥା ସହାୟତା ପାଇଁ ବାତ୍ରା, କ୍ରୀଡ଼ା ମନ୍ତ୍ରୀ କିରେନ ରିଜିଜୁ ଓ ଆମେରିକା ସ୍ଥିତ ଭାରତୀୟ ଦୂତାବାସକୁ କୃତଜ୍ଞତା ଜଣାଇଛନ୍ତି। ସମର୍ଥନ ପାଇଁ ସେ ଦେଶବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଦିଓ୍ବାନ ୧୯୭୬ ଅଲିମ୍ପିକ ଭାରତୀୟ ଦଳର ସଦସ୍ୟ ଥିଲେ। ପୁଅ ସହ ସମୟ ବିତାଇବା ପାଇଁ ସେ ଗତ ଡିସେମ୍ବର ୧୨ତାରିଖରେ ଆମେରିକାର ସାକ୍ରାମେଣ୍ଟା ଯାତ୍ରା କରିଥିଲେ। ତାଙ୍କୁ ପୁଅ ସେଠାରେ ଚାକିରି କରୁଛନ୍ତି। ଏପ୍ରିଲ ୨୦ରେ ସେ ଭାରତ ଫେରିବାର କାର୍ଯ୍ୟକ୍ରମ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬ର ବିଜେତା ହେଲେ ଓଡ଼ିଶାର ଜ୍ୟୋତିର୍ମୟୀ ନାୟକ

ମୁମ୍ବାଇ / ଭୁବନେଶ୍ୱର: ଦେଶର ଅନ୍ୟତମ ଲୋକପ୍ରିୟ ସଙ୍ଗୀତ ଭିତ୍ତିକ ରିଆଲିଟି ସୋ’ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ (Indian Idol Season 16) ର ମୁକୁଟ ଜିତି…

ଭାରତୀୟ ମୁଦ୍ରା କଟକଣା କୋହଳ କଲା ନେପାଳ

ନୂଆଦିଲ୍ଲୀ, ୨୬।୭ : ଭାରତୀୟ ମୁଦ୍ରା ଉପରେ ଥିବା କଟକଣାକୁ କୋହଳ କରି ନେପାଳ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି । ବର୍ତ୍ତମାନ ଭାରତୀୟ ଏବଂ…

ଅଙ୍ଗନୱାଡି କେନ୍ଦ୍ରରେ ତାଲା, ସରକାରୀ ସୁବିଧାରୁ ବଞ୍ଚିତ ହେଲେ ଶିଶୁ

ବରଗଡ଼,୨୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ବ୍ଲକ ଅଧୀନ ହାଲୁପାଲି ପଞ୍ଚାୟତ ଅଧୀନ ନିଲଜି ଗ୍ରାମରେ ଭୋଟର ତାଲିକା ସଘନ ସଂଶୋଧନ ବେଳେ ଉପୁଜିଥିବା ଏକ କଥାକୁ…

ଅଧରପଣା ଲାଗି, ମହାପ୍ରଭୁ ଦଧିବାମନଙ୍କ ନୀଳାଦ୍ରି ବିଜେ

ବରଗଡ଼,୨୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଶ୍ରୀ ଶ୍ରୀ ଦଧିବାମନ ପୀଠରେ ଶ୍ରୀଶ୍ରୀ ଦଧିବାମନ ମହାପ୍ରଭୁଙ୍କ ଅଧରପଣା ନୀତି ରବିବାର ଅନୁଷ୍ଠିତ ହୋଇଯାଇଛି । ପରମ୍ପରା ଆଧାରରେ…

ବରଗଡ଼ ଏମ୍‌ପି ରଖିଲେ ବଡ଼ ଦାବି: ‘ବହ୍ନିକନ୍ୟା ପାର୍ବତୀ ଗିରିଙ୍କୁ ଜାତୀୟ ସମ୍ମାନ ଦିଆଯାଉ’

ବରଗଡ,୨୬।୭(ପ୍ରେମାନନ୍ଦ ଖମାରୀ): ଓଡ଼ିଶାର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ବୀରାଙ୍ଗନା ବହ୍ନିକନ୍ୟା ପାର୍ବତୀ ଗିରିଙ୍କୁ ଯଥୋଚିତ ଜାତୀୟ ସମ୍ମାନ ପ୍ରଦାନ ପାଇଁ ଲୋକ ସଭାରେ ବରଗଡ଼ ସାଂସଦ(ଏମ୍‌ପି) ପ୍ରଦୀପ…

ଦାଦନ ସାଜିଲା କାଳ: ବର୍ଷେ ବିତିବାକୁ ବସିଲା, ମିଳୁନି ନିଖୋଜ ଯୁବକଙ୍କ ସନ୍ଧାନ

ଥୁଆମୂଳ ରାମପୁର,୨୬।୭ (ଦୁର୍ଗା କୀର୍ତ୍ତି): ପେଟର ଭୋକ ଓ ପରିବାର ପ୍ରତିପୋଷଣ ପାଇଁ କେରଳକୁ ଦାଦନ ଖଟିବାକୁ ଯାଇଥିବା ଜଣେ ନିରୀହ ଯୁବକ ନିଖୋଜ ହେବାର ବର୍ଷେ…

ଗଞ୍ଜେଇ ପରିବହନ କରିବା ପାଇଁ ବସ୍‌କୁ କରିଥିଲେ ଅପେକ୍ଷା: ମାଡିବସିଲା ପୋଲିସ, ଜଣେ ଯୁବତୀଙ୍କ ସମେତ…

ମୋହନା, ୨୬।୭( ମନ୍ମଥ ମିଶ୍ର ) : ରବିବାର ମୋହନା ଥାନା ପୋଲିସ ସ୍ଥାନୀୟ ଅଞ୍ଚଳରେ ପାଟ୍ରୋଲିଂ କରୁଥିବାବେଳେ ରାଇସିଂ ଛକ ନିକଟରେ ଦୁଇଟି ବ୍ୟାଗରେ ବେଆଇନ…

ଦୀର୍ଘ ୯ ବର୍ଷ ପରେ ପୁଣି ଗ୍ରାମରେ ପହଞ୍ଚିଲା ଖୁସି, କନ୍ଧକୂଳ ସମାଜର ପାରମ୍ପରିକ ରୀତିନୀତିରେ ଫେରିଲେ ୩ ପରିବାର

କଲ୍ୟାଣସିଂହପୁର, ୨୬।୭(ଦୀପକ କୁମାର ପରିଡା ): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ସେରିଗୁମା ପଞ୍ଚାୟତର କଣାଗାଁରେ ଦେଖିବାକୁ ମିଳିଛି ଏକ ସାମାଜିକ ଓ ସାଂସ୍କୃତିକ ପୁର୍ନମିଳନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri