କୋଭିଡ୍‌-୧୯: ଘରକୁ ଫେରିଲେ ପୂର୍ବତନ ହକି ଖେଳାଳି ଦିଓ୍ବାନ

ନୂଆଦିଲ୍ଲୀ,୧୫।୫(ପି.ଟି.): କୋଭିଡ-୧୯ ସଂକ୍ରମଣ କାରଣରୁ ଆମେରିକାରେ ଫସି ରହିଥିବା ପୂର୍ବତନ ହକି ଖେଳାଳି ତଥା ବିଶ୍ୱକପ୍‌ ବିଜେତା ଅଶୋକ ଦିଓ୍ବାନ ଶେଷରେ ଘରକୁ ଫେରିଛନ୍ତି। ଲକ୍‌ଡାଉନ୍‌ ଜାରି ରହିଥିବା କାରଣରୁ ଆମେରିକାର ଯାତ୍ରା କଟକଣା ଜାରି କରାଯାଇଥିଲା। ଫଳରେ ସେ ଭାରତ ଆସିପାରି ନ ଥିଲେ। ତେବେ ଶୁକ୍ରବାର ସେ ପ୍ରତ୍ୟାବର୍ତ୍ତନ କରିଛନ୍ତି।
ଆମେରିକାରେ ସେ ଭୟଙ୍କର ଭାବେ ଅସୁସ୍ଥ ହେବା ସହ ଫସି ରହିଥିଲେ। ଫଳରେ ସେ ସାହାଯ୍ୟ ପାଇଁ ଭାରତୀୟ ଅଲିମ୍ପିକ୍ସ ଆସୋସିଏଶନ (ଆଇଓଏ) ନରିନ୍ଦର ବାତ୍ରାଙ୍କୁ ଅନୁରୋଧ କରିଥିଲେ ଓ ତାଙ୍କ ସମସ୍ୟା ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇବା ପାଇଁ ନିବେଦନ କରିଥିଲେ। କ୍ରୀଡ଼ା ମନ୍ତ୍ରଣାଳୟ ମଧ୍ୟ ତାଙ୍କ ଅନୁରୋଧକୁ ବୈଦେଶିକ ମନ୍ତ୍ରଣାଳକୁ ଅବଗତ କରାଇଥିଲା।
ଏବେ ଦିଲ୍ଲୀକୁ ଫେରିଛି ଓ ଦ୍ୱାରକା ହୋଟେଲ ୧୪ ଦିନିଆ ବାଧ୍ୟତାମୂଳକ କ୍ୱାରେଣ୍ଟାଇନ୍‌ରେ ରହୁଛି ବୋଲି ଦିଓ୍ବାନ କହିଛନ୍ତି। ଆମେରିକାରେ ମୋର ସ୍ବାସ୍ଥ୍ୟରେ ଅବନତୀ ହୋଇଥିଲା। ତେବେ ନିଜ ଦେଶକୁ ଫେରିବା ପରେ ବହୁତ ଖୁସି ଅଛି। ସଙ୍କଟ ସମୟରେ ବରିଷ୍ଠ ଖେଳାଳି, ସହଯୋଗୀ, ହକି ପ୍ରଶଂସକ ଓ ବନ୍ଧୁ ମୋତେ ସାହାସ ଦେଇଥିଲେ। ଏବେ ମୋ ସ୍ବାସ୍ଥ୍ୟରେ ଉନ୍ନତି ହୋଇଛି ବୋଲି ବୋଲି ସେ କହିଛନ୍ତି।
୧୯୭୫ ହକି ବିଶ୍ୱକପ୍‌ ବିଜୟୀ ଦିଓ୍ବାନ କଷ୍ଟକର ସମୟରେ ସହାଯ୍ୟ ତଥା ସହାୟତା ପାଇଁ ବାତ୍ରା, କ୍ରୀଡ଼ା ମନ୍ତ୍ରୀ କିରେନ ରିଜିଜୁ ଓ ଆମେରିକା ସ୍ଥିତ ଭାରତୀୟ ଦୂତାବାସକୁ କୃତଜ୍ଞତା ଜଣାଇଛନ୍ତି। ସମର୍ଥନ ପାଇଁ ସେ ଦେଶବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଦିଓ୍ବାନ ୧୯୭୬ ଅଲିମ୍ପିକ ଭାରତୀୟ ଦଳର ସଦସ୍ୟ ଥିଲେ। ପୁଅ ସହ ସମୟ ବିତାଇବା ପାଇଁ ସେ ଗତ ଡିସେମ୍ବର ୧୨ତାରିଖରେ ଆମେରିକାର ସାକ୍ରାମେଣ୍ଟା ଯାତ୍ରା କରିଥିଲେ। ତାଙ୍କୁ ପୁଅ ସେଠାରେ ଚାକିରି କରୁଛନ୍ତି। ଏପ୍ରିଲ ୨୦ରେ ସେ ଭାରତ ଫେରିବାର କାର୍ଯ୍ୟକ୍ରମ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୋଗାକାର ଟାଇଟଲ ନିକଟତର

ଲୁଜ୍‌ ଆର୍ଡିଡେନ୍‌, ୧୬ା୭-ସ୍ଲୋଭେନିଆର ଟାଡେଜ ପୋଗାକାର (ୟୁଏଇ ଟିମ୍‌ ଏମିରେଟ୍ସ) ଟୁର୍‌ ଡି ଫ୍ରାନ୍ସ ସାଇକେଲ ରେସ୍‌ର ୧୮ତମ ବିଜେତା ହୋଇଛନ୍ତି। ଏଥିସହିତ ସେ ଟାଇଟଲ...

ଖୋର୍ଦ୍ଧା ସାନପଦର ପଞ୍ଚାୟତର ୫ ଗାଁ ୭୨ ଘଣ୍ଟା ଶଟ୍‌ଡାଉନ

ଖୋର୍ଦ୍ଧା ଅଫିସ,୧୫।୬: ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ ଅନ୍ତର୍ଗତ ସାନପଦର ପଞ୍ଚାୟତରୁ ସୋମବାର ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ଜଣଙ୍କ ଗଞ୍ଜାମ ଫେରନ୍ତା।...

ଭଦ୍ରକରେ ୩ ପଞ୍ଚାୟତ କଣ୍ଟେନମେଣ୍ଟ ଜୋନ ଘୋଷଣା

ଭଦ୍ରକ ଅଫିସ,୨୮।୪: ଭଦ୍ରକ ଜିଲାରେ ମଙ୍ଗଳବାର ଆଉ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତ ସଂଖ୍ୟା ୧୯ରେ ପହଞ୍ଚିଛି। ମଙ୍ଗଳବାର ଚିହ୍ନଟ...

ଫେଡରର, ଜୋକୋଭିଚ୍‌ଙ୍କ ବିଜୟ ଅଭିଯାନ

ସିନସିନାଟି,୧୪।୮(ଏଏଫ୍‌ପି)- ଓ୍ବିମ୍ବେଲଡନ ଓପନ ଫାଇନାଲ ପରେ କିମ୍ବଦନ୍ତୀ ପୁରୁଷ ସିଙ୍ଗଲ୍ସ ଟେନିସ ଖେଳାଳି ରୋଜର ଫେଡରର ଓ ଶୀର୍ଷ ର଼୍ୟାଙ୍କଧାରୀ ନୋଭାକ ଜୋକୋଭିଚ୍‌ କୋର୍ଟକୁ ବିଜୟ...

ସଞ୍ଜିତାଙ୍କ ଉପରୁ ଡୋପିଂ ମାମଲା ପ୍ରତ୍ୟାହୃତ

ନୂଆଦିଲ୍ଲୀ,୧୦।୬(ପି.ଟି.): ଭାରତୀୟ ମହିଳା ଭାରୋତ୍ତୋଳିକା ସଞ୍ଜିତା ଚାନୁଙ୍କ ଉପରେ ଲାଗୁ କରାଯାଇଥିବା ଡୋପିଂ ମାମଲା ପ୍ରତ୍ୟାହାର କରାଯାଇଛି। ଅନ୍ତର୍ଜାତୀୟ ଓ୍ବେଟ ଲିଫ୍ଟିଂ ଫେଡେରେଶନ (ଆଇଡବ୍ଲ୍ୟଏଫ୍‌) ତାଙ୍କ...

ସାରା ବିଶ୍ୱ ପାଇଁ ଉଦାହରଣ ସାଜିଛି ଓଡ଼ିଶା, ସରକାରଙ୍କ ପଦକ୍ଷେପକୁ ସମର୍ଥନ କରିଥିବାରୁ ମୁଁ ଋଣି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୮।୫(ବ୍ୟୁରୋ): କୋଭିଡ ଯୁଦ୍ଧରେ ଲୋକଙ୍କ ଜୀବନ ବଞ୍ଚାଇବାରେ ଓଡ଼ିଶା ଆଜିକା ଦିନରେ କେବଳ ଭାରତ ବର୍ଷରେ ନୁହେଁ ସାରା ବିଶ୍ୱରେ ଏକ ଉଦାହରଣ ସୃଷ୍ଟି କରିଛି।...

ପିତାଙ୍କ ବାଓପିକ୍‌ରେ ନଜର ଆସିବେ ଏହି କ୍ରିକେଟରଙ୍କ ଝିଅ

୧୯୮୩ରେ ଭାରତୀୟ କ୍ରିକେଟ ଟିମ୍‌ର ବିଶ୍ୱକପ ବିଜୟକୁ ନେଇ ତିଆରି ହୋଇଛି। ଫିଲ୍ମ ’୮୩’। ଏହି ଫିଲ୍ମରେ ରଣବୀର ଭାରତୀୟ କ୍ରିକେଟ ଟିମ୍‌ କ୍ୟାପଟେନ୍‌ କପିଲ...

ଘରେ ରହିବାକୁ ଅମଙ୍ଗ ଲଣ୍ଡନ ଲୋକେ: ଲକ୍‌ଡାଉନ୍‌ ବଢ଼ିପାରେ ୧୨ ସପ୍ତାହ; ଖିଲାପକାରୀଙ୍କୁ ୯୩ ହଜାର ଜରିମାନା

ଲଣ୍ଡନ,୨୯।୩: କରୋନା ସଂକ୍ରମଣ ସାରା ପୃଥିବୀରେ ଆତଙ୍କ ସୃଷ୍ଟି କରିଛି। ଇଂଲଣ୍ଡରେ ମଧ୍ୟ ଏହାର ପ୍ରଭାବ ଜାରି ରହିଛି। ସୁରକ୍ଷା ଦୃଷ୍ଟିରୁ ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍‌...

Advertisement
Archives

Model This Week