କୋଭିଡ୍‌ ଫଣ୍ଡ୍‌କୁ ୩,୫୧,୧୧୧ ଟଙ୍କା ପ୍ରଦାନ: ଚେକ୍‌ ଗ୍ରହଣ କଲେ ଗଞ୍ଜାମ ଜିଲାପାଳ

ଶେରଗଡ଼,୧୩ା୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ ବ୍ଲକ ସମ୍ମୁଖରେ ସୋମବାର ସକାଳେ ଗଞ୍ଜାମ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେ ପହଞ୍ଚି ୩ଲକ୍ଷ ୫୧ ହଜାର ୧ ଶହ ୧୧ ଟଙ୍କାର ଏକ ଚେକ୍‌ ଗ୍ରହଣ କରିଛନ୍ତି। ଉକ୍ତ ଚେକ୍‌ ଶେରଗଡ଼ ବ୍ଲକର ସମସ୍ତ ସରପଞ୍ଚ, ସମିତିସଭ୍ୟ, ଜିଲାପରିଷଦ ସଭ୍ୟ ଓ ଶେରଗଡ଼ ବ୍ଲକର ବଦାନ୍ୟ ବ୍ୟକ୍ତି ରାଜ୍ୟ କୋଭିଡ୍‌ ଫଣ୍ଡକୁ ଉକ୍ତ ରାଶି ପ୍ରଦାନ କରିଛନ୍ତି। ଏହି ସମୟରେ ଜିଲାପାଳ ବ୍ଲକର ମନରେଗା କାର୍ଯ୍ୟ ତୁରନ୍ତ ଆରମ୍ଭ କରିବାକୁ ବିଡିଓ ସୁରଞ୍ଜନ କୁମାର ସାହୁଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପରେ ଜିଲାପାଳ ସ୍ଥାନୀୟ ରାମଚଣ୍ଡୀ ମନ୍ଦିର ରାସ୍ତାରେ ତହସିଲଦାର ଡ. ଦୟାସିନ୍ଧୁ ପରିଡ଼ାଙ୍କୁ ଭେଟି ମନ୍ଦିରର ସ୍ଥିତି ସମ୍ପର୍କରେ ପଚାରି ବୁଝିଥଲେ। ବ୍ଲକ ଅଧ୍ୟକ୍ଷା ସାରସ ସ୍ବାଇଁ, ବ୍ଲକ ଉପାଧ୍ୟକ୍ଷ ବିଶ୍ୱନାଥ ସ୍ବାଇଁ, ଜିଲାପରିଷଦ ସଭ୍ୟ ପ୍ରମୋଦ କୁମାର ପାତ୍ର, ପୂର୍ବତନ ବ୍ଲକ ଅଧ୍ୟକ୍ଷ ବାବୁଲା କୁମାର ଚୌଧୁରୀ, ବ୍ଲକ ବିଜେଡି ସଭାପତି ଶରତ ଚନ୍ଦ୍ର ପାତ୍ର, ଯୁବ ବିଜେଡି ସଭାପତି ସନ୍ତୋଷ କୁମାର ପଟ୍ଟନାୟକ, ହୃଷୀକେଶ ପାଢ଼ୀ,ଦୁର୍ଗାମାଧବ ବିଷୋୟୀ ପ୍ରମୁଖ ଏହି ସମୟରେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌ ଡିକି ଭାଙ୍ଗି ୬୯ ହଜାର ଲୁଟ୍‌

ଯୋଡ଼ା, ୨୭।୧୧(ଡି.ଏନ.ଏ.): କେନ୍ଦୁଝର ଜିଲା ଯୋଡା ସହରରେ ଥିବା ସୁଜୁକି ବାଇକ୍‌ ସୋରୁମ୍‌ ସମୁଖରୁ ଜଣେ ବ୍ୟକ୍ତିଙ୍କ ବାଇକ୍‌ ଡିକି ଭାଙ୍ଗି ୬୯ ହଜାର ଟଙ୍କା...

ଘର ଦୁଆରକୁ ଯାଇ ସ୍ବାସ୍ଥ୍ୟ ସ୍କ୍ରିନିଂ କରୁଛନ୍ତି ଡାକ୍ତରୀ ଟିମ୍‌: ସହଯୋଗ କରିବାକୁ କହିଲେ ସ୍ବତନ୍ତ୍ର ଏଡିଏମ୍‌

ଛତ୍ରପୁର, ୧୮।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ବିଭିନ୍ନ ସହରାଞ୍ଚଳରେ ଘର ଦୁଆରେ ଡାକ୍ତରୀ ଟିମ୍‌ ତଥା ରାପିଡ୍‌ ରେସ୍‌ପନ୍ସ ଟିମ୍‌ ପହଞ୍ଚି ପରିବାର ସଦସ୍ୟଙ୍କ ସ୍ବାସ୍ଥ୍ୟ ସ୍କ୍ରିନିଂ...

୧୦୪୭ କୋଟିର ଯୋଜନା ଅନୁମୋଦନ

ଜଗତ୍‌ସିଂହପୁର ଅଫିସ, ୨୫ା୧୨: ଜିଲାପାଳଙ୍କ କାର୍ଯ୍ୟାଳୟ ପରିସର ସଦ୍‌ଭାବନା ସଭାଗୃହରେ ଶୁକ୍ରବାର ଅପରାହ୍ନରେ ଜିଲା ଯୋଜନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ୨୦୨୧-୨୨...

ଦେଶରେ ୪୨ହଜାର ଅତିକ୍ରମ କଲା କରୋନା ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ,୪।୫: ଦେଶରେ ସୋମବାର ସକାଳ ସୁଦ୍ଧା କରୋନା ସଂକ୍ରମିତଙ୍କ ସଂଖ୍ୟା ପହଞ୍ଚିଛି ୪୨,୫୩୩ରେ। ଏମାନଙ୍କ ମଧ୍ୟରୁ ୧,୩୭୩ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି। ଗତ ୨୪ ଘଣ୍ଟା...

ଆମପାଣି ଘାଟିରେ ସଡକ ଦୁର୍ଘଟଣା, ଚାଲିଗଲା ଜଣଙ୍କ ଜୀବନ

କୋକସରା,୨୭।୭(ଡି.ଏନ.ଏ): କଳାହାଣ୍ଡି ନବରଙ୍ଗପୁର ସୀମାନ୍ତ ୨୬ ନମ୍ବର ଜାତୀୟ ରାଜପଥ ଆମପାଣି ଘାଟିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ...

ବଜ୍ରପାତରେ ୨ ମୃତ , ୨ ଗୁରୁତର

ଆନନ୍ଦପୁର, ୬। ୧୦(ସ୍ବ.ପ୍ର.)- ଆନନ୍ଦପୁର ପୌରପରିଷଦ ପଦ୍ମପୁର ଠାରେ ବଜ୍ରପାତରେ ୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨ ଜଣ ଗୁରୁତର ହୋଇ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ...

ଶାଳୀକୁ ବଳାତ୍କାର କଲା ଭିଣୋଇ

ରାଉରକେଲା ଅଫିସ,୨୦ା୧: ସୁନ୍ଦରଗଡ଼ ଜିଲା ଟାଙ୍ଗରପାଲି ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ତାଙ୍କ ଭିଣୋଇ ବଳାତ୍କାର କରିଥିବା ଅଭିଯୋଗରେ ପୋଲିସ ଗିରଫ କରିଛି। ପୋଲିସ ସୂଚନା...

କରୋନା ଭାଇରସକୁ ସବୁଦିନ ପାଇଁ ହଟାଇ ଦେବି: ଟ୍ରମ୍ପ

ୱାଶିଂଟନ,୧୧ ।୧୦: ଆମେରିକା ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପ କରୋନାରେ ପୀଡ଼ିତ ହେବା ପରେ ଚିକିତ୍ସିତ ହୋଇ ଘରକୁ ଫେରି ଆସିଛନ୍ତି । ଏତିବି ବେଳେ ସେ...

Advertisement
Archives

Model This Week