କୋଭିଡ୍‌ ପରିଚାଳନାରୁ ହଟିଲେ ୯ ବରିଷ୍ଠ ଆଇଏଏସ୍‌ ଅଫିସର

ଭୁବନେଶ୍ୱର,୫ା୬(ବ୍ୟୁରୋ)- ବରିଷ୍ଠ ଆଇଏଏସ୍‌ ଅଧିକାରୀ ହେମନ୍ତ ଶର୍ମାଙ୍କୁ ରାଜ୍ୟ ସରକାର କୋଭିଡ୍‌-୧୯ ପାଇଁ ଆବଶ୍ୟକ ସାମଗ୍ରୀ କ୍ରୟ କମିଟିର ମୁଖ୍ୟ ପଦବୀରୁ ଅବ୍ୟାହତି ଦେଇଛନ୍ତି। ଏଥିସହିତ ଆହୁରି ୯ ଜଣ ଆଇଏଏସ୍‌ ଅଫିସରଙ୍କୁ ମଧ୍ୟ କୋଭିଡ୍‌ ପରିଚାଳନା ଅତିରିକ୍ତ ଦାୟିତ୍ୱରୁ ହଟାଇ ଦେଇଛନ୍ତି। ଏନେଇ ଶୁକ୍ରବାର ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଶର୍ମା ଶିଳ୍ପ ବିଭାଗର ପ୍ରମୁଖ ସଚିବ ଥିବା ବେଳେ ଏମ୍‌ଏସ୍‌ଏମ୍‌ଇ ବିଭାଗର ଅତିରିକ୍ତ ଦାୟିତ୍ୱରେ ରହିଛନ୍ତି। କୋଭିଡ୍‌ ସଂକ୍ରମଣକୁ ଦେଖି ସରକାର ତାଙ୍କୁ ଚିକିତ୍ସା ସାମଗ୍ରୀ କ୍ରୟ କମିଟିର ମୁଖ୍ୟ ପଦବୀରେ ଅତିରିକ୍ତ ଦାୟିତ୍ୱ ଦେଇଥିଲେ ।
କିଛିଦିନ ପୂର୍ବରୁ ଓଡ଼ିଶା ରାଜ୍ୟ ଔଷଧ ନିଗମ(ଓଏସ୍‌ଏମ୍‌ସିଏଲ୍‌) ଗୋଦାମ ସମ୍ମୁଖରେ ପିପିଇ, ମାସ୍କ ଏବଂ ସାନିଟାଇଜର ବୋଝେଇ ୨୦ରୁ ଊର୍ଦ୍ଧ୍ୱ ଟ୍ରକ୍‌ ୩ /୪ ଦିନ କାଳ ଛିଡା ହୋଇ ରହିଲା। ସେହି ସାମଗ୍ରୀଗୁଡିକୁ ନିଗମ ଗ୍ରହଣ କରି ନ ଥିଲା। ଏ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ମେ ୩୧ ତାରିଖରେ ସରକାର କେବଳ ପିପିଇ ସାମଗ୍ରୀ ଗ୍ରହଣ କରିଥିଲେ। ମେ ୨୦ ତାରିଖ ପୂର୍ବରୁ ମାସ୍କ ଓ ସାନିଟାଇଜର ଯୋଗାଇଦେବାକୁ କୁହାଯାଇଥିବା ବେଳେ ଏହି ଡେଡ୍‌ଲାଇନ ପରେ ଉକ୍ତ ସାମଗ୍ରୀ ବୋଝେଇ କିଛି ଟ୍ରକ୍‌ ଆସିଥିଲା। ଡେଡ୍‌ଲାଇନ ପରେ ଅର୍ଥାତ୍‌ ମେ ୩୧ ପରେ ଯୋଗାଣକାରୀ ସଂସ୍ଥାର କୌଣସି ସାମଗ୍ରୀ ଗ୍ରହଣ ନ କରିବାକୁ ଓଏସ୍‌ଏମ୍‌ସିଏଲ୍‌ ପରିଚାଳନା ନିର୍ଦ୍ଦେଶକ ଯାମିନ ଷଡ଼ଙ୍ଗୀ ଗଣମାଧ୍ୟମକୁ କହିଥିଲେ।
ମିଳିଥିବା ସୂଚନା ଅନୁଯାୟୀ ଓଏସ୍‌ଏମ୍‌ସିଏଲ୍‌ ୧୫.୭ ଲକ୍ଷ ପିପିଇ, ୨.୨ କୋଟି ତ୍ରିସ୍ତରୀୟ ମାସ୍କ, ୭.୫ ଲକ୍ଷ ଏନ୍‌୯୫ ମାସ୍କ ଏବଂ ୧.୭ କୋଟି ନୋଜ କ୍ଲିପ୍‌ ମାସ୍କ ସ୍ବାସ୍ଥ୍ୟକର୍ମୀଙ୍କ ସୁରକ୍ଷା ପାଇଁ ଅର୍ଡର କରିଥିଲା। ମେଡିକାଲ ସାମଗ୍ରୀ କ୍ରୟ କମିଟି ପ୍ରଥମ ପର୍ଯ୍ୟାୟରେ ମେ ୩୧ ସୁଦ୍ଧା ପିପିଇ ଯୋଗାଇବାକୁ ଯୋଗାଣକାରୀ ସଂସ୍ଥାକୁ ଅର୍ଡର ଦେଇଥିବା ବେଳେ ପରେ ତାହାକୁ ମେ ୨୬କୁ ବୃଦ୍ଧି କରାଯାଇଥିଲା। ଉକ୍ତ ସାମଗ୍ରୀ ନିର୍ଦ୍ଧାରିତ ସମୟରେ ନ ପହଞ୍ଚିବାରୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଯୋଗାଣକାରୀ ସଂସ୍ଥାକୁ ଜଣାଇଥିଲେ ଯେ ଓଡ଼ିଶାରେ ପର୍ଯ୍ୟାପ୍ତ ପରିମାଣର ପିପିଇ କିଟ୍‌, ମାସ୍କ ଏବଂ ଅନ୍ୟାନ୍ୟ ସୁରକ୍ଷା ଉପକରଣ ଗଚ୍ଛିତ ଅଛି। ଏହାକୁ ଓଡ଼ିଶା ନ ପଠାଇ ଆବଶ୍ୟକ କରୁଥିବା ଅନ୍ୟ ରାଜ୍ୟକୁ ଦେବା ପାଇଁ ଜଣାଇଥିଲେ। ଏହା ସତ୍ତ୍ୱେ ଉକ୍ତ ଚିକିତ୍ସା ଉପକରଣ ବୋଝେଇ ଟ୍ରକ୍‌ ଓଡ଼ିଶାରେ ପହଞ୍ଚିଥିଲା। ଏହାକୁ ନେଇ ବିବାଦ ଦେଖା ଦେଇଥିଲା। ଭାଜପା ଓ କଂଗ୍ରେସ ରାଜ୍ୟ ସରକାରଙ୍କୁ ଏ ନେଇ ସମାଲୋଚନା କରିଥିଲେ।
ଅନ୍ୟପକ୍ଷରେ ରାଜ୍ୟ ସରକାର ୯ ଜଣ ଆଇଏଏସ୍‌ ଅଫିସରଙ୍କୁ ମଧ୍ୟ କୋଭିଡ୍‌-୧୯ ପରିଚାଳନା ଦାୟିତ୍ୱରୁ ଅବ୍ୟାହତି ଦେଇଛନ୍ତି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ପ୍ରମୁଖ ସଚିବ ଥିବା ଅନୁ ଗର୍ଗଙ୍କୁ କୋଭିଡ୍‌-୧୯ ପ୍ରଶିକ୍ଷଣ ଏବଂ ଇଆଇସି କାର୍ଯ୍ୟକ୍ରମର ଅତିରିକ୍ତ ଦାୟିତ୍ୱ ଦିଆଯାଇଥିବା ବେଳେ ଓଡ଼ିଶା ଖଣି ନିଗମ(ଓଏମ୍‌ସି) ସିଏମ୍‌ଡି ଭିନିଲ କ୍ରିଷ୍ଣାଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶ ଦାତାଙ୍କ ଓଏସ୍‌ଡି , ଜଳ ସମ୍ପଦ ବିଭାଗ ସଚିବ ସୁରେନ୍ଦ୍ର କୁମାରଙ୍କୁ ରାଜ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣର ନୋଡାଲ ଅଫିସର, କ୍ରୀଡା ଓ ଯୁବସେବା ବ୍ୟାପାର ବିଭାଗର ସଚିବ ବିଶାଳ କୁମାର ଦେବଙ୍କ ମୁଖ୍ୟ ଶାସନ ସଚିବଙ୍କ ଓଏସ୍‌ଡି ଏବଂ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସ୍ବତନ୍ତ୍ର ସଚିବ, ପୂର୍ତ୍ତ ବିଭାଗର ସଚିବ କ୍ରିଷନ କୁମାରଙ୍କୁ କୋଭିଡ୍‌-୧୯ ଡିଜିଟାଲ ରେସ୍‌ପନ୍ସ ସିଷ୍ଟମ ଏବଂ ପ୍ରବାସୀଙ୍କ ବାଧ୍ୟତାମୂଳକ ନାମ ପଞ୍ଜୀକରଣ ସକାଶେ ପୋର୍ଟାଲ ସୃଷ୍ଟି କରିବା ଅତିରିକ୍ତ ଦାୟିତ୍ୱ ଦିଆଯାଇଥିଲା। ସେହିପରି ମହିଳା ଓ ଶିଶୁ କଲ୍ୟାଣ ବିଭାଗ ନିର୍ଦ୍ଦେଶକ ଅରବିନ୍ଦ ଅଗ୍ରଓ୍ବାଲଙ୍କୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପ୍ରମୁଖ ସଚିବଙ୍କୁ କୋଭିଡ୍‌ ପରିଚାଳନାରେ ସହାୟତା କରିବା ପାଇଁ ଅତିରିକ୍ତ ଦାୟିତ୍ୱ ଦିଆଯାଇଥିବା ବେଳେ ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବଙ୍କୁ ମୁଖ୍ୟ ଶାସନ ସଚିବ ଓଏସ୍‌ଡି, ଓଏସ୍‌ଇପିଏର ରାଜ୍ୟ ରାଜ୍ୟ ପ୍ରକଳ୍ପ ଅଧିକାରୀ ଭୂପେନ୍ଦ୍ର ସିଂ ପୁନିଆଙ୍କୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପ୍ରମୁଖ ସଚିବଙ୍କୁ ସହାୟତା କରିବା, ଓଡିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷ ନିର୍ଦ୍ଦେଶକଙ୍କୁ ମହିଳା ଓ ଶିଶୁ ବିକାଶ ବିଭାଗ ସଚିବ, ଶ୍ରମ ଓ କର୍ମଚାରୀ ବୀମା ବିଭାଗ ସଚିବଙ୍କୁ କୋଭିଡ୍‌ ପରିଚାଳାନାରେ ସହାୟତା କରିବା ନେଇ ଅତିରିକ୍ତ ଦାୟିତ୍ୱ ଦିଆଯାଇଥିଲା। ତେବେ ଉକ୍ତ ଆଇଏଏସ୍‌ଙ୍କୁ ସରକାର ଅତିରିକ୍ତ ସମସ୍ତ କୋଭିଡ୍‌ ପରିଚାଳନା ଦାୟିତ୍ୱରୁ ମୁକ୍ତ କରି ଦେଇଛନ୍ତି। କୋଭିଡ୍‌ ପରିଚାଳନାରେ ଅଫିସରମାନଙ୍କ କାର୍ଯ୍ୟକୁ ମୁଖ୍ୟ ଶାସନ ସଚିବ ପ୍ରଶଂସା କରି ଟୁଇଟ କରିଛନ୍ତି। ସେ କହିଛନ୍ତି ଯେ ମେଡିକାଲ ଉପକରଣ କ୍ରୟ, ସ୍ବାସ୍ଥ୍ୟକର୍ମୀଙ୍କୁ ତାଲିମ ଦେବା, ରେଳ ଓ ବସ୍‌ରେ ଆସିଥିବା ପ୍ରବାସୀଙ୍କୁ କ୍ୱାରାଣ୍ଟାଇନ ସେଣ୍ଟରରେ ରଖିବା ଆଦି କାର୍ଯ୍ୟକୁ ଅତ୍ୟନ୍ତ ଦକ୍ଷତା ସହ ତୁଲାଇଛନ୍ତି। ତେବେ ଆଇଏଏସ୍‌ମାନଙ୍କୁ ଦାୟିତ୍ୱରୁ ହଟାଇବାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି।


Enter your email to get our daily news in your inbox.

All Right Reserved By Dharitri.Com

କଦଳୀ ଭେଳାରେ ମା’ ମନସାଙ୍କୁ ପୂଜା କରନ୍ତି ବଙ୍ଗୀୟ ସମ୍ପ୍ରଦାୟ, ଏହା ପଛର କାରଣ ଜାଣିଲେ…

ମହାକାଳପଡ଼ା, ୧୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ବିଧି ଓ ପରମ୍ପରା ଅନୁସାରେ ବଙ୍ଗୀୟ ଶ୍ରଦ୍ଧାଳୁମାନେ କଦଳୀ ଭେଳାରେ ମା’ ମନସା ଦେବୀଙ୍କୁ ପୂଜା କଲେ ସନ୍ତୁଷ୍ଟ ହୋଇ ସର୍ପ…

ପାର୍ବଣ ପୂର୍ବରୁ ମହଙ୍ଗା ମାଡ଼: ୮ ଟଙ୍କା ବଢ଼ିପାରେ କ୍ଷୀର ମୂଲ୍ୟ! ରାଜ୍ୟ ସରକାରଙ୍କୁ ୩ ଦିନିର ଅଲ୍ଟିମେଟମ ଦେଲେ…

ନୂଆଦିଲ୍ଲୀ,୧୯।୯: କର୍ନାଟକରେ ପାର୍ୱଣ ଋତୁ ପୂର୍ୱରୁ ଲୋକଙ୍କୁ ଆଉ ଏକ ବଡ଼ ଝଟକା ଲାଗିପାରେ। ଏଠାରେ ଖୁବ ଶୀଘ୍ର କ୍ଷୀର ଦରରେ ବଡ଼ ଧରଣର ବୃଦ୍ଧି ଦେଖିବାକୁ…

ନୂଆ ଆଇନରେ ସ୍ବାକ୍ଷର କଲେ ଟ୍ରମ୍ପ: ଭାରତ ଉପରେ କ’ଣ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ,୧୯।୯: ରୁଷିଆ ଓ ଇରାନ ବିରୋଧରେ ଆମେରିକାର ନୂଆ ପଦକ୍ଷେପକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚା ଜୋର ଧରିଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଲିଣ୍ଡସେ ଓ.…

ମମତାଙ୍କ କୋଳ ଶୂନ୍ୟ କରିଦେଲା ଋଷିକୁଲ୍ୟା: ଖେଳିଗଲା ଶୋକର ଛାୟା

ପୁରୁଷୋତ୍ତମପୁର,୧୯।୯ (ସବିତା ମିଶ୍ର): ଗଣେଶ ମୂର୍ତ୍ତି ବିସର୍ଜନବେଳେ ଋଷିକୁଲ୍ୟା ନଦୀରେ ଭାସିଯାଇ ନିଖୋଜ ହୋଇଥିବା ଛାତ୍ର ସୁମିତ କୁମାର ମିଶ୍ରଙ୍କ ମୃତଦେହ ଶନିବାର ଉଦ୍ଧାର ହୋଇଛି। ପୁରୁଷୋତ୍ତମପୁର…

ଭାରତ ପାଇଁ ଡେବ୍ୟୁ କଲେ ବୀରେନ୍ଦ୍ର ସେହ୍ବାଗଙ୍କ ପୁଅ: ପ୍ରଥମ ମ୍ୟାଚ୍‌ରେ କଲେ ଏମିତି କାରନାମା

ରାଜକୋଟ,୧୯।୯: ବାପାଙ୍କ ଭଳି କ୍ରିକେଟ ମଇଦାନରେ ପାଦ ଥାପିବାର ଆର୍ଯ୍ୟବୀର ସେହ୍ବାଗଙ୍କ ଅପେକ୍ଷା ଶେଷ ହୋଇଛି। ଅଷ୍ଟ୍ରେଲିଆ ଅଣ୍ଡର-୧୯ ବିପକ୍ଷରେ ରାଜକୋଟରେ ଖେଳାଯାଇଥିବା ମ୍ୟାଚ୍‌ରେ ସେ ପ୍ରଥମଥର…

ଗଞ୍ଜାମ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ଶହ ଶହ ରୋଗୀ ନିର୍ଭରଶୀଳ: ମାତ୍ର ୨ଟି ବେଡ୍‌ରେ ଚାଲିଛି ଚିକିତ୍ସା

ଗଞ୍ଜାମ,୧୯।୯(ବିଦ୍ୟାଧର ସାହୁ): ଗଞ୍ଜାମ ସହର ବଡ଼ବଜାରସ୍ଥିତ ବହୁ ପୁରାତନ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପରିଣତ କରିବା ଦାବି ଜୋର ଧରିଛି। ରାଜପଥ ପାର୍ଶ୍ୱରେ ଅବସ୍ଥିତ ଏହି…

କଠୋର ଆଭିମୁଖ୍ୟ

ସପ୍ତାହେ ମଧ୍ୟରେ ୪ଜଣ ବରିଷ୍ଠ ଅଧିକାରୀଙ୍କୁ ସେମାନଙ୍କର ମୂଳ କ୍ୟାଡରକୁ ଫେରାଇ ଦିଆଯିବା ଏକ ଉଲ୍ଲେଖନୀୟ ଘଟଣା। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଏକ ବର୍ଦ୍ଧିତ ‘କୁଲିଂ-ଅଫ୍‌’…

୬ ବର୍ଷର ଶିଶୁକନ୍ୟାଙ୍କୁ ବଳାତ୍କାର କଲେ କାକା: ଘର ପଛପଟକୁ ନେଇ…

ପାଟଣା,୧୯ା୯(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ଥାନା ଅଞ୍ଚଳରେ ଜଣେ ୬ ବର୍ଷୀୟା ଶିଶୁ କନ୍ୟାଙ୍କୁ ସମ୍ପର୍କୀୟ କାକା ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଏନେଇ ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?