Posted inଖେଳ

କୋଡିଡ୍‌-୧୯ ମହାମାରୀ: ଭାରତର ଶ୍ରୀଲଙ୍କା ଗସ୍ତ ବି ବାତିଲ

ନୂଆଦିଲ୍ଲୀ,୧୨।୬: କୋଭିଡ୍‌-୧୯ ମହାମାରୀ କାରଣରୁ ଭାରତୀୟ କ୍ରିକେଟ ଦଳର ଶ୍ରୀଲଙ୍କା ଗସ୍ତ ମଧ୍ୟ ବାତିଲ ହୋଇଛି। ଗୁରୁବାର ଭାରତର ଏହି ସୀମିତ ଓଭର ଗସ୍ତକୁ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏବେକାର ପରିସ୍ଥିତିରେ କୌଣସି ସରିଜ ଆୟୋଜନ କରିବା ସମ୍ଭବ ନୁହେଁ ବୋଲି ଉଭୟ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଓ ଶ୍ରୀଲଙ୍କା କ୍ରିକେଟ ବୋର୍ଡ (ଏସ୍‌ଏଲ୍‌ସି) ସହମତି ପ୍ରକାଶ କରିଛନ୍ତି।
ଏହି ଗସ୍ତରେ ଭାରତ ଶ୍ରୀଲଙ୍କା ବିପକ୍ଷରେ ୩ଟି ଲେଖାଏ ଦିନିକିଆ ଓ ଟି୨୦ ମ୍ୟାଚ୍‌ ଖେଳିବାର କାର୍ଯ୍ୟକ୍ରମ ଥିଲା। ମ୍ୟାଚ୍‌ଗୁଡିକର ତାରିଖ ଘୋଷଣା ହୋଇ ନ ଥିଲା। ତେବେ ଏହି ସିରିଜକୁ ପରେ ଆୟୋଜନ କରାଯାଇପରେ ବୋଲି ବିସିସିଆଇ କୋଷାଧ୍ୟକ୍ଷ ଆରୁନ ଧୁମାଲ କହିଛନ୍ତି। ପୂର୍ବରୁ ଏହି ସରିଜ ବାତିଲ ହେବ ବୋଲି ଆଶା କରାଯାଉଥିଲା। କାରଣ ଭାରତୀୟ କ୍ରିକେଟରମାନେ ଏପର୍ଯ୍ୟନ୍ତ ସେମାନଙ୍କ ଟ୍ରେନିଂ ତଥା ଅଭ୍ୟାସ ଆରମ୍ଭ କରିପାରି ନାହାନ୍ତି। ଭାରତରେ ଏବେ କରୋନ ସମସ୍ୟା ଭୟଙ୍କର ସ୍ଥିତିରେ ପହଞ୍ଚିଛି। ମ୍ୟାଚ୍‌ ଫିଟ୍‌ନେସ ହାସଲ କରିବା ପାଇଁ ଖେଳାଳିମାନେ ଅତିକମ୍‌ରେ ୬ ସପ୍ତାହର ଟ୍ରେନିଂ କରିବା ଜରୁରୀ। ଅଗଷ୍ଟରେ ଏହି ସିରିଜ ଆୟୋଜନ କରାଯିବାକୁ ପ୍ରୟାସ କରାଯିବ ବୋଲି ଦୁଇ ଦେଶର ବୋର୍ଡ କହିଛନ୍ତି। ଦଳ ଅଭ୍ୟାସ କରିନାହିଁ। ପୁଣି ଅନ୍ତର୍ଜାତୀୟ ଯାତ୍ର ନେଇ କଟକଣା କେବେ ଉଠିବ ସେ ନେଇ ଆମେ ନିଶ୍ଚିତ ନୋହୁଁ। ତେଣୁ ଜୁନ୍‌- ଜୁଲାଇରେ ଏହି ସିରିଜ ଆୟୋଜନ କରିବା ସମ୍ଭବପର ନୁହଁ ବୋଲି ଧୁମାଲ କହିଛନ୍ତି। ବିସିସିଆଇ ମଧ୍ୟ ଶ୍ରୀଲଙ୍କାକୁ ଏ ନେଇ ଅବଗତ କରାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗେରୁଆ ରଙ୍ଗର ଜର୍ସିକୁ ନେଇ ହକି ଇଣ୍ଡିଆର ସ୍ପଷ୍ଟୀକରଣ, କାହିଁକି ବଛାଗଲା ଏହି ରଙ୍ଗ କହିଲା କାରଣ

ନୂଆଦିଲ୍ଲୀ,୩୦।୭: ଭାରତୀୟ ହକି ଟିମ୍‌ ଉଭୟ ପୁରୁଷ ଓ ମହିଳା ଟିମର ଜର୍ସିର ରଙ୍ଗ ନୀଳରୁ ଗେରୁଆ କରିଛି । ଗେରୁଆ ଜର୍ସିରେ ୨୦୨୬ FIH ହକି…

Shukra Gochar: ୪ ରାଶିଙ୍କ ଅଯଥା ହେବ ଧନ ହାନୀ! ହଠାତ୍ ଚାକିରିରୁ ହେବେ ବିଦା..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆଜି, ଶୁକ୍ର ଗ୍ରହ ଉତ୍ତରାଫାଲଗୁନି ନକ୍ଷତ୍ରରେ ପ୍ରବେଶ କରିଛନ୍ତି। ସକାଳ ୪:୫୬ ସମୟରେ ହୋଇଥିବା ଶୁକ୍ରଙ୍କ ଏହି ଗୋଚର ଶୁଭ, କିନ୍ତୁ ଏପରି…

ଲକ୍ଷ୍ମୀ ଯୋଜନା: ପ୍ରତିମାସରେ ମିଳିବ ୨୫୦୦ଟଙ୍କା, RD ରେ ଜମା କଲେ ସିଧା ୧ ଲକ୍ଷ! ଜାଣନ୍ତୁ ସମ୍ପୂର୍ଣ୍ଣ ହିସାବ…

ନୂଆଦିଲ୍ଲୀ,୩୦।୭: ସାଧାରଣତଃ ଆମକୁ ଟଙ୍କା ମିଳିଲେ ଆମେ ତାହା ଖର୍ଚ୍ଚ କରିଦେଇଥାଉ, କିନ୍ତୁ କିଛି ଟଙ୍କା ଯଦି ଆର.ଡି. (RD) ରେ ନିବେଶ କରାଯାଏ, ତେବେ ଅନେକ…

ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିଲେ ଜିଲାପାଳ

ତୁଣ୍ଡଲା,୩୦ା୭(ପିରୋଜ କୁମାର ଦାଶ): ଦୀର୍ଘଦିନରୁ ଲଘୁଚାପ ଜନିତ ଲଗାଣ ବର୍ଷାରେ କଳାହାଣ୍ଡି ଜିଲାର ବିଭିନ୍ନ ଅଞ୍ଚଳ ବନ୍ୟାରେ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି। କେସିଙ୍ଗା ବ୍ଲକର ବେଲଖଣ୍ଡି,…

ପାଇଖାନା ଟାଙ୍କିରେ ପଡ଼ି ଚାଲିଗଲା ଦୁଇ ଭଉଣୀଙ୍କ ଜୀବନ, କାନ୍ଦ ବୋବାଳିରେ ଫାଟି ପଡୁଛି ଗାଁ ଦାଣ୍ଡ

ଟେନସା,୩୦।୭(ସମୀର କୁମାର ପାଢୀ): ସୁନ୍ଦରଗଡ ଜିଲା କୋଇଡା ବ୍ଲକ୍ ଅନ୍ତର୍ଗତ କାଦୋଡିହା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଗୁରୁବାର ଦ୍ବିପହର ୨ଟା ସମୟରେ ପାଇଖାନା…

‘ବ୍ରାହ୍ମ ମୁହୂର୍ତ୍ତ’ରେ ‘ରାମାୟଣ’ର ଟ୍ରେଲର ରିଲିଜ: ଚର୍ଚ୍ଚା ସାଉଁଟିଲେ ରଣବୀର

ବଲିଉଡ ସୁପରଷ୍ଟାର ରଣବୀର କପୁରଙ୍କ ବହୁଚର୍ଚ୍ଚିତ ଫିଲ୍ମ ‘ରାମାୟଣ’ର ଟ୍ରେଲର ରିଲିଜ ହୋଇଛି। ନିର୍ମାତାମାନେ ଶୁଭ ‘ବ୍ରାହ୍ମ ମୁହୂର୍ତ୍ତ’ରେ ଟ୍ରେଲରକୁ ସାରା ବିଶ୍ୱରେ ଉନ୍ମୋଚନ କରିଛନ୍ତି। ଏହାକୁ…

ତେଲ-ଉତେଇ ନଦୀରେ ବନ୍ୟା:ଲୋକଙ୍କୁ ନଦୀକୁ ଯିବାକୁ ବାରଣ

କର୍ଲାମୁଣ୍ଡା,୩୦।୭(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅଞ୍ଚଳ ଦେଇ ପ୍ରବାହିତ ହେଉଥିବା ତେଲ ଓ ଉତେଇ ନଦୀରେ ବନ୍ୟା ଆସି ନିକଟସ୍ଥ ଅଞ୍ଚଳକୁ ମାଡି…

‘CJPରେ ଯୋଗଦିଅ,୫୦ ହଜାର ମାସକୁ ପାଅ’! ସିନିୟର ମେମ୍ବର ହେବାକୁ…

ନୂଆଦିଲ୍ଲୀ,୩୦।୭: ‘କକ୍ରୋଚ୍ ଜନତା ପାର୍ଟି’ (CJP) ନାମରେ ସୋସିଆଲ ମିଡିଆରେ ଚାଲିଥିବା ଏକ କଥିତ ନକଲି ଅଭିଯାନ ସାମ୍ନାକୁ ଆସିଛି । ଯାହା ଗୁଇନ୍ଦା ସଂସ୍ଥାଗୁଡ଼ିକୁ ସତର୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri