Posted inଜାତୀୟ

‘କୋଟିଏ ନିଅ-ଇସ୍ତଫା ଦିଅ’ ଅଭିଯୋଗ: ବିଧାୟକଙ୍କୁ ହୋଟେଲରେ ରଖିଲା କଂଗ୍ରେସ

ଜୟପୁର, ୧୧।୬: ରାଜସ୍ଥାନରେ ରାଜ୍ୟ ସଭା ନିର୍ବାଚନ ରାଜନୀତି ବେଶ୍‌ ରୋଚକ ମୋଡ଼ ନେବାରେ ଲାଗିଛି। କଂଗ୍ରେସକ୍ଷରୁ ଭାଜପା ବିରୋଧରେ ‘କୋଟିଏ ନିଅ-ଇସ୍ତଫା ଦିଅ’ ଅଭିଯୋଗ ଆଣିଛି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ନେତୃତ୍ୱରେ ଏକ ବୈଠକ ଅନୁଷ୍ଠିତ ହେବାପରେ କଂଗ୍ରେସ ସମେତ ନିର୍ଦ୍ଦଳୀୟ ବିଧାୟକଙ୍କୁ ଜୟପୁର ସ୍ଥିତ ଶିବ ବିଳାସ ହୋଟେଲକୁ ସ୍ଥାନାନ୍ତର କରାଯାଇଛି। ୧୧୦ ବିଧାୟକଙ୍କୁ ଏହି ହୋଟେଲରେ ରଖାଯାଇଥିବା କୁହାଯାଉଛି। ମୁଖ୍ୟମନ୍ତ୍ରୀ ହୋଟେଲରେ ପହଞ୍ଚି ବିଧାୟକଙ୍କ ଏକଜୁୁଟ ହୋଇ ରହିବା ଲାଗି ପରାମର୍ଶ ଦେଇଛନ୍ତି। ଭାଜପା ବିଧାୟକଙ୍କୁ ୫ରୁ ୧୦ କୋଟି ଟଙ୍କା ପର୍ଯ୍ୟନ୍ତ ପ୍ରଲୋଭନ ଦେଉଥିବା ଅଭିଯୋଗ କରାଯାଇଛି। ୧୫ ବିଧାୟକ ହୋଟେଲରେ ରହି ନାହାଁନ୍ତି। ସେମାନଙ୍କ ମଧ୍ୟରୁ କେତେକଙ୍କର ସ୍ବାସ୍ଥ୍ୟଗତ କାରଣ ଥିବାବେଳେ ଅନ୍ୟ କେତେକ ବ୍ୟକ୍ତିଗତ ସମସ୍ୟା ଯୋଗୁ ହୋଟେଲରେ ରହି ନାହାଁନ୍ତି। କିଛି ବିଧାୟକ ହୋଟେଲରେ ଏସି ଖରାପ ଥିବାରୁ ଘରକୁ ଫେରି ଯାଇଛନ୍ତି। ରାଜ୍ୟର ୩ ରାଜ୍ୟ ସଭା ଆସନ ପାଇଁ ଜୁନ୍‌ ୧୯ରେ ନିର୍ବାଚନ ହେଉଛି। ପ୍ରତି ଆସନ ଲାଗି ପ୍ରାର୍ଥୀଙ୍କୁ ୫୧ ଭୋଟ ଆବଶ୍ୟକ। କଂଗ୍ରେସ ୨ ଆସନରେ ସହଜରେ ବିଜୟ ହାସଲ କରିବା ନିଶ୍ଚିତ ବୋଲି କୁହାଯାଉଛି। ଏଥିପାଇଁ ୧୦୨ ଭୋଟ ଆବଶ୍ୟକ। କଂଗ୍ରେସ ସହିତ ୧୩ ନିର୍ଦ୍ଦଳୀୟ ବିଧାୟକ ଥିବାବେଳେ ବାମପନ୍ଥୀ ଏବଂ ବିଟିପିର ୨ ଜଣ ଲେଖାଏଁ ବିଧାୟକ ରହିଛନ୍ତି। ଅପରପକ୍ଷରେ ଆର୍‌ଏଲଡ଼ିର ଜଣେ ବିଧାୟକ ରହିଛନ୍ତି। ସେହିପରି ବିଧାନସଭାରେ ଭାଜପା ପାଖରେ ୭୨ ସଦସ୍ୟ ଥିବାବେଳେ ଆର୍‌ ଏଲ୍‌ପିର ୩ ଜଣ ବିଧାୟକଙ୍କର ସମର୍ଥନ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁର୍ବତନ ମୁଖ୍ୟମନ୍ତ୍ରୀଙ୍କ ଘରେ ପଶିଲା ଇଡି: ୧୨ଟି ସ୍ଥାନରେ ଚଢାଉ

ଥିରୁଭାନନ୍ତପୁରମ,୨୭।୫:କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କ ବାସଭବନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚଢାଉ କରୁଛି। ଏହି ଚଢାଉଗୁଡ଼ିକ ଏକ ମନି ଲଣ୍ଡରିଂ ମାମଲା ସହିତ ଜଡିତ। ଇଡି ପିନାରାଇ…

ଜୁନ ୧ ତାରିଖରେ ମିଳିବନି ପେଟ୍ରୋଲ-ଡିଜେଲ! ଧର୍ମଘଟ ଘୋଷଣା କଲେ…

ନୂଆଦିଲ୍ଲୀ, ୨୭।୫: ଜୁନ ୧ ତାରିଖରେ ମିଳିବନି ପେଟ୍ରୋଲ-ଡିଜେଲ । ରାଜସ୍ଥାନର ପେଟ୍ରୋଲ ପମ୍ପ ଅପରେଟରମାନେ ଜୁନ ୧ ତାରିଖରେ ରାଜ୍ୟବ୍ୟାପୀ ଧର୍ମଘଟ ଘୋଷଣା କରିଛନ୍ତି। ପେଟ୍ରୋଲିୟମ…

ଇରାନ-ଆମେରିକା ଯୁଦ୍ଧ ସମ୍ପର୍କରେ ପୁଣିଥରେ ଆସିଲା ଅଶୁଭ ସଙ୍କେତ: ୨୪ ଘଣ୍ଟା ମଧ୍ୟରେ…

ନୂଆଦିଲ୍ଲୀ, ୨୭।୫: ବିଶ୍ୱ ପୁଣିଥରେ ଏପରି ଏକ ସନ୍ଧିରେ ପଡ଼ିଥିବା ପରି ମନେ ହେଉଛି ଯେଉଁଠାରେ ଏକ ଛୋଟ ଚିଙ୍ଗାରି ମଧ୍ୟ ସମଗ୍ର ମଧ୍ୟପ୍ରାଚ୍ୟକୁ ଜଳାଇ ପାରେ।…

ରାଜଧାନୀରେ ଏନ୍‌କାଉଣ୍ଟର୍: ଡ୍ରଗ୍ସ ଡିଲ୍‌ ବେଳେ ବାଜିଲା ଗୁଳି , କୁଖ୍ୟାତ ଡ୍ରଗ୍ସ ମାଫିଆ ପପୁନ୍ ମାଝୀ ଗୁରୁତର

ଭୁବନେଶ୍ୱର,୨୭।୫:ରାଜଧାନୀରେ ଏନ୍‌କାଉଣ୍ଟର। ସକାଳୁ ସକାଳୁ ବାଜିଲା ଗୁଳି। ରାଜଧାନୀରେ କମିଶନରେଟ୍‌ ପୋଲିସ୍‌ ଓ କୁଖ୍ୟାତ ଡ୍ରଗ୍ସ ମାଫିଆ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ଡ୍ରଗ୍ସ ମାଫିଆ…

ତୋରଣ ନିର୍ମାଣରେ ଅନିୟମିତତା ଅଭିଯୋଗ: ଭିଜିଲାନ୍ସ ତଦନ୍ତ ଦାବି

ବରଗଡ଼,୨୭।୫(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହର ଥାନାଛକ ସମ୍ମୁଖରେ ନିର୍ମିତ ଧନୁଯାତ୍ରା ମହୋତ୍ସବର ସ୍ଥାୟୀ ତୋରଣ ଭାଙ୍ଗିଯିବା ଘଟଣାକୁ ନେଇ ଅସନ୍ତୋଷ ତେଜିବାରେ ଲାଗିଛି। ନିମ୍ନମାନର କାମ ହୋଇଥିବା ଯୋଗୁ…

ସିମନବାଡିରେ କ୍ରିକେଟ ଟୁର୍ନାମେଣ୍ଟର ଶୁଭାରମ୍ଭ: ଭାଇଚାରା ପାଇଁ…

ଦାରିଙ୍ଗବାଡି,୨୭।୫ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ପାଟ୍ଟଖଣ୍ଡା ଖେଳ ପଡିଆଠାରେ ବ୍ଲକସ୍ତରୀୟ କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟିତ ହୋଇଯାଇଛି। ଏହାକୁ ଜି. ଉଦୟଗିରି ନିର୍ବାଚନ ମଣ୍ଡଳୀ…

ସୃଜନଶୀଳତାର ପରିଭାଷା

ଗୋଟିଏ ରାଷ୍ଟ୍ରର ସାର୍ବଭୌମତ୍ୱର ସୁରକ୍ଷା ଓ ରାଷ୍ଟ୍ରର ନିର୍ମାଣ ନିମନ୍ତେ ସମ୍ପତ୍ତି ଏବଂ ସାମରିକ ଶକ୍ତିର ଆବଶ୍ୟକତା ରହିଛି। କିନ୍ତୁ ଏହା ଗୋଟିଏ ଜାତିର ଅନ୍ତର୍ନିହିତ ଶକ୍ତି…

ନିଜ ଗୋରୁ ନେଇ ଯାଉଥିବା ଲୋକଙ୍କୁ ଆଣ୍ଠେଇ ଆଣ୍ଠେଇ ରାସ୍ତାରେ ଚଲାଇବା ଘଟଣା: ଥାନା ଘେରାଉ କଲେ ଯାଦବ ସମାଜ, ପୂରା ଘଟଣା ଜାଣିଲେ…

ଚନ୍ଦାହାଣ୍ଡି,୨୭।୫(ହିମାଂଶୁ ଦାସ): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ଥାନା ଅଞ୍ଚଳରୁ ରାଇଘର ଅଞ୍ଚଳକୁ ନିଜ ଗାଈ ଗୋରୁ, ବଳଦକୁ ନେଇ ଯାଉଥିବା କିଛି ଲୋକଙ୍କୁ ବେଆଇନ ଭାବେ ଗୋଚାଲାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri