କେସିଙ୍ଗା ଅନ୍ନପୂର୍ଣ୍ଣା ରାଇସ୍‌ମିଲରେ ୪୦ ଫୁଟ୍‌ ଉପରୁ ଖସିପଡ଼ି ଶ୍ରମିକ ମୃତ

କେସିଙ୍ଗା,୧୭।୩: କଳାହାଣ୍ଡି ଜିଲା କେସିଙ୍ଗା ଥାନା ଉତକେଲା ଫାଣ୍ଡି ଅନ୍ତର୍ଗତ ଅନ୍ନପୂର୍ଣ୍ଣା ରାଇସ୍‌ ମିଲ୍‌ରେ ଦୁର୍ଘଟଣା ଘଟି ସୋମବାର ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ମୃତ ଶ୍ରମିକ ହେଲେ ଉତକେଲା ପଞ୍ଚାୟତ କାଦୋପଡା ଗାଁର ସ୍ବର୍ଗତ କାଳିଆ ମେହେର ଙ୍କ ପୁଅ କହ୍ନେଇ ମେହେର(୨୩)। ପୋଲିସ ଖବରପାଇ ମୃତଦେହ ଜବତ କରିବା ସହ ଥାନାରେ ମାମଲା ନଂ(୬୧/୨୦) ରୁଜୁ କରି ତଦନ୍ତ ଜାରି ରଖିଥିବା ଆଇଆଇସି ଅଶୋକ କୁମାର ମହାପାତ୍ର ମଙ୍ଗଳବାର ପ୍ରକାଶ କରିଛନ୍ତି।

ଖବରରୁ ପ୍ରକାଶ, କହ୍ନେଇ ସମ୍ପୃକ୍ତ ରାଇସ ମିଲ୍‌ରେ ଦୀର୍ଘ ବର୍ଷ ଧରି ଶ୍ରମିକ ଭାବେ କାମ କରି ଆସୁଥିଲେ। ସୋମବାର ମିଲ୍‌ରେ କାମ କରୁଥିବା ସମୟରେ ପ୍ରାୟ ୪୦ ଫୁଟ ଉପରୁ ସେ ପଡି ଯାଇଥିଲେ। ସେଠାରେ ଉପସ୍ଥିତ ଅନ୍ୟ ଶ୍ରମିକମାନେ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରିବା ସହ ଶ୍ରମିକମାନେ ମାଲିକଙ୍କୁ ଖବର ଦେଇଥିଲେ। ମାଲିକଙ୍କ ନିର୍ଦ୍ଦେଶପରେ ତାଙ୍କୁ ଚିକିତ୍ସା ପାଇଁ ଉତକେଲା ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଯାଇଥିଲା।ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ଖବର ପାଇ ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ କେସିଙ୍ଗା ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରକୁ ପାଠାଇଥିଲା। ଏହାପରେ

ମଙ୍ଗଳବାର ପରିବାର ବର୍ଗଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି। ଅପରପକ୍ଷେ ମୃତ କହ୍ନେଇ ପରିବାରର ଏକମାତ୍ର ରୋଜଗାର କରୁଥିବା ବ୍ୟକ୍ତି ଥିଲେ। ତାଙ୍କ ବାପାଙ୍କ ମୃତ୍ୟୁ ଘଟିଥିବା ବେଳେ ସେ ରୋଜଗାର କରି ଦୁଇ ଭଉଣୀ ଏବଂ ବିଧବା ମା’ଙ୍କ ପେଟ ପୋଷୁଥିଲେ। ଏବେ ତାଙ୍କର ମୃତ୍ୟୁ ପରିବାର ଉପରେ ବଜ୍ରପାତ ସଦୃଶ ହୋଇଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ସେ ଗରିବ ଶ୍ରେଣୀୟ ହୋଇଥିବାରୁ ତାଙ୍କୁ କ୍ଷତିପୂରଣ ଦେବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କୁ ହତ୍ୟା କରି ଫିଙ୍ଗି ଦେଲେ

ବୌଦ୍ଧ,୪।୨(ସ୍ବ.ପ୍ର.): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ବଙ୍କାପଡ଼ା ଗ୍ରାମ ଆମ୍ବବୁରୀରୁ ଶୁକ୍ରବାର ଜଣେ ଯୁବକଙ୍କ ମୃତଦେହ ପୋଲିସ ଜବତ କରିଛି। ହେଲେ ଯୁବକଙ୍କୁ କେହି ହତ୍ୟା...

ଆଦର୍ଶ ବିବାହ: ବାଳାଶ୍ରମର ସସ୍ମିତାଙ୍କୁ ଜୀବନସାଥୀ କଲେ ହରିୟାଣାର ଧର୍ମବୀର

ବରଗଡ଼ ଅଫିସ,୧୨।୩- ବିବାହରେ ନ ଥିଲା ଯାନିଯୌତୁକ। କେବଳ ପରସ୍ପର ଫୁଲମାଳା ବିନିମୟରେ ବରଗଡ଼ ସହର ଉପକଣ୍ଠ ଡାଙ୍ଗସ୍ଥିତ ବିମଳାଦେବୀ ବାଳାଶ୍ରମର ଜଣେ ଅସହାୟ ଯୁବତୀ...

ଜିଲାପାଳଙ୍କ ଅଚାନକ ଖରିଆରରୋଡ ହସ୍ପିଟାଲ ପରିଦର୍ଶନ

ନୂଆପଡା ଅଫିସ,୩୧ା୮ – ନୂଆପଡା ଭଳି ଉପାନ୍ତ ଜିଲାରେ ସ୍ବାସ୍ଥ୍ୟ ସମସ୍ୟା ଦିନକୁ ଦିନ ଗମ୍ଭୀର ହେବାକୁ ଲାଗିଛି । ଏହାକୁ ନେଇ ବିଭିନ୍ନ ସମୟରେ...

କଟକ ଡିସିପି ଭାବେ ଦାୟିତ୍ୱ ନେଲେ ପିନାକ ମିଶ୍ର

କଟକ ଅଫିସ, ୯।୫: କଟକର ନୂଆ ଡିସିପି ଭାବେ ପିନାକ ମିଶ୍ର ସୋମବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ସହରର ଆଇନଶୃଙ୍ଖଳା, ସାଇବର କ୍ରାଇମ ଓ ଅପରାଧ...

ବାଧୁଛି କଟ୍‌ନୀ ଛଟ୍‌ନୀ

ଭଦ୍ରକ ଅଫିସ,୨।୧- ଭଦ୍ରକ ଜିଲାରେ ଚଳିତବର୍ଷ ଲକ୍ଷ୍ୟଧାର୍ଯ୍ୟଠାରୁ ଅଧିକ ଧାନ ଅମଳ ହୋଇଛି। ହେଲେ ଜିଲାର ଅଧିକାଂଶ ଅଞ୍ଚଳରେ ମଣ୍ଡି ଖୋଲାଯାଇ ନ ଥିବା ବେଳେ...

ମା’ଙ୍କ ସହ ଶଙ୍ଖନଦୀରେ ଗାଧୋଉଥିଲେ ୫ ବର୍ଷର ଝିଅ: ଏ ଯାଏ ମିଳୁନି ପତ୍ତା

କୁଆଁରମୁଣ୍ଡା,୨।୭(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ ଦଲକି ପଞ୍ଚାୟତ କାଦୋଡ଼ହି ଗ୍ରାମର ଜଣେ ନାବାଳିକା ବୁଧବାର ସନ୍ଧ୍ୟାରେ ଶଙ୍ଖନଦୀରେ ଭାସିଯାଇଛନ୍ତି ମା’ଙ୍କ ସହ ଶଙ୍ଖନଦୀରେ...

ପେଟ୍‌ରୋଗ୍‌ରେ ଆକ୍‌ରାଁତ ବସନ୍ତ: ଚିକିଛା ଲାଗି ଟଁକା ଅଭାବ

ଲୋଇସିଂହା, ୧୩।୧୧(ଡି.ଏନ.ଏ.)-ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ବୁଢ଼ୀପଦର ପଁଚେତ୍‌ ସଦର ଗଁାର ବସନ୍ତ ବାରିକ(୩୭)। ସେ ପେଟ୍‌ ବେମାରିର ଚିକିଛାରେ ଲକ୍ଷାଧିକ୍‌ ଟଁକା ଖରଚ୍‌ କରି...

ପଲାସାରୁ ଚାଲିଚାଲି ପୁରୁଷୋତ୍ତମପୁରରେ ପହଞ୍ଚିଲେ ଅନୁଗୋଳ, ବୌଦ୍ଧର ୧୬ ଶ୍ରମିକ

ପୁରୁଷୋତ୍ତମପୁର,୧୧ା୫(ଡି.ଏନ୍‌.ଏ.): କରୋନା ପ୍ରକୋପରୁ ସମସ୍ତେ ହାହାକାର ହୋଇ ପଡ଼ିଥିବା ବେଳେ ଶ୍ରମିକମାନେ ନାହିଁ ନ ଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେବାରେ ଲାଗିଛନ୍ତି। ନିଜ ଭିଟାମାଟିକୁ ଫେରିବା...

Advertisement
Archives

Model This Week