Posted inଜାତୀୟ

କେରଳ ହାତୀ ମୃତ୍ୟୁ ମାମଲା: ରାଜ୍ୟକୁ କେନ୍ଦ୍ର ମାଗିଲା ରିପୋର୍ଟ

ନୂଆଦିଲ୍ଲୀ,୪।୬: କେରଳରେ କେତେଜଣ ଦୁର୍ବୁତ୍ତ ଗର୍ଭବତୀ ହାତୀକୁ ବାଣଭର୍ତ୍ତି ଥିବା ସପୁରୀ ଖୁଆଇବା ଘଟଣା ଏବେ ଚର୍ଚ୍ଚାର ପରିସରକୁ ଆସିଯାଇଛି। ଏମିତିକି କେନ୍ଦ୍ର ପରିବେଶ ମନ୍ତ୍ରୀ ପ୍ରକାଶ ଜାଭେଡକର କହିଛନ୍ତି ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ। ଗୁରୁବାର ଜାଭେଡକର କହିଛନ୍ତି, କେରଳ ହାତୀ ମୃତ୍ୟୁ ମାମଲାକୁ ସରକାର ଗମ୍ଭୀରତାର ସହ ବିଚାରକୁ ନେଇଛନ୍ତି। ଏଭଳି ଭାବେ ଯାଞ୍ଚ କାର୍ଯ୍ୟ ଆରମ୍ଭ କରାଯାଇଛି ଯେଉଁଥିରେ ଅପରାଧୀ ଯେମିତି ଖସି ନ ଯାଏ। ଜଙ୍ଗଲି ଜନ୍ତୁଙ୍କୁ ବାଣ ଖୁଆଇ ମାରିବା ଭାରତୀୟ ସଂସ୍କୃତିରେ ନାହିଁ ବୋଲି ସେ କହିଛନ୍ତି। ଏହାକୁ ନେଇ କେରଳ ସରକାର କହିଛନ୍ତି ହାତୀ ମୃତ୍ୟୁ ମାମାଲାର ଯାଞ୍ଚ ବନ୍ୟଜୀବ ଅପରାଧ ଯାଞ୍ଚ ଦଳ କରିବେ। ଏହାକୁ ଗମ୍ଭୀରତାର ସହ ନେଇ କେନ୍ଦ୍ର ସରକାର କେରଳ ସରକାରଙ୍କୁ ଏହାର ଏକ ରିପୋର୍ଟ ମାଗିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍‌ଡାଉନ: ଭାଜପା ନେତାଙ୍କ ଭିନ୍ନ ଧରଣର ପ୍ରଦର୍ଶନ

ନୂଆଦିଲ୍ଲୀ,୨୬।୪: ଦେଶରେ କରୋନା ସଂକ୍ରମିତଙ୍କ ବୃଦ୍ଧିକୁ ନେଇ ଚିନ୍ତା ବଢୁଥିବା ବେଳେ କେନ୍ଦ୍ର ସରକାର ଓ ପଶ୍ଚିମବଙ୍ଗ ସରକାରଙ୍କ ମଧ୍ୟରେ ତୁତୁମେମେ ଜାରି ରହିଛି। ଭାରତୀୟ...

ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ ପୂର୍ବରୁ ମନ୍ଦିର ଗଲେ ୟେଦୁରପ୍ପା

ବେଙ୍ଗାଲୁରୁ,୨୬।୭: କର୍ନାଟକର ମୁଖ୍ୟମନ୍ତ୍ରୀ ଭାବେ ଶପଥଗ୍ରହଣ କରିବାକୁ ସମୟ ପାଖେଇ ଆସୁଥିବା ବେଳେ ଭାଜପା ନେତା ବିଏସ୍‌ ୟେଦୁରପ୍ପା କାଡୁ ମାଲେଶ୍ୱର ମନ୍ଦିର ଯାଇ ଈଶ୍ୱରଙ୍କ...

ବିଭିନ୍ନ ରାଜ୍ୟରେ ଭୂକମ୍ପ ଅନୁଭୂତ

ନୂଆଦିଲ୍ଲୀ,୨୬ା୫ : ଦେଶର କେତେକ ରାଜ୍ୟରେ ଶନିବାର ଭୂକମ୍ପ ଅନୁଭୂତ ହୋଇଛି। ପ୍ରଥମେ ନିକୋବର ଦ୍ୱୀପପୁଞ୍ଜରେ ଭୂକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହି ଭୂକମ୍ପର...

ଆନ୍ଧ୍ରରେ କୋଭିଡ୍‌ ସ୍ଥିତି ଚିନ୍ତାଜନକ: ଲକ୍ଷଣ ନ ଥାଇ ହଠାତ୍‌ ମୃତ୍ୟୁ ହେଉଛି

ବିଶାଖାପାଟଣା,୨୬ା୬:ମହାମାରୀ କରୋନା ଆନ୍ଧ୍ରବାସୀଙ୍କ ଚିନ୍ତା ବଢ଼ାଇ ଦେଇଛି। ଏହି ଦକ୍ଷିଣ ଭାରତୀୟ ରାଜ୍ୟରେ ରୋଗୀଙ୍କଠାରେ କୋଭିଡ୍‌-୧୯ ଲକ୍ଷଣ ନ ଥାଇ ହଠାତ୍‌ ମୃତ୍ୟୁ ଘଟୁଛି। ବିଜୟଓ୍ବାଡା...

ମୋଦିଙ୍କୁ ଭେଟିଲେ ପାଓ୍ବାର: ମହାରାଷ୍ଟ୍ର ରାଜନୀତିରେ ଆଲୋଡ଼ନ

ନୂଆଦିଲ୍ଲୀ,୨୦।୧୧: ମହାରାଷ୍ଟ୍ରରେ ସରକାର ଗଠନ ନେଇ ଅନିଶ୍ଚତତା ଜାରି ରହିଥିବାବେଳେ ବୁଧବାର ଏନ୍‌ସିପି ମୁଖ୍ୟ ଶରଦ ପାଓ୍ବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ଦୁଇ ନେତାଙ୍କ...

ଭାରତର ପ୍ରଥମ ଗ୍ରାଜୁଏଟ୍‌ ମହିଳାଙ୍କୁ ସମ୍ମାନ ଜଣାଇଲା ଡୁଡୁଲ୍‌

ଆଜି ଭାରତର ପ୍ରଥମ ଗ୍ରାଜୁଏଟ୍‌ ମହିଳା କାମିନୀ ରାୟଙ୍କ ୧୫୫ତମ ଜୟନ୍ତୀ ଅବସରରେ ତାଙ୍କୁ ସମ୍ମାନ ଜଣାଇ ଗୁଗୁଲଡୁଡୁଲ କରାଯାଇଛି। କାମିନୀ ରାୟ ଏକାସଙ୍ଗରେ ଜଣେ...

୨୦୨୪ ପୂର୍ବରୁ ପୁଣି ହେବ ପୁଲଓ୍ବାମା ଭଳି ଆତଙ୍କବାଦୀ ଆକ୍ରମଣ: ଉଦିତ୍‌ ରାଜ

ନୂଆଦିଲ୍ଲୀ,୧୫।୨: କଂଗ୍ରେସ ନେତା ଉଦିତ୍‌ ରାଜ ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ ନେଇ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ୨୦୨୪ ପୂର୍ବରୁ ପୁଣି ପୁଲଓ୍ବାମା ଭଳି...

ଚିଦାମ୍ବରମଙ୍କ ଜାମିନ ଆବେଦନକୁ ନେଇ ସିବିଆଇକୁ ନୋଟିସ ଜାରି କଲେ ଦିଲ୍ଲୀ ହାଇ କୋର୍ଟ

ନୂଆଦିଲ୍ଲୀ,୧୨।୯: ଆଇଏନ୍‌ଏକ୍ସ ମିଡିଆ ମାମଲାରେ ପୂର୍ବତନ ଅର୍ଥମନ୍ତ୍ରୀ ପି. ଚାଦାମ୍ବରମ ଏବେ ଜେଲ୍‌ରେ ଅଛନ୍ତି। ତାଙ୍କ ଜାମିନ ଆବେଦନକୁ ନେଇ ଗୁରୁବାର ଦିଲ୍ଲୀ ହାଇକୋର୍ଟ ସିବିଆଇକୁ...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *