କେରଳ, ମଧ୍ୟପ୍ରଦେଶରେ ଫସିଛନ୍ତି ୧୫୦ ଶ୍ରମିକ

ରଣପୁର, ୧୮ା୫ (ସ୍ବ.ପ୍ର.): ଲକ୍‌ଡାଉନ ଯୋଗୁ ରଣପୁର ବ୍ଲକ ଅଞ୍ଚଳର ୧୫୦ରୁ ଊର୍ଦ୍ଧ୍ୱ ଶ୍ରମିକ କେରଳ ଓ ମଧ୍ୟପ୍ରଦେଶରେ ଫସିରହିଛନ୍ତି। କେରଳ ରାଜ୍ୟର ତ୍ରିବେନ୍ଦ୍ର ହାଉସିଂ ବୋର୍ଡ ଠେଙ୍ଗାଚୁଲା ଅଞ୍ଚଳରେ ୧୦୦ରୁ ଊର୍ଦ୍ଧ୍ୱ ପ୍ରବାସୀ ଭୋକ ଉପାସରେ କାଳାତିପାତ କରୁଛନ୍ତି। ଲକ୍‌ଡାଉନ ସମୟରେ କେରଳ ପ୍ରଶାସନ ତରଫରୁ ମାତ୍ର ୧୦ରୁ ୧୨ ଥର ଖାଦ୍ୟ ସାମଗ୍ରୀ ରିଲିଫ୍‌ ଆକାରରେ ଦିଆଯାଇଥିଲା। ଏବେ ପ୍ରାୟ ୧ ମାସ ହେବ ରିଲିଫ ସାମଗ୍ରୀ ଦିଆଯାଉ ନ ଥିବା ସେମାନେ କହିଛନ୍ତି। ପ୍ରବାସୀ ଓଡ଼ିଆମାନେ ଏ ସମ୍ପର୍କରେ ଫୋନ ମାଧ୍ୟମରେ ଜଣାଇ ଫେରାଇ ଆଣିବା ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ନିବେଦନ କରିଛନ୍ତି। ରଣପୁର ପୁରୁଣାବସନ୍ତର ଟୁକୁନା ମାହାପାତ୍ର, ମାନସ ରଣା, କୈଳାସ ସାହୁ କହିଛନ୍ତି, ଲକ୍‌ଡାଉନ କାଳରେ ମାନସିକ ଯନ୍ତ୍ରଣାଠାରୁ ଭୋକ ବଳିଯାଇଛ। ସେହିପରି ମଧ୍ୟପ୍ରଦେଶର ଇନ୍ଦୋରରେ ଏସ୍‌ଟିଆଇ ଇଣ୍ଡିଆ ଲିମିଟେଡ ନାମକ ଏକ କମ୍ପାନୀରେ ୫୦ରୁ ଊର୍ଦ୍ଧ୍ୱ ଶ୍ରମିକ ଫସି ରହିଛନ୍ତି। କମ୍ପାନୀ କର୍ତ୍ତୃପକ୍ଷ ଦରମା ଦେଉନାହିଁ କି ଖାଇବା ପିଇବା ବ୍ୟବସ୍ଥା କରୁ ନ ଥିବା ଶ୍ରମିକମାନେ କହିଛନ୍ତି। ଯାହାକିଛି ସଞ୍ଚତ୍ତ ଅର୍ଥ ସରିଯାଇଥିବାରୁ ଭୋକ ଉପାସରେ ରହିବାକୁ ପଡୁଛି ବୋଲି ଚିତରଞ୍ଜନ ରଣା, ଅକ୍ଷୟ ପ୍ରଧାନ, ରିତ ରାଉତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲ ଉପରେ ନିର୍ଭରଶୀଳତା କମାଇବାକୁ ପ୍ରୋତ୍ସାହନ

ସୁନ୍ଦରଗଡ଼,୨୪ା୨(ଡି.ଏନ.ଏ.): ଗାଁ ଗାଁରେ ଜଙ୍ଗଲ ଉପରେ ନିର୍ଭରଶୀଳତା କମାଇ ନୂତନ ଜଙ୍ଗଲ ସୃଷ୍ଟି କରିବା ତଥା ଲୋକଙ୍କୁ ବିକଳ୍ପ ରୋଜଗାରର ପନ୍ଥା ଯୋଗାଇବା ନିମନ୍ତେ ଓଡିଶା...

ଗୁଣାତ୍ମକ ଶିକ୍ଷା ଉପରେ ଗୁରୁତ୍ୱ ଏମିତି: ଶିକ୍ଷକ କରୁଛନ୍ତି କିରାଣି କାମ

ଅନୁଗୋଳ ଅଫିସ, ୨୦।୮- ଗୁଣାତ୍ମକ ଶିକ୍ଷା ଉପରେ ଗୁରୁତ୍ୱ ଦେଉଥିବା ରାଜ୍ୟ ସରକାର ଅନୁଗୋଳ ଜିଲାରେ ୩ ବର୍ଷ ହେଲା ଶିକ୍ଷକ ନିଯୁକ୍ତି ଦେଇନାହାନ୍ତି। ଏପରି...

ସାଧାରଣରେ ପରିଣତ ହେଲାଣି କରୋନା କଟକଣା ଉଲ୍ଲଂଘନ: ରାଶନ ବଣ୍ଟନ ସମୟରେ ରହୁନି ସାମାଜିକ ଦୂରତ୍ୱ, ପ୍ରଶାସନ ଦୃଷ୍ଟି ଦେବାକୁ ଦାବି

ବରଗଡ଼ ଅଫିସ୍‌,୧୦।୪: କରୋନା(କୋଭିଡ୍‌-୧୯) ଭୂତାଣୁକୁ ପ୍ରତିହତ କରିବା ପାଇଁ ସାମାଜିକ ଦୂରତା ଉପରେ ଯଥେଷ୍ଟ ଗୁରୁତ୍ୱ ଦିଆଯାଉଛି। ମାତ୍ର ବିଭିନ୍ନ ସ୍ଥାନରେ ଏହାକୁ ଖୋଲାଖୋଲି ଉଲ୍ଲଂଘନ...

ଶେରଗଡରେ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ

ଶେରଗଡ଼,୨୧।୭(ଡି.ଏନ୍‌.ଏ.): ଶେରଗଡ଼ ବ୍ଲକର ଦୁଇ ପଞ୍ଚାୟତକୁ ରବିବାର ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଦିଲ୍ଲୀପ କୁମାର ମହାନ୍ତି ପରିଦର୍ଶନ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି।...

ବୀରମହାରାଜପୁର ଜୋନ-୧ରେ ପ୍ରଥମ ରାଉଣ୍ଡରେ ବିଜେଡି ଆଗରେ

ଅମରପାଲି,୨୬।୨(ଡି.ଏନ.ଏ.): ଶନିବାର ଆରମ୍ଭ ହୋଇଯାଇଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଭୋଟ ଗଣତି। ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଜୋନ-୧ରେ ପ୍ରଥମ ରାଉଣ୍ଡ ପରେ ବିଜେଡିର ରଞ୍ଜିତ ରଥ...

କରୋନା ସହ ଲଢିବାକୁ ଆମେରିକାରେ ନେତୃତ୍ୱର ଅଭାବ ରହିଛି: ଓବାମା

ଓ୍ବାଶିଂଟନ,୧୭।୫: ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଆମେରିକାରେ ଦେଖାଦେଇଥିବା କରୋନା ଭାଇରସ ସଂକ୍ରମଣକୁ ନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନେତୃତ୍ୱକୁ ଉପରେ ପରୋକ୍ଷରେ ପ୍ରଶ୍ନ...

୯ ହଜାରରୁ ଅଧିକ ଭୋଟରେ ବିକ୍ରମ ଆଗୁଆ

ବ୍ରହ୍ମପୁର ଅଫିସ,୨୩।୫- ବ୍ରହ୍ମପୁର ବିଧାନସଭା ର୍ନିବାଚନ ମଣ୍ଡଳୀରେ ବିଜେଡି ପ୍ରାର୍ଥୀ ବିକ୍ରମ ପଣ୍ଡା ୯ ହଜାରରୁ ଅଧିକ ଭୋଟରେ ଆଗୁଆ ହୋଇଛନ୍ତି। ପଞ୍ଚମ ରାଉଣ୍ଡ ସୁଦ୍ଧା...

ମହାନଦୀ ଶଯ୍ୟା ଅନୁଧ୍ୟାନ କଲା ଏନ୍‌ଜିଟି ଟିମ୍‌

କଟକ ଅଫିସ, ୮ା୪: ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନ୍‌ଜିଟି)ଙ୍କ ନିର୍ଦ୍ଦେଶରେ ଗଠିତ ୫ଜଣିଆ କମିଟି ବୁଧବାର ମହାନଦୀ ଶଯ୍ୟା ସମେତ ହାଡ଼ିଆ ପଠା ପରିଦର୍ଶନ କରିଛନ୍ତି। ଏହି...

Advertisement
Archives

Model This Week