କେରଳରୁ ରାୟଗଡ଼ା ଷ୍ଟେଶନରେ ପହଞ୍ଚିଲେ ୧୦୭୪ ପ୍ରବାସୀ

ରାୟଗଡ଼ା ଅଫିସ,୭।୬: କେରଳରେ କାମ କରୁଥିବା ପ୍ରବାସୀ ଶ୍ରମିକ ସତନ୍ତ୍ର ଟ୍ରେନ ଯୋଗେ ଫେରିଛନ୍ତି। ୧୦୭୪ ଜଣ ପ୍ରବାସୀ ଶ୍ରମିକ କେରଳର ଆଲ୍ଲେପି ସମ୍ବଲପୁର ଟ୍ରେନରେ ରାୟଗଡ଼ା ଷ୍ଟେଶନରେ ପହଞ୍ଚିଛନ୍ତି । ଏତେ ସଂଖ୍ୟକ ପ୍ରବାସୀଙ୍କ ଆସିବା ଫଳରେ ଷ୍ଟେଶନ ଲୋକାରଣ୍ୟ ହୋଇଥିଲା। ଲକ୍‌ଡାଉନ୍‌ ଯୋଗୁ ବିଭନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ଶ୍ରମିକମାନେ ନିଜନିଜ ଭିଟା ମାଟିକୁ ଫେରିବା ନିମନ୍ତେ ପଞ୍ଜିକୃତ କରିଥିଲେ। ସ୍ବତନ୍ତ୍ର ଶ୍ରମିକ ଟ୍ରେନ(୦୬୧୧୪)ନଂ.ରେ ଆସୁଥିବା ଖବର ରେଳ ବିଭାଗ ପକ୍ଷରୁ ଶନିବାର ଜିଲାପାଳ ପ୍ରମୋଦ କୁମାର ବେହେରାଙ୍କୁ ଜଣାଇଥିଲେ। ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଶ୍ରମିକମାନଙ୍କୁ ସ୍ବାଗତ କରିବା ପାଇଁ ରାୟଗଡ଼ା ଷ୍ଟେଶନରେ ଜିଲା ଅଧିକାରୀମାନେ ରବିବାର ଭୋର୍‌ରୁ ସମସ୍ତ ପ୍ରକାର ବ୍ୟବସ୍ଥା କରି ଉପସ୍ଥିତ ରହିଥିଲେ। ସେଥିମଧ୍ୟରୁ ନବରଙ୍ଗପୁର ଜିଲାର ୨୯୭, କୋରପୁଟର ୨୯୨, ରାୟଗଡ଼ାର ୭୬ କନ୍ଧମାଳରୁ ୧୨୧, ଗଜପତି ୨୫, କଳାହାଣ୍ଡି ଜିଲାର ୭୯ ଓ ଗଞ୍ଜାମର ୧୮୪ ଜଣ ଶ୍ରମିକ ଆସିଥିଲେ । ସର୍ବମୋଟ ୧୦୭୪ଜଣ ଶ୍ରମିକ ଆଜି ରାୟଗଡ଼ାରେ ପହଞ୍ଚିଛନ୍ତି । ପ୍ରବାସୀ ଶ୍ରମିକ ଆସିବା ଖବର ପାଇ ପ୍ରଶାସନ ତରଫରୁ ଶନିବାର ସ୍ଥାନୀୟ ଗଜପତି ଛକରୁ ସାଇ ଇଣ୍ଟରନ୍ୟାଶନାଲ ଛକ ପର୍ଯ୍ୟନ୍ତ ଓ ଷ୍ଟେଶନ ଏରିଆରେ ୧୪୪ ଧାରା ଜାରି କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଅଜଣା ଗାଡ଼ି ଧକ୍କାରେ ମାଉସୀ, ଝିଆରୀଙ୍କ ଜୀବନଗଲା

ଆସିକା,୩୧ା୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ମୁଖ୍ୟ ରାସ୍ତାର ଆସିକା ଥାନାର କୋଟିନଡ଼ା ଫାଣ୍ଡି ଅନ୍ତର୍ଗତ କେ.ଲଛମନପଲ୍ଲୀ ଗ୍ରାମ ନିକଟରେ ସୋମବାର ଏକ ଅଜଣା ଗାଡ଼ି ଧକ୍କାରେ...

ନାଳ ନିକଟରେ ପଡ଼ିଛି ଯୁବକଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ: ପରିଚୟ ଖୋଜୁଛି ବନ୍ଧମୁଣ୍ଡା ପୋଲିସ

ରାଉରକେଲା ଅଫିସ, ୧୯।୧୨: ସୁନ୍ଦରଗଡ଼ ଜିଲା ବନ୍ଧମୁଣ୍ଡା ପ୍ରେମନଗର ନାଳ ନିକଟରୁ ଜଣେ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ପୋଲିସ ଜବତ କରିଛି। ମୃତଦେହ ନିକଟରେ ରକ୍ତ...

କ୍ଷତିଗ୍ରସ୍ତ ଜମି ଦେଖିଲେ ଭାଜପା ରାଜ୍ୟ ସମ୍ପାଦକ

କନିଷି,୨୭।୧୦(ଡି.ଏନ.ଏ.)-ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ଭାଜପାର ରାଜ୍ୟ ସମ୍ପାଦକ ବିଭୂତି ଭୂଷଣ ଜେନାଙ୍କ ନେତୃତ୍ୱରେ ଏକ ଟିମ୍‌ କ୍ଷତିଗ୍ରସ୍ତ ଜମି ପରିଦର୍ଶନ କରିଛନ୍ତି। ବୟାଳି, ଶାସନ ପଦର,...

ଅବସରପ୍ରାପ୍ତ ଶିକ୍ଷକଙ୍କଠାରୁ ଝାମ୍ପିନେଲେ ୨ ଲକ୍ଷ

ଖୋର୍ଦ୍ଧା ଅଫିସ,୧୨ା୧୦-ଖୋର୍ଦ୍ଧା ସହରର ମାରଓ୍ବାଡିପଟିସ୍ଥିତ ଆଇସିଆଇସିଆଇ ବ୍ୟାଙ୍କ ସମ୍ମୁଖରୁ ସୋମବାର ୨ଜଣ ଦୁର୍ବୃତ୍ତ ଅବସରପ୍ରାପ୍ତ ଶିକ୍ଷକ କିଶୋର ଚନ୍ଦ୍ର ବରାଳଙ୍କଠାରୁ ୨ଲକ୍ଷ ଟଙ୍କା ଝାମ୍ପି ନେଇଛନ୍ତି।...

ରାତି ଅଧରେ ବୁଲିଲେ ପ୍ରବାସୀ

ମାହାଙ୍ଗା,୧୫ା୫(ସ୍ବ.ପ୍ର.): ରାଜ୍ୟ ବାହାରୁ ଆସୁଥିବା ପ୍ରବାସୀଙ୍କୁ ସରକାର ସଙ୍ଗରୋଧ କେନ୍ଦ୍ରରେ ରଖିବା ବ୍ୟବସ୍ଥା କରିଛନ୍ତି। ଏପରି କି ଏହି ପ୍ରବାସୀମାନେ ଆସିବା ପରେ କରୋନା ସଂକ୍ରମିତ...

ଛତିଶଗଡ଼ରୁ ଚୋରି କେନ୍ଦୁପତ୍ର ମାଲକାନଗିରି ଜିଲାରୁ ଠାବ

ମାଲକାନଗିରି,୧୦।୮(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ସୁକ୍‌ମା ଜିଲା କୁଣ୍ଟା ଅଞ୍ଚଳରୁ ୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର କେନ୍ଦୁପତ୍ର ଜଣେ ବ୍ୟବସାୟୀ ଚୋରି କରି ମାଲକାନଗିରି...

ସାର୍ଟିଫିକେଟ୍‌ ପାଇଁ ୫୦ ହଜାରରୁ ୫ ଲକ୍ଷ

ବଲାଙ୍ଗୀର/ କେନ୍ଦ୍ରାପଡ଼ା ଅଫିସ, ୨୮ା୩:ବଲାଙ୍ଗୀର ଡାକ ମଣ୍ଡଳରେ ଜାଲ୍‌ ସାର୍ଟିଫିକେଟ୍‌ ଦେଇ ଚାକିରି ଆବେଦନକରି କେତେଜଣ ପ୍ରାର୍ଥୀ ଧରାପଡ଼ିବା ଘଟଣାର ପୋଲିସ ତଦନ୍ତ ପରେ ଦେଶବ୍ୟାପୀ...

୧୩ରୁ ଆରମ୍ଭ ହେବ ହକି ବିଶ୍ୱକପ୍‌: ମ୍ୟାଚ୍‌ ଦେଖିବା ଲାଗି ଏଲ୍‌ଇଡି ଟିଭି ବ୍ୟବସ୍ଥା

ପୁରୀ ଅଫିସ, ୧୦ା୧: ଆସନ୍ତା ୧୩ ତାରିଖରୁ ଆରମ୍ଭ ହେବାକୁ ଯାଉଛି ପୁରୁଷ ହକି ବିଶ୍ୱକପ୍‌। ଚଳିତ ଥର ଏହାକୁ ଓଡ଼ିିଶା ଆୟୋଜନ କରୁଛି। ଏହାକୁ...

Advertisement
Archives

Model This Week