କେନାଲ କୂଅକୁ ଖସିପଡିଲା ବାଇକ, ୩ ମୃତ

ଦିଗପହଣ୍ଡି,୨ା୧(ଡି.ଏନ୍‌.ଏ.)- ନୂଆବର୍ଷ ସନ୍ଧ୍ୟାରେ ଘଟିଛି ଦୁର୍ଘଟଣା। ଦିଗପହଣ୍ଡି ବ୍ଲକ କୋଟିନଡ଼ା-ଦେଉଳପେଡ଼ି କେନାଲ ରାସ୍ତା ବୁଲାଣିରେ ଥିବା ପୋତାଶଙ୍ଖ ନିକଟ କୂଅରେ ସନ୍ଧ୍ୟା ପ୍ରାୟ ସାଢେ ୭ଟାରେ ଏକ ବାଇକ ଖସିପଡିଛି। ଏଥିରେ ଥିବା ୩ ଜଣ ଯୁବକଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ବ୍ରହ୍ମପୁର ସଦର ଥାନା ରାଇଝୋଳ ଗଁ।ର ଜିତୁ ଗୌଡ, ବାବୁଲା ଗୌଡ ଏବଂ ଲାଞ୍ଜିଆ ଗଁ।ର ସନ୍ତୋଷ ଗୌଡ। ଅନ୍ୟ ୨ଜଣ ରାଇଝୋଳର ମିଟୁ ଗୌଡ ଏବଂ ପଦ୍ମତୋଳାର ଶିବରାମ ସ୍ବାଇଁ ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
ପ୍ରକାଶ ଯେ, ବୁଧବାର ସନ୍ଧ୍ୟାରେ ପିକ୍‌ନିକ୍‌ ସାରି ୨ଟି ବାଇକରେ ଆଗପଛ ହୋଇ ଜିତୁ, ବାବୁଲା, ସନ୍ତୋଷ, ମିଟୁ ଓ ଶିବରାମ ଫେରୁଥିଲେ। ଅସାବଧାନତାରୁ କେନାଲ ରାସ୍ତାକଡରେ ଥିବା ଗଭୀର କୂଅରେ ଦୁଇଟି ବାଇକ ଖସି ପଡ଼ିଥିଲା। ଦିଗପହଣ୍ଡି ଥାନା ଅଧିକାରୀ ବସନ୍ତ କୁମାର ସେଠୀ ସଦଳବଳ ଘଟଣାସ୍ଥଳରେ ପହଞ୍ଚତ୍ ସ୍ଥାନୀୟ ଯୁବକ ଓ ଅଗ୍ନିଶମବାହିନୀ ସହାୟତାରେ ଯୁବକମାନଙ୍କୁ ଉଦ୍ଧାର କରିଥିଲେ। ସେମାନଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ଜିତୁ, ବାବୁଲା ଓ ସନ୍ତୋଷଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘କିଶୋରୀମାନେ ପରିବାରର ବୋଝ ନୁହନ୍ତି’

ଛତ୍ରପୁର,୨୧ା୫(ଦିଲ୍ଲୀପ ସାମଲ): କିଶୋରୀମାନେ ପରିବାରର ବୋଝ ନୁହନ୍ତି। ସେମାନେ ଦେଶର ସ୍ବର୍ଣ୍ଣିମ ଭବିଷ୍ୟତ। ସେମାନଙ୍କୁ ସମସ୍ତ ପ୍ରକାର ସୁବିଧା-ସୁଯୋଗ ତା’ସହିତ ସୁରକ୍ଷା ଓ ସମ୍ମାନ ଯୋଗାଇଦେବା ଆମ…

ଗୋଟିଏ ମଞ୍ଚରେ ଏକାଠି ହୋଇପାରୁନାହାନ୍ତି କଂଗ୍ରେସ ନେତା

ଭଞ୍ଜନଗର,୨୧ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ନିର୍ବାଚନମଣ୍ଡଳୀରେ କଂଗ୍ରେସର ସବୁ ନେତା ଏକାଠି ହୋଇ ପାରୁନାହାନ୍ତି ଗୋଟିଏ ମଞ୍ଚରେ। ଇତିମଧ୍ୟରେ ଭଞ୍ଜନଗର ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା…

ଇଞ୍ଜିନିୟର ହେବା ଲକ୍ଷ୍ୟରେ ଶୁଭମ୍‌-କାର୍ତ୍ତିକେୟ, ଯୁକ୍ତ୨ ବିଜ୍ଞାନରେ ରଖିଛନ୍ତି…

ପୁରୁଷୋତ୍ତମପୁର,୨୧ା୫(ସବିତା ମିଶ୍ର): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତଦୁଇ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜର ଛାତ୍ର…

ଯୁକ୍ତ ୨ ବିଜ୍ଞାନରେ ବିଘ୍ନେଶ ଚୌଧୁରୀ ଛତ୍ରପୁର ବ୍ଲକ ଟପ୍ପର, ମିଷ୍ଟାନ ବାଣ୍ଟି ଖୁସି ଜାହିର କଲେ ବିଦ୍ୟାର୍ଥୀ

ଛତ୍ରପୁର, ୨୧।୫(ଦିଲ୍ଲୀପ ସାମଲ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ( ସିଏଚଏସଇ ) ଦ୍ୱାରା +୨ ପରୀକ୍ଷାଫଳ ବୁଧବାର ପ୍ରକାଶ ପାଇଛି l ଏହି ପରିପ୍ରେକ୍ଷୀରେ ଗଞ୍ଜାମ…

ମୁଖ୍ୟଅତିଥି ଭାବେ ଯୋଗ ଦେଇ ରାଜୀବ ଗାନ୍ଧୀଙ୍କ ତିରୋଧାନ ଦିବସ ପାଳିଲେ ପ୍ରଫୁଲ୍ଲ ପଣ୍ଡା, କହିଲେ ଭାରତକୁ ସମଗ୍ର ବିଶ୍ୱରେ…

ଦିଗପହଣ୍ଡି, ୨୧।୫(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ନଗର କଂଗ୍ରେସ କମିଟି ପକ୍ଷରୁ ଗୁରୁବାର ସ୍ବର୍ଗତ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ତିରୋଧାନ ଦିବସ ପାଳନ କରାଯାଇଥିଲା। ପୁଞ୍ଜିକଂୟା ଛକ…

ତାରାତାରିଣୀ କଲେଜର ସଫଳତା: ଯୁକ୍ତଦୁଇ ବିଜ୍ଞାନରେ ଆଗରେ ପୁଅ, କଳାରେ ଝିଅ

ପୁରୁଷୋତ୍ତମପୁର,୨୧ା୫(ସବିତା ମିଶ୍ର): ଚଳିତବର୍ଷ ଯୁକ୍ତଦୁଇ ଓ ଯୁକ୍ତତିନି ପରୀକ୍ଷାରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜକୁ ବଡ଼ ସଫଳତା ମିଳିଛି। ଅଧ୍ୟକ୍ଷ ଡଃ ପ୍ରଦୀପ କୁମାର ସାହୁ…

ବିଜ୍ଞାନରେ ଏତିକି ନମ୍ବର ରଖି ଦୁଇ ଜଣ ହେଲେ ବ୍ଲକ ଟପ୍ପର : ସଫଳତା ପାଇଁ ଅଧ୍ୟାପକ, ପରିବାରଙ୍କୁ ଦେଲେ ଶ୍ରେୟ

ଛତ୍ରପୁର,୨୧।୫(ଦିଲ୍ଲୀପ ସାମଲ): ପ୍ରକାଶ ପାଇଛି ଯୁକ୍ତ୨ ରେଜଲ୍ଟ । ଏହି ଅବସରରେ ବିଜ୍ଞାନ ବିଭାଗରେ ଦୁଇ ଛାତ୍ର ଛତ୍ରପୁର ବ୍ଲକ ଟପ୍ପର ହୋଇଛନ୍ତି । ଗୋବିନ୍ଦପୁର ସ୍ଥିତ…

ଦୁର୍ଗାମାଧବ ରାଜ୍ୟରେ ଦ୍ୱିତୀୟ: ଛୁଟୁଛି ଶୁଭେଚ୍ଛାର ସୁଅ

ଗଞ୍ଜାମ,୨୧।୫(ବିଦ୍ୟାଧର ସାହୁ): ଚଳିତବର୍ଷ ଯୁକ୍ତଦୁଇ ବିଜ୍ଞାନରେ ରାଜ୍ୟରେ ୨ୟ ସ୍ଥାନ ଅଧିକାର କରିଛନ୍ତି ଦୁର୍ଗାମାଧବ ବାରିକ l ଗଞ୍ଜାମ ସହର ଦୁର୍ଗାଦେବୀ ସାହି ବାସିନ୍ଦା ତଥା ଶିକ୍ଷକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri